ବିଜେଡିରେ ସାମିଲ ହେଲେ ବରିର ଯୁବ ନେତା ବିଶ୍ବରଂଜନ ମଲ୍ଲିକ

Published: Oct 29, 2021, 1:22 pm IST

ଭୁବନେଶ୍ୱର: ଆଜି ବିଧିବଧ ଭାବେ ବିଜେଡିରେ ସାମିଲ ହେଲେ ବରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ଯୁବନେତା ବିଶ୍ୱରଞ୍ଜନ ମଲ୍ଲିକ । ବିଜେଡି କାର୍ଯ୍ୟାଳୟରେ ଶତାଧିକ ସମର୍ଥକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ବିଧିବଧ ଭାବେ ଦଳରେ ସାମିଲ କରାଇଛନ୍ତି।

ବିଶ୍ୱରଞ୍ଜନଙ୍କ ସହ ବରୀ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲାପରିଷଦ ସଦସ୍ୟ ଓ ସରପଞ୍ଚ ଏବଂ ପୂର୍ବତନ ସରପଞ୍ଚ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । କିଛି ଦିନ ପୂର୍ବରୁ ବିଶ୍ବ ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହାପରେ ସେ ବିଜେଡିରେ ସାମିଲ ହେବେ ବୋଲି ସ୍ପଷ୍ଟ ହୋଇଥିଲା। ମିଶ୍ରଣ ପରେ ସେ କହିଛନ୍ତି ଯେ, ବରୀର ବିକାଶ ଓ ନବୀନଙ୍କ ବିକାଶଧାରାକୁ ଆଗେଇ ନେବାକୁ ବିଜେଡିରେ ସାମିଲ ହୋଇଛି।

ଏହି ମିଶ୍ରଣ ପର୍ବରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସହିତ ବରୀ ବିଧାୟିକା ସୁନନ୍ଦା ଦାଶ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତାୟ ଏବଂ ଯାଜପୁରର ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ।

Related posts