ରଣପୁର: ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟର ଅନ୍ତର୍ଗତ ପାମ୍ପଡ଼ା ବିଦ୍ୟାଳୟରେ ତାଲୁକ ଆଇନ୍ ସେବା କମିଟି ପକ୍ଷରୁ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରଣପୁର କୋର୍ଟର ବିଚାରପତି ଶ୍ରୀଦିପ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ଶ୍ରମ ନିରାକରଣ ଓ ସମସ୍ତ ଶିଶୁଙ୍କୁ ଶିକ୍ଷାର ସୁଯୋଗ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ।
ସମ୍ମାନିତ ଅତିଥି ଭାବେ ଆଇନଜୀବୀ ସୁବାଶ ଚନ୍ଦ୍ର ଜେନା, କୃପାସିନ୍ଧୁ ବେହେରା, ପ୍ରିୟବ୍ରତ ପ୍ରହରାଜ, ସହକାରୀ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ, ସି.ଆର.ସି.ସି ସୁଶୀଲ କୁମାର ରଣା ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ୟାମସୁନ୍ଦର ନାୟକ ଯୋଗଦେଇ ଶିଶୁ ଶ୍ରମ ବିରୋଧରେ ସଚେତନତାର ବାର୍ତ୍ତା ଦେଇଥିଲେ।
ପ୍ରଧାନ ଶିକ୍ଷୟିତ୍ରୀ ମଧୁଛନ୍ଦା ମହାନ୍ତିଙ୍କ ନେତୃତ୍ୱରେ ବରିଷ୍ଠ ଶିକ୍ଷୟତ୍ରୀ ବୀଣାପାଣି ମିଶ୍ରଙ୍କ ସହଯୋଗରେ ସହକାରୀ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣପ୍ରଭା ସିଂହଦେଓ ଓ ପ୍ରଭାତି ପରିଡ଼ା କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ପରିଚାଳନା କରିଥିଲେ। ଶେଷରେ ଶିଶୁ ଶ୍ରମମୁକ୍ତ ସମାଜ ଗଠନ ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ।


