ରେଢ଼ାଖୋଲ(କନ୍ଦର୍ପ ବେହେରା): ଚୋରାରେ ଗଂଜେଇ ଚାଲାଣ କରୁଥିବା ବେଳେ ଚାରମାଳ ପୋଲିସ ଚୁଡ଼ାପୁଡୁଗ୍ ଗ୍ରାମରେ ଚଢ଼ାଉ କରି ୧୧.୮୦୦ କେଜି ଗଞ୍ଜେଇ ଜବତ କରିଛି।
ଏହି କାରବାରରେ ସମ୍ପୃକ୍ତି ଥିବା ବଲାଙ୍ଗୀର ଜିଲ୍ଲାର ପ୍ରକାଶ ପଟ୍ନିଆ (୧୯) ଙ୍କୁ ଗିରଫ କରିଛି ଚାରମାଳ ପୋଲିସ। କେସ୍ ନଂ. ୧୮୫, ତା ୨୦.୧୧.୨୦୨୬, ଧାରା ୨୦(b)(ii)(B) NDPS ଅଧୀନରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।


