Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସନ୍ତାକାଲିଠାରୁ ବାତ୍ୟା କ୍ଷୟକ୍ଷତି ଆକଳନ: ସବୁ କ୍ଷତିଗ୍ରସ୍ତଙ୍କୁ ମିଳିବ ସରକାରୀ ସହାୟତା
ବିଶେଷ ଖବର

ଆସନ୍ତାକାଲିଠାରୁ ବାତ୍ୟା କ୍ଷୟକ୍ଷତି ଆକଳନ: ସବୁ କ୍ଷତିଗ୍ରସ୍ତଙ୍କୁ ମିଳିବ ସରକାରୀ ସହାୟତା

November 21, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Assessment of cyclone damage to begin tomorrow; all affected individuals will receive government assistance.

ଭୁବନେଶ୍ବର: ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କେଉଁଠି କେତେ କ୍ଷତି ହୋଇଛି, ତାହାର ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଚାଷ ଜମିରେ ହୋଇଥିବା କ୍ଷତିକୁ ପ୍ରାଥମିକତା ଦିଆଯିବ। ପାଚିଲା ଧାନ ଓ ପନିପରିବା ଫସଲ କେତେ ନଷ୍ଟ ହୋଇଛି, ତାହା କ୍ଷେତ୍ର ସ୍ତରରେ ଯାଞ୍ଚ କରାଯିବ। ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଇନ୍‌ପୁଟ୍ ସବ୍‌ସିଡି ମିଳିବ। ଏହା ସହ ଘର, ରାସ୍ତା, ବିଦ୍ୟୁତ୍ ଖୁଣ୍ଟ, ପାନୀୟ ଜଳ ଯୋଗାଣ ଓ ଗଛ ଭାଙ୍ଗିବା ଭଳି କ୍ଷତିର ମଧ୍ୟ ହିସାବ କରାଯିବ ବୋଲି ସେ କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି ଯେ କ୍ଷତିଗ୍ରସ୍ତ ଚାଷୀ ଓ ପରିବାରଙ୍କୁ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ଏବଂ କେହି ବି କ୍ଷତିଗ୍ରସ୍ତ ବାଦ୍ ପଡ଼ିବେ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଆକଳନ କାମ ଶୀଘ୍ର ସାରି ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ବାତ୍ୟା ପରେ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଅଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। କ୍ଷୟକ୍ଷତି ଆକଳନ ରିପୋର୍ଟ ଆସିବା ପରେ ଆଗାମୀ ପଦକ୍ଷେପ ନିଆଯିବ। ଲୋକଙ୍କୁ ଧୈର୍ଯ୍ୟ ରଖିବାକୁ ଓ ପ୍ରଶାସନକୁ ସହଯୋଗ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।

ବାତ୍ୟା କ୍ଷୟକ୍ଷତି ମନ୍ତ୍ରୀ ସୁରେଶ ପୂଜାରୀ ସବ୍‌ସିଡି
Share. Facebook Twitter LinkedIn Email WhatsApp Copy Link

Related Posts

ଗଂଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ଅଭିଯୁକ୍ତ ଗିରଫ

November 21, 2026

ଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ପୂର୍ବତନ ପିଇଓ ଗିରଫ

November 21, 2026

ଶହଜାଦ ପୁନାୱାଲା କାହିଁକି ବିଜେପି ଛାଡିଲେ?: ପ୍ରକାଶ କଲେ ଭବିଷ୍ୟତ ଯୋଜନା

November 21, 2026

ସିରାଜଙ୍କ ଉପରେ ମନ୍ତବ୍ୟ ଦେଲେ କଂଗ୍ରେସ ନେତା: କଡା ବିରୋଧ କଲେ ନିଜ ଦଳର ସାଂସଦ

November 21, 2026
Latest News

ଗଂଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ଅଭିଯୁକ୍ତ ଗିରଫ

November 21, 2026

ଆସନ୍ତାକାଲିଠାରୁ ବାତ୍ୟା କ୍ଷୟକ୍ଷତି ଆକଳନ: ସବୁ କ୍ଷତିଗ୍ରସ୍ତଙ୍କୁ ମିଳିବ ସରକାରୀ ସହାୟତା

November 21, 2026

ଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ପୂର୍ବତନ ପିଇଓ ଗିରଫ

November 21, 2026

ଶହଜାଦ ପୁନାୱାଲା କାହିଁକି ବିଜେପି ଛାଡିଲେ?: ପ୍ରକାଶ କଲେ ଭବିଷ୍ୟତ ଯୋଜନା

November 21, 2026

ସିରାଜଙ୍କ ଉପରେ ମନ୍ତବ୍ୟ ଦେଲେ କଂଗ୍ରେସ ନେତା: କଡା ବିରୋଧ କଲେ ନିଜ ଦଳର ସାଂସଦ

November 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.