ଫେବୃଆରୀ 19ରୁ ମାଟ୍ରିକ୍‌ ପରୀକ୍ଷା :  ଚଳିତ ବର୍ଷ ପରୀକ୍ଷା ଦେବେ 5 ଲକ୍ଷ 60 ହଜାର 891ଜଣ ପରୀକ୍ଷାର୍ଥୀ

Published: Feb 3, 2020, 3:26 pm IST

ସମୀକ୍ଷା ବ୍ୟୁରୋ

କଟକ : ଚଳିତ ବର୍ଷ ଫେବୃଆରୀ 19ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବ । ଚଳିତ ଥର 5 ଲକ୍ଷ 60 ହଜାର 891 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏହା ମାର୍ଚ୍ଚ ଦୁଇ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।  ପରୀକ୍ଷା ନିମନ୍ତେ 307 ନୋଡାଲ ସେଣ୍ଟର ଓ 2888 ପରୀକ୍ଷା କେନ୍ଦ୍ର ଧାର୍ଯ୍ୟ ହୋଇଛି ।  ସମ୍ବେଦନଶୀଳ 1ହଜାର କେନ୍ଦ୍ରରେ ସିସିଟିଭି ଲଗାଇବା ପାଇଁ କାର୍ଯ୍ୟ ଜାରି କରାଯାଇଛି । 22 ପୋଲିସ ଷ୍ଟେସନକୁ ମଧ୍ୟ ନୋଡାଲ ସେଣ୍ଟର କରିବାକୁ ନିଷ୍ପତ୍ତି ହୋଇଛି ।  ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ଼ ବ୍ୟବସ୍ଥା ମଧ୍ୟ କରାଯାଇଛି । ନୋଡାଲ ସେଣ୍ଟର ଗୁଡ଼ିକରେ 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ସମସ୍ତ ପରୀକ୍ଷା ସକାଳ 10ଟାରୁ 12.30ଯାଏଁ ହେବ । କେବଳ ଗଣିତ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଅଧିକ 15 ମିନିଟ୍‌ ସମୟ ମିଳିବ ।

Related posts