Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶେଷରେ କଂଗ୍ରେସ ଛାଡିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝି, ବିଜେଡିରେ ଦେବେ ଯୋଗ
ବିଶେଷ ଖବର

ଶେଷରେ କଂଗ୍ରେସ ଛାଡିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝି, ବିଜେଡିରେ ଦେବେ ଯୋଗ

October 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶେଷରେ କଂଗ୍ରେସ ଛାଡିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝି, ବିଜେଡିରେ ଦେବେ ଯୋଗ

ଭୁବନେଶ୍ବର: ବହୁ କଳ୍ପନାଜଳ୍ପନା ପରେ ଶେଷରେ କଂଗ୍ରେସ ଛାଡିଲେ ବରିଷ୍ଠ ନେତା ତଥା ଦଳର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି। ଆଜି ସେ ଏଆଇସିସିର ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ହାତ ଛାଡିଲେ ବୋଲି ଜଣାଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବହୁ ଦୁଃଖ ଏବଂ କଷ୍ଟରେ କଂଗ୍ରେସ ଛାଡୁଛନ୍ତି। କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହି ଇସ୍ତଫା ପତ୍ରରେ ଆହୁରି କହିଛନ୍ତି ଯେ, ସେ କଂଗ୍ରେସରେ ଯେଉଁ ପଦବୀରେ ରହିବା କଥା ତାହା ତାଙ୍କୁ ମିଳିଛି। ସେ କଂଗ୍ରେସରେ ରହି ବେଶ୍ ଭଲ ଅନୁଭବ କରିଛନ୍ତି। ହେଲେ ଲୋକମାନଙ୍କୁ ସେବା କରିବା ପାଇଁ ଯାହା ଆବଶ୍ୟକ ତାହା ଦଳରେ ଅଭାବ ରହିଥିବାର ମୁଁ ଅନୁଭବ କଲି। ସେଥିପାଇଁ ଅଧିକ ଜନସେବାରେ ନିଜକୁ ନିୟୋଜିତ କରିବା ପାଇଁ ଦଳର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଲି ବୋଲି ସେ ଚିଠିରେ ଲେଖିଛନ୍ତି।

ଏହି ଉସ୍ତଫା ପତ୍ର ସେ ସୋନିଆ ଗାନ୍ଧୀଙ୍କୁ ଦେବା ସହିତ ଗୋଟିଏ ଗୋଟିଏ କପି ରାହୁଳ ଗାନ୍ଧୀ, ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଏଆଇସିସି ସାଧାରଣ ସଂପାଦକ ରୁଦ୍ର ରାଜୁଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି।

ପ୍ରଦୀପ ମାଝି ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ। ସେ ନବରଂଗପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ସାଂସଦ ଥିଲେ। ରାଜ୍ୟ କଂଗ୍ରେସର ସେ ଜଣେ ଟାଣୁଆ ନେତା ଭାବରେ ବେଶ୍ ପରିଚିତ। ସେ ସିଧା ରାହୁଳ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ସଂପର୍କରେ ଥିଲେ। ହେଲେ ରାଜ୍ୟ କଂଗ୍ରେସ ତଥା ନବରଂଗପୁର କଂଗ୍ରେସ ଉପରେ ପ୍ରଦୀପ ଖପ୍ପା ଥିଲେ। ସେଥିପାଇଁ ସେ ଦଳ ଛାଡିବେ ବୋଲି ପୂର୍ବରୁ ଚର୍ଚ୍ଚା ଚାଲିଥିଲା।

କଂଗ୍ରେସ ଛାଡିବା ପୂର୍ବରୁ ପ୍ରଦୀପ ମାଝି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଦୁଇଥର ସାକ୍ଷାତ କରିଛନ୍ତି। ବର୍ତ୍ତମାନ କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ବିଜେଡିରେ ମିଶିବା ନିଶ୍ଚିତ ହୋଇଛି।

ପ୍ରଦୀପ ମାଝି
Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ

October 17, 2026

ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ

October 17, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ରୁଷରୁ ତୈଳ ଏବଂ ଗ୍ୟାସ କ୍ରୟ ପାଇଁ ଭାରତ ଉପରେ ଲାଗୁ ହେବ ନାହିଁ ଶୁଳ୍କ

October 17, 2026

ମାନବିକ ଭାବନା ଓ ଅଭିବ୍ୟକ୍ତି ମଧ୍ୟରେ ଏକ ସୃଜନଶୀଳ ସେତୁର ଭୂମିକା ନିର୍ବାହ କରେ ସାହିତ୍ୟ

October 17, 2026
Latest News

ମର୍ମନ୍ତୁଦ ଦୁର୍ଘଟଣା: ୮ ମୃତ, ୧୫ରୁ ଉର୍ଦ୍ଧ୍ୱ ଗୁରୁତର

October 17, 2026

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ

October 17, 2026

ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ

October 17, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ରୁଷରୁ ତୈଳ ଏବଂ ଗ୍ୟାସ କ୍ରୟ ପାଇଁ ଭାରତ ଉପରେ ଲାଗୁ ହେବ ନାହିଁ ଶୁଳ୍କ

October 17, 2026

ମାନବିକ ଭାବନା ଓ ଅଭିବ୍ୟକ୍ତି ମଧ୍ୟରେ ଏକ ସୃଜନଶୀଳ ସେତୁର ଭୂମିକା ନିର୍ବାହ କରେ ସାହିତ୍ୟ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.