ସରିଲା ମାଟ୍ରିକ ପରୀକ୍ଷା, ଏପ୍ରିଲ୍ ୩ ତାରିଖରୁ ଖାତାଦେଖା

Published: Mar 20, 2023, 11:44 am IST
Matric1

ଭୁବନେଶ୍ବର: ଆଜି ଶେଷ ହେଲା ମାଟ୍ରିକ ପରୀକ୍ଷା। ଏହାପରେ ଏପ୍ରିଲ୍ ୩ ତାରିଖରୁ ଖାତାଦେଖା ଆରମ୍ଭ ହେବ। ଏ ନେଇ ଆଜି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ଆସନ୍ତା ୪୫ ଦିନ ମଧ୍ୟରେ ସଂପୂର୍ଣ୍ଣ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇ ପରୀକ୍ଷା ଫଳ ପ୍ରକାଶ ପାଇବ।

ସେ କହିଛନ୍ତି ଯେ, ଏହି ଖାତା ଦେଖିବା ପାଇଁ ୫୬ଟି ମୂଲ୍ୟାୟନ କେନ୍ଦ୍ରରେ କରାଯିବ। ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ କିପରି ଖାତାଗୁଡ଼ିକ ସୁରକ୍ଷିତ ଭାବେ ଯିବ ସେ ନେଇ ପଦକ୍ଷେପ ନିଆଯାଉଛି।

ପରୀକ୍ଷା ଖାତା ଦେଖିବା ପାଇଁ ଶିକ୍ଷକଙ୍କୁ ନିଯୁକ୍ତି କରାଯାଇ ସେମାନଙ୍କୁ ସୂଚନା ଦିଆଯାଇଛି। ଏଥର ପରୀକ୍ଷା ଫଳ ଠିକ ସମୟରେ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି କହିଛନ୍ତି।

Related posts