Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ୬ଟି ଜିଲ୍ଲାରେ ପ୍ରତିଷ୍ଠିତ ଟିଫିନ୍‌ ସେଣ୍ଟର ପ୍ରତି ଲୋକଙ୍କ ବଢୁଛି ଆଗ୍ରହ
ବିଶେଷ ଖବର

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ୬ଟି ଜିଲ୍ଲାରେ ପ୍ରତିଷ୍ଠିତ ଟିଫିନ୍‌ ସେଣ୍ଟର ପ୍ରତି ଲୋକଙ୍କ ବଢୁଛି ଆଗ୍ରହ

October 29, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link
ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ୬ଟି ଜିଲ୍ଲାରେ ପ୍ରତିଷ୍ଠିତ ଟିଫିନ୍‌ ସେଣ୍ଟର ପ୍ରତି ଲୋକଙ୍କ ବଢୁଛି ଆଗ୍ରହ

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଦ୍ୱାରା ଆଭାସି ମାଧ୍ୟମରେ କେଉଁଝର ଜିଲ୍ଲାରେ ମୁକ୍ତାକାଶ ରେସ୍ତୋରାଁରେ ଓଡ଼ିଶାର ପ୍ରଥମ ସ୍ୱତନ୍ତ୍ର ମିଲେଟ୍‌ ଶକ୍ତି କାଫେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ମନ୍ତ୍ରୀ ଶ୍ରୀମତୀ ସାହୁ ଏହି ଅବସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଆଶିଷ ଠାକ୍‌ରେ ଜିଲ୍ଲାରେ ଏହି ଭଳି ଆହୁରି ଅଧିକ କାଫେ ଖୋଲାଯିବ ବୋଲି କହିଥିଲେ ।

ଓଡ଼ିଶା ମିଲେଟ୍‌ ମିଶନର ବୈଷୟିକ ଏବଂ ପରିଚାଳନାଗତ ଆଭିମୁଖ୍ୟ ସଂପର୍କରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ମିଲେଟ୍‌ ଶକ୍ତି କାଫେରେ ମିଲେଟ୍‌ରୁୁ ପ୍ରସ୍ତୁତ ବହୁବିଧ ଖାଦ୍ୟ ସାମଗ୍ରୀ ଯେମିତି କି ରନ୍ଧାଖାଦ୍ୟ, ଖାଇବା ସାମଗ୍ରୀ, ଅଟା, ପାନୀୟ, ଜଳଖିଆ, ବେକେରୀ ସାମଗ୍ରୀ ଆଦି ବିକ୍ରୟ କରାଯିବ ।

ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଆଗାମୀ ଏକ ବର୍ଷ ମଧ୍ୟରେ ଏହି ଭଳି ଆହୁରି ୧୫ଟି ମିଲେଟ୍‌ ଶକ୍ତି କାଫେ ଖୋଲାଯିବ । ସିଏସ୍‌ଆଇଆର୍‌-ସିଏଫ୍‌ଟି ଆର୍‌ଆଇ, ମହୀଶୂରର ବୈଷୟିକ ତତ୍ତ୍ୱାବଧାନରେ ଓଡ଼ିଶା ମିଲେଟ୍‌ ମିଶନ ଦ୍ୱାରା ଏଥି ପାଇଁ ଆହୁରି ଉଚ୍ଚତର ପ୍ରଶିକ୍ଷଣ ପ୍ରଦାନ କରାଯିବ ଏବଂ ଏହାର ମାନକ ନିର୍ଦ୍ଧାରଣ କରାଯିବ ।

‘ରାଜ୍ୟର ଜନଜାତି ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ମିଲେଟ୍‌ର ବହୁଳ ପ୍ରଚଳନ ପାଇଁ ସ୍ୱତନ୍ତ୍ର ଯୋଜନା’ ପରିପ୍ରେକ୍ଷୀରେ ରାଜ୍ୟରେ ମିଲେଟ୍‌ର ଉତ୍ପାଦନ ବୃଦ୍ଧି ନିମନ୍ତେ ୨୦୧୭ ମସିହାରେ ଓଡ଼ିଶା ମିଲେଟ୍‌ ମିଶନର ଶୁଭାରମ୍ଭ କରାଯାଇଥିଲା । ସଂପ୍ରତି ୧୫ଟି ଜନଜାତି ଅଧ୍ୟୁଷିତ ଜିଲ୍ଲାର ୮୪ଟି ବ୍ଲକ୍‌ରେ ଏହା କାର୍ଯ୍ୟକାରୀ ହେଉଛି ।

ରାଜ୍ୟର ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ନିମନ୍ତେ ୨୦୦୧ ମସିହାରେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସାମିଲ କରାଯାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜୀବିକା ପ୍ରଦାନ ସହ ମିଲେଟ୍‌କୁ ଏକ ପୁଷ୍ଟିଯୁକ୍ତ ଖାଦ୍ୟ ଭାବେ ବହୁଳ ବ୍ୟବହାର ନିମନ୍ତେ ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ମିଶନ ଶକ୍ତି ଏବଂ ଓଡ଼ିଶା ମିଲେଟ୍‌ ମିଶନ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।

ଏହି ବୁଝାମଣା ଅନୁସାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘର ସହାୟତାରେ ମିଲେଟ୍‌ ଆଧାରିତ ଖାଦ୍ୟ ସାମଗ୍ରୀର ଟିଫିନ ସେଣ୍ଟର ଏବଂ ଭ୍ରାମ୍ୟମାଣ ଖାଦ୍ୟ ଯାନ ସ୍ଥାପନ କରାଯିବା ସହ ଲୋକମାନଙ୍କୁ ସ୍ୱାସ୍ଥ୍ୟକର ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇଦେବାର ଦେ୍ୱðତ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମ ଅଧୀନରେ ଯେଉଁସବୁ ସ୍ଥାନରେ ବିକ୍ରୟ କେନ୍ଦ୍ର ଖୋଲାଯିବ ତାହାକୁ ‘ମିଲେଟ୍‌ ଶକ୍ତି’ ବ୍ରାଣ୍ଡ ନାମରେ ଅଭିହିତ କରାଯାଇଥିଲା ।

ଯୋଗ୍ୟତା ଭିତ୍ତିରେ ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ଅନୁମୋଦନ କ୍ରମେ ବ୍ଲକ୍‌ ଏବଂ ଜିଲ୍ଲାସ୍ତରରେ କମିଟି ଦ୍ୱାରା ସ୍ଥିରୀକୃତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଟେଣ୍ଡର ଆହ୍ୱାନ କରାଯାଇ ଚୟନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବଲାଙ୍ଗୀର, ଗଞ୍ଜାମ, ମୟୂରଭଞ୍ଜ, ମାଲକାନଗିରି, ନୂଆପଡ଼ା ଏବଂ ରାୟଗଡ଼ା ସମେତ ୬ଟି ଜିଲ୍ଲାରେ ୧୨ଟି ବ୍ଲକ୍‌ରେ ୩୨ଟି ମିଲେଟ୍‌ ଶକ୍ତି ଟିଫିନ ସେଣ୍ଟର ଖୋଲଯାଇ ସାରିଛି ।

ଟିଫିନ୍‌ ସେଣ୍ଟର ପାଇଁ ଆବଶ୍ୟକ ରୋଷେଇ ସରଞ୍ଜାମ ଯଥା-ଖାଦ୍ୟ ରଖିବା ନିମନ୍ତେ ଘୋଡ଼ଣୀ ଥିବା ଡେକ୍‌ଚି, ରାନ୍ଧିବା ପାଇଁ ବଡ଼ କଡ଼େଇ, ଇଡ୍‌ଲି ଛାଞ୍ଚ, ବେଲଣା ପେଡ଼ି, ଗ୍ରାଇଣ୍ଡର, ପ୍ରେସ୍‌ରକୁକର, ପିଠାଖଡ଼ିକା, ପରଷିବା ନିମନ୍ତେ ଷ୍ଟିଲ ଥାଳି, ୧୦୦ ଲିଟର ପାଣିଜାର୍‌ ଆଦି କିଣିବା ନିମନ୍ତେ ଓଡ଼ିଶା ମିଲେଟ୍‌ ମିଶନ ତରଫରୁ ଏହି ୟୁନିଟ୍‌ଗୁଡ଼ିକୁ ୩୦ ହଜାର ଟଙ୍କାର ଏକକାଳୀନ ସହାୟତା ରାଶି ଯୋଗାଇ ଦିଆଯାଇଛି । ଟିଫିନ୍‌ ସେଣ୍ଟର ପାଇଁ ଆବଶ୍ୟକ ଫ୍ଲେକ୍ସ, ବ୍ୟାନର, ଫେସିଆ ଆଦି ଛପାଇବା ଏବଂ ଟାଙ୍ଗିବା ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ସର୍ବନିମ୍ନ ୧୦ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରାଯାଇଛି ।

ଏହି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମକୁ ଆଗେଇ ନେବା ନିମନ୍ତେ ଯୋଗ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଆବଶ୍ୟକୀୟ ପ୍ରଶିକ୍ଷଣ ଦିଆଯାଇଛି । ପୂର୍ବରୁ ସେମାନେ ପ୍ରସ୍ତୁତ କରୁଥିବା ମିଲେଟ୍‌ରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ସହ ରାଗିରୁ ପ୍ରସ୍ତୁତ ଇଡ୍‌ଲି, ଦୋସା, ବରା, ଆଳୁଚପ୍‌, ସିଙ୍ଗଡ଼ା ପକୋଡ଼ା, ପୁରୀ, ଉପମା, କାକରା, ମାଲପୁଆ, ଲଡ଼ୁ, ଜିଲାପି, ଖଜା, ରୋଜ୍‌କେକ୍‌ ଖାଦ୍ୟ ସାରଣୀକୁ ଅଧିକ ଆକର୍ଷଣୀୟ କରିପାରିଛି ।

ବଜାର ସଂଯୋଗୀକରଣ ପ୍ରକ୍ରିୟାରେ ମିଲେଟ୍‌ରୁ ପ୍ରସ୍ତୁତ ଅଧିକ ଦିନ ରହିପାରୁଥିବା ଖାଦ୍ୟ ଭାବେ ଖୁରମା, ମୁଡ଼ୁକି, ମିକ୍ସଚର, ସରଗମ ଲଡ଼ୁ ଆଦି ସାଧାରଣ ଲୋକଙ୍କ ଦ୍ୱାରା ବହୁଳ ଭାବେ ଆଦୃତି ଲାଭ କରିଛି । ପ୍ରତ୍ୟେକ ପ୍ଲେଟ୍‌ର ମୂଲ୍ୟ ମାତ୍ର ୫ ଟଙ୍କାରୁ ୨୫ ଟଙ୍କା ମଧ୍ୟରେ ସୀମିତ ରଖାଯାଇଛି । ସୁଲଭ ମୂଲ୍ୟରେ ଅଭିନବ ଖାଦ୍ୟସାମଗ୍ରୀ ପ୍ରସ୍ତୁତି କରି ସ୍ୱାସ୍ଥ୍ୟକର ଏବଂ ପୁଷ୍ଟିଯୁକ୍ତ ଖାଦ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ହେତୁ ଖୁବ୍‌ କମ୍‌ ସମୟ ମଧ୍ୟରେ ଏହି ଖାଦ୍ୟ ଲୋକଙ୍କ ନିକଟରେ ଆଦୃତ ହୋଇପାରିଛି ।

ରାସନ୍‌ ସାମଗ୍ରୀ ଓ ପନିପରିବା କିଣିବା, କାଉଣ୍ଟର ପରିଚାଳନା କରିବା, ରେଜିଷ୍ଟରରେ ତଥ୍ୟ ଅପ୍‌ଡେଟ୍‌ କରିବା ଆଦି କାର୍ଯ୍ୟକୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରାଯାଇଛି । ପ୍ରାୟ ସମସ୍ତ ବିକ୍ରୟ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି ଏବଂ ଏହି ଏସ୍‌ଏଚ୍‌ଜି ଗ୍ରୁପ୍‌ମାନଙ୍କ ଦ୍ୱାରା ପରିଚାଳିତ ବିକ୍ରୟ କେନ୍ଦ୍ରଗୁଡ଼ିକରେ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଲାଭ ହେଉଛି । ପ୍ରାୟ ସମସ୍ତ ଗ୍ରାହକ ନିୟମିତ ଭାବେ ଦେୟ ପ୍ରଦାନ କରୁଥିବା ବେଳେ ରପ୍ତାନୀ ପାଇଁ ଦିଆଯାଉଥିବା ଅର୍ଡରଗୁଡ଼ିକ ପାଇଁ କିଛିଦିନ ମଧ୍ୟରେ ଅର୍ଥ ପଇଠ କରାଯାଉଛି । ପ୍ରତି ମାସର କାର୍ଯ୍ୟ ଦିବସଗୁଡ଼ିକ ଆଧାରରେ ପ୍ରତ୍ୟେକ ଏସ୍‌ଏଚ୍‌ଜି ହାରାହାରି ୭ ହଜାରରୁ ୯ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ନିୟୋଜିତ ହେବା ଦ୍ୱାରା ଏସ୍‌ଏଚ୍‌ଜିମାନଙ୍କ କାର୍ଯ୍ୟଦକ୍ଷତା ବହୁ ପରିମାଣରେ ବୃଦ୍ଧି ପାଇଛି । “ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଅର୍ଥ ଉପାର୍ଜନ କରିବା ସହ ନିଜ ପରିବାରକୁ ସହଯୋଗ କରିବାରେ ସଫଳ ହୋଇପାରିଛୁ’’ ବୋଲି ମାଲକାନଗିରି ମା ସନ୍ତୋଷୀ ଏସ୍‌ଏଚ୍‌ଜି ମତବ୍ୟକ୍ତ କରିଛନ୍ତି ।“ଯଦିଓ ଆମର ଉତ୍ପାଦନ ବର୍ତ୍ତମାନ ବହୁତ ଅଧିକ ହୋଇନାହିଁ ତଥାପି ଅଳ୍ପ ଆୟରେ ବି ଆମେ ବହୁତ ଖୁସି ଅଛୁ । ଆମେ ଆମ ବ୍ୟବସାୟକୁ ଆହୁରି ବୃଦ୍ଧି କରିବାକୁ ଚାହୁଁଛୁ ଯାହାଫଳରେ ପୁରୁଷମାନଙ୍କ ଉପରେ ଆମର ନିର୍ଭରଶୀଳତା କମିଯିବ’’ ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ୍‌ ବାବା ସିମିଲେଶ୍ୱର ଏସ୍‌ଏଚ୍‌ଜିର ସଦସ୍ୟାମାନେ ।

“ଏହି କାର୍ଯ୍ୟକ୍ରମ ଆମକୁ ପରିଚୟ ଦେଇଛି । ତେଣୁ ଆମେ ଏହାକୁ ଆହୁରି ସଂପ୍ରସାରିତ କରିବାକୁ ଚାହୁଁଛୁ’’ ବୋଲି ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ୍‌ର ଜୟଶ୍ରୀ ଏସ୍‌ଏଚ୍‌ଜିର ସଦସ୍ୟାମାନେ କହିଛନ୍ତି ।

ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.