ମାର୍ଚ୍ଚ 18ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା

Published: Mar 2, 2020, 2:11 pm IST

ଭୁବନେଶ୍ବର : ସରିଲା ମାଟ୍ରିକ୍ ପରୀକ୍ଷା। ଆସନ୍ତା 18 ତାରିଖରେ ଆରମ୍ଭ ହେବ ଖାତା ଦେଖା। ଖାତା ଦେଖା ପ୍ରକ୍ରିୟାରେ ସାମିଲ୍‌ ହେବେ 15 ହଜାରରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀ । 62ଟି ମୂଲ୍ୟାୟନ କେନ୍ଦ୍ରରେ ଏହି ଖାତା ଦେଖା ହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜାରା। ନୂଆ ପଦ୍ଧତିରେ ପରୀକ୍ଷା ହୋଇଥିବାରୁ ମୂଲ୍ୟାୟନ ପାଇଁ ସମୟ ଲାଗିବ ବୋଲି କହିଛନ୍ତି ବୋର୍ଡ ସଭାପତି । ମୂଲ୍ୟାୟନକୁ ନିର୍ଭୁଲ୍‌ କରିବାକୁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯିବା ବୋଲି କହିଛନ୍ତି ବୋର୍ଡ ସଭାପତି । ଚଳିତ ମାଟ୍ରିକ୍‌ ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯିବା ସହ ହଜାରେ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଥିଲା ।

Related posts