Categories
ଆଜିର ଖବର ରାଜ୍ୟ ଖବର

ପୁଣି ପ୍ରଘଟ ହେଲା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର!: ଗଣିତର ଦୁଇଟି ସେଟ ଭାଇରାଲ ହେଉଥିବା ଅଭିଯୋଗ

ଭୁବନେଶ୍ଵର: ରାଜ୍ୟରେ ମାଟ୍ରିକ ପରୀକ୍ଷା ଜାରି ରହିଛି। ବଡ ଉତ୍ସାହର ସହ ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅଂଶଗ୍ରହଣ କରୁଛନ୍ତି। ସେପଟେ ବୋର୍ଡ ମଧ୍ୟ ପରୀକ୍ଷାକୁ ସୂଚାରୁ ରୂପେ ସମାପ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି। ସେଥିପାଇଁ ପରୀକ୍ଷା ସମୟରେ କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ନହେଉ, ମାଧ୍ୟମିକ ଶିକ୍ଷା ପରିଷଧ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କୁହାଯାଉଛି।

ହେଲେ ଆଜି ଗଣିତ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଖବର ମିଳୁଛି। ସୋସିଆଲ ମିଡିଆରେ ଗଣିତ ପ୍ରଶ୍ନ ପତ୍ର ଘୂରିବୁଲିଥିବା ଅଭିଯୋଗ ହେଉଛି। କେନ୍ଦୁଝରରେ ଗଣିତ ପ୍ରଶ୍ନପତ୍ରର ଦୁଇଟି ସେଟ ଭାଇରାଲ ହେଉଥିବା ଜଣାପଡିଛି। ତେବେ ଏହାର ସତ୍ୟତା ଜଣାପଡିନାହିଁ। ଏନେଇ ବୋର୍ଡ କିମ୍ବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ପରୀକ୍ଷା ସମୟରେ ଚାପ ମୁକ୍ତ ପାଇଁ ଶିକ୍ଷା ବିଭାଗ ଜାରୀ କଲା ଏକ ଟେଲିଫୋନ ନମ୍ବର

ଭୁବନେଶ୍ବର: ବର୍ତ୍ତମାନ ପରୀକ୍ଷା ଋତୁ ଚାଲିଛି। ବିଭିନ୍ନ ପରୀକ୍ଷା ବର୍ତ୍ତମାନ ଚାଲିଛି। ତେବେ ସବୁଠାରୁ ବଡ ପରୀକ୍ଷା ହେଉଛି ମାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ବେଶ ଚାପଗସ୍ତ ହୋଇଥାନ୍ତି। ଏପରିକି କେତେକ ଶିକ୍ଷାର୍ଥୀ ମାନସିକ ଭାରସାମ୍ୟ ମଧ୍ୟ ହରାଇ ପକାନ୍ତି।

ତେବେ ଏହି ଚାପରୁ ମୁକ୍ତ କରିବା ପାଇଁ ରାଜ୍ୟ ସ୍କୁଲ ଓ ଗଣିଶିକ୍ଷା ବିଭାଗ ଏକ ଅଭିନବ ପଦକ୍ଷେପ ଆରମ୍ଭ କରିଛି। ଯାହାର ନାମ ହେଉଛି ଟେଲି ମାନସ। ଅର୍ଥାତ ଛାତ୍ରଛାତ୍ରୀ କିମ୍ବା ଅଭିବାକମାନେ 14416 କୁ ଫୋନ କରି ପରାମର୍ଶ ନେଇପାରିବେ। ସେଠାରେ ବସିଥିବା ବିଶେଷଜ୍ଞମାନେ କିପରି ସହଜରେ ଛାତ୍ରାଛାତ୍ରୀ ପରୀକ୍ଷା ଦେବେ ତାହାର ଟିପ୍ସ ଦେବେ।

Categories
ଆଞ୍ଚଳିକ

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା: ଜାଣନ୍ତୁ ଚିଲିକାରେ ପ୍ରଥମ ଦିନରେ କେତେ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା

ଚିଲିକା (ସୀତାରାମ ଅଗ୍ରୱାଲ): ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସାରା ରାଜ୍ୟରେ ମଙ୍ଗଳବାରଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଛି। ଫେବୃଆରୀ ୨୦ ତାରିଖରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଉକ୍ତ ପରୀକ୍ଷା ଜାରି ରହିବ।

ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ଚିଲିକା ବ୍ଲକରେ ମଧ୍ୟ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ୧୧. ୩୦ ଘଟିକାରେ ଶେଷ ହୋଇଛି।

ବାଣପୁର ଗୋଦାବରୀଶ ବିଦ୍ୟାପୀଠ ନୋଡାଲ ସେଣ୍ଟର ହୋଇଥିବା ବେଳେ ଏହା ଅଧୀନରେ ବାଣପୁର ବ୍ଲକର ୮ ଟି ସ୍କୁଲ ପରିଚାଳିତ ହେଉଅଛି। ସମୁଦାୟ ୮ ଟି ସ୍କୁଲର ୨୦୮୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ସେଥି ମଧ୍ୟରୁ ୨୦୬୪ ଜଣ ପରୀକ୍ଷା ଦେଇଛନ୍ତି ଓ ୨୩ ଜଣ ପରୀକ୍ଷା ଦେଇନାହାନ୍ତି ବୋଲି ଶିକ୍ଷା ଅଧିକାରୀ ସନାତନ ଜାଲି ପ୍ରକାଶ କରିଛନ୍ତି।

ସେହିପରି ଭାବେ ସରକାରୀ ବାଲୁଗାଁ ଉଚ୍ଚ ବିଦ୍ୟାଳୟ ନୋଡାଲ ସେଣ୍ଟର ହୋଇଥିବା ବେଳେ ଏହା ଅଧୀନରେ ଚିଲିକା ବ୍ଲକର ୯ ଟି ସ୍କୁଲ ପରିଚାଳିତ ହେଉଅଛି। ସମୁଦାୟ ୯ ଟି ସ୍କୁଲର ୧୫୬୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ସେଥି ମଧ୍ୟରୁ ୧୫୫୯ ଜଣ ପରୀକ୍ଷା ଦେଇଛନ୍ତି ଓ ୬ ଜଣ ପରୀକ୍ଷା ଦେଇନାହାନ୍ତି ବୋଲି ବ୍ଲକ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି।

ପ୍ରଶ୍ନପତ୍ର ପ୍ରଘଟ ପାଇଁ ବୋର୍ଡ଼ ନିଷ୍ପତି ଅନୁସାରେ ସମସ୍ତ ପ୍ରକାର ବନ୍ଦୋବ୍ୟସ୍ତ କରାଯାଇଥିବା ଶ୍ରୀଯୁକ୍ତ ଜାଲି ଓ ଶ୍ରୀଯୁକ୍ତ ଦାସ ପ୍ରକାଶ କରି କହିଛନ୍ତି ଯେ, ନୋଡାଲ ସ୍କୁଲ ଗୋଦାବରୀଶ ବିଦ୍ୟାପୀଠ ଓ ସରକାରୀ ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ପର୍ଯ୍ୟବେକ୍ଷକ ଓ ପୋଲିସ ଉପସ୍ଥିତିରେ ପ୍ରଶ୍ନପତ୍ର ଓ ଖାତାଗୁଡିକ ପରୀକ୍ଷା ପୂର୍ବରୁ ପହଂଚିବାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଛି। ତତ ସହିତ ପରୀକ୍ଷା ହଲକୁ ମୋବାଇଲ ଯିବା ସମ୍ପୂର୍ଣ୍ଣ ଭାବେ ବାରଣ କରାଯଇଅଛି। ନକଲ ରୋକିବା ପାଇଁ ସ୍କ୍ୱାର୍ଡ ମଧ୍ୟ ଗଠନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ଏଥର ୫ ଲକ୍ଷ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା। ଚଳିତ ବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷା କେନ୍ଦ୍ର ସକାଳ ୭ଟା ୧୫ ମିନିଟରେ ଖୋଲିବା ପରେ ପରୀକ୍ଷାର୍ଥୀ ସାଢେ ୭ଟାରେ ହଲକୁ ପ୍ରବେଶ କରିଛନ୍ତି। ପରେ ସାଢେ ଆଠଟାରେ ଛାତ୍ରଛାତ୍ରୀଙ୍କୁ ଓଏମଆର ସିଟ୍ ଓ ଆଠଟା ୪୫ ମିନିଟରେ ପ୍ରଶ୍ନପତ୍ର ଦିଆଯାଇଛି। ଆଜି ସକାଳ୯ ଟାରେ ପରୀକ୍ଷା ଆରମ୍ଭ ହୋଇଛି।

ଚଳିତ ବର୍ଷ ବୋର୍ଡ ପକ୍ଷରୁ ୨୯୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରଶ୍ନପତ୍ର ରଖିବା ପାଇଁ ୩୧୩ଟି ନୋଡାଲ ସେଣ୍ଟର ମଧ୍ୟ କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ୨୧ଟି ଥାନା ଓ ଗୋଟିଏ ବିଟ୍ ହାଉସରେ ନୋଡାଲ ସେଣ୍ଟର କରାଯାଇଛି। ମାଟ୍ରିକ ସହ ୭ ହଜାର ୮୩୧ ପରୀକ୍ଷାର୍ଥୀ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଓ ୩ ହଜାର ୩୭ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେବେ। ପରୀକ୍ଷାକୁ ଶୃଙ୍ଖଳିତ ତଥା କପିମୁକ୍ତ କରିବା ପାଇଁ ଏଥର ତ୍ରିସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସକରାତ୍ମକ ହେଲା ସରକାରଙ୍କ ସହ ଆଲୋଚନା: ମାଟ୍ରିକ୍ ପରୀକ୍ଷାରେ ସମ୍ପୂର୍ଣ୍ଣ ସହଯୋଗ କରିବ ଓଷ୍ଟା 

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଡାକରାରେ ବିଧାନ ସଭା ସମ୍ମୁଖରେ ଚାଲିଛି ଅହୋରାତ୍ର ଗଣଧାରଣା। ଆଜକୁ ତେର ଦିନ ଧରି ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଶୀତ, କାକର, ଖରାକୁ ସହି ବସିଛନ୍ତି ରାଜରାସ୍ତାରେ। ଆସନ୍ତା କାଲିଠାରୁ ମାଟ୍ରିକ୍ ବୋର୍ଡ଼ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ଆଗକୁ ମାଟ୍ରିକ୍ ପରୀକ୍ଷା ଥିବାରୁ ଅହୋରାତ୍ର ଆନ୍ଦୋଳନର ତେର ଦିନରେ ଆଜି ସନ୍ଧ୍ୟାରେ ସରକାରଙ୍କ ତରଫରୁ ଆଲୋଚନା ପାଇଁ ଡାକରା ଆସିଥିଲା। ଏହି ଆଲୋଚନାରେ ଓଷ୍ଟା ପକ୍ଷରୁ ଛଅ ଜଣିଆ ଟିମ୍ ଯୋଗ ଦେଇଥିଲେ। ସରକାରଙ୍କ ପକ୍ଷରୁ ଗଣଶିକ୍ଷା ସଚିବ ଆଶ୍ୱସ୍ତି ଏସ୍‌., ଅତିରିକ୍ତ ଶାସନ ସଚିବ, ଗଣଶିକ୍ଷା ନିର୍ଦ୍ଦେଶକ ଭାଗ ନେଇଥିଲେ । ଏହା ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ତତ୍ତ୍ୱାବଧାନରେ ସଂପାଦନ ହୋଇଥିଲା। ଆଲୋଚନା ସକରାତ୍ମକ ଥିଲା। ସରକାର ଓଷ୍ଟାର ଦାବିପ୍ରତି ଦୃଷ୍ଟି ନିକ୍ଷେପ କରି ଖୁବ୍ ଶୀଘ୍ର ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ଓଷ୍ଟା ପକ୍ଷରୁ ଆଭିମୁଖ୍ୟ ସ୍ପଷ୍ଟ କରାଯାଇଥିଲା। ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ପରୀକ୍ଷା ଡ୍ୟୁଟି ରହିଛି ସେମାନେ ଆସନ୍ତା କାଲିଠାରୁ ପରୀକ୍ଷା କାର୍ଯ୍ୟରେ ସହଯୋଗ କରିବେ । ମାତ୍ର ବିଜ୍ଞପ୍ତି ବାହାରିବା ପର୍ଯ୍ୟନ୍ତ ପ୍ରତୀକାତ୍ମକ ଜିଲ୍ଲାୱାରୀ ଧାରଣା ଚାଲୁ ରହିବ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି ।

ଆଲୋଚନାଟି ସୌହାର୍ଦ୍ଦ୍ୟପୂର୍ଣ୍ଣ ହୋଇଥିଲା। ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ଅନୁଦାନ ପରିସର ଭୁକ୍ତ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପରିସର ଭୁକ୍ତ କରାଯିବା ପ୍ରସ୍ତାବକୁ ସରକାର ଗ୍ରହଣ କରିଛନ୍ତି। ପେନସନ୍ ପ୍ରଦାନ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଛି। ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ, ଦୁଇଟି ପିଅନ ଓ ୩୭, ୪୬, ୬୩ ବିଦ୍ୟାଳୟକୁ ଆଣ୍ଟିଡେସନ, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କରିବା, ନୂତନ ପେନସନ୍ ଯୋଜନା ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନା ଲାଗୁ କରିବା, ଖାଲିପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା, ଅବସର ବୟସ ୬୦ ରୁ ୬୨କୁ ବୃଦ୍ଧି କରିବା ଇତ୍ୟାଦି ବିଷୟ ଆଲୋଚନା ପରିସରଭୁକ୍ତ ହୋଇଥିଲା। ଏହି ଆଲୋଚନାରେ ଓଷ୍ଟା ନେତୃମଣ୍ଡଳୀ ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜ କିଶୋର ବିଶ୍ୱାଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ସୁରେଶ ଚନ୍ଦ୍ର ଦାଶ ପ୍ରମୁଖ ଭାଗନେଇଥିଲେ।

ଉପରୋକ୍ତ ସମସ୍ୟା ସମାଧାନ ସମ୍ପର୍କିତ ବିଜ୍ଞପ୍ତି ବାହାରିବା ପର୍ଯ୍ୟନ୍ତ ପ୍ରତୀକାତ୍ମକ ଜିଲ୍ଲାୱାରୀ ଧାରଣା ଚାଲୁ ରହିବ ବୋଲି ଓଷ୍ଟା ନେତୃତ୍ୱ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଏଥର ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାକୁ ଜଗିବ ଆର୍ଟିଫିସିୟାଲ ଇଣ୍ଟେଲଜେନସି

ଭୁବନେଶ୍ବର: ଗତକାଲି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଚଳିତ ମାସ ୨୦ ତାରିଖରେ ମାଟ୍ରିକ ଏବଂ ଚଳିତ ମାସ ୧୬ ତାରିଖରେ +୨ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ପରିପ୍ରେକ୍ଷୀରେ ପରୀକ୍ଷା ପରିଚାଳନା ସମୀକ୍ଷା ଆଭାସୀ ବୈଠକ ୩୦ ଟି ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ଆରଖୀ ଅଧୀକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵଥି. ଏସ ., ଉଚ ମାଧମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଅଶ୍ଵିନୀ କୁମାର ମିଶ୍ର ,ମାଧମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ, ଉପସଭାପତି ,ଡାଃ ନିହାର ରଞ୍ଜନ ମହାନ୍ତି,ମାଧମିକ ଶିକ୍ଷା ନିର୍ଦ୍ଧେଶକ ଶ୍ରୀ ସୁଶାନ୍ତ ସୁଶାନ୍ତ ଦାଶ, ଉଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଶ୍ରୀ ରଘୁରାମ ଆର ଆୟାର, ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଙ୍କ ସମେତ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

ଏହି ପରୀକ୍ଷା ପରିଚାଳନକୁ “ଶୂନ୍ୟ ସହନସିଲତା” ଭାବରେ ସର୍ବାଧିକ ଗୁରୁତ୍ଵ ଦେବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଆରଖି ଅଧିକ୍ଷକ ମାନଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଏଥିନିମନ୍ତେ ସାମାନ୍ୟ ତ୍ରୁଟି କୁ ବରଦାସ୍ତ କରାଯିବ ନ।ହିଁ।
ପରୀକ୍ଷା ପ୍ରଶ୍ନ ପତ୍ର ଘକ୍ଟୟବକ୍ଷ ଉରଦ୍ଭଗ୍ଧରକ୍ସରେ କଡା ସୁରକ୍ଷା ବଳୟ ମଧ୍ୟରେ ଯତନର ସହିତ ରଖାଯିବ ଏବଂ ପରୀକ୍ଷା ଅନୁଷ୍ଠିତ ହେଉଥିବା କେନ୍ଦ୍ରରେ ନିଯୋଜିତ ହୋଇଥିବା ପର୍ଜ୍ୟବେକ୍ଷକ ଙ୍କ ଉପସ୍ଥିତିରେ ସେଣ୍ଟର ସୁପରିତେଣ୍ଡେଣ୍ଟ ମାନେ ପ୍ରଶ୍ନପତ୍ର ଗ୍ରହଣ କରିବେ।

ପରୀକ୍ଷା ଦିନ ଠାରୁ ଆରମ୍ଭ କରି ପରୀକ୍ଷା ଉତ୍ତର ଖାତା ମୂଲ୍ୟାଯନ କେନ୍ଦ୍ରରେ ରଖାଯିବ। ଓ ମୂଲ୍ୟାୟନ ଶେଷ, ଯେପରି ସବୁ କାର‌୍ୟ୍ୟ ନିର୍ଭୁଲ ଭାବରେ ପରିଚାଳିତ ହେବ ସେସବୁ ବ୍ୟବସ୍ଥାକୁ କଡାକଡି ଅନୁପାଳନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଧେଶ ଦେଇଛନ୍ତି।
ପରୀକ୍ଷା ଦାୟିତୋରେ ଥିବା ଶିକ୍ଷା ଅଧିକାରୀ, ବିଭାଗୀୟ ଅଧିକାରୀ, ଶିକ୍ଷକ , ଅଧ୍ୟାପକ ଆଦି କର୍ମଚାରୀ କାର‌୍ୟ୍ୟରେ ଅବହେଳା କଲେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଜିଲ୍ଲାପାଳ ଏବଂ ଜିଲ୍ଲା ଆରଖୀ ଅଧିକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି।

ମାଟ୍ରିକ ପରୀକ୍ଷାରେ ୫,୫୧,୬୧୧ ଜଣ , ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୭୮୩୧ ଜଣ, ମାଧ୍ୟମ।ରେ ୩୦୩୭ ଜଣ ଙ୍କୁ ମିଶାଇ ମୋଟ ୫,୬୨,୦୦୦ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ। ଏହିପରି +୨ ରେ ୨,୩୭,୭୫୦ ଜଣ କଳ।ରେ ୧,୧୬,୬୨୦ ଜଣ ବିଜ୍ଞାନରେ,୨୬୦୮୯ ଜଣ ବାଣିଜ୍ୟରେ ଓ ୫୭୯୧ ଜଣ ଧନ୍ଦାମୂଳକକୁ ମିଶାଇ ମୋଟରେ ୩୮୬୨୫୦ ଜଣ ଛ।ତ୍ର ଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ମାଟ୍ରିକ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା କୁ ମିଶାଇ ୩୦୪୭ ଟି ପରୀକ୍ଷା କେନ୍ଦ୍ର ଓ ୩୧୩ ଟି ନୋଡାଲ ସେନ୍ଟର କରାଯାଇଅଛି । ଏହିପରି +୨ ରେ ୨୦୨ ଟି ପରୀକ୍ଷା ପରିଚାଳନା କେନ୍ଦ୍ର କରାଯାଇଅଛି ।

ଏଥିନିମନ୍ତେ ସି ସି ଟିଭି , ଲାଇଵ ସି ସି ଟିଭି ଏବଂ ଇଣ୍ଟେଲିଜେଏନସି ମାଧ୍ୟମ(AI), ପ୍ରତି କେନ୍ଦ୍ରରେ ପର୍ଯ୍ୟବେକ୍ଷକ ମୁତୟନ, ପୁଲିସ ବାହିନୀର ମୁତୟନ ଏବଂ ପୁଲିସ ପେଟ୍ରୋଲ୍ଲିଙ୍ଗ ର ବ୍ୟବସ୍ଥା ସହିତ ପରୀକ୍ଷା ସୁପରିଚାଳନା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥାର ତଦାରଖ ପାଇଁ ବୈଠକରେ ଆଲୋଚନା କରଯାଇଅଛି।

Categories
ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଖକୁ ପଠାଗଲା ନମୂନା ପ୍ରଶ୍ନପତ୍ର, ଏହି ଅନୁସାରେ ହେବେ ପ୍ରସ୍ତୁତି

କଟକ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥିଙ୍କ ପାଇଁ ବୋର୍ଡ କର୍ତ୍ତୁପକ୍ଷ ନୂଆ ପଦ୍ଧତି ଅନୁସରଣ କରିଛନ୍ତି। ସେହି ଅନୁସାରେ ରାଜ୍ୟର ସମସ୍ତ ସ୍କୁଲକୁ ମାଟ୍ରିକ ପରୀକ୍ଷାର ନମୂନା ପ୍ରଶ୍ନପତ୍ର ପଠାଯାଉଛି। ଚଳିତ ମାଟ୍ରିକ ପରୀକ୍ଷାରେ କିପରି ପ୍ରଶ୍ନ ଆସିବ ଏବଂ ଏହାର ଉତ୍ତର କେମିତି ଲେଖାଯିବ ସେ ନେଇ ଛାତ୍ରଛାତ୍ରୀ ଆଗୁଆ ପ୍ରସ୍ତୁତି ହେବେ।

ମାଧ୍ୟମିକ ଶିକ୍ଷା ପରିଷଦ ପ୍ରତ୍ୟେକ ଜିଲ୍ଲା ଡିଇଓଙ୍କ ନିକଟକୁ ଏହି ପ୍ରଶ୍ନ ପତ୍ର ପଠାଯାଇଛି। ସେମାନେ ତାଙ୍କ ଅଧିନରେ ଥିବା ସ୍କୁଲକୁ ଏହି ନମୂନା ପ୍ରଶ୍ନ ପତ୍ର ପଠାଇବେ। ସବୁ ବିଷୟରେ ଗୋଟିଏ ଗୋଟିଏ ସେଟ ନମୂନା ପ୍ରଶ୍ନ ପତ୍ର ଦେବା ପାଇଁ ଏଥିରେ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ଥଗିତ ରହିଲା ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟା

ଭୁବନେଶ୍ବର : ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟା ସ୍ଥଗିତ ରହିଲା । ସ୍ଥଗିତ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଫର୍ମ ପୂରଣ ନେଇ ପରବର୍ତ୍ତୀ ବିଜ୍ଞପ୍ତିରେ ପ୍ରକାଶ କରାଯିବ ।  ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି  ପ୍ରକାଶକୁ ନେଇ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ  ଅସନ୍ତୁଷ୍ଟ ରହିଥିଲେ । ବିନା ପାଠପଢାରେ ପରୀକ୍ଷା ପ୍ରସ୍ତୁତିକୁ ନାପସନ୍ଦ କରାଯାଇଥିଲା ।  ଆଜି ସକାଳେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର ନେଇ ସୂଚନା ଦେବା ସହ ଏନେଇ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି ନିଷ୍ପତ୍ତି ବଦଳିଛି ।

ସୂଚନାଯୋଗ୍ୟ, ନଭେମ୍ବର ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଡିସେମ୍ବର ୯ରୁ ଫର୍ମ ପୂରଣ ଆରମ୍ଭ ହେବ ବୋଲି କୁହାଯାଇଥିଲା। କିନ୍ତୁ ଏଯାଏଁ କରୋନା ଯୋଗୁଁ ରାଜ୍ୟରେ କୌଣସି ସ୍କୁଲ ଖୋଲିପାରିନାହିଁ। ପାଠ ପଢା ନହୋଇ ପରୀକ୍ଷା ପାଇଁ ଫର୍ମ ପୂରଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ସଂଘ ଅସନ୍ତୋଷ ପ୍ରକାଶ କରିଥିଲେ। ଅପରପକ୍ଷରେ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ମଧ୍ୟ ସ୍କୁଲ ନଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏପରି ସ୍ଥିତିରେ ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣକୁ ଘୁଞ୍ଚାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ

ଭୁବନେଶ୍ବର, ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ରହିଛି। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏ ‌ସଂକ୍ରାନ୍ତରେ ସୂଚନା ପ୍ରଦାନ କରାଯାଇଛି। ଜୁଲାଇ ମାସ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି। ଇତିମଧ୍ୟରେ ଖାତାଦେଖା ଶେଷ ହେବା ସହିତ ଟାବୁଲେସନ୍ ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଥିବା ଜଣାପଡିଛି।

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଆସନ୍ତା ଜୁଲାଇ ୩୧ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଫଳ ସୁଦ୍ଧା ପାଇବ ବୋଲି ପୂର୍ବରୁ ସୂଚନା ଦେଇଥିଲେ। ଚଳିତ ବର୍ଷ ୫.୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ଓଡ଼ିଶାରେ ୨ ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ହୋଇଥିଲା । ୧୦୦୦ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । ତେବେ ପରୀକ୍ଷା ପରେ ୬୦ଟି କେନ୍ଦ୍ରରେ ଖାତା ଦେଖା ଚାଲିଥିଲା। ଖାତାଦେଖା ପାଇଁ ୧୫ ହଜାର ଶିକ୍ଷକ ନିଯୁକ୍ତ ହୋଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ମାର୍ଚ୍ଚ 18ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା

ଭୁବନେଶ୍ବର : ସରିଲା ମାଟ୍ରିକ୍ ପରୀକ୍ଷା। ଆସନ୍ତା 18 ତାରିଖରେ ଆରମ୍ଭ ହେବ ଖାତା ଦେଖା। ଖାତା ଦେଖା ପ୍ରକ୍ରିୟାରେ ସାମିଲ୍‌ ହେବେ 15 ହଜାରରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀ । 62ଟି ମୂଲ୍ୟାୟନ କେନ୍ଦ୍ରରେ ଏହି ଖାତା ଦେଖା ହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜାରା। ନୂଆ ପଦ୍ଧତିରେ ପରୀକ୍ଷା ହୋଇଥିବାରୁ ମୂଲ୍ୟାୟନ ପାଇଁ ସମୟ ଲାଗିବ ବୋଲି କହିଛନ୍ତି ବୋର୍ଡ ସଭାପତି । ମୂଲ୍ୟାୟନକୁ ନିର୍ଭୁଲ୍‌ କରିବାକୁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯିବା ବୋଲି କହିଛନ୍ତି ବୋର୍ଡ ସଭାପତି । ଚଳିତ ମାଟ୍ରିକ୍‌ ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯିବା ସହ ହଜାରେ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଥିଲା ।