Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମମିତା ମର୍ଡର ମିଷ୍ଟ୍ରୀ: ଘଟଣାସ୍ଥଳରେ କ୍ରାଇମ ସିନ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ
ଅପରାଧ

ମମିତା ମର୍ଡର ମିଷ୍ଟ୍ରୀ: ଘଟଣାସ୍ଥଳରେ କ୍ରାଇମ ସିନ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ

October 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ କ୍ରାଇମ ସିନ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ। ଶୁକ୍ରବାର ଭୋର ପ୍ରାୟ ଚାରିଟା ସମୟରେ କଡା ସୁରକ୍ଷା ବଲୟ ମଧ୍ୟରେ ସମ୍ବଲପୁର ଡିଆଇଜି ଡଃ ଦୀପକ କୁମାର ତଥା ବଲାଙ୍ଗୀର ଏସପିଙ୍କ ସମେତ ବହୁ ପଦସ୍ଥ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ମମିତା ହତ୍ୟାକାଣ୍ଡର ମୂଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସମଗ୍ର ଘଟଣାର ଡେମୋ ଦେଖାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ସନସାଇନ ସ୍କୁଲ ପରିସର ରେ  ପୋଲିସ ମୁତୟନ କରାଯିବା ସହିତ ସମଗ୍ର ଅଂଚଳକୁ ସିଲ କରିଦିଆଯାଇଥିବଲା।

ମମିତାକୁ ସୁପରିକଳ୍ପିତ ଯୋଜନା ଅନୁସାରେ ୭ ତାରିଖ ଦିନ ମିଟିଂ ବାହାନାରେ ଢକାଇ ଚାନ୍ଦୋତରା ଠାରୁ ନିଜସ୍ୱ ୱଗନ ଆର ଗାଡି ନଂ. ଓଡି୦୮ କେ ୧୦୦୨ ରେ ବସାଇ ଆଣି ରାସ୍ତାରେ କିପରି ମାରିଲା, କିପରି ଭାବେ ସନସାଇନ ସ୍କୁଲ ପରିସରରେ ଶରୀରକୁ ପୋଡାଇଲା, କିପରି ପୋତିଲା ସେସବୁର ଡେମୋ ମୂଖ୍ୟ ଅଭିଯୁକ୍ତ ଗୋବିନ୍ଦ ଦେଖାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ଗତ ୬ ତାରିଖ ଦିନ ହିଁ ଜେସିବି ମେସିନ ସାହାଯ୍ୟରେ ଗାତ ଖୋଲାଯାଇଥିବା କୁହାଯାଉଥିବା ବେଳେ ପୂର୍ବରୁ ଗୋବିନ୍ଦ ମମିତାକୁ ମାରିବାକୁ ଯୋଜନା କରୁଥିବା ସ୍ପଷ୍ଟ ହୋଇଯାଇଛି।

ପୋଲିସ ପକ୍ଷରୁ ମାଟି ତଳୁ ଖୋଲାଯାଇ କାର୍ଡ ବୋର୍ଡ, କାଠଖଣ୍ଡ, ପଟା ଇତ୍ୟାଦି ର ପୋଡା ଅଂଶ ଜବତ କରାଯାଇଥିବା ବେଳେ ପାଉଁଜି ଓ ଆଉକିଛି ସାମଗ୍ରୀ ପୋଲିସର ହସ୍ତଗତ ହୋଇଥିବା ଜଣାପଡିଛି।

ଇତିମଧ୍ୟରେ ଗୋବିନ୍ଦର ସହେଯାଗୀ ଡ୍ରାଇଭର ରାଧେଶ୍ୟାମ ଚଣ୍ଢୀଙ୍କ ଘରେ ଖଟତଳେ ଏକ ବେଗରେ ମହିଳା ଡ୍ରେସ, ମୋବାଇଲ ତଥା ଚାର୍ଜର ଏବଂ ଔଷଧ ଇତ୍ୟାଦି ଥିବା ଜାଣିପାରି ରାଧେଶ୍ୟାମର ସ୍ତ୍ରୀ ପଲିସକୁ ହସ୍ତାନ୍ତର କରିବା ସହ ନିଜ ସ୍ୱାମୀ ନିର୍ଦ୍ଦୋଶ ଥିବାର କହିଛନ୍ତି।

ପୋଲିସ ପକ୍ଷରୁ ରିମାଣ୍ଡରେ ଅଭିଯୁକ୍ତ ଗୋବିନ୍ଦକୁ ଅଣାଯାଇ କଡା ସୁରକ୍ଷା ବଲୟ ମଧ୍ୟରେ ରଖାଯାଇ ଅଧିକ ପ୍ରମାଣ ହାସଲ ପାଇଁ ତଦନ୍ତ ଚାଲିଥିବା ଜଣାପଡିଛି।

ଅଭିଯୁକ୍ତ ଗୋବିନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆ କପ୍ ପୂର୍ବରୁ ଭାରତ ସରକାରଙ୍କ ନୂଆ ନୀତି: ଭାରତ ପାକିସ୍ତାନ ସହିତ ଖେଳିବ ନାହିଁ, କିନ୍ତୁ…

August 21, 2025

ବାଲୁଗାଁ ଜାତୀୟ ରାଜପଥରେ ଓଲଟିଲା ଯାତ୍ରୀବାହୀ ଅଟୋ, ଜଣେ ମୃତ, ୪ ଗୁରୁତର

August 21, 2025

ସାହସୀ ବାୟୁ ସେନା ଏବଂ ସୈନିକମାନଙ୍କୁ ଭେଟିବା ପାଇଁ ଏଏଫଏସ ଆଦମପୁର ଗସ୍ତ କଲେ ପ୍ରଧାନମନ୍ତ୍ରୀ

August 21, 2025

ଏବେ OTTରେ ଧମାକା କରିବ କାଜୋଲଙ୍କ ଫିଲ୍ମ ‘ମା’, ଜାଣନ୍ତୁ କେବେ ଏବଂ କେଉଁଠି ଦେଖିପାରିବେ?

August 21, 2025
Latest News

ଏସିଆ କପ୍ ପୂର୍ବରୁ ଭାରତ ସରକାରଙ୍କ ନୂଆ ନୀତି: ଭାରତ ପାକିସ୍ତାନ ସହିତ ଖେଳିବ ନାହିଁ, କିନ୍ତୁ…

August 21, 2025

ବାଲୁଗାଁ ଜାତୀୟ ରାଜପଥରେ ଓଲଟିଲା ଯାତ୍ରୀବାହୀ ଅଟୋ, ଜଣେ ମୃତ, ୪ ଗୁରୁତର

August 21, 2025

ସାହସୀ ବାୟୁ ସେନା ଏବଂ ସୈନିକମାନଙ୍କୁ ଭେଟିବା ପାଇଁ ଏଏଫଏସ ଆଦମପୁର ଗସ୍ତ କଲେ ପ୍ରଧାନମନ୍ତ୍ରୀ

August 21, 2025

ଏବେ OTTରେ ଧମାକା କରିବ କାଜୋଲଙ୍କ ଫିଲ୍ମ ‘ମା’, ଜାଣନ୍ତୁ କେବେ ଏବଂ କେଉଁଠି ଦେଖିପାରିବେ?

August 21, 2025

କ୍ୟାପିଟାଲ ରିଜନ ରିଙ୍ଗ ରୋଡ ମଞ୍ଜୁର କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.