Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ

ବିଶ୍ୱର ଚତୁର୍ଥ ବୃହତ୍ତମ ଷ୍ଟକ୍ ମାର୍କେଟ୍ ହେଲା ଭାରତୀୟ ଷ୍ଟକ୍ ମାର୍କେଟ୍, ହଂକଂକୁ ପଛରେ ପକାଇ ହାସଲ କଲା ମାଇଲଖୁଣ୍ଟ

ନୂଆଦିଲ୍ଲୀ: ବଜାର ପୁଞ୍ଜିକରଣ ଦୃଷ୍ଟିରୁ ଭାରତୀୟ ଷ୍ଟକ୍ ବଜାର ଏକ ନୂତନ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ସୋମବାର ଷ୍ଟକ୍ ମାର୍କେଟ୍ ବନ୍ଦ ହେବା ପରେ ଘରୋଇ ବଜାରରେ ତାଲିକାଭୁକ୍ତ ଏକ୍ସଚେଞ୍ଜର ମିଳିତ ବଜାର କ୍ୟାପ୍ 4.33 ଟ୍ରିଲିୟନ ଡଲାରକୁ ଛୁଇଁଛି। ତୁଳନାତ୍ମକ ଭାବରେ, ହଂକଂର ଷ୍ଟକ୍ ମାର୍କେଟର ବଜାର କ୍ୟାପ୍ 4.29 ଟ୍ରିଲିୟନ ଡଲାର ସ୍ତରରେ ରହିଛି।

ବ୍ଲୁମବର୍ଗ ତଥ୍ୟ ଅନୁଯାୟୀ ଏହି ଖବର ଆସିଛି। ଦେଶର ଷ୍ଟକ୍ ମାର୍କେଟ ଏବଂ ଏହାର ନିବେଶକମାନଙ୍କ ପାଇଁ ଏହା ଏକ ବଡ଼ ସଫଳତା ଏବଂ ଏହି ଖବର ଘରୋଇ ନିବେଶକଙ୍କ ତଥା ଭାରତର ଅଭିବୃଦ୍ଧି କାହାଣୀ ଉପରେ ବିଦେଶୀ ନିବେଶକଙ୍କ ଆତ୍ମବିଶ୍ୱାସକୁ ଦର୍ଶାଉଛି।

ଭାରତୀୟ ଷ୍ଟକ୍ ମାର୍କେଟ୍ 5 ଡିସେମ୍ବର 2023 ରେ ପ୍ରଥମ ଥର ପାଇଁ 4 ଟ୍ରିଲିୟନ ଡଲାରର ମାର୍କେଟ କ୍ୟାପ୍ ଐତିହାସିକ ଶିଖରକୁ ଛୁଇଁଲା। ଇକ୍ୱିଟି ବଜାରରେ ଖୁଚୁରା ନିବେଶକଙ୍କ କ୍ରମାଗତ ଭାବରେ ବୃଦ୍ଧି ହେତୁ ଷ୍ଟକ୍ ମାର୍କେଟର ପୁଞ୍ଜି ବିନିଯୋଗ ପରିସର ଅଧିକ ଶକ୍ତିଶାଳୀ ହୋଇଛି ଏବଂ ଷ୍ଟକ୍ ମାର୍କେଟରେ ଗୋଟିଏ ପରେ ଗୋଟିଏ ଚମତ୍କାର ରାଲି ଦେଖାଯାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଜି ସେୟାର ବଜାରରେ ପଜେଟିଭ୍, ସେନ୍ସେକ୍ସ ୧୪୦ ପଏଣ୍ଟରୁ ଅଧିକ କାରାବାର

ମୁମ୍ବାଇ : ଭାରତୀୟ ପ୍ରମୁଖ ଇକ୍ୱିଟି ସୂଚକାଙ୍କ ମଙ୍ଗଳବାର ଦିନ ଏକ ଭଲ କାରାବାରରେ ଖୋଲିଛି। ସେନ୍ସେକ୍ସ ୧୪୦ ପଏଣ୍ଟରୁ ଅଧିକ କାରବାର କରିଛି। ମୁଖ୍ୟତଃ ଟେଲିକମ୍ ଏବଂ ଅଟୋ ଷ୍ଟକରେ ଭଲ କ୍ରୟ ଦେଖିବାକୁ ମିଳିଛି

AGR ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାୟ ଆସିବାକୁ ଥିବା ବେଳେ ଟେଲିକମ୍ ଷ୍ଟକ୍ ବୃଦ୍ଧି ପାଇଛି। ଦିନ ପ୍ରାୟ ୧୦.୨୭ ରେ, ସେନ୍ସେକ୍ସ ୩୮,୭୭୫.୯୯ ରେ କାରବାର କରିଥିଲା, ଯାହାକି ୧୪୭.୭୦ ପଏଣ୍ଟ କିମ୍ବା ୩୮,୬୨୮.୨୯ ର ପୂର୍ବଦିନ ଠାରୁ ୦.୩୮ ପ୍ରତିଶତ ଅଧିକ ଥିଲା।

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ନିଫ୍ଟ ୫୦ ୧୧,୪୩୨.୯୫ ରେ କାରବାର କରିଥିଲା, ଯାହା ପୂର୍ବ ବନ୍ଦ ଠାରୁ ୪୫.୪୫ ପଏଣ୍ଟ କିମ୍ବା ୦.୪ ପ୍ରତିଶତ ଅଧିକ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ

ଭୁବନେଶ୍ବର, ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ରହିଛି। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏ ‌ସଂକ୍ରାନ୍ତରେ ସୂଚନା ପ୍ରଦାନ କରାଯାଇଛି। ଜୁଲାଇ ମାସ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି। ଇତିମଧ୍ୟରେ ଖାତାଦେଖା ଶେଷ ହେବା ସହିତ ଟାବୁଲେସନ୍ ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଥିବା ଜଣାପଡିଛି।

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଆସନ୍ତା ଜୁଲାଇ ୩୧ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଫଳ ସୁଦ୍ଧା ପାଇବ ବୋଲି ପୂର୍ବରୁ ସୂଚନା ଦେଇଥିଲେ। ଚଳିତ ବର୍ଷ ୫.୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ଓଡ଼ିଶାରେ ୨ ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ହୋଇଥିଲା । ୧୦୦୦ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । ତେବେ ପରୀକ୍ଷା ପରେ ୬୦ଟି କେନ୍ଦ୍ରରେ ଖାତା ଦେଖା ଚାଲିଥିଲା। ଖାତାଦେଖା ପାଇଁ ୧୫ ହଜାର ଶିକ୍ଷକ ନିଯୁକ୍ତ ହୋଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଫେବୃଆରୀ 19ରୁ ମାଟ୍ରିକ୍‌ ପରୀକ୍ଷା :  ଚଳିତ ବର୍ଷ ପରୀକ୍ଷା ଦେବେ 5 ଲକ୍ଷ 60 ହଜାର 891ଜଣ ପରୀକ୍ଷାର୍ଥୀ

ସମୀକ୍ଷା ବ୍ୟୁରୋ

କଟକ : ଚଳିତ ବର୍ଷ ଫେବୃଆରୀ 19ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବ । ଚଳିତ ଥର 5 ଲକ୍ଷ 60 ହଜାର 891 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏହା ମାର୍ଚ୍ଚ ଦୁଇ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।  ପରୀକ୍ଷା ନିମନ୍ତେ 307 ନୋଡାଲ ସେଣ୍ଟର ଓ 2888 ପରୀକ୍ଷା କେନ୍ଦ୍ର ଧାର୍ଯ୍ୟ ହୋଇଛି ।  ସମ୍ବେଦନଶୀଳ 1ହଜାର କେନ୍ଦ୍ରରେ ସିସିଟିଭି ଲଗାଇବା ପାଇଁ କାର୍ଯ୍ୟ ଜାରି କରାଯାଇଛି । 22 ପୋଲିସ ଷ୍ଟେସନକୁ ମଧ୍ୟ ନୋଡାଲ ସେଣ୍ଟର କରିବାକୁ ନିଷ୍ପତ୍ତି ହୋଇଛି ।  ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ଼ ବ୍ୟବସ୍ଥା ମଧ୍ୟ କରାଯାଇଛି । ନୋଡାଲ ସେଣ୍ଟର ଗୁଡ଼ିକରେ 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ସମସ୍ତ ପରୀକ୍ଷା ସକାଳ 10ଟାରୁ 12.30ଯାଏଁ ହେବ । କେବଳ ଗଣିତ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଅଧିକ 15 ମିନିଟ୍‌ ସମୟ ମିଳିବ ।

Categories
ଆଜିର ଖବର ବ୍ୟବସାୟ

ଭାରତୀୟ ସେୟାର ବଜାର ଉପର ତୈଳଦରର ପ୍ରଭାବ : 700 ପଏଣ୍ଟ ତଳକୁ ଖସିଲା ସେନସେକ୍ସ

ମୁମ୍ବାଇ,06/01: ଇରାନ୍‌ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭାରତୀୟ ସେୟାର ବଜାର ଉପରେ ଏହାର ପ୍ରଭାବ ପଡିଛି । ଏହି ପ୍ରଭାବରେ ଭାରତୀୟ ସେୟାର ବଜାର 700 ପଏଣ୍ଟ ତଳକୁ ଖସିଥିବା ବେଳେ ନିବେଶକଙ୍କୁ ବହୁତ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି । ସେନସେକ୍ସ 700 ପଏଣ୍ଟ ତଳକୁ ଖସି 40830.72 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 195.55 ପଏଣ୍ଟ ତଳକୁ ଖସି 12031.10 ପଏଣ୍ଟରେ ପହଞ୍ଚିଛି । ଇରାନ୍‌ ବିଶ୍ବର ତୈଳ ବଜାରକୁ ନିୟନ୍ତ୍ରଣ କରୁଥିବା ବେଳେ ଆମେରିକା ସହିତ ଆକ୍ରମଣ ସମ୍ଭବନା ଫଳରେ ଅଶୋଧିତ ତୈଳ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି । ସେହିପରି ଡଲାର ମୂଲ୍ୟ ତୁଳନାରେ ଭାରତୀୟ ମୁଦ୍ରା 25 ପଇସା ଦୁର୍ବଳ ହୋଇଛି । (ଏଜେନ୍ସୀ)

Categories
ଆଜିର ଖବର

10 ଲକ୍ଷ କୋଟିର ବ୍ୟବସାୟ ଛୁଇଁଲା ରିଲାଏନ୍ସ

ମୁମ୍ବାଇ,28/11: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଏକ ନୂତନ ମାଇଲଖୁଣ୍ଟ ଛୁଇଁଛି । ପ୍ରଥମ ଭାରତୀୟ କମ୍ପାନୀ ଭାବରେ 10 ଲକ୍ଷ କୋଟିର ବ୍ୟବସାୟ ହାସଲରେ ସଫଳ ହୋଇଛି ରିଲାଏନ୍ସ । ପୂର୍ବରୁ ରିଲାଏନ୍ସର ବଜାର ଆୟତନ 9 କୋଟି 95 ଲକ୍ଷ 083 ହଜାର ଛୁଇଁଥିବା ବେଳେ ପ୍ରଥମ ଥର ପାଇଁ ଏହା 10 ଲକ୍ଷ କୋଟି ଛୁଇଁଛି । ଏହା ସହିତ ରିଲାଏନ୍ସ ନିଜକୁ ଦେଶର ଅନ୍ୟତମ ଅଗ୍ରଣୀ କମ୍ପାନୀ ଭାବରେ ଅବସ୍ଥାପିତ କରିବା ସହିତ ଦେଶର ଏକ ନମ୍ବର କମ୍ପାନୀର ମାନ୍ୟତା ହାସଲ କରିଛି । ରିଲାଏନ୍ସ ପଛକୁ ଟିସିଏସ୍‌ର ବଜାର ଆୟତନ 7.84 ଲକ୍ଷ କୋଟି ରହିଛି । ଶ୍ରେଷ୍ଠ 7ଟି ସ୍ଥାନ ମଧ୍ୟରେ ରହିଥିବା ଅନ୍ୟ କମ୍ପାନୀ ଗୁଡିକ ହେଉଛନ୍ତି ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ହିନ୍ଦୁସ୍ତାନ ୟୁନିଲିଭର, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ । ରିଲାଏନ୍ସର ଏହି ନୂତନ ମାଇଲଖୁଣ୍ଟର ପ୍ରଭାବ ସେୟାର ବଜାରରେ ଦେଖିବାକୁ ମିଳିଛି । ରିଲାଏନ୍ସର ଅଂଶଧନର ମୂଲ୍ୟ 1575.70ରୁ ବୃଦ୍ଧି ପାଇ 2081.00 ଟଙ୍କାରେ ପହଞ୍ଚିଛି । (ଏଜେନ୍ସୀ)

Categories
ଆଜିର ଖବର

300 ପଏଣ୍ଟ ଉପରକୁ ଉଠିଲା ସେନସେକ୍ସ

ଭାରତୀୟ ସେୟାର ବଜାରରେ ଅଦ୍ଭୂତପୂର୍ବ ସଫଳତା ଦେଖିବାକୁ ମିଳିଛି । ସେନ୍‌ସେକ୍ସ 300 ପଏଣ୍ଟ ଉପରକୁ ଉଠିବା ସହିତ ଏକ ନୂତନ ମାଇଲଖୁଣ୍ଟ ଛୁଇଁଛି । 346 ପଏଣ୍ଟ ଉପରକୁ ଉଠିବା ସହିତ ସେନସେକ୍ସ 40816 ପଏଣ୍ଟରେ ପହଞ୍ଚିଛି । ସେହିପରି ନିଫ୍‌ଟି 50 ମଧ୍ୟ 12 ହଜାର ପଏଣ୍ଟ ଅତିକ୍ରମ କରିଛି । ଏହି ସମୟରେ ରିଲାଏନ୍ସ ସବୁଠାରୁ ଅଧିକ ଲାଭ ହାସଲକାରୀ କମ୍ପାନୀ ରହିଥିଲା । ରିଲାଏନ୍ସର ଅଂଶଧନ ମୂଲ୍ୟରେ 4.05 ପ୍ରତିଶତ ଅଭିବୃଦ୍ଧି ଘଟିଛି । ରିଲାଏନ୍ସ ବ୍ୟତିତ ଇଣ୍ଡସଇଣ୍ଡ ବ୍ୟାଙ୍କ, ସନ୍‌ ଫାର୍ମା, ଡ.ରେଡ୍ଡୀ, ଏଲ୍‌ ଆଣ୍ଡଟି ଏବଂ କୋଲ ଇଣ୍ଡିଆର ଅଂଶଧନରେ ନିବେଶକଙ୍କୁ ଫାଇଦା ମିଳିଥିଲା ।

Categories
ଆଜିର ଖବର

ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍‌କୁ ଖଣ୍ଡନ କଲେ ବୋର୍ଡ କର୍ତ୍ତୃପକ୍ଷ

ମାଟ୍ରିକ ପରୀକ୍ଷାରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣାକୁ ବୋର୍ଡ ସଭାପତି ଜାହାନ ଆରା ବେଗମ ଖଣ୍ଡନ କରିଛନ୍ତି । ବୋର୍ଡର ପ୍ରଶ୍ନପତ୍ର ଏବଂ ଭାଇରାଲ୍‌ ପ୍ରଶ୍ନପତ୍ର ସହ ମେଳ ଖାଉ ନାହିଁ । ଏହା ସମ୍ପୂର୍ଣ୍ଣ ଅଲଗା । କିଛି ଲୋକଙ୍କ ବଦମାସୀ କାରଣରୁ ଏହା ହେଉଛି । ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଏହା ଉପରେ ଦୃଷ୍ଟି ନ ଦେଇ ପରୀକ୍ଷା ଉପରେ ଧ୍ୟାନ ଦେବାକୁ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ତେବେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିବସରେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ହେବା ଘଟଣାରେ ବୋର୍ଡ ପକ୍ଷରୁ କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୭ଜଣଙ୍କୁ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ, ୨୨ ତାରିଖରେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ତେବେ ପରୀକ୍ଷା ଚାଲିଥିବା ବେଳେ ନୂଆପଡ଼ା, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାରେ ଓଡ଼ିଆ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ବୁଲୁଥିବା ଦେଖିବାକୁ ମିଳିଥିଲା।