କେନ୍ଦ୍ରପଡା : ନିଲମ୍ବିତ ଆଇଆଇସିଙ୍କ ଘଟଣାରେ ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ । ରାଜନଗର ଥାନାରେ ମାଆ ପୁଅଙ୍କୁ ଥାର୍ଡ ଡିଗ୍ରି ଘଟଣାରେ ସନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବିତ ପରେ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି । ତେବେ ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରାଯାଇଛି । ସୂଚନାମୁତାବକ, ଗତ ମେ ୨୫ ତାରିଖ ଦିନ ଏକ ପାରିବାରିକ କଳହର ସମାଧାନ ପାଇଁ ତାଳଚୁଆ ସାମୁଦ୍ରିକ ଥାନାକୁ ଆସିଥିବା ମା – ପୁଅଙ୍କୁ ଆଇଆଇସି ସନ୍ଧ୍ୟାରାଣୀ ଜେନା ସେମାନଙ୍କୁ ନିର୍ମମ ଭାବେ ମାଡ଼ ମାରି ଲହୁଲୁହାଣ କରିଥିବା ନେଇ ପଟ୍ଟାମୁଣ୍ଡାଇ ଏସଡ଼ିପିଓଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ପ୍ରଥମେ ନିଲମ୍ବନ କରାଯାଇଥିଲା । ନିଲମ୍ବିତ ମହିଳା ଅଧିକାରୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ର ଅନେକ ସଙ୍ଗିନ ଧାରା ଲଗାଯାଇଛି । ଏବେ ରାଜ୍ୟରେ ପୋଲିସ ବର୍ବରତାର କାହାଣୀ ଚର୍ଚାରେ ରହିଛି । ବାରଙ୍ଗ ମାମଲା ହେଉ କି କବିସୂର୍ଜ୍ୟନଗର ମାମଲା ପୋଲିସର କାର୍ଯ୍ୟ ଏବେ ସାଧାରଣରେ ଅସନ୍ତୋଷ ପ୍ରକଟ କରିଛି ।


