Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମଣିଷ ସଭ୍ୟତାକୁ ନିଶ୍ଚିହ୍ନ କରିଦେବ ଏଆଇ, ଆଗାମୀ ୩ ବର୍ଷରେ ନିଷ୍ପତ୍ତି ନିଜେ ନେବ, ନିୟନ୍ତ୍ରଣ ବାହାରକୁ ଚାଲିଯିବ
ବିଶେଷ ଖବର

ମଣିଷ ସଭ୍ୟତାକୁ ନିଶ୍ଚିହ୍ନ କରିଦେବ ଏଆଇ, ଆଗାମୀ ୩ ବର୍ଷରେ ନିଷ୍ପତ୍ତି ନିଜେ ନେବ, ନିୟନ୍ତ୍ରଣ ବାହାରକୁ ଚାଲିଯିବ

November 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
AI will wipe out human civilization; within the next 3 years, it will start making its own decisions and go beyond our control.
AI will wipe out human civilization; within the next 3 years, it will start making its own decisions and go beyond our control.

ନୂଆଦିଲ୍ଲୀ : ଏଆଇ’ର ଗଡଫାଦର ବିବେଚିତ ହେଉଥିବା ନୋବେଲ ବିଜେତା ଜେଫ୍ରି ହିଣ୍ଟନ ଭବିଷ୍ୟତକୁ ନେଇ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ “ଆଗାମୀ ୩ ବର୍ଷରେ ଏଆଇ ମଣିଷ ଜାତିକୁ ଶେଷ କରିପାରେ।”

ପୂର୍ବରୁ ଏହା ୧୦ ବର୍ଷରେ ମଣିଷ ଠାରୁ ସ୍ମାର୍ଟ ହେବ ବୋଲି କୁହାଯାଉଥିଲା, କିନ୍ତୁ ଏବେ ମାତ୍ର ୧୮ ମାସରେ ତାହା ସମ୍ଭବ ହୋଇପାରେ, ଯାହାକି ସମଗ୍ର ମାନବ ସଭ୍ୟତା ପାଇଁ ଏକ ବହୁତ ବଡ଼ ବିପଦ। ଏଆଇ ସୁରକ୍ଷା ବିଶେଷଜ୍ଞମାନଙ୍କ ଏକ ବୈଠକରେ ସେ ଏହି କଥା କହିଛନ୍ତି।

ସୂଚନାଯୋଗ୍ୟ ଯେ, ତାଙ୍କୁ ଅକ୍ଟୋବର ୨୦୨୪ରେ ପଦାର୍ଥ ବିଜ୍ଞାନ (ଫିଜିକ୍ସ) ପାଇଁ ନୋବେଲ ପୁରସ୍କାର ମିଳିସାରିଛି।ସେହିପରି ସୁରକ୍ଷା ବିଶେଷଜ୍ଞ ତଥା ଆଲାଇନମେଣ୍ଟ ରିସର୍ଚ୍ଚ ସେଣ୍ଟରର ପ୍ରତିଷ୍ଠାତା ପଲ୍ କ୍ରିଷ୍ଟିଆନୋ ମଧ୍ୟ କହିଛନ୍ତି ଯେ ଆଗାମୀ ୩ ବର୍ଷରେ ଏଆଇ ଉପରୁ ମଣିଷର ନିୟନ୍ତ୍ରଣ ଶେଷ ହେବାର ଆଶଙ୍କା ୧୫% ରହିଛି। ଏହା ନିଜେ ନିଷ୍ପତ୍ତି ନେଇ ସରକାର ଓ ଗୁରୁତ୍ୱପୂର୍ଣ୍ଣ ସିଷ୍ଟମ ଉପରେ କବ୍‌ଜା କରିପାରେ। ଏଆଇ ନିଜେ ନୂଆ ଅସ୍ତ୍ରଶସ୍ତ୍ର, ଡ୍ରୋନ୍ ଏବଂ ଜୈବିକ ଅସ୍ତ୍ର ତିଆରି କରିନେବ। ସାମାନ୍ୟତମ ବିଚ୍ୟୁତି ହେଲେ ଅର୍ଥାତ୍ ଏହା ଉପରେ ନିୟନ୍ତ୍ରଣ ହରାଇଲେ ଏହା ଏକ ଭୟଙ୍କର ସ୍ଥିତି ଉତ୍ପନ୍ନ କରିଦେବ।

କ୍ରିଷ୍ଟିଆନୋଙ୍କ ଅନୁଯାୟୀ, ଏହା ଡ୍ରୋନ୍ ଏବଂ ରୋବଟ୍ ସହାୟତାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ଦଖଲ କରିବାକୁ ଚେଷ୍ଟା କରିପାରେ। ବିପଜ୍ଜନକ ଜୈବିକ ଅସ୍ତ୍ର (ବାୟୋଲୋଜିକାଲ୍ ୱିପନ୍ସ) ତିଆରି କରିବାରେ ମଧ୍ୟ ଏଆଇର ବ୍ୟବହାର ହୋଇପାରେ। ଯଦି ଏଆଇ ନିଜ ନିଷ୍ପତ୍ତି ନିଜେ ନେବା ଆରମ୍ଭ କରେ ଏବଂ ମଣିଷକୁ ନିଜ କାମରେ ବାଧକ ଭାବେ ଦେଖେ, ତେବେ ତାକୁ ରୋକିବା କଷ୍ଟକର ହୋଇପଡ଼ିବ। ଏତଦ୍‌ବ୍ୟତୀତ ଏଆଇ ବିଶେଷଜ୍ଞ ଡାରିଓ ଆମୋଡେଇଙ୍କ ମତରେ, ଆଗାମୀ ୫ ବର୍ଷରେ ଏଆଇ କାରଣରୁ ଏଣ୍ଟ୍ରି-ଲେଭଲର ଅଧା ଚାକିରି ଶେଷ ହୋଇଯିବ ଏବଂ ବେକାରୀ ହାର ୨୦% ଛୁଇଁପାରେ।

ସୂଚନାଯୋଗ୍ୟ, ନିକଟରେ ଅର୍ଥାତ୍ ଜୁଲାଇ ୨୦୨୬ରେ ଏକ ପରୀକ୍ଷଣ ପ୍ରକ୍ରିୟା ସମୟରେ ଓପନ୍ ଏଆଇ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଦୁଇଟି ଏଆଇ ମଡେଲ୍ ଜାଣିଶୁଣି ଟେଷ୍ଟିଂରୁ ବାହାରି ପଳାଇଥିଲେ ଏବଂ ଚୋରି ହୋଇଥିବା ଲଗ୍ ଇନ୍ ତଥ୍ୟ ବ୍ୟବହାର କରି ବିନା କୌଣସି ମାନବୀୟ ହସ୍ତକ୍ଷେପରେ ଏଆଇ କମ୍ପାନୀ “ହଗିଂ ଫେସ୍‌’ର ସର୍ଭର ପର୍ଯ୍ୟନ୍ତ ପହଞ୍ଚିଯାଇଥିଲେ। ସେହିପରି ଅନ୍ୟତମ ଏଆଇ କମ୍ପାନୀ ଆନ୍ଥ୍ରୋପିକ୍‌ର ପରୀକ୍ଷଣରେ “କ୍ଲଡ୍ ଓପସ୍ ୪’ ମଡେଲ୍ ନିଜକୁ ବନ୍ଦ ହେବାରୁ ବଞ୍ଚାଇବା ପାଇଁ ଜଣେ ଅଧିକାରୀଙ୍କ ବ୍ୟକ୍ତିଗତ ସମ୍ପର୍କର ତଥ୍ୟ ଲିକ୍ କରିବାକୁ ଧମକ ଦେଇଥିଲା। ଯଦିଓ ଆମେରିକା ଏବଂ ଭାରତରେ ଏଆଇକୁ ନେଇ ନୂଆ ନିୟମ ଓ ମାର୍ଗଦର୍ଶିକା ଉପରେ କାମ ଚାଲିଛି, କିନ୍ତୁ ଏପର୍ଯ୍ୟନ୍ତ ସାରା ବିଶ୍ୱରେ ଏଆଇ ପାଇଁ କୌଣସି ଏକକ ଓ କଠୋର ନିୟମ ପ୍ରଣୟନ ହୋଇନାହିଁ। ଅନ୍ୟପକ୍ଷେ ଏଆଇ ଏବେ ନିଜକୁ ଲଗାତାର ଭାବେ ଉନ୍ନତରୁ ଉନ୍ନତତର କରିବାରେ ଲାଗିପଡ଼ିଛି। ସେ ନିଜର ତ୍ରୁଟି ଧରୁଛି ଏବଂ ନିଜେ ତାକୁ ସୁଧାରୁଛି। ଅର୍ଥାତ୍ ଏଥିରେ ମଣିଷର ଆବଶ୍ୟକତା କମିବାରେ ଲାଗିଛି। ନୂଆ ଏଆଇ ମଡେଲଗୁଡ଼ିକ ନିଜର ଚିନ୍ତାଧାରା ଏବଂ ତର୍କକୁ ଲୁଚାଇବାରେ ଅଧିକ ଦକ୍ଷ ହେଉଛନ୍ତି, ଯାହାଫଳରେ ସେମାନଙ୍କ ଉପରେ ନଜର ରଖିବା କଷ୍ଟକର ହୋଇପଡ଼ୁଛି।

ଏଆଇ ନୋବେଲ ବିଜେତା ଜେଫ୍ରି ହିଣ୍ଟନ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୭ ପଞ୍ଜାବ ନିର୍ବାଚନ ପୂର୍ବରୁ ନୂଆ ସମୀକରଣ, SAD-BJP ମେଣ୍ଟକୁ ନେଇ ବଢ଼ିଲା ଚର୍ଚ୍ଚା

November 14, 2026

PUC ନଥିଲେ ମିଳିବନି ପେଟ୍ରୋଲ-ଡିଜେଲ! ନଭେମ୍ବର ୧୫ରୁ ନୂଆ ନିୟମ, ଧରାପଡ଼ିଲେ ୧୦ ହଜାର ଜରିମାନା

November 14, 2026

ମହାଦେବ ବେଟିଂ ଆପ୍‌ ମାମଲା: ୬ଟି ରାଜ୍ୟରେ ସିବିଆଇ ଚଢ଼ାଉ

November 14, 2026

ବଲାଙ୍ଗୀରରୁ ନୂଆ ଆବାସ ବଣ୍ଟନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

November 14, 2026
Latest News

ମଣିଷ ସଭ୍ୟତାକୁ ନିଶ୍ଚିହ୍ନ କରିଦେବ ଏଆଇ, ଆଗାମୀ ୩ ବର୍ଷରେ ନିଷ୍ପତ୍ତି ନିଜେ ନେବ, ନିୟନ୍ତ୍ରଣ ବାହାରକୁ ଚାଲିଯିବ

November 14, 2026

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍ ଦେଲା ଭାରତ! ୯ ୱିକେଟ୍ ହରାଇ ଜିତିଲା ଅଣ୍ଡର-୧୯ ଏସିଆ କପ୍‌, ହିରୋ ସାଜିଲେ ମୋହିତ

November 14, 2026

୨୦୨୭ ପଞ୍ଜାବ ନିର୍ବାଚନ ପୂର୍ବରୁ ନୂଆ ସମୀକରଣ, SAD-BJP ମେଣ୍ଟକୁ ନେଇ ବଢ଼ିଲା ଚର୍ଚ୍ଚା

November 14, 2026

PUC ନଥିଲେ ମିଳିବନି ପେଟ୍ରୋଲ-ଡିଜେଲ! ନଭେମ୍ବର ୧୫ରୁ ନୂଆ ନିୟମ, ଧରାପଡ଼ିଲେ ୧୦ ହଜାର ଜରିମାନା

November 14, 2026

ରୋଷେଇ କରୁଥିବା ବେଳେ ଅଘଟଣ, ନିଆଁରେ ଜଳିଗଲା ମହିଳାଙ୍କ ଜୀବନ

November 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.