Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଝାଡ଼ପଡାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
ଆଜିର ଖବର

ଝାଡ଼ପଡାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଝାଡ଼ପଡାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
ଝାଡ଼ପଡାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ରଣପୁର: ରଣପୁର ବ୍ଲକ ଅନ୍ତର୍ଗତ ଝାଡ଼ପଡା ଗ୍ରାମ ପଞ୍ଚାୟତର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଝାଡ଼ପଡାଠାରେ ଦ୍ୱିତୀୟ ପର୍ଯ୍ୟାୟରେ ଏକ ନୂତନ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ରାଜ୍ୟରେ ଏକାସାଙ୍ଗରେ ୨୦୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଝାଡ଼ପଡାଠାରେ ବିଦ୍ୟାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ ରଣପୁର ବିଡିଓ ମନୋଜ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବନଲତା ବେହେରା, ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ, ସରପଞ୍ଚ ସୌରୀବନ୍ଧୁ ସାହୁ, ପରେଶ ମିଶ୍ର, ନିର୍ମଳ କୁମାର ମତ୍ତଗଜସିଂହ, ସୁବର୍ଣ୍ଣ ସିଂ, ଅଭିଷେକ ସାମନ୍ତରାୟ ଓ ଅକ୍ଷୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ଅଭିଭାଷଣ ଶୁଣିଥିଲେ।

ବକ୍ତାମାନେ କହିଥିଲେ ଯେ, ଝାଡ଼ପଡାରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହେଲେ ସ୍ଥାନୀୟ ଛାତ୍ରଛାତ୍ରୀମାନେ ଆଧୁନିକ ଭିତ୍ତିଭୂମି ସହ ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପାଇବାର ସୁଯୋଗ ପାଇବେ। ଏହା ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ନୂଆ ଦିଗନ୍ତ ସୃଷ୍ଟି କରିବ।

ତ୍ରିନାଥ ଉଦୟ ସିଂହ, ସଞ୍ଜୀବ କୁମାର ପରିଡ଼ା, ଗଣେଶ୍ୱର ମାନ୍ଧାତା, ମାନସ ଜେନା, ସୁବାସ ଚନ୍ଦ୍ର ନାୟକ, ପ୍ରଦୀପ ନାୟକ, ପ୍ରମୋଦ ସାମନ୍ତରାୟ, ରଘୁନାଥ ବଳିୟାରସିଂହ ଓ ଜିତେନ୍ଦ୍ର ଭୋଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଝାଡ଼ପଡାରେ ଏହି ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେବାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆନନ୍ଦ ପ୍ରକାଶ କରିବା ସହ ବାଚସ୍ପତି ସୁରମା ପାଢୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଗୋଦାବରୀଶ ମିଶ୍ର ଝାଡ଼ପଡା ଭିତ୍ତିପ୍ରସ୍ତର ସ୍ଥାପନ ରଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

INDIA ମେଣ୍ଟରୁ AAPର ଦୂରତା! ଦିଲ୍ଲୀ ବୈଠକ ପୂର୍ବରୁ ସଞ୍ଜୟ ସିଂହଙ୍କ ବଡ଼ ବୟାନ

June 7, 2026

ମାନପୁରରେ ବରିଷ୍ଠ ନାଗରିକ ସଂଘର ସାଧାରଣ ସଭା ଅନୁଷ୍ଠିତ

June 7, 2026

‘ମୁଖ୍ୟମନ୍ତ୍ରୀ ଟ୍ରଫି’ ଜରିଆରେ ଗ୍ରାମାଞ୍ଚଳରୁ ବଛାଯିବେ ଉଦୀୟମାନ ପ୍ରତିଭା

June 7, 2026

“ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରାଯାଇଥିଲା, ନଚେତ୍ ମୁଁ କଂଗ୍ରେସ ଅଧ୍ୟକ୍ଷ ହୋଇଥାନ୍ତି,”: ଅଶୋକ ଗେହଲଟ

June 7, 2026
Latest News

ଝାଡ଼ପଡାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

INDIA ମେଣ୍ଟରୁ AAPର ଦୂରତା! ଦିଲ୍ଲୀ ବୈଠକ ପୂର୍ବରୁ ସଞ୍ଜୟ ସିଂହଙ୍କ ବଡ଼ ବୟାନ

June 7, 2026

ମାନପୁରରେ ବରିଷ୍ଠ ନାଗରିକ ସଂଘର ସାଧାରଣ ସଭା ଅନୁଷ୍ଠିତ

June 7, 2026

‘ମୁଖ୍ୟମନ୍ତ୍ରୀ ଟ୍ରଫି’ ଜରିଆରେ ଗ୍ରାମାଞ୍ଚଳରୁ ବଛାଯିବେ ଉଦୀୟମାନ ପ୍ରତିଭା

June 7, 2026

ମୋଦି ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ଇଣ୍ଡିଆ ମେଣ୍ଟ!: ଆସନ୍ତାକାଲି ବୈଠକରେ ଯୋଗଦେବେ ୨୩ଟି ଦଳ

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.