Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଓ ଗ୍ରନ୍ଥାଗାର ସୂଚନା ବିଜ୍ଞାନୀ ଡ଼ଃ ଦେଶରାଜ କାଳିଆଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ୧୬୨ତମ ଜୟନ୍ତୀ ଓ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ପ୍ରଥମ ନିର୍ଦ୍ଦେଶକ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଗ୍ରନ୍ଥାଗାର ସୂଚନା ବିଜ୍ଞାନୀ ଡ଼ଃ ଦେଶରାଜ କାଳିଆଙ୍କ ୧୯ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଛି। ଏହି ଉପଲକ୍ଷେ ରାଜ୍ୟ ଗ୍ରନ୍ଥାଗାରରେ ଏକ ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।

ଏହି ଉତ୍ସବରେ ଓଡିଆ ଭାଷି, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାଏ ମୁଖ୍ୟ ଅତିଥିଭାବେ ଯୋଗଦେଇ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ। ଆଗାମୀ ଦିନରେ ଖ୍ୟାତିସମ୍ପର୍ନ୍ନ କବି, ଲେଖକ ସାହିତି୍ୟକ, ସ୍ୱାଧୀନତା ସଂଗ୍ରାମୀ, ବରପୁତ୍ରଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହ ପ୍ରତିମାସରେ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜନ କରିବା ସଂପର୍କରେ ପରାମର୍ଶ ଦେଇଥିଲେ। ଏତଦ୍‌ବ୍ୟତୀତ ବିଦ୍ୟାର୍ଥୀମାନଙ୍କୁ ନିୟମିତ ଭାବେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାର୍ଗଦର୍ଶନ ସହିତ ପାଠାଗାର ଭିତ୍ତିଭୂମି ଉନ୍ନୟନ କରାଯିବାକୁ କହିଥିଲେ। ଏହି ଅବସରରେ ଗ୍ରନ୍ଥାଗାରର ଦିବଙ୍ଗତ କର୍ମଚାରୀ ରବୀନ୍ଦ୍ର ଭୋଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧିକାରୀ ଲଷ୍ମୀଧର ବେହେରା ସଂଯୋଜନା କରିଥିବାବେଳେ ଗ୍ରନ୍ଥାଗାରିକ ସଙ୍ଘମିତ୍ରା ସାହୁ, ରୁଦ୍ରପ୍ରସାଦ ବେହେରା, ସଳିତା ପାତ୍ର, ବିଦ୍ୟାଧର ପଣ୍ଡା, ମଂଜୁରାଣୀ ମୁଦୁଲିଙ୍କ ସହ କର୍ମଚାରୀ ଓ ପାଠକ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଜୟନ୍ତୀ ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଅଲଚିକି ଲିପିର ଉଦ୍‌ଭାବକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୮ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ନିଳାଦ୍ରୀବିହାର ସୀତାନାଥ ବସ୍ତିସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭାବପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ଖୋର୍ଦ୍ଧା ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ପ୍ରାଧ୍ୟାପକ ଡଃ ରଙ୍ଗାଧର ସାହୁ, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, କର୍ପୋରେଟର ମୋନାଲିସା ସାହୁ, ଜୟ ଓଡ଼ିଶା, ଉଇ ଫର ଭୁବନେଶ୍ୱର, ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ, ବହୁ ଆଦିବାସୀ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ନିଜ ବକ୍ତବ୍ୟରେ ସାନ୍ତାଳି ଭାଷାର ଅଲଚିକି ଲିପି ଉଦ୍‌ଭାବନ କରି ପଣ୍ଡିତ ରଘୁନାଥ ମୁର୍ମୁ ଭାଷାର ବିକାଶ ଦିଗରେ ଯେଉଁ ଭୂମିକା ଗ୍ରହଣ କରିଛନ୍ତି ତାହା ତାଙ୍କୁ ଚିରସ୍ମରଣୀୟ କରି ରଖିବ।

ବିଶ୍ୱରେ ଦିନକୁ ଦିନ ବହୁ ଭାଷା ଅସ୍ତିତ୍ୱ ହରାଉଥିଲା ବେଳେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅଲଚିକି ଲିପି ମାଧ୍ୟମରେ ସାନ୍ତାଳି ଭାଷା ଓଡ଼ିଶା, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ସହ ସମଗ୍ର ଦେଶରେ ଆଦୃତ ହୋଇପାରିଛି। ସାନ୍ତାଳି ଭାଷା ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମଧ୍ୟ ସ୍ଥାନିତ ହୋଇଅଛି ବୋଲି ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ନବ ନିଯୁକ୍ତ ନିର୍ଦ୍ଦେଶକ ଶ୍ରୀ ରାଉତରାୟଙ୍କୁ ମା’ମାନଙ୍କ ଦ୍ୱାରା ବନ୍ଦାବନା କରାଯାଇ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ନିର୍ଦ୍ଦେଶକ ଶ୍ରୀ ରାଉତରାୟ ନିଜ ବକ୍ତବ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଭାଷାର ସୁରକ୍ଷା ସହିତ ତାହାର ବିକାଶ ନିମନ୍ତେ ଉଦ୍ୟମ କରାଯିବ ଏବଂ ମାତୃଭାଷାରେ ଯେପରି ଲୋକେ ଲେଖିବା, ପଢିବା ଓ କହିବା ପାଇଁ ଆଗ୍ରହ ପ୍ରକାଶ କରିବେ, ସେଥିପାଇଁ ଉଦ୍ୟମ କରାଯିବ। ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତି ବିକାଶ ଦିଗରେ ବିଭାଗ ନିରନ୍ତର ଉଦ୍ୟମ କରିବା ସହ ସେଥିପାଇଁ ଆକ୍ସନପ୍ଲାନ୍ ମଧ୍ୟ ପ୍ରସ୍ତୁତ କରିବ।

ଦେଶ, ଜାତି ଓ ସମାଜ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିଥିବା ବରପୁତ୍ରମାନଙ୍କୁ ମନେପକାଇ ତାଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବରେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ପଲ୍ଲୀଗ୍ରାମଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ବ୍ୟବସ୍ଥା କରାଯିବ ଓ ପୂଜ୍ୟପୂଜାକୁ ଅଧିକ ବ୍ୟାପକ କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ରାଜ୍ୟରେ ପାଠାଗାର ଆନ୍ଦୋଳନକୁ ମଧ୍ୟ ସକ୍ରିୟ କରାଯିବ। ରାଜ୍ୟରେ ପଠନ ପ୍ରବୃତ୍ତି ବୃଦ୍ଧି ପାଇଁ ସମସ୍ତେ ସମ୍ମିଳିତ ଭାବରେ ଉଦ୍ୟମ କରିବା ସହିତ ଶୁଦ୍ଧ ଓଡ଼ିଆ କହିବା, ଲେଖିବା ଓ ପଢିବା ପାଇଁ ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମାରେ ସମସ୍ତେ ଶପଥ ନେବା ଆବଶ୍ୟକ ବୋଲି ଆହ୍ୱାନ ଜଣାଇଥିଲେ।

ଏହି ଅବସରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ପୂଜାର୍ଚ୍ଚନା କରି ଦୀପଦାନ କରୁଥିବା ମା’ ମାନଙ୍କ ସହିତ ସ୍ଥାନୀୟ କର୍ପୋରେଟର, ବିଭିନ୍ନ ଆଦିବାସୀ ମୁରବୀମାନଙ୍କୁ ନିର୍ଦ୍ଦେଶକ ଶ୍ରୀ ରାଉତରାୟ କୃତଜ୍ଞତା ଜଣାଇ ସେମାନଙ୍କୁ ସମ୍ମାନିତ କରିଥିଲେ। ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଧିରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀ: ବୃହତ୍‍ ଛାତ୍ରବୃତ୍ତି ପ୍ରତିବଦ୍ଧତା ଘୋଷଣା କରୁଛି ରିଲାଏନ୍ସ ଫାଉଣ୍ଡେସନ

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ପ୍ରତିଷ୍ଠାତା-ଚେୟାରମ୍ୟାନ୍‍ ଧିରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ ଆଗାମୀ ୧୦ ବର୍ଷରେ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବ। ଭାରତରେ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ। ଏହି ଛାତ୍ରବୃତ୍ତି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଯୁବବର୍ଗଙ୍କ ନିମନ୍ତେ ରହିଥିବା ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି।

୨୦୨୨-୨୩ ଶିକ୍ଷାବର୍ଷ ପାଇଁ ରିଲାଏନ୍ସ ଫାଉଣ୍ଡେସନ ଆର୍ଥିକ ଦୁର୍ବଳ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସ୍ନାତକ ଶ୍ରେଣୀରେ ଅଧ୍ୟୟନ କରୁଥିବା ୫୦୦୦ ଜଣଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରିବ। ଏଥିସହିତ ସ୍ନାତକୋତ୍ତର ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧୦୦ ଛାତ୍ରବୃତ୍ତି ପ୍ରଦାନ କରାଯିବ। ଉଭୟ ଛାତ୍ରବୃତ୍ତି ଶିକ୍ଷା ଆହରଣର ସମ୍ପୂର୍ଣ୍ଣ ଅବଧି ନିମନ୍ତେ ପ୍ରଯୁଜ୍ୟ ହେବ। ଏଥିପାଇଁ ୨୦୨୩ ଫେବୃଆରୀ ୧୪ ସୁଦ୍ଧା ଆବେଦନ କରାଯାଇପାରିବ।

ରିଲାଏନ୍ସ ଫାଉଣ୍ଡେସନର ଫାଉଣ୍ଡର-ଚେୟାରପର୍ସନ ଶ୍ରୀମତୀ ନିତା ଅମ୍ବାନି କହିଛନ୍ତି, “ମୋ ଶ୍ୱଶୁର ଶ୍ରୀ ଧିରୁଭାଇ ଅମ୍ବାନିଙ୍କର ଆମ ଯୁବବର୍ଗ ଏବଂ ସେମାନଙ୍କ କ୍ଷମତା ଉପରେ ବିରାଟ ଭରସା ରହିଥିଲା। ତାଙ୍କର ୯୦ତମ ଜୟନ୍ତ୍ରୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ ଆଗାମୀ ୧୦ ବର୍ଷରେ ଅଣ୍ଡରଗ୍ରାଜୁଏଟ ଏବଂ ପୋଷ୍ଟଗ୍ରାଜୁଏଟ୍‍ ଛାତ୍ରଛାତ୍ରୀଙ୍କ ନିମନ୍ତେ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବାର ପ୍ରତିବଦ୍ଧତା ଘୋଷଣା କରି ମୁଁ ଅତ୍ୟନ୍ତ ଆନନ୍ଦିତ ଅନୁଭବକ କରୁଛି। ମୁକେଶ ଏବଂ ମୁଁ ବିଶ୍ୱାସ କରୁ ଯେ, ଉପଯୁକ୍ତ ସମର୍ଥନ ଦ୍ୱାରା ନୂଆ ପିଢି ଜ୍ଞାନ, ନବସୃଜନ ଏବଂ ନେତୃତ୍ୱ ଜରିଆରେ ଭାରତର ଅଭିବୃଦ୍ଧି ଇତିହାସରେ ସବୁଠାରୁ ଉଜ୍ଜ୍ୱଳମୟ ପରବର୍ତ୍ତୀ ଅଧ୍ୟାୟ ସୃଷ୍ଟି କରିବେ।”

ଭାରତ ଜନସଂଖ୍ୟାର ଅର୍ଦ୍ଧେକ ଅଥବା ୬୦୦ ନିୟୁତରୁ ଅଧିକ ହେଉଛନ୍ତି ୨୫ବର୍ଷରୁ କମ୍‍ ବୟସ୍କ। ଭାରତରେ ଯୁବବର୍ଗଙ୍କ ପାଇଁ ଉଚ୍ଚଶିକ୍ଷାର ସୁଯୋଗ ପ୍ରଦାନ ବ୍ୟବସ୍ଥା ମଜଭୁତ କରିବାକୁ ରିଲାଏନ୍ସ ଫାଉଣ୍ଡେସନ ପ୍ରତିବଦ୍ଧ। ଚଳିତ ବର୍ଷ ରିଲାଏନ୍ସ ଫାଉଣ୍ଡେସନର ଅଣ୍ଡରଗ୍ରାଜୁଏଟ ଛାତ୍ରବୃତ୍ତି ଆର୍ଥିକ ଦୁର୍ବଳ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅଣ୍ଡରଗ୍ରାଜୁଏଟ କଲେଜ ଶିକ୍ଷା ହାସଲ ନିମନ୍ତେ ୫୦୦୦ ଛାତ୍ରବୃତ୍ତି ପ୍ରଦାନ କରିବ, ଏହାଦ୍ୱାରା ବିନା ଆର୍ଥିକ ବୋଝରେ ସେମାନଙ୍କ ପାଠପଢା ଜାରି ରଖିବା ଦିଗରେ ସେମାନଙ୍କୁ ସଶକ୍ତ କରାଯାଇପାରିବ। ଏହି ଛାତ୍ରବୃତ୍ତି ଛାତ୍ରଛାତ୍ରୀଙ୍କୁ ସଫଳ ବୃତ୍ତିଧାରୀ ହେବା ଏବଂ ସେମାନଙ୍କ ସ୍ୱପ୍ନ ସାକାର କରିବା, ସେମାନଙ୍କର ଏବଂ ସେମାନଙ୍କ ଗୋଷ୍ଠୀର ସାମର୍ଥ୍ୟ ସର୍ବସମ୍ମୁଖକୁ ଆଣିବା ଏବଂ ଭାରତର ଭବିଷ୍ୟତ ସାମାଜିକ-ଅର୍ଥନେିକ ବିକାଶରେ ଅବଦାନ ରଖିବା ଲକ୍ଷ୍ୟ ରଖିଛି।

ଛାତ୍ରବୃତ୍ତି ଅନୁଦାନ ସହିତ ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡରଗ୍ରାଜୁଏଟ ଛାତ୍ରବୃତ୍ତି ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ନେଟୱର୍କର ଅଂଶ ବନିବାକୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁଯୋଗ ପ୍ରଦାନ କରିବ ଏବଂ ସମର୍ଥନକାରୀ ବ୍ୟବସ୍ଥାକୁ ସୁଗମ କରିବ। ପରିବାରର ବାର୍ଷିକ ଆୟ ୧୫ ଲକ୍ଷ ଟଙ୍କାରୁ କମ୍‍ ଥିବା ଏବଂ ସେମାନଙ୍କ ପସନ୍ଦର ଯେକୌଣସି ଶୃଙ୍ଖଳାରେ ଅଣ୍ଡରଗ୍ରାଜୁଏଟ ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ଏହି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଛାତ୍ରୀ ଏବଂ ବିଶେଷକରି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିକଟରୁ ଆବେଦନପତ୍ରକୁ ଉତ୍ସାହିତ କରିବ।

ରିଲାଏନ୍ସ ଫାଉଣ୍ଡେସନର ପୋଷ୍ଟଗ୍ରାଜୁଏଟ ଛାତ୍ରବୃତ୍ତି ଭାରତର ସର୍ବାଧିକ ପ୍ରତିଭାସମ୍ପନ୍ନ ୧୦୦ ପୋଷ୍ଟ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ସମର୍ଥ ଏବଂ ସେମାନଙ୍କୁ ଆଗକୁ ବଢାଇବା ଲକ୍ଷ୍ୟ ରଖିଛି ଯେଉଁମାନେ ସମାଜର ଫାଇଦା ନିମନ୍ତେ କିଛି ବିଶାଳ, ପରିବେଶ ଅନୁକୂଳ, ଡିଜିଟାଲ ଚିନ୍ତା କରିପାରିବେ ଏବଂ ଏହାଦ୍ୱାରା ପ୍ରତିବର୍ଷ ଉତ୍କର୍ଷର ଏକ ବର୍ଗ ସୃଷ୍ଟି ହେବ। ଏହି ମେଧା ଆଧାରିତ ଛାତ୍ରବୃତ୍ତି ସମସ୍ତଙ୍କ ପାଇଁ ଆବେଦନ ନିମନ୍ତେ ଉନ୍ମୁକ୍ତ ରହିଛି ଏବଂ ଏହା ଆଗାମୀ କାଳିର ଭବିଷ୍ୟତ ନେତୃବୃନ୍ଦଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କର ପ୍ରତିପୋଷଣ କରିବା ଲକ୍ଷ୍ୟ ରଖିଛି, ଏବଂ ଅଗ୍ରଣୀ ବିଶାରଦମାନଙ୍କ ସହିତ ସାକ୍ଷାତକାର ସମେତ କଡାକଡି ମନୋନୟନ ପ୍ରକ୍ରିୟାରେ ସେମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବ। କଂପ୍ୟୁଟର ସାଇନ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମ୍ୟାଥେମାଟିକ୍ସ ଓ କଂପ୍ୟୁଟିଂ, ଇଲେକ୍‍ଟ୍ରିକାଲ ଏବଂ/ଅଥବା ଇଲେକ୍‍ଟ୍ରୋନିକ୍ସ ଇଞ୍ଜିନିୟରିଂ, କେମିକାଲ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ, ରିନ୍ୟୁଏବଲ୍‍ ଓ ନିୟୁ ଏନର୍ଜି, ମ୍ୟାଟେରିଆଲ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏବଂ ଲାଇଫ ସାଇନ୍ସେସ୍‍ ଆଦି କ୍ଷେତ୍ରରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ମେଧା ଭିତ୍ତିରେ ଏଥିପାଇଁ ମନୋନୀତ କରାଯିବ। ପୋଷ୍ଟଗ୍ରାଜୁଏଟ ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଅନୁଦାନ ବ୍ୟତୀତ ରିଲାଏନ୍ସ ଫାଉଣ୍ଡେସନ ପୋଷ୍ଟଗ୍ରାଜୁଏଟ ଛାତ୍ରବୃତ୍ତି ଏକ ସାମଗ୍ରିକ ବିକାଶ କାର୍ଯ୍ୟକ୍ରମ ମଧ୍ୟ ଯୋଗାଇଦେବ, ଯେଉଁଥିରେ ବିଶାରଦମାନଙ୍କ ସହିତ ମତ ବିନିମୟ, ଶିଳ୍ପ କାର୍ଯ୍ୟକଳାପ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ଲାଭ ଏବଂ ସ୍ୱେଚ୍ଛାକୃତ କାର୍ଯ୍ୟକଳାପର ସୁଯୋଗ ଆଦି ରହିବ।

ଧିରୁଭାଇ ଅମ୍ବାନି ଛାତ୍ରବୃତ୍ତି ୧୯୬୬ରେ ପ୍ରଚଳନ କରାଯାଇଥିଲା ଏବଂ ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ୨୦୨୦ରେ ଆରମ୍ଭ ହେବାଠାରୁ ସମଗ୍ର ଦେଶଷର ୧୩,୦୦୦ ଯୁବବର୍ଗଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଛି ଏବଂ ସେମାନଙ୍କୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ସେମାନଙ୍କର ଉଚ୍ଚଶିକ୍ଷା ଲାଭ କକରିବା ଏବଂ ସେମାନଙ୍କ ଗୋଷ୍ଠୀରେ ତଥା ଭାରତ ଓ ବିଦେଶରେ ଖ୍ୟାତିସମ୍ପନ୍ନ ସଂସ୍ଥାନଗୁଡିକରେ ନେତୃତ୍ୱ ସ୍ଥାନ ଗ୍ରହଣ କରିବାରେ ସହାୟତା କରିଛି। ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତିର ଉଦ୍ଦେଶ୍ୟ ହେଉଛି ଭାରତର ଯୁବବର୍ଗଙ୍କୁ ଶୈକ୍ଷିକ ଉତ୍କର୍ଷ ହାସଲ ନିମନ୍ତେ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ବୃତ୍ତିଗତ ଅଭିବୃଦ୍ଧିକୁ ଆଗକୁ ବଢାଇବା।