ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍‌କୁ ଖଣ୍ଡନ କଲେ ବୋର୍ଡ କର୍ତ୍ତୃପକ୍ଷ

Published: Feb 25, 2019, 7:13 pm IST
bse denies viral of examination paper

ମାଟ୍ରିକ ପରୀକ୍ଷାରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣାକୁ ବୋର୍ଡ ସଭାପତି ଜାହାନ ଆରା ବେଗମ ଖଣ୍ଡନ କରିଛନ୍ତି । ବୋର୍ଡର ପ୍ରଶ୍ନପତ୍ର ଏବଂ ଭାଇରାଲ୍‌ ପ୍ରଶ୍ନପତ୍ର ସହ ମେଳ ଖାଉ ନାହିଁ । ଏହା ସମ୍ପୂର୍ଣ୍ଣ ଅଲଗା । କିଛି ଲୋକଙ୍କ ବଦମାସୀ କାରଣରୁ ଏହା ହେଉଛି । ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଏହା ଉପରେ ଦୃଷ୍ଟି ନ ଦେଇ ପରୀକ୍ଷା ଉପରେ ଧ୍ୟାନ ଦେବାକୁ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ତେବେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିବସରେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ହେବା ଘଟଣାରେ ବୋର୍ଡ ପକ୍ଷରୁ କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୭ଜଣଙ୍କୁ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ, ୨୨ ତାରିଖରେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ତେବେ ପରୀକ୍ଷା ଚାଲିଥିବା ବେଳେ ନୂଆପଡ଼ା, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାରେ ଓଡ଼ିଆ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ବୁଲୁଥିବା ଦେଖିବାକୁ ମିଳିଥିଲା।

Related posts