Categories
ବିଶେଷ ଖବର

‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩’ କୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ  ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩’ ର ଦ୍ୱିତୀୟ ସଂସ୍କରଣକୁ ଉଦ୍‌ଘାଟନ କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ସୁଦୃଢ଼ କରିବା ପାଇଁ ସେ ଏକ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ମୂଳ ପୁଞ୍ଜି ସହାୟତା ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ମଧ୍ୟ ଶ୍ରୀ ମୋଦୀ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭାରତକୁ ‘ବିଶ୍ୱର ଖାଦ୍ୟ ଝୁଡି’ ଭାବରେ ପ୍ରଦର୍ଶିତ କରିବା ଏବଂ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ପାଳନ କରିବା ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଦର୍ଶିତ ଟେକ୍ନୋଲୋଜି ଓ ଷ୍ଟାର୍ଟଅପ୍ ପ୍ୟାଭିଲିୟନ୍ ଏବଂ ଫୁଡ୍ ଷ୍ଟ୍ରିଟ୍‌କୁ ପ୍ରଶଂସା କରିବା ସହ ପ୍ରଯୁକ୍ତି ବିଦ୍ୟା ଏବଂ ସ୍ୱାଦର ମିଶ୍ରଣ ଭବିଷ୍ୟତର ଅର୍ଥନୀତି ପାଇଁ ପଥ ପ୍ରଶସ୍ତ କରିବ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ  ଆଜିର ପରିବର୍ତ୍ତନଶୀଳ ବିଶ୍ୱରେ ଖାଦ୍ୟ ନିରାପତ୍ତାର ଅନ୍ୟତମ ପ୍ରମୁଖ ଆହ୍ୱାନ ଉପରେ ଆଲୋକପାତ କରିବା ସହ ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ’ ର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ ।

‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ’ କାର୍ଯ୍ୟକ୍ରମର ଫଳାଫଳ ଭାରତର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଏକ ପ୍ରମୁଖ କ୍ଷେତ୍ର ଭାବରେ ସ୍ୱୀକୃତି ଦେବାର ଏକ ବଡ଼ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ବିଗତ ୯ ବର୍ଷ ମଧ୍ୟରେ ସରକାରଙ୍କ ଶିଳ୍ପ ଓ କୃଷକ ହିତକାରୀ ନୀତି ଯୋଗୁଁ ଏହି କ୍ଷେତ୍ର ୫୦,୦୦୦ କୋଟି ଟଙ୍କାରୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଆକୃଷ୍ଟ କରିଛି  ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପିଏଲ୍‌ଆଇ ଯୋଜନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଶିଳ୍ପର ନୂତନ ଖେଳାଳି ମାନଙ୍କୁ ବିପୁଳ ସହାୟତା ପ୍ରଦାନ କରୁଛି । ସେ ଉଲ୍ଲେଖ କରିଛନ୍ତି ଯେ ଅମଳ ପରବର୍ତ୍ତୀ ଭିତ୍ତିଭୂମି ପାଇଁ ଏଗ୍ରି – ଇନ୍‌ଫ୍ରା ଫଣ୍ଡ (କୃଷି – ଭିତ୍ତିଭୂମି ପାଣ୍ଠି) ଅଧୀନରେ ପ୍ରାୟ ୫୦,୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗରେ ହଜାର ହଜାର ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଭିତ୍ତିଭୂମି ପ୍ରକ୍ରିୟାକରଣକୁ ମଧ୍ୟ ହଜାର ହଜାର କୋଟି ଟଙ୍କା ବିନିଯୋଗରେ ପ୍ରୋତ୍ସାହିତ କରାଯାଉଛି ।

ସରକାରଙ୍କ ନିବେଶକ ଅନୁକୂଳ ନୀତି ଗୁଡିକ ଖାଦ୍ୟ କ୍ଷେତ୍ରକୁ ନୂଆ ଉଚ୍ଚତାରେ ପହଞ୍ଚାଉଛି ବୋଲି ଶ୍ରୀ ମୋଦୀ ମତ ଦେଇଛନ୍ତି । ଗତ ୯ ବର୍ଷ ମଧ୍ୟରେ ଭାରତର କୃଷି ରପ୍ତାନିରେ ପ୍ରକ୍ରିୟାକୃତ ଖାଦ୍ୟର ଭାଗ ୧୩ ପ୍ରତିଶତରୁ ୨୩ ପ୍ରତିଶତକୁ ବୃଦ୍ଧି ପାଇଛି , ଯାହା ରପ୍ତାନି ହେଉଥିବା ପ୍ରକ୍ରିୟାକୃତ ଖାଦ୍ୟ ପରିମାଣରେ ୧୫୦ ପ୍ରତିଶତ ବୃଦ୍ଧି କରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । କୃଷିଜାତ ଦ୍ରବ୍ୟର ମୋଟ ରପ୍ତାନି ମୂଲ୍ୟ ୫୦,୦୦୦ ନିୟୁତ ଆମେରିକୀୟ ଡଲାରରୁ ଅଧିକ ହେବା ସହିତ ଆଜି ଭାରତ ସପ୍ତମ ସ୍ଥାନରେ ରହିଛି ବୋଲି ସେ କହିଥିଲେ । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହିତ ସମ୍ପର୍କିତ  ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଠାରେ ଭାରତ ଅଭୂତପୂର୍ବ ଅଭିବୃଦ୍ଧି ଦେଖାଇ ନାହିଁ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହିତ ଜଡିତ ପ୍ରତ୍ୟେକ କମ୍ପାନୀ ଏବଂ ଷ୍ଟାର୍ଟଅପ୍ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଦ୍ରୁତ ଏବଂ ସ୍ଫୁର୍ତ୍ତିଶୀଳ ଅଭିବୃଦ୍ଧି ପଛରେ ସରକାରଙ୍କ ନିରନ୍ତର ଏବଂ ଉତ୍ସର୍ଗୀକୃତ ପ୍ରୟାସକୁ ଶ୍ରେୟ ଦେଇଛନ୍ତି । ଭାରତରେ ପ୍ରଥମ ଥର ପାଇଁ କୃଷି – ରପ୍ତାନି ନୀତି ସୃଷ୍ଟି ହୋଇଛି, ସାରା ଦେଶରେ ଲଜିଷ୍ଟିକ୍ ଏବଂ ଭିତ୍ତିଭୂମିର ବିକାଶ ହୋଇଛି , ଜିଲ୍ଲାକୁ ବିଶ୍ୱ ବଜାର ସହ ସଂଯୋଗ କରୁଥିବା ୧୦୦ରୁ ଅଧିକ ଜିଲ୍ଲାସ୍ତରୀୟ କେନ୍ଦ୍ର ସୃଷ୍ଟି ହୋଇଛି, ବୃହତ୍ ଫୁଡ୍ ପାର୍କ ସଂଖ୍ୟା ୨ ରୁ ୨୦ କୁ ବୃଦ୍ଧି ପାଇଛି ଏବଂ ଭାରତର ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତା ୧୨ ଲକ୍ଷ ମେଟ୍ରିକ୍ ଟନ୍‌ରୁ ୨୦୦ ଲକ୍ଷ ମେଟ୍ରିକ୍ ଟନ୍‌କୁ ବୃଦ୍ଧି ପାଇଛି , ଯାହା ଗତ ୯ ବର୍ଷ ମଧ୍ୟରେ ୧୫ ଗୁଣା ବୃଦ୍ଧି ପାଇଛି  ବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଭାରତରୁ ରପ୍ତାନି ହେଉଥିବା କୃଷି ଜାତ ଦ୍ରବ୍ୟର ଉଦାହରଣ ଦେଇଥିଲେ ଏବଂ ହିମାଚଳ ପ୍ରଦେଶରୁ କଳା ରସୁଣ, ଜାମ୍ମୁ କାଶ୍ମୀରରୁ ଡ୍ରାଗନ ଫ୍ରୁଟ, ମଧ୍ୟପ୍ରଦେଶର ସୋୟା କ୍ଷୀର ପାଉଡର, ଲଦାଖରୁ କରକିଚୁ ସେଓ, ପଞ୍ଜାବର କାଭେଣ୍ଡିଶ କଦଳୀ, ଜାମ୍ମୁରୁ ଗୁଚି ଛତୁ ଏବଂ କର୍ଣ୍ଣାଟକର ଶୁଦ୍ଧ ମହୁ ବିଷୟରେ ଉଲ୍ଲେଖ କରିଥିଲେ ।

ଭାରତର ଦ୍ରୁତ ସହରୀକରଣ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପ୍ୟାକେଜ୍ ଖାଦ୍ୟର ଚାହିଦା ବୃଦ୍ଧି ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ଯାହା କୃଷକ, ଷ୍ଟାର୍ଟଅପ୍ ଏବଂ କ୍ଷୁଦ୍ର ଉଦ୍ୟୋଗୀ ମାନଙ୍କ ପାଇଁ ଅପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରୁଛି । ଏହି ସମ୍ଭାବନା ଗୁଡିକର ସମ୍ପୂର୍ଣ୍ଣ ଉପଯୋଗ କରିବା ପାଇଁ ଉଚ୍ଚାକାଂକ୍ଷୀ ଯୋଜନାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଭାରତର ଅଭିବୃଦ୍ଧି କାହାଣୀର ତିନୋଟି ମୁଖ୍ୟ ସ୍ତମ୍ଭ – କ୍ଷୁଦ୍ର କୃଷକ, କ୍ଷୁଦ୍ର ଶିଳ୍ପ ଏବଂ ମହିଳାଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । କ୍ଷୁଦ୍ର କୃଷକ ମାନଙ୍କର ଅଂଶଗ୍ରହଣ ଏବଂ ଲାଭ ବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ଭାବରେ କୃଷକ ଉତ୍ପାଦ ସଂଗଠନ ବା ଏଫପିଓର ପ୍ରଭାବଶାଳୀ ବ୍ୟବହାର ଉପରେ ସେ ଆଲୋକପାତ କରିଥିଲେ । ଆମେ ଭାରତରେ ୧୦ ହଜାର ନୂଆ ଏଫ୍‌ପିଓ ତିଆରି କରୁଛୁ, ସେଥି ମଧ୍ୟରୁ ୭ ହଜାର ତିଆରି ହୋଇସାରିଛି ବୋଲି ସେ ସୂଚନା ଦେଇଛନ୍ତି । କୃଷକ ମାନଙ୍କ ପାଇଁ ବଜାର ପ୍ରବେଶ ଏବଂ ପ୍ରକ୍ରିୟାକରଣ ସୁବିଧାର ଉପଲବ୍ଧତା ବୃଦ୍ଧି ଉପରେ ସେ ଉଲ୍ଲେଖ କରିଥିଲେ ଏବଂ କ୍ଷୁଦ୍ର ଶିଳ୍ପ ଗୁଡିକର ଅଂଶଗ୍ରହଣକୁ ବୃଦ୍ଧି କରିବା ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପ୍ରାୟ ୨ ଲକ୍ଷ କ୍ଷୁଦ୍ର ଉଦ୍ୟୋଗ ଆୟୋଜନ କରାଯାଉଛି ବୋଲି ମଧ୍ୟ ସୂଚନା ଦେଇଥିଲେ । ‘ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ’- ଓଡିଓପି ଭଳି ଯୋଜନା ମଧ୍ୟ କ୍ଷୁଦ୍ର କୃଷକ ଓ କ୍ଷୁଦ୍ର ଶିଳ୍ପ ଗୁଡିକୁ ଏକ ନୂଆ ପରିଚୟ ଦେଉଛି ବୋଲି ସେ କହିଥିଲେ ।

ଭାରତରେ ମହିଳା ମାନଙ୍କର ନେତୃତ୍ୱାଧୀନ ବିକାଶ ପଥ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଅର୍ଥନୀତି କ୍ଷେତ୍ରରେ ମହିଳା ମାନଙ୍କର ବୃଦ୍ଧି ପାଉଥିବା ଅବଦାନ ଉପରେ ଆଲୋକପାତ କରିଥିଲେ ଯାହା ଦ୍ୱାରା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଉପକୃତ ହୋଇଛି । ଭାରତରେ ଆଜି ୯ କୋଟିରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ହଜାର ହଜାର ବର୍ଷ ଧରି ଭାରତରେ ଖାଦ୍ୟ ବିଜ୍ଞାନରେ ମହିଳାମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତି ଏବଂ ଖାଦ୍ୟ ବିବିଧତା ଭାରତୀୟ ମହିଳା ମାନଙ୍କର ଦକ୍ଷତା ଏବଂ ଜ୍ଞାନର ପରିଣାମ । ସେ କହିଛନ୍ତି ଯେ ମହିଳାମାନେ ନିଜ ଘରୁ ଆଚାର, ପାପଡ଼, ଚିପ୍ସ, ମୁରବା ଆଦି ଅନେକ ଉତ୍ପାଦର ବଜାର ଚଳାଉଛନ୍ତି । “ଭାରତୀୟ ମହିଳା ମାନଙ୍କର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ନେତୃତ୍ୱ ନେବାର ପ୍ରାକୃତିକ କ୍ଷମତା ଅଛି”, ବୋଲି ଶ୍ରୀ ମୋଦୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ମହିଳାମାନଙ୍କ ପାଇଁ ପ୍ରତ୍ୟେକ ସ୍ତରରେ କୁଟୀର ଶିଳ୍ପ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହିତ କରାଯାଉଛି । ଆଜିର ଏହି ଅବସରରେ ୧ ଲକ୍ଷରୁ ଅଧିକ ମହିଳା ମାନଙ୍କୁ କୋଟି କୋଟି ଟଙ୍କାର ମୂଳ  ପୁଞ୍ଜି ବଣ୍ଟନ କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ।

ଭାରତରେ ଯେତିକି ଖାଦ୍ୟ ବିବିଧତା ରହିଛି, ସେତେ ପରିମାଣରେ ସାଂସ୍କୃତିକ ବିବିଧତା ମଧ୍ୟ ରହିଛି । ଭାରତର ଖାଦ୍ୟ ବିବିଧତା ବିଶ୍ୱର ପ୍ରତ୍ୟେକ ନିବେଶକ ମାନଙ୍କ ପାଇଁ ଲାଭଦାୟକ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଭାରତ ପ୍ରତି ବୃଦ୍ଧି ପାଉଥିବା ଆଗ୍ରହ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତର ଖାଦ୍ୟ ପରମ୍ପରାରୁ ସାରା ବିଶ୍ୱର ଖାଦ୍ୟ ଉଦ୍ୟୋଗକୁ ବହୁତ କିଛି ଶିଖିବାର ଅଛି । ସେ କହିଥିଲେ ଯେ ଭାରତର ସ୍ଥାୟୀ ଖାଦ୍ୟ ସଂସ୍କୃତି ହେଉଛି ଏହାର ହଜାର ହଜାର ବର୍ଷର ବିକାଶ ଯାତ୍ରାର ପରିଣାମ । ହଜାର ହଜାର ବର୍ଷ ଧରି ଭାରତର ସ୍ଥାୟୀ ଖାଦ୍ୟ ସଂସ୍କୃତିର ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ପୂର୍ବପୁରୁଷମାନେ ଖାଦ୍ୟ ଅଭ୍ୟାସକୁ ଆୟୁର୍ବେଦ ସହିତ ଯୋଡ଼ିଥିଲେ । ଆୟୁର୍ବେଦରେ କୁହାଯାଏ ‘ରୀତା – ଭୁକ୍‌’ ଅର୍ଥାତ୍ ଋତୁ ଅନୁଯାୟୀ ଖାଇବା, ‘ମିତ୍ ଭୁକ’ ଅର୍ଥାତ୍ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ଏବଂ ‘ହିତ୍ ଭୁକ୍‌’ ଅର୍ଥାତ୍ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା, ଏଗୁଡ଼ିକ ଭାରତର ବିଜ୍ଞାନ ସମ୍ମତ ଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଅଂଶ । ଖାଦ୍ୟଶସ୍ୟ, ବିଶେଷ କରି ଭାରତର ମସଲା ବ୍ୟବସାୟର ନିରନ୍ତର ପ୍ରଭାବ ବିଶ୍ୱ ଉପରେ ପଡ଼ିବ ବୋଲି ସେ ଉଲ୍ଲେଖ କରିଥିଲେ ।  ବିଶ୍ୱ ଖାଦ୍ୟ ସୁରକ୍ଷା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ନିରନ୍ତର ଏବଂ ସୁସ୍ଥ ଖାଦ୍ୟ ଅଭ୍ୟାସର ପ୍ରାଚୀନ ଜ୍ଞାନକୁ ବୁଝିବା ଏବଂ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ୨୦୨୩ କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରୁଥିବା ବିଶ୍ୱକୁ ଶ୍ରୀ ମୋଦୀ ସ୍ୱୀକାର କରିଥିଲେ । ଶ୍ରୀ ମୋଦୀ କହିଛନ୍ତି ଯେ ମିଲେଟ୍ ଭାରତର ‘ସୁପରଫୁଡ୍ ଝୁଡି’ ର ଏକ ଅଂଶ ଏବଂ ସରକାର ଏହାକୁ ଶ୍ରୀ ଅନ୍ନ ନାମରେ ଚିହ୍ନଟ କରିଛନ୍ତି । ଯଦିଓ ଶତାବ୍ଦୀ ଧରି ଅଧିକାଂଶ ସଭ୍ୟତାରେ ବାଜରାକୁ ଅଧିକ ପ୍ରାଥମିକତା ଦିଆ ଯାଉଥିଲା, ତଥାପି ଗତ କିଛି ଦଶନ୍ଧି ମଧ୍ୟରେ ଏହା ଭାରତ ସମେତ ଅନେକ ଦେଶରେ ଖାଦ୍ୟ ଅଭ୍ୟାସରୁ ବାହାରି ଯାଇଛି, ଯାହା ଦ୍ୱାରା ବିଶ୍ୱ ସ୍ୱାସ୍ଥ୍ୟ, ସ୍ଥାୟୀ ଚାଷ ଏବଂ ସ୍ଥାୟୀ ଅର୍ଥନୀତିକୁ ବ୍ୟାପକ କ୍ଷତି ପହଞ୍ଚାଇଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ।

ଅନ୍ତର୍ଜାତୀୟ ଯୋଗ ଦିବସର ପ୍ରଭାବ ଭଳି ବିଶ୍ୱର କୋଣ ଅନୁକୋଣରେ ବାଜରା ପହଂଚିବ ବୋଲି ବିଶ୍ୱାସ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଭାରତର ପଦକ୍ଷେପ ଉପରେ ବିଶ୍ୱରେ ବାଜରା ସମ୍ପର୍କରେ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି ।

ନିକଟରେ ଅନୁଷ୍ଠିତ ଜି – ୨୦ ଶିଖର ସମ୍ମିଳନୀରେ ଭାରତ ଗସ୍ତରେ ଆସିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କ ପାଇଁ ବାଜରାରୁ ପ୍ରସ୍ତୁତ ଖାଦ୍ୟ ଏବଂ ବଜାରରେ ବାଜରାରୁ ପ୍ରସ୍ତୁତ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀର ଉପଲବ୍ଧତା ବିଷୟରେ ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଶ୍ରୀ ଅନ୍ନର ଅଂଶ ବୃଦ୍ଧି ଉପରେ ଆଲୋଚନା କରିବା ଏବଂ ଶିଳ୍ପ ଏବଂ କୃଷକ ମାନଙ୍କର ହିତ ପାଇଁ ଏକ ସାମୂହିକ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ଅତିଥି ମାନଙ୍କୁ ଅନୁରୋଧ କରିଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ ଜି – ୨୦ ଗ୍ରୁପ୍ ଦିଲ୍ଲୀ ଘୋଷଣାନାମାରେ ସ୍ଥାୟୀ କୃଷି, ଖାଦ୍ୟ ନିରାପତ୍ତା ଏବଂ ପୋଷଣ ନିରାପତ୍ତା ଉପରେ ଗୁରୁତ୍ୱାରୋପ କରିଛି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସହ ଜଡ଼ିତ ସମସ୍ତ ଅଂଶୀଦାର ମାନଙ୍କ ଭୂମିକା ଉପରେ ଆଲୋକପାତ କରିଛି । ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମକୁ ବିବିଧ ଖାଦ୍ୟ ଝୁଡି ଆଡକୁ ନେବା ଏବଂ ଶେଷରେ ଅମଳ ପରବର୍ତ୍ତୀ କ୍ଷୟକ୍ଷତିକୁ ହ୍ରାସ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ଅପଚୟ ହ୍ରାସ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।

ଅପଚୟ ହ୍ରାସ କରିବା ପାଇଁ ଶୀଘ୍ର ନଷ୍ଟ ହୋଇ ଯାଉଥିବା ଦ୍ରବ୍ୟର ପ୍ରକ୍ରିୟାକରଣ ବୃଦ୍ଧି କରିବାକୁ ସେ ଅନୁରୋଧ କରିଥିଲେ, ଯାହା ଦ୍ୱାରା କୃଷକମାନେ ଉପକୃତ ହେବେ ଏବଂ ମୂଲ୍ୟରେ ଅସ୍ଥିରତାକୁ ମଧ୍ୟ ରୋକାଯାଇପାରିବ । ଅଭିଭାଷଣ ଶେଷ କରି , ପ୍ରଧାନମନ୍ତ୍ରୀ କୃଷକ ମାନଙ୍କର ସ୍ୱାର୍ଥ ଏବଂ ଉପଭୋକ୍ତା ମାନଙ୍କ ସନ୍ତୋଷ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଠାରେ ଯେଉଁ ନିଷ୍ପତି ନିଆଯାଇଛି ତାହା ବିଶ୍ୱ ପାଇଁ ଏକ ସ୍ଥାୟୀ ଏବଂ ଖାଦ୍ୟ ସୁରକ୍ଷିତ ଭବିଷ୍ୟତର ମୂଳଦୁଆ ପକାଇବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ, କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଶ୍ରୀ ପଶୁପତି କୁମାର ପାରସ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ, କେନ୍ଦ୍ର ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା ଏବଂ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂହ ପଟେଲ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ଏକ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କୁ ବିହନ ପୁଞ୍ଜି ସହାୟତା ପ୍ରଦାନ କରିଥିଲେ । ଉନ୍ନତ ପ୍ୟାକେଜିଂ ଏବଂ ଗୁଣାତ୍ମକ ଉତ୍ପାଦନ ମାଧ୍ୟମରେ ଏହି ସହାୟତା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ବଜାରରେ ଉତ୍ତମ ମୂଲ୍ୟ ହାସଲ କରିବାରେ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩ ର ଏକ ଅଂଶ ଭାବରେ ଫୁଡ୍ ଷ୍ଟ୍ରିଟ୍‌କୁ ମଧ୍ୟ ଉଦଘାଟନ କରିଥିଲେ । ଏଥିରେ ଆଞ୍ଚଳିକ ଖାଦ୍ୟ ଏବଂ ରାଜକୀୟ ରନ୍ଧନର ଐତିହ୍ୟ ରହିବ, ଯେଉଁଥିରେ ୨୦୦ରୁ ଅଧିକ ସେଫ୍  (ରନ୍ଧନକର୍ତ୍ତା) ଅଂଶଗ୍ରହଣ କରିବେ ଏବଂ ପାରମ୍ପରିକ ଭାରତୀୟ ଖାଦ୍ୟକୁ ଉପସ୍ଥାପନ କରିବେ, ଯାହା ଏହାକୁ ଏକ ଅନନ୍ୟ ରନ୍ଧନ ଅନୁଭୂତିରେ ପରିଣତ କରିବ ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭାରତକୁ ‘ବିଶ୍ୱର ଖାଦ୍ୟ ଝୁଡି’ ଭାବରେ ପ୍ରଦର୍ଶିତ କରିବା ଏବଂ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ପାଳନ କରିବା । ଏହା ସରକାରୀ ସଂସ୍ଥା, ଶିଳ୍ପ ପେସାଦାର, କୃଷକ, ଉଦ୍ୟୋଗୀ ଏବଂ ଅନ୍ୟ ଅଂଶୀଦାର ମାନଙ୍କୁ ଆଲୋଚନାରେ ସାମିଲ ହେବା, ଭାଗିଦାରୀ ସ୍ଥାପନ କରିବା ଏବଂ କୃଷି – ଖାଦ୍ୟ କ୍ଷେତ୍ରରେ ନିବେଶ ସୁଯୋଗ ଖୋଜିବା ପାଇଁ ଏକ ନେଟୱାର୍କିଂ ଏବଂ ବ୍ୟବସାୟ ପ୍ଲାଟଫର୍ମ ପ୍ରଦାନ କରିବ । ସିଇଓମାନେ ଗୋଲ୍ ଟେବୁଲ୍ ବୈଠକରେ  ନିବେଶ ଏବଂ ଇଜ୍ ଅଫ୍ ଡୁଇଙ୍ଗ  ବିଜନେସ୍ (ବ୍ୟବସାୟରେ ସହଜତା) ଉପରେ ଗୁରୁତ୍ୱ ଦେବେ ।

ଭାରତୀୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଉଦ୍ଭାବନ ଏବଂ ଶକ୍ତି ପ୍ରଦର୍ଶନ କରିବା ପାଇଁ ବିଭିନ୍ନ ମଣ୍ଡପ ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଇ ୪୮ଟି ଅଧିବେଶନ ଅନୁଷ୍ଠିତ ହେବ, ଯେଉଁଥିରେ ଆର୍ଥିକ ସଶକ୍ତିକରଣ, ଗୁଣାତ୍ମକ ନିଶ୍ଚିତତା ଏବଂ ଯନ୍ତ୍ରପାତି ଓ ପ୍ରଯୁକ୍ତି  ବିଦ୍ୟା କ୍ଷେତ୍ରରେ ନବସୃଜନତା ଉପରେ ଗୁରୁତ୍ୱ ଦିଆଯିବ ।

ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ ଗୁଡିକର ସିଇଓ ମାନଙ୍କ ସମେତ ୮୦ରୁ ଅଧିକ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏଥିରେ ରିଭର୍ସ ବାୟର ସେଲର ମିଟ୍ (କ୍ରେତା – ବିକ୍ରେତା ପାରସ୍ପରିକ ଆଲୋଚନା) ରହିବ, ଯେଉଁଥିରେ ୮୦ରୁ ଅଧିକ ଦେଶରୁ ୧୨୦୦ରୁ ଅଧିକ ବିଦେଶୀ କ୍ରେତା ରହିବେ । ନେଦରଲ୍ୟାଣ୍ଡ ସହଯୋଗୀ ଦେଶ ଭାବେ କାର୍ଯ୍ୟ କରୁଥିବା ବେଳେ ଜାପାନ ଏହି କାର୍ଯ୍ୟକ୍ରମର କେନ୍ଦ୍ର ଦେଶ ହେବ ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ସ୍ୱାଧୀନତା ଦିବସ ପୂର୍ବରୁ ଜିଲ୍ଲା ପ୍ରଶାସନର ଖସଡ଼ା ପ୍ରସ୍ତୁତ, ପ୍ରତି ଘରେ ଉଡ଼ିବ ତ୍ରିରଙ୍ଗା

ସ୍ୱାଧୀନତା ଦିବସ ପୂର୍ବରୁ ଜିଲ୍ଲା ପ୍ରଶାସନର ଖସଡ଼ା ପ୍ରସ୍ତୁତ କରାଯାଇଛି। ଆଜି ଦଶଟି ବ୍ଲକ ବିଡ଼ିଓଙ୍କ ସହ ଜିଲ୍ଲାପାଳଙ୍କ ଆଭାସୀ ବୈଠକ କରାଯାଇଛି। ଚାଳିଶ ଅମୃତ ସରବୋରରେ ଜାତୀୟ ପତାକା ଉତ୍ତୋଳନ ହେବ। ମେରୀ ମାଟି ମେରୀ ଦେଶ କାର୍ଯ୍ୟକ୍ରମରେ ପ୍ରତି ଅମୃତ ପୋଖରୀରେ ୭୫ ଚାରା ଲାଗିବ। ପ୍ରତି ଘରେ ଉଡ଼ିବ ତିରଙ୍ଗା, ମଧୁ ବାବୁ ପେନସନ ଯୋଜନା ଓ ମୋ ଘର ପାଇଁ ସଚେତନତା କରାଯିବ।

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସମାନ ହଲରେ ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ ର ବିଡ଼ିଓ ମାନଙ୍କ ସହ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି।  ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ପ୍ରତି ଘରେ ଜାତୀୟ ପତାକା ଉଡ଼ିବ। ଏଥିପାଇଁ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଚେତନତା ସୃଷ୍ଟି କରିବେ।

ଜିଲାରେ ଅମୃତ ସରବୋର ଯୋଜନା ରେ ଅନ୍ତର୍ଭୂକ୍ତ ୪୦ ଟି ଅମୃତ ସରବୋର କୂଳରେ ତ୍ରିରଙ୍ଗା ପତାକା ଉତ୍ତୋଳନ ହେବ। ଭାରତ ସ୍ୱାଧୀନତା ପାଇବାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଥିବା ମେରୀ ଦେଶ ମେରୀ ମାଟି କାର୍ଯ୍ୟକ୍ରମ।

ଏହି ଅମୃତ ସରବୋର କୂଳରେ ୭୫ ଟି ଲେଖାଏଁ ଚାରା ରୋପଣ କରାଯିବ। ଏପରିକି ଏହି ୪୦ ଅମୃତ ସରବୋର ବ୍ୟତୀତ ଯଦି କୌଣସି ପଞ୍ଚାୟତ ରେ ବଡ଼ ପୋଖରୀ ଥିବ ସେଠାରେ ମଧ୍ୟ ୭୫ ଲେଖାଏଁ ଚାରା ରୋପଣ କରାଯିବ। ଜଙ୍ଗଲ ବିଭାଗ ପକ୍ଷରୁ ଚାରା ଯୋଗାଇ ଦିଆଯିବ।

ସେହିପରି ବିଡ଼ିଓ ମାନଙ୍କ ସହ ଆଲୋଚନା କରି ପ୍ରତି ବ୍ଲକ ମୁଖ୍ୟାଳୟ ଓ ପଞ୍ଚାୟତ ମାନଙ୍କ ରେ ମଧୁବାବୁ ପେନସନ ଯୋଜନା ପାଇଁ ସ୍ୱତନ୍ତ୍ର ସହାୟତା କେନ୍ଦ୍ର (ହେଲପ ଡେ଼କ୍ସ ) କରାଯିବ। ନିହାତି ବୟସ୍କ ଗରିବ, ବିଧବା, ଭିନ୍ନକ୍ଷମ, ସ୍ୱାମୀ ପରିତକ୍ତା ମହିଳା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଭତ୍ତା ଆବେଦନ କରିବାରେ ସହାୟତା କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପରାମର୍ଶ ଦେଇଥିଲେ।

ମୋ ଘର ଯୋଜନାରେ ଘର ପାଇଁ ଯେତିକି ଦରଖାସ୍ତ ଆସିଛି ତାହାର ଯୋଗ୍ୟ ହିତାଧିକାରୀ ଚୟନ କରି ତୁରନ୍ତ ବ୍ୟାଙ୍କ ମାନଙ୍କୁ ପଠାଇବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।

ଏହି ବୈଠକ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବାଦଲ ମହାନ୍ତି, ଡିପିଏମ ବିବେକ ବେଉରା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ସୂଚନା ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ବାରାମୁଲା ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ହେଲା ଉଦଘାଟନ: ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜମ୍ମୁ ଓ କଶ୍ମୀରର ବାରାମୁଲା ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟନ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଚାଷୀମାନଙ୍କ ପାଇଁ ୭ଟି କଷ୍ଟମ ହାୟାରିଂ କେନ୍ଦ୍ର, ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକଙ୍କ ପାଇଁ ୯ଟି ପଲି ଗ୍ରୀନ ହାଉସ ସାମିଲ ରହିଛି।

ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟର ଟ୍ୱିଟ ଶୃଙ୍ଖଳା ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ଉଦଘାଟିତ ହୋଇଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡିକର ବିବିଧତା ଜମ୍ମୁ ଓ କଶ୍ମୀରବାସୀ, ବିଶେଷ କରି ଆକାଂକ୍ଷୀ ଜିଲ୍ଲାବାସୀଙ୍କ ଜୀବନର ଗୁଣବତ୍ତା ସମୃଦ୍ଧ କରିବା ଦିଗରେ ଆମ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।”

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ମିଲେଟ୍ ଶକ୍ତି ଆଉଟଲେଟର ଉଦଘାଟନ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ବଦଳୁଛି ମିଲ୍ଲେଟ୍ସ ରୁ ପ୍ରସ୍ତୁତ ଖାଦ୍ୟକୁ ପରସିବାର ଏବଂ ଅପଣେଇବାର ଢାଞ୍ଚା।
୨୦୨୩ ମସିହା କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଛି। କିନ୍ତୁ ୫ ବର୍ଷ ପୂର୍ବରୁ ଓଡିଶା ସରକାର ଓଡିଶା ମିଲେଟ ମିଶନ ଜ଼ରିଆରେ ଖ୍ୟୁଦ୍ରଶସ୍ୟ ବା ମିଲେଟକୁ ପ୍ରୋତ୍ସାହନ ଦେବା ଏବଂ ଏହାର ବ୍ୟବହାର ବୃଦ୍ଧି ନିମନ୍ତେ ଅବିରତ କାର୍ଯ୍ୟ କରି ଆସୁଛନ୍ତି।

ଏହି ପରିପ୍ରେକ୍ଷୀରେ ଓଡିଶା ମିଲ୍ଲେଟ୍ସ ମିଶନ ସହାୟତା ରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିଭିନ୍ନ ସହାୟତା ଜ଼ରିଆରେ ସମୃଦ୍ଧ କରି ଆସୁଅଛି। ଏହି ଅବସରରେ ସଂପ୍ରତ୍ତି ଜିଲ୍ଲା ପରିଷଦ ପରିସରରେ ଏକ ମିଲେଟ ଶକ୍ତି ଆଉଟ ଲେଟର ଶୁଭ ଉଦଘାଟନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ ଙ୍କ କରକମଳରେ ସମ୍ପନ୍ନ କରା ଯାଇ ଅଛି।

ଏହି ମିଲେଟ ଶକ୍ତି ଆଉଟ୍ଟଲେଟର ପରିଚାଳନା କଲ୍ୟାଣି ସ୍ୱୟଂ ସହୟକ ଗୋଷ୍ଠୀ ଦ୍ୱାରା କରାଯିବାର ବ୍ୟବସ୍ଥା କରାଯାଇଅଛି। ଏହି ଅବସର ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ମୂଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସଚିନ୍ ପାୱାର, ଭବାନୀପାଟଣା ପୌରପାଳିକା ଅଧକ୍ଷା ସଂଯୁକ୍ତା ବେହେରା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କଳାହାଣ୍ଡି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ପରିଚାଳକ, ଓଡିଶା ଜୀବିକା ମିଶନ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଡେପୁଟି କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅରମାସ ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୨୦୨୩-୨୪ ଆର୍ଥିକ ବର୍ଷରେ ୧୦୦୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରି ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟରେ ସଂପ୍ରତି କୃଷି ଯାନ୍ତ୍ରିକୀକରଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ଏବଂ କୃଷି ଯନ୍ତ୍ରପାତି ବିକି୍ର ୨୦୨୨-୨୩ ଆର୍ଥିକ ବର୍ଷରେ ୮୦୫ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏକ ହଜାର କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରି ଲକ୍ଷ୍ୟ ରଖାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି।

ଆଜି କୃଷି ଭବନଠାରେ କୃଷି ଯନ୍ତ୍ରପାତି/ଉପକରଣ/ଯନ୍ତ୍ରାଂଶ ନିର୍ମାତାମାନଙ୍କ ଏକ ବୈଠକରେ ଯୋଗଦେଇ ଡ. ପାଢ଼ୀ କହିଛନ୍ତି ଯେ ରାଜ୍ୟର କୃଷି କ୍ଷେତ୍ରରେ ରୂପାନ୍ତରଣ ଆଣିବା ନିମନ୍ତେ ବିଭାଗ ପକ୍ଷରୁ କେତେଗୁଡ଼ିଏ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।

ଫସଲ ବିବିଧିକରଣ କରାଯାଇ ଅଧିକରୁ ଅଧିକ ଅଣଧାନ ଫସଲ ଚାଷ କରି କୃଷକମାନଙ୍କ ଆୟବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଦ୍ୱିତୀୟରେ କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଯନ୍ତ୍ରପାତିର ବ୍ୟବହାର କରି ମାନବସମ୍ବଳର ସମସ୍ୟାର ସମାଧାନ କରାଯାଇପାରିଛି। ଏଥି ସହିତ ଆନୁଷଙ୍ଗିକ କୃଷିରେ ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ର ସମେତ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଛି। ରାଜ୍ୟରେ କୃଷି ଯନ୍ତ୍ରପାତି ବ୍ୟବହାର ଆଶାନୁରୂପ ବୃଦ୍ଧି ପାଉଥିବା ଦୃଷ୍ଟିରୁ କୃଷି ଯନ୍ତ୍ରପାତି ନିର୍ମାତାମାନେ ଯନ୍ତ୍ରପାତି ବିିକି୍ରବଟା ଦିଗରେ ଯେପରି କୌଣସି ଅସାଧୁ ଉପାୟ ଅବଲମ୍ବନ ନକରନ୍ତି ସେଥି ନିମନ୍ତେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଚେତାବନୀ ଦେଇ କହିଲେ ଯେ ମାର୍ଗଦର୍ଶିକାକୁ ଠିକ୍‌ ଭାବରେ ଅନୁପାଳନ କରୁନଥିବା ଫାର୍ମଗୁଡ଼ିକ ଉପରେ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥି ସହିତ ଯନ୍ତ୍ରପାତି ନିର୍ମାତାମାନେ ଯଦି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ସେମାନେ ଏ ସଂପର୍କରେ ବିଭାଗୀୟ ସଚିବଙ୍କ ସମେତ ପଦାଧିକାରୀଙ୍କ ସହିତ ଯୋଗାଯୋଗ କରିପାରିବେ।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ରାଜ୍ୟରେ କୃଷି ଯନ୍ତ୍ରପାତି ମେଳା ଆୟୋଜନର ସକରାତ୍ମକ ପ୍ରଭାବ ପଡ଼ିଛି ବୋଲି କହିବା ସହିତ ଆଗାମୀ ଦିନରେ ଏପରି କୃଷି ଯନ୍ତ୍ରପାତି ମେଳା ଆୟୋଜନ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା କଥା ସୂଚାଇଥିଲେ। କୃଷକମାନଙ୍କ ଦ୍ୱାରା କୃଷି ଯନ୍ତ୍ରପାତି କିଣିବା ଦିଗରେ ଋଣ ମିଳିବା ଯୋଗାଣ ଦିଗରେ ‘ସଫଲ’ ପୋର୍ଟାଲର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ସହିତ ଚୁକ୍ତି ଅନୁଯାୟୀ ଯନ୍ତ୍ରପାତି କାର୍ଯ୍ୟକ୍ଷମ ଓ ବ୍ୟବହାର ଦିଗରେ ନିର୍ମାତାମାନେ ଅଧିକ ସକି୍ରୟ ଭୂମିକା ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ପ୍ରଗତିଶୀଳ କୃଷକମାନଙ୍କ ସହିତ ଏ ଦିଗରେ ଅଧିକ ସମନ୍ୱୟ ରକ୍ଷା କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ବୈଠକର ବିବରଣୀ ଅନୁଯାୟୀ ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ସମୁଦାୟ ୨,୧୯,୭୪୯ଟି କୃଷି ଯନ୍ତ୍ରପାତି/ଉପକରଣ ବିକି୍ର ହୋଇଛି । ଏ ବାବଦରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୪୧୭.୪୬୪ କୋଟି ଟଙ୍କା ସବ୍‌ସିଡି ଆକାରରେ ପ୍ରଦାନ କରାଯାଇଛି । ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ୪୫,୩୨୪ଟି କୃଷି ଯନ୍ତ୍ରପାତି ଓ ଉପକରଣ ବିକି୍ର ହୋଇଥିବାବେଳେ ୨୬୨.୯୫୦ କୋଟି ଟଙ୍କା ସବ୍‌ସିଡି ଆକାରରେ ପ୍ରଦାନ କରାଯାଇଛି । ମୋଟ ଉପରେ ରାଜ୍ୟରେ ୨,୬୫,୦୭୩ଟି କୃଷି ଯନ୍ତ୍ରପାତି ଓ ଉପକରଣ ବିକି୍ର ହୋଇଥିବାବେଳେ ସବ୍‌ସିଡି ଆକାରରେ ମୋଟ ୧୬୮୦.୪୧୪ କୋଟି ଟଙ୍କା ପ୍ରଦାନ କରାଯାଇଛି ।

୨୦୧୭ ମସିହା ମାର୍ଚ୍ଚ ମାସଠାରୁ କୃଷି ଯନ୍ତ୍ରପାତି କ୍ରୟରେ କୃଷକମାନଙ୍କୁ ଡିବିଟି ମାଧ୍ୟମରେ ସିଧାସଳଖ ସବ୍‌ସିଡି ପ୍ରଦାନ କରାଯାଉଛି । ସଂପ୍ରତି ରାଜ୍ୟରେ ୧୮୬ଟି କାର୍ଯ୍ୟରତ ପଂଜୀକୃତ କୃଷି ଯନ୍ତ୍ରପାତି ନିର୍ମାତା ଏବଂ ୨୨୧୨ଟି ପଂଜୀକୃତ ଡିଲର କୃଷି ଯନ୍ତ୍ରପାତି ବିିକି୍ର କରୁଛନ୍ତି ଏବଂ ସମୁଦାୟ ୩୬ ପ୍ରକାରର କୃଷି ଯନ୍ତ୍ରପାତି ଓ ଉପକରଣ ଚାଷୀମାନଙ୍କୁ ଉପଲବ୍ଧ କରାଯାଉଛି ।

କୃଷି ଯନ୍ତ୍ରପାତି ବ୍ୟବହାର ଫଳରେ କୃଷି କ୍ଷେତ୍ରରେ ବିଦୁ୍ୟତ ଶକ୍ତିର ବ୍ୟବହାର ବୃଦ୍ଧିପାଇଛି ଏବଂ ୨୦୨୨ ମସିହା ସୁଦ୍ଧା ଏହା ହେକଫର ପିଛା ୨.୨୩ କିଲୋୱାଟ୍‌ ରହିଛି । କୃଷି ଯାନ୍ତ୍ରିକୀକରଣ ପ୍ରକି୍ରୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋ-ସୁଗମ ପୋର୍ଟାଲ ପ୍ରଚଳନ କରାଯାଇଛି ଏବଂ ଚାଷୀମାନଙ୍କୁ ଏଥିରେ କୃଷି ଯାନ୍ତ୍ରିକୀକରଣ ନିମନ୍ତେ ଆବଶ୍ୟକୀୟ ସୂଚନା ଉପଲବ୍ଧ କରାଯାଇଛି ।

ବୈଠକରେ ରାଜ୍ୟର ୧୦୦ରୁ ଊଦ୍ଧ୍ୱର୍ କୃଷି ଯନ୍ତ୍ରପାତି ନିର୍ମାତାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମିଶନ ଶକ୍ତିର ମା’ମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି “ଗେଣ୍ଡୁ ଫୁଲ ଚାଷ”

ସୁନ୍ଦରଗଡ଼: “ଆଗରୁ ଆମେ ଖାଲି ପଡ଼ିଥିବା ଜମିରେ କୋଳଥ ଏବଂ ଟମାଟୋ ଚାଷ କରୁଥିଲୁ। ହେଲେ ଏଥିରେ ଭଲ ଲାଭ ମିଳୁ ନଥିଲା। ଏବେ ଏହି ଜମିରେ ଆମେ ଗେଣ୍ଡୁ ଫୁଲ ଚାଷ କରିଛୁ। ସ୍ଥାନୀୟ ବଜାରରେ ଏହା ଭଲ ବିକ୍ରି ହେଉଛି”, କହନ୍ତି ସବଡେଗା ବ୍ଲକ ଗୁରୁମକେଲା ଗ୍ରାମପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟା ବୈଜୟନ୍ତୀ ମାଝି।

“ପ୍ରଥମ ଥର ପାଇଁ ଆମେ ଏହି ଗେଣ୍ଡୁ ଫୁଲ ଚାଷ କରିଛୁ। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ଆମେ ଘର ଚଳାଇବା ସହ ପିଲାମାନଙ୍କ ପାଠପାରେ ଖର୍ଚ୍ଚ କରୁଛୁ। ଆଗକୁ ଆହୁରି ଅଧିକ ଜାଗାରେ ଫୁଲ ଚାଷ କରିବାକୁ ଲକ୍ଷ୍ୟ ରଖିଛୁ”, କହନ୍ତି ବାଲିଶଙ୍କରା ବ୍ଲକ ତୁମୁଲିଆ ଗ୍ରାମପଞ୍ଚାୟତର ଆଉ ଜଣେ ହିତାଧିକାରୀ ଯଶୋବନ୍ତୀ ନାଏକ।

ସବଡେଗାର ବୈଜୟନ୍ତୀ ଏବଂ ବାଲିଶଙ୍କରା ବ୍ଲକର ଯଶୋବନ୍ତୀଙ୍କ ଭଳି ଜିଲ୍ଲାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏହି ଶୀତକାଳୀନ ଗେଣ୍ଡୁ ଫୁଲ ଚାଷ କରୁଛନ୍ତି। ମିଶନ ଶକ୍ତି ବିଭାଗ, ଓଡ଼ିଶା ଜୀବିକା ମିଶନ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ଅଣପାରମ୍ପରିକ କାମ କରି ମିଶନ ଶକ୍ତିର ମା’ମାନେ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହେଉଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ୬ଟି ବ୍ଲକରେ ପାଇଲଟ୍ ପ୍ରକଳ୍ପ ଭାବେ ଏହି ଗେଣ୍ଡୁ ଫୁଲ ଚାଷ କରାଯାଉଛି। ସବଡେଗା, କୁତ୍ରା, ରାଜଗାଙ୍ଗପୁର, ବାଲିଶଙ୍କରା, ନୂଆଗାଁ ଏବଂ କୁଆରମୁଣ୍ଡା ବ୍ଲକରେ ୧ ଏକର କରି ମୋଟ ୬ ଏକର ଜମିରେ ଏହି ଚାଷ କରାଯାଇଛି। ଏଥିରେ ୧୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୮୦ ଜଣ ସଦସ୍ୟା ଯୋଡ଼ି ହୋଇଛନ୍ତି।

“ସୁନ୍ଦରଗଡ଼ ଜିଲ୍ଲାକୁ ବର୍ତ୍ତମାନ ବାହାର ରାଜ୍ୟରୁ ଫୁଲ ଆସୁଛି। ତେଣୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଭାବେ ଏହି ଚାଷ କରାଯାଇ ଏସଏଚଜି ମହିଳାମାନଙ୍କ ଜୀବିକା ସୁନିଶ୍ଚିତ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ଆଗାମୀ ଦିନରେ ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ଗେଣ୍ଡୁ ଫୁଲ ଉତ୍ପାଦନ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଇବା ଲାଗି ଲକ୍ଷ୍ୟ ରହିଛି”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ।

ଫୁଲ ଚାଷ ହେଉଥିବା ପ୍ରତି ବ୍ଲକରେ ୩ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗୋଟିଏ କ୍ଲଷ୍ଟର ଗଠନ କରାଯାଇଛି। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ପ୍ରତି କ୍ଲଷ୍ଟରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଉଛି। ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି।

ଏସଏଚଜି ମା’ମାନେ ଫୁଲ ଚାଷ ପାଇଁ ଜମି ପ୍ରସ୍ତୁତ କରିଥାନ୍ତି। ଚାରା ଲଗାଇବା ସହ ଭଲ ଫୁଲ କିପରି ଅମଳ ହେବ ସେ ଦିଗରେ ବିଶେଷ ଧ୍ୟାନ ଦେଇଥାନ୍ତି। ଏହି ଫୁଲ ଚାଷ ପାଇଁ ଏସଏଚଜି ମହିଳାମାନଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ତାଲିମ ମଧ୍ୟ ଦିଆଯାଉଛି। ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ବ୍ଲକଗୁଡ଼ିକରେ ଏହି ଚାଷକୁ ସଂପ୍ରସାରଣ କରିବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି।

ସୁନ୍ଦରଗଡ଼ ଏବଂ ରାଉରକେଲା ସହିତ ବିଭିନ୍ନ ବ୍ଲକ ସଦରମହକୁମାରେ ଗେଣ୍ଡୁ ଫୁଲର ବେଶ୍ ଚାହିଦା ରହିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି ଫୁଲକୁ ନେଇ କିଲୋ ପିଛା ୪୦ରୁ ୫୦ ଟଙ୍କା ଦରରେ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି। ତା’ଛଡ଼ା ବିଭିନ୍ନ ପର୍ବ ପର୍ବାଣୀ, ବିବାହ ଏବଂ ବ୍ରତ ଘର ଆଦି କାର୍ଯ୍ୟ ଲାଗି ଅର୍ଡର ଆସିଲେ ଏସଏଚଜି ମା’ମାନେ ଫୁଲ ଯୋଗାଇ ଦେଇଥା’ନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଭିନ୍ନ କାମରେ ନିୟୋଜିତ ହେଉଛନ୍ତି। ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମ ସହିତ ଅତ୍ୟାଧୁନିକ ପରିମଳ ପରିଚାଳନା କାର୍ଯ୍ୟକ୍ରମ, ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଆଦି କାର୍ଯ୍ୟକ୍ରମରେ ଏସଏଚଜି ମା’ମାନେ ଯୋଡ଼ି ହୋଇ ସେମାନଙ୍କ ଦକ୍ଷତା ଦେଖାଇ ପାରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ର ରୋଜଗାର ମେଳାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ସରକାରଙ୍କ ରୋଜଗାର ମେଳାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଧନତେରାସରେ ଜାତୀୟ ସ୍ତରରେ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ। କେନ୍ଦ୍ର ସରକାରଙ୍କ ସ୍ତରରେ ୧୦ ଲକ୍ଷ ଚାକିରି ଯୋଗାଇବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ସେବେଠାରୁ ପ୍ରଧାନମନ୍ତ୍ରୀ ଗୁଜୁରାଟ ଏବଂ ଜାମ୍ମୁ ଓ କାଶ୍ମୀର ସରକାରଙ୍କ ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି। ରୋଜଗାର ମେଳାର ଆୟୋଜନ ଏତେ କମ୍ ସମୟ ମଧ୍ୟରେ ହୋଇଥିବାରୁ ଏହା ସ୍ପଷ୍ଟ ଯେ ମହାରାଷ୍ଟ୍ର ସରକାର ଯୁବକମାନଙ୍କୁ ରୋଜଗାର ଯୋଗାଇବା ଦିଗରେ ଦୃଢ ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତି। ମୁଁ ମଧ୍ୟ ଖୁସି ଯେ ଆଗାମୀ ସମୟରେ ମହାରାଷ୍ଟ୍ରରେ ଏଭଳି ନିଯୁକ୍ତି ମେଳା ଆହୁରି ବ୍ୟାପକ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି। ମହାରାଷ୍ଟ୍ରର ଗୃହ ବିଭାଗ ଏବଂ ରାଜ୍ୟର ଗ୍ରାମୀଣ ବିକାଶ ବିଭାଗରେ ହଜାର ହଜାର ନିଯୁକ୍ତି ହେବ।

ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ଅମୃତ କାଳରେ ବିକଶିତ ଭାରତର ଲକ୍ଷ୍ୟ ଉପରେ ଦେଶ କାର୍ଯ୍ୟ କରୁଛି ଯେଉଁଠାରେ ଯୁବକମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ସେ କହିଛନ୍ତି ପରିବର୍ତ୍ତିତ ସମୟରେ ନିଯୁକ୍ତିର ପ୍ରକାର ଦ୍ରୁତ ଗତିରେ ବଦଳୁଛି, ସରକାର ମଧ୍ୟ ବିଭିନ୍ନ ପ୍ରକାରର ଚାକିରି ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି। ସେ କହିଛନ୍ତି ଯେ ମୁଦ୍ରା ଯୋଜନା ଯୁବକମାନଙ୍କୁ ବନ୍ଧକ ମୁକ୍ତ ଋଣ ଦେଉଛି ଏବଂ ୨୦ ଲକ୍ଷ କୋଟି ଟଙ୍କା ମୂଲ୍ୟର ଋଣ ପ୍ରଦାନ କରାଯାଇ ସାରିଛି। ସେହିଭଳି ଷ୍ଟାର୍ଟ ଅପ୍ ଏବଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଏକ ବଡ଼ ଉପାୟରେ ସମର୍ଥନ କରାଯାଉଛି। ମହାରାଷ୍ଟ୍ରର ଯୁବକମାନେ ଏଥିରୁ ଉପକୃତ ହୋଇଛନ୍ତି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ସରକାରଙ୍କ ଉଦ୍ୟମ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦଳିତ-ପଛୁଆ, ଆଦିବାସୀ, ସାଧାରଣ ବର୍ଗ ଏବଂ ମହିଳାଙ୍କ ପାଇଁ ରୋଜଗାର ଏବଂ ଆତ୍ମନିଯୁକ୍ତି ଲାଗି ଏହି ସୁଯୋଗଗୁଡ଼ିକ ସମାନ ଭାବରେ ଉପଲବ୍ଧ ହେଉଛି। ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ୮ କୋଟି ମହିଳାଙ୍କୁ ୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ସହାୟତା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଦେଶର ଭିତ୍ତିଭୂମି, ସୂଚନା ପ୍ରଯୁକ୍ତିବିଦ୍ୟା ତଥା ଅନ୍ୟାନ୍ୟ କ୍ଷେତ୍ରରେ ସରକାର ଯେଉଁ ରେକର୍ଡ ପରିମାଣର ପୁଞ୍ଜି ବିନିଯୋଗ କରୁଛନ୍ତି ତାହା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ମହାରାଷ୍ଟ୍ର ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ରାଜ୍ୟ ପାଇଁ ୨ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ୨୨୫ ଟି ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ୭୫ ହଜାର କୋଟି ମୂଲ୍ୟର ରେଳ ପ୍ରକଳ୍ପ ଏବଂ ଆଧୁନିକ ସଡ଼କ ପାଇଁ ୫୦ କୋଟି ମୂଲ୍ୟର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଉପରେ କାମ ଚାଲିଛି କିମ୍ବା ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଶେଷ କରି କହିଛନ୍ତି ଯେ ଯେତେବେଳେ ସରକାର ଭିତ୍ତିଭୂମି ପାଇଁ ଏତେ ପରିମାଣର ଅର୍ଥ ଖର୍ଚ୍ଚ କରନ୍ତି, ସେହି କାରଣରୁ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୁଏ।

Categories
ଜାତୀୟ ଖବର ବିଶେଷ ଖବର

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଧାନମନ୍ତ୍ରୀ ହସ୍ତାନ୍ତର କଲେ ଏକ ହଜାର କୋଟି ଟଙ୍କା: ଉପକୃତ ହେବେ ୧୬ଲକ୍ଷ ମହିଳା

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରୟାଗରାଜ ଗସ୍ତରେ ଯାଇ ବିଶେଷକରି ତୃଣମୂଳ ସ୍ତରରେ ମହିଳାଙ୍କୁ ସଶକ୍ତ କରିବା ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏକ ହଜାର କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି ଓ ଏହା ଦ୍ୱାରା ପାଖାପାଖି ୧୬ଲକ୍ଷ ମହିଳା ସଦସ୍ୟ ଉପକୃତ ହେବେ। ଏହି ହସ୍ତାନ୍ତରଣ ଦିନ ଦୟାଲ ଅନ୍ତଦ୍ୟୋୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନ (DAY-NRLM) ଜରିଆରେ ହେଉଛି। ଏହା ଦ୍ୱାରା ୮୦ହଜାର ଏସଏଚଜି ଗୋଷ୍ଠୀ ନିବେଶ ପାଣ୍ଠି (ଆଇଏଫ)ରେ ଏସଏଚଜି ପିଛା ୧.୧୦ଲକ୍ଷ ଟଙ୍କା ଓ ୬୦ହଜାର ଏସଏଚଜି ଚକ୍ରୀୟ ପାଣ୍ଠି ଜରିଆର ଏସଏଚଜି ପିଛା ୧୫ହଜାର ପାଇବେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବ୍ୟାପାର ସମ୍ବାଦଦାତା-ସାକ୍ଷୀ (ବି.ସି ସାକ୍ଷୀ) ପ୍ରତ୍ୟେକ ୪ହଜାର ଟଙ୍କାର ପ୍ରଥମ ଛାତ୍ରବୃତ୍ତି, ୨୦ହଜାର ଟଙ୍କା ବି.ସି. ସାକ୍ଷୀଙ୍କୁ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୨୦କୋଟି ଟଙ୍କା ‘ମୁଖ୍ୟମନ୍ତ୍ରୀ କନ୍ୟା ମଙ୍ଗଳ ଯୋଜନା’ର ଏକ ଲକ୍ଷ ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ହିନ୍ଦୀ ସାହିତ୍ୟର ପ୍ରଥିତଯଶା ଲେଖକ ମହାବୀର ପ୍ରସାଦ ଦ୍ୱିବେଦୀଙ୍କ ମୃତ୍ୟୁବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଲେ ଯେ ପ୍ରୟାଗରାଜ ହେଉଛି ଗଙ୍ଗା, ଯମୁନା, ସରସ୍ୱତୀର ସଂଗମସ୍ଥଳ ଓ ହଜାର ହଜାର ବର୍ଷ ଧରି ଆମର ମାତୃଶକ୍ତିର ପ୍ରତୀକ ହୋଇ ରହିଆସିଛି। ଆଜି ଏହି ତୀର୍ଥସ୍ଥଳ ମାତୃଶକ୍ତିର ବିସ୍ମୟକର ସଂଗମ ଦେଖୁଛି।

ଉତ୍ତରପ୍ରଦେଶରେ ମହିଳା ସଶକ୍ତିକରଣ ଦିଗରେ ଯାହାସବୁ ହୋଇଛି,  ସମଗ୍ର ଦେଶ ତାହାର ସାକ୍ଷୀ ରହିଛି। ମୁଖମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଯାହା ଅଧୀନରେ ଥିବା ଏକ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଆଉ ଯେଉଁ କୋଟି କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି, ଏହା ଗ୍ରାମୀଣ ଗରିବ ଏବଂ ଝିଅମାନଙ୍କ ପାଇଁ ଏକ ଆସ୍ଥାର ବିଷୟ ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଯୋଗୁଁ ଉତ୍ତରପ୍ରଦେଶରେ ମହିଳାମାନଙ୍କ ସମ୍ମାନ, ମର୍ଯ୍ୟାଦା ଓ ସୁରକ୍ଷା ଯେପରି ସୁନିଶ୍ଚିତ ହୋଇପାରିଛି ତାହା ଅତୁଳନୀୟ। ଉତ୍ତରପ୍ରଦେଶର ମହିଳା ପୂର୍ବ ପରିସ୍ଥିତିର ପୁନରାବୃଦ୍ଧି ର ସୁଯୋଗ ଦେବେ ନାହିଁ ବୋଲି ସ୍ଥିର କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଟି ବଚାଓ, ବେଟୀ ପଢାଓ ଅଭିଯାନ ଅଧୀନରେ ସରକାର ଲିଙ୍ଗ ବାଛି ଗର୍ଭପାତ ନ କରିବା ନେଇ ସଚେତନତା ସୃଷ୍ଟି କରୁଛନ୍ତି। ଏହାଫଳରେ ଅନେକ ରାଜ୍ୟରେ ଝିଅମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ସରକାର ଗର୍ଭବତୀ ମହିଳାଙ୍କ ଟୀକାକରଣ ଉପରେ ଗୁରୁତ୍ୱଆରୋପ କରୁଥିବାବେଳେ ଆନୁଷ୍ଠାନିକ ପ୍ରସବ ଓ ଗର୍ଭବସ୍ଥାରେ ପୌଷ୍ଟିକତା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଉପଯୁକ୍ତ ଆହାର ଯତ୍ନ ନିମନ୍ତେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଅଧୀନରେ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କ ବ୍ୟାଙ୍କ ଖାତାରେ ପାଂଚହଜାର ଟଙ୍କା ଜମା କରାଯାଉଛି।

ମହିଳାମାନଙ୍କ ମର୍ଯ୍ୟାଦା ବୃଦ୍ଧି ନିମନ୍ତେ ନିଆଯାଉଥିବା କେତେକ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ସ୍ୱଚ୍ଛ ଭାରତ ମିଶନ ଅଧୀନରେ କୋଟି କୋଟି ଶୌଚାଳୟ ନିର୍ମାଣ, ଉଜ୍ଜ୍ୱଳା ଯୋଜନା ଅଧୀନରେ ଗ୍ୟାସ ସଂଯୋଗ ସୁବିଧା, ଘରକୁ ପାଇପ ଯୋଗେ ଜଳ ଯାହାକି ଭଉଣୀମାନଙ୍କ ଜୀବନରେ ଏକ ନୂତନ ସୁବିଧା ଆଣି ଦେଇଛି ବୋଲି   ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁଗ ଯୁଗ ଧରି ଘର ସମ୍ପତ୍ତିବାଡି  କେବଳ  ପୁରୁଷମାନଙ୍କ ଅଧିକାର ବୋଲି ସାବ୍ୟସ୍ତ ହୋଇ ଆସୁଥିଲା। ଏହି ଅସାମନତା ଦୂର କରିବା ସରକାର ଯୋଜନା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏହାର ସର୍ବଶ୍ରେଷ୍ଠ ଉଦାହରଣ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିର୍ମିତ ହେଉଥିବା ଅଧିକାଂଶ ଘର ମହିଳାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରାଯାଉଛି।

କର୍ମନିଯୁକ୍ତି ଓ ପରିବାରର ଆୟ ବୃଦ୍ଧି ଦିଗରେ ଲାଗୁ  ଯୋଜନାରେ ମହିଳାମାନଙ୍କୁ ସମଭାଗୀ କରାଯାଇଛି। ଆଜି ମୁଦ୍ରା ଯୋଜନା ଗ୍ରାମାଞ୍ଚଳରୁ ମଧ୍ୟ ମହିଳାମାନଙ୍କୁ ଉଦ୍ୟୋଗପତି ହେବାକୁ ପ୍ରୋତ୍ସାହିତ କରୁଛି। ଦିନଦୟାଲ ଅନ୍ତଦ୍ୟୋୟ ଯୋଜନା ଅଧୀନରେ ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମାଞ୍ଚଳ ସଂଗଠନ ସହ ଯୋଡାଯାଇଛି। “ମୁଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନଙ୍କୁ ଆତ୍ମନିର୍ଭର ଭାରତ ଅଭିଯାନର ଶ୍ରେଷ୍ଠ ବୋଲି ମନେ କରେ । ଏହି ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ବାସ୍ତବରେ ଜାତୀୟ ସହାୟକ ଗୋଷ୍ଠୀ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ।

ଡବଲ ଇଞ୍ଜିନ ସରକାର କୌଣସି ବାଛବିଚାର ନ ରଖି ଝିଅମାନଙ୍କର ଭବିଷ୍ୟତକୁ ସଶକ୍ତ କରିବା ପାଇଁ ଅବିରତ ସଂଗ୍ରାମ କରି ଚାଲିଛି। ସେ ମଧ୍ୟ ଝିଅମାନଙ୍କ ଆଇନଗତ ବିବାହ ବୟସ ନେଇ ନିଆହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମଧ୍ୟ କହିଥିଲେ। “ଆଗରୁ ପୁଅମାନଙ୍କ ବିବାହ ବୟସ ଆଇନତଃ ୨୧ ଥିଲା, ମାତ୍ର ଝିଅମାନଙ୍କ କ୍ଷେତ୍ରରେ ଏହା ୧୮ ଥିଲା। ଝିଅମାନେ ମଧ୍ୟ ସେମାନଙ୍କ ପାଠପଢିବା ଓ ସମାନ ସୁଯୋଗ ପାଇଁ ଚାହୁଁଥିଲେ। ସେଥିପାଇଁ ଝିଅମାନଙ୍କ ବିବାହ ବୟସ ୨୧କୁ ବୃଦ୍ଧି କରିବାକୁ ଉଦ୍ୟମ ଚାଲିଛି। ଦେଶ ଝିଅମାନଙ୍କ ପାଇଁ ଏ ନିଷ୍ପତ୍ତି ନେଉଛି ବୋଲି ଶ୍ରୀ ମୋଦୀ କହିଥିଲେ।

ନିକଟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ଅନେକ ଉନ୍ନତି ହୋଇଛି ବୋଲି ଶ୍ରୀ ମୋଦି କହିଥିଲେ। ମାଫିଆରାଜ ଓ ଆଇନ ଶାସନ ହୀନତାର ମୂଳୋତ୍ପାଟନର ସବୁଠାରୁ ଅଧିକ ସୁବିଧା ୟୁପିର ଝିଅମାନେ ପାଉଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଜି ଉତ୍ତପ୍ରଦେଶରେ ସୁରକ୍ଷା ଓ ଅଧିକାର ଉଭୟ ରହିଛି। ଆଜି ୟୁପିରେ ସମ୍ଭାବନା ଓ ବ୍ୟବସାୟ ଉଭୟ ରହିଛି। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ମାଆ ଓ ଉଭଣୀଙ୍କ ଆଶୀର୍ବାଦରେ କେହି ବି ଏହି ନୂତନ ୟୁପିକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇପାରିବେ ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ୬ଟି ଜିଲ୍ଲାରେ ପ୍ରତିଷ୍ଠିତ ଟିଫିନ୍‌ ସେଣ୍ଟର ପ୍ରତି ଲୋକଙ୍କ ବଢୁଛି ଆଗ୍ରହ

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଦ୍ୱାରା ଆଭାସି ମାଧ୍ୟମରେ କେଉଁଝର ଜିଲ୍ଲାରେ ମୁକ୍ତାକାଶ ରେସ୍ତୋରାଁରେ ଓଡ଼ିଶାର ପ୍ରଥମ ସ୍ୱତନ୍ତ୍ର ମିଲେଟ୍‌ ଶକ୍ତି କାଫେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ମନ୍ତ୍ରୀ ଶ୍ରୀମତୀ ସାହୁ ଏହି ଅବସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଆଶିଷ ଠାକ୍‌ରେ ଜିଲ୍ଲାରେ ଏହି ଭଳି ଆହୁରି ଅଧିକ କାଫେ ଖୋଲାଯିବ ବୋଲି କହିଥିଲେ ।

ଓଡ଼ିଶା ମିଲେଟ୍‌ ମିଶନର ବୈଷୟିକ ଏବଂ ପରିଚାଳନାଗତ ଆଭିମୁଖ୍ୟ ସଂପର୍କରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ମିଲେଟ୍‌ ଶକ୍ତି କାଫେରେ ମିଲେଟ୍‌ରୁୁ ପ୍ରସ୍ତୁତ ବହୁବିଧ ଖାଦ୍ୟ ସାମଗ୍ରୀ ଯେମିତି କି ରନ୍ଧାଖାଦ୍ୟ, ଖାଇବା ସାମଗ୍ରୀ, ଅଟା, ପାନୀୟ, ଜଳଖିଆ, ବେକେରୀ ସାମଗ୍ରୀ ଆଦି ବିକ୍ରୟ କରାଯିବ ।

ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଆଗାମୀ ଏକ ବର୍ଷ ମଧ୍ୟରେ ଏହି ଭଳି ଆହୁରି ୧୫ଟି ମିଲେଟ୍‌ ଶକ୍ତି କାଫେ ଖୋଲାଯିବ । ସିଏସ୍‌ଆଇଆର୍‌-ସିଏଫ୍‌ଟି ଆର୍‌ଆଇ, ମହୀଶୂରର ବୈଷୟିକ ତତ୍ତ୍ୱାବଧାନରେ ଓଡ଼ିଶା ମିଲେଟ୍‌ ମିଶନ ଦ୍ୱାରା ଏଥି ପାଇଁ ଆହୁରି ଉଚ୍ଚତର ପ୍ରଶିକ୍ଷଣ ପ୍ରଦାନ କରାଯିବ ଏବଂ ଏହାର ମାନକ ନିର୍ଦ୍ଧାରଣ କରାଯିବ ।

‘ରାଜ୍ୟର ଜନଜାତି ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ମିଲେଟ୍‌ର ବହୁଳ ପ୍ରଚଳନ ପାଇଁ ସ୍ୱତନ୍ତ୍ର ଯୋଜନା’ ପରିପ୍ରେକ୍ଷୀରେ ରାଜ୍ୟରେ ମିଲେଟ୍‌ର ଉତ୍ପାଦନ ବୃଦ୍ଧି ନିମନ୍ତେ ୨୦୧୭ ମସିହାରେ ଓଡ଼ିଶା ମିଲେଟ୍‌ ମିଶନର ଶୁଭାରମ୍ଭ କରାଯାଇଥିଲା । ସଂପ୍ରତି ୧୫ଟି ଜନଜାତି ଅଧ୍ୟୁଷିତ ଜିଲ୍ଲାର ୮୪ଟି ବ୍ଲକ୍‌ରେ ଏହା କାର୍ଯ୍ୟକାରୀ ହେଉଛି ।

ରାଜ୍ୟର ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ନିମନ୍ତେ ୨୦୦୧ ମସିହାରେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସାମିଲ କରାଯାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜୀବିକା ପ୍ରଦାନ ସହ ମିଲେଟ୍‌କୁ ଏକ ପୁଷ୍ଟିଯୁକ୍ତ ଖାଦ୍ୟ ଭାବେ ବହୁଳ ବ୍ୟବହାର ନିମନ୍ତେ ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ମିଶନ ଶକ୍ତି ଏବଂ ଓଡ଼ିଶା ମିଲେଟ୍‌ ମିଶନ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।

ଏହି ବୁଝାମଣା ଅନୁସାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘର ସହାୟତାରେ ମିଲେଟ୍‌ ଆଧାରିତ ଖାଦ୍ୟ ସାମଗ୍ରୀର ଟିଫିନ ସେଣ୍ଟର ଏବଂ ଭ୍ରାମ୍ୟମାଣ ଖାଦ୍ୟ ଯାନ ସ୍ଥାପନ କରାଯିବା ସହ ଲୋକମାନଙ୍କୁ ସ୍ୱାସ୍ଥ୍ୟକର ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇଦେବାର ଦେ୍ୱðତ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମ ଅଧୀନରେ ଯେଉଁସବୁ ସ୍ଥାନରେ ବିକ୍ରୟ କେନ୍ଦ୍ର ଖୋଲାଯିବ ତାହାକୁ ‘ମିଲେଟ୍‌ ଶକ୍ତି’ ବ୍ରାଣ୍ଡ ନାମରେ ଅଭିହିତ କରାଯାଇଥିଲା ।

ଯୋଗ୍ୟତା ଭିତ୍ତିରେ ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ଅନୁମୋଦନ କ୍ରମେ ବ୍ଲକ୍‌ ଏବଂ ଜିଲ୍ଲାସ୍ତରରେ କମିଟି ଦ୍ୱାରା ସ୍ଥିରୀକୃତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଟେଣ୍ଡର ଆହ୍ୱାନ କରାଯାଇ ଚୟନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବଲାଙ୍ଗୀର, ଗଞ୍ଜାମ, ମୟୂରଭଞ୍ଜ, ମାଲକାନଗିରି, ନୂଆପଡ଼ା ଏବଂ ରାୟଗଡ଼ା ସମେତ ୬ଟି ଜିଲ୍ଲାରେ ୧୨ଟି ବ୍ଲକ୍‌ରେ ୩୨ଟି ମିଲେଟ୍‌ ଶକ୍ତି ଟିଫିନ ସେଣ୍ଟର ଖୋଲଯାଇ ସାରିଛି ।

ଟିଫିନ୍‌ ସେଣ୍ଟର ପାଇଁ ଆବଶ୍ୟକ ରୋଷେଇ ସରଞ୍ଜାମ ଯଥା-ଖାଦ୍ୟ ରଖିବା ନିମନ୍ତେ ଘୋଡ଼ଣୀ ଥିବା ଡେକ୍‌ଚି, ରାନ୍ଧିବା ପାଇଁ ବଡ଼ କଡ଼େଇ, ଇଡ୍‌ଲି ଛାଞ୍ଚ, ବେଲଣା ପେଡ଼ି, ଗ୍ରାଇଣ୍ଡର, ପ୍ରେସ୍‌ରକୁକର, ପିଠାଖଡ଼ିକା, ପରଷିବା ନିମନ୍ତେ ଷ୍ଟିଲ ଥାଳି, ୧୦୦ ଲିଟର ପାଣିଜାର୍‌ ଆଦି କିଣିବା ନିମନ୍ତେ ଓଡ଼ିଶା ମିଲେଟ୍‌ ମିଶନ ତରଫରୁ ଏହି ୟୁନିଟ୍‌ଗୁଡ଼ିକୁ ୩୦ ହଜାର ଟଙ୍କାର ଏକକାଳୀନ ସହାୟତା ରାଶି ଯୋଗାଇ ଦିଆଯାଇଛି । ଟିଫିନ୍‌ ସେଣ୍ଟର ପାଇଁ ଆବଶ୍ୟକ ଫ୍ଲେକ୍ସ, ବ୍ୟାନର, ଫେସିଆ ଆଦି ଛପାଇବା ଏବଂ ଟାଙ୍ଗିବା ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ସର୍ବନିମ୍ନ ୧୦ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରାଯାଇଛି ।

ଏହି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମକୁ ଆଗେଇ ନେବା ନିମନ୍ତେ ଯୋଗ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଆବଶ୍ୟକୀୟ ପ୍ରଶିକ୍ଷଣ ଦିଆଯାଇଛି । ପୂର୍ବରୁ ସେମାନେ ପ୍ରସ୍ତୁତ କରୁଥିବା ମିଲେଟ୍‌ରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ସହ ରାଗିରୁ ପ୍ରସ୍ତୁତ ଇଡ୍‌ଲି, ଦୋସା, ବରା, ଆଳୁଚପ୍‌, ସିଙ୍ଗଡ଼ା ପକୋଡ଼ା, ପୁରୀ, ଉପମା, କାକରା, ମାଲପୁଆ, ଲଡ଼ୁ, ଜିଲାପି, ଖଜା, ରୋଜ୍‌କେକ୍‌ ଖାଦ୍ୟ ସାରଣୀକୁ ଅଧିକ ଆକର୍ଷଣୀୟ କରିପାରିଛି ।

ବଜାର ସଂଯୋଗୀକରଣ ପ୍ରକ୍ରିୟାରେ ମିଲେଟ୍‌ରୁ ପ୍ରସ୍ତୁତ ଅଧିକ ଦିନ ରହିପାରୁଥିବା ଖାଦ୍ୟ ଭାବେ ଖୁରମା, ମୁଡ଼ୁକି, ମିକ୍ସଚର, ସରଗମ ଲଡ଼ୁ ଆଦି ସାଧାରଣ ଲୋକଙ୍କ ଦ୍ୱାରା ବହୁଳ ଭାବେ ଆଦୃତି ଲାଭ କରିଛି । ପ୍ରତ୍ୟେକ ପ୍ଲେଟ୍‌ର ମୂଲ୍ୟ ମାତ୍ର ୫ ଟଙ୍କାରୁ ୨୫ ଟଙ୍କା ମଧ୍ୟରେ ସୀମିତ ରଖାଯାଇଛି । ସୁଲଭ ମୂଲ୍ୟରେ ଅଭିନବ ଖାଦ୍ୟସାମଗ୍ରୀ ପ୍ରସ୍ତୁତି କରି ସ୍ୱାସ୍ଥ୍ୟକର ଏବଂ ପୁଷ୍ଟିଯୁକ୍ତ ଖାଦ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ହେତୁ ଖୁବ୍‌ କମ୍‌ ସମୟ ମଧ୍ୟରେ ଏହି ଖାଦ୍ୟ ଲୋକଙ୍କ ନିକଟରେ ଆଦୃତ ହୋଇପାରିଛି ।

ରାସନ୍‌ ସାମଗ୍ରୀ ଓ ପନିପରିବା କିଣିବା, କାଉଣ୍ଟର ପରିଚାଳନା କରିବା, ରେଜିଷ୍ଟରରେ ତଥ୍ୟ ଅପ୍‌ଡେଟ୍‌ କରିବା ଆଦି କାର୍ଯ୍ୟକୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରାଯାଇଛି । ପ୍ରାୟ ସମସ୍ତ ବିକ୍ରୟ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି ଏବଂ ଏହି ଏସ୍‌ଏଚ୍‌ଜି ଗ୍ରୁପ୍‌ମାନଙ୍କ ଦ୍ୱାରା ପରିଚାଳିତ ବିକ୍ରୟ କେନ୍ଦ୍ରଗୁଡ଼ିକରେ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଲାଭ ହେଉଛି । ପ୍ରାୟ ସମସ୍ତ ଗ୍ରାହକ ନିୟମିତ ଭାବେ ଦେୟ ପ୍ରଦାନ କରୁଥିବା ବେଳେ ରପ୍ତାନୀ ପାଇଁ ଦିଆଯାଉଥିବା ଅର୍ଡରଗୁଡ଼ିକ ପାଇଁ କିଛିଦିନ ମଧ୍ୟରେ ଅର୍ଥ ପଇଠ କରାଯାଉଛି । ପ୍ରତି ମାସର କାର୍ଯ୍ୟ ଦିବସଗୁଡ଼ିକ ଆଧାରରେ ପ୍ରତ୍ୟେକ ଏସ୍‌ଏଚ୍‌ଜି ହାରାହାରି ୭ ହଜାରରୁ ୯ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ନିୟୋଜିତ ହେବା ଦ୍ୱାରା ଏସ୍‌ଏଚ୍‌ଜିମାନଙ୍କ କାର୍ଯ୍ୟଦକ୍ଷତା ବହୁ ପରିମାଣରେ ବୃଦ୍ଧି ପାଇଛି । “ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଅର୍ଥ ଉପାର୍ଜନ କରିବା ସହ ନିଜ ପରିବାରକୁ ସହଯୋଗ କରିବାରେ ସଫଳ ହୋଇପାରିଛୁ’’ ବୋଲି ମାଲକାନଗିରି ମା ସନ୍ତୋଷୀ ଏସ୍‌ଏଚ୍‌ଜି ମତବ୍ୟକ୍ତ କରିଛନ୍ତି ।“ଯଦିଓ ଆମର ଉତ୍ପାଦନ ବର୍ତ୍ତମାନ ବହୁତ ଅଧିକ ହୋଇନାହିଁ ତଥାପି ଅଳ୍ପ ଆୟରେ ବି ଆମେ ବହୁତ ଖୁସି ଅଛୁ । ଆମେ ଆମ ବ୍ୟବସାୟକୁ ଆହୁରି ବୃଦ୍ଧି କରିବାକୁ ଚାହୁଁଛୁ ଯାହାଫଳରେ ପୁରୁଷମାନଙ୍କ ଉପରେ ଆମର ନିର୍ଭରଶୀଳତା କମିଯିବ’’ ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ୍‌ ବାବା ସିମିଲେଶ୍ୱର ଏସ୍‌ଏଚ୍‌ଜିର ସଦସ୍ୟାମାନେ ।

“ଏହି କାର୍ଯ୍ୟକ୍ରମ ଆମକୁ ପରିଚୟ ଦେଇଛି । ତେଣୁ ଆମେ ଏହାକୁ ଆହୁରି ସଂପ୍ରସାରିତ କରିବାକୁ ଚାହୁଁଛୁ’’ ବୋଲି ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ୍‌ର ଜୟଶ୍ରୀ ଏସ୍‌ଏଚ୍‌ଜିର ସଦସ୍ୟାମାନେ କହିଛନ୍ତି ।