Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଘଟଣା, ୩ ଡାକ୍ତରଙ୍କ ନାମରେ ମାମଲା ରୁଜୁ

କୁଜଙ୍ଗ: କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ରାତିରେ ଡାକ୍ତରଙ୍କ ତୃଟିପୂର୍ଣ୍ଣ ଚିକିତ୍ସା କାରଣରୁ ରୋଗୀର ମୃତ୍ୟୁ ଘଟଣା ଏବେ ରୋଚକ ମୋଡ ନେଇଛି। ଗତକାଲି ଏହି ଘଟଣାରେ ଅଭିଯୋଗ ଆଧାରରେ କାର୍ଯ୍ୟରତ ତିନିଜଣ ଡାକ୍ତରଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଏହି ମାମଲାର ତଦ୍ଦନ୍ତ ଭାର ଗ୍ରହଣ କରିଛନ୍ତି ଖୋଦ ଥାନା ଅଧିକାରୀ ରଶ୍ମୀ ରଞ୍ଜନ ଦାଶ। ଅନ୍ୟ ପକ୍ଷରେ କୁଜଙ୍ଗ ମେଡିକାଲରେ ଏମବିବିଏସ ଡାକ୍ତର ଥିବା ସତ୍ୱେ ସେ କଣ ପାଇଁ ନିଜେ ରୋଗୀର ଚିକିତ୍ସା ନକରି ଆୟୂଷ ଡାକ୍ତରଙ୍କୁ ଏହି ଦାୟିତ୍ୱ ଦେଇ ନିଧଡ଼କ ଭାବେ ବସି ପଡିଥିଲେ ସେ ନେଇ ପ୍ରଶ୍ନ ଉଠୁଛି। ସେହିପରିଭାବେ ତୃଟିପୂର୍ଣ୍ଣ ଚିକିତ୍ସା ଯୋଗୁ ରୋଗୀର ମୃତ୍ୟୁ ହେବା ଜାଣିବାପରେ ମଧ୍ୟ ରୋଗୀଙ୍କ ସମ୍ପର୍କୀୟଙ୍କ ହାତରୁ ପରାମର୍ଶ ଚିଠା ନେଇ ତୁରନ୍ତ କଟକ ରେଫର କରିବା ଆଜି ଘଟଣାକୁ କୁଜଙ୍ଗବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ପ୍ରକାଶ ଯେ, ଜଗନ୍ନାଥ ପୁର ଗ୍ରାମର ୱାର୍ଡସଭ୍ୟ ପିଂଟୁ ରଞ୍ଜନ ନାଥଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ଉକ୍ତ ଗ୍ରାମର ଫକୀର ନାଥ(୫୭)ଙ୍କ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ତାଙ୍କର ସମ୍ପର୍କୀୟ ମାନେ ତୁରନ୍ତ ରାତି ୮.୪୦ ସମୟରେ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଇଥିଲେ। ତାଙ୍କର ପେଟ ଓ ଛାତିର ଯନ୍ତ୍ରଣା ହେଉଥିବା କଥା ଫକୀର ଡାକ୍ତରଙ୍କୁ କହିଥିଲେ। ମାତ୍ର କାର୍ଯ୍ୟରତ ଡାକ୍ତର କିଛି ନବୁଝି ଏକ ଇଞ୍ଜେକ୍ସନ ଦେଇଥିଲେ। ଫଳରେ ତୁରନ୍ତ ତାଙ୍କ ପାଟି ଓ ନାକରୁ ଫେଣ ବାହାରିବାରୁ ତାଙ୍କର ମଅତ୍ୟୁ ହୋଇଥିଲା। ତୁରନ୍ତ ଡାକ୍ତର ରୋଗୀ ପରାମର୍ଶ ଚିକତ୍ସା ପତ୍ର ଛଡାଇ ନେଇ ଆଉକିଛି ଲେଖିଥିଲେ। ଏବଂ ଧମକ ଦେଇ କହିଥିଲେ ଏହି ମୃତ ଶରୀରକୁ ନେଇ ଗାଁରେ ପୋତି ଦିଅ। ତା ସହିତ ଶବ ବ୍ୟବଛେଦ କରିବାକୁ ଦାବିକଲେ ତୁମ ସମ୍‌ତଙ୍କୁ ଆମେ ତିନିଜଣ ଡାକ୍ତର ମିଛ କେଶରେ ଫସାଇ ଦେଇ ଜେଲ ହାଜାତକୁ ପଠାଇ ଦେବୁ ବୋଲି ପିଂଟୁ ଅଭିଯୋଗରେ ପ୍ରକାଶ କରିଛନ୍ତି।

ଅଭିଯୋଗ ଆଧାରରେ ପୁଲିସ ୫୩୫/୨୩ ସଙ୍ଖ୍ୟାରେ ୩୦୪(ଏ)୩୪ ଆଇପିସି ଧାରାରେ ମାମଲା ରୁଜୁ କରାଯାଇଛି। ଆଜି ମଧ୍ୟାହ୍ନରେ କୁଜଙ୍ଗ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ ମେଡିକାଲ ଯାଇ ଏହି ଘଟଣା ତଦ୍ଦନ୍ତ କରିଛନ୍ତି। ଏବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଗତକାଲି ଏହି ଘଟଣା ଘଟିଥିବାବେଳେ ମେଡିକାଲର ଚିକିତ୍ସାଧିକାରୀ ଡାକ୍ତର ପ୍ରସନ୍ନ କୁମାର ପଣ୍ଡା କାହିଁଙ୍କି ଅନୁପସ୍ଥିତ ଥିଲେ। ସେହିପରିଭାବେ ଜଣେ ଅଭିଜ୍ଞ ଏମବିବିଏସ ଡାକ୍ତର ଥାଉଥାଉ ଜଣେ ଗୁରୁତରରୋଗୀଙ୍କୁ ସେ ଚିକିତ୍ସା ନକରି କଣ ପାଇଁ ଆୟୂଷ ଡାକ୍ତରଙ୍କୁ ଛାଡି ଦେଇଥିଲେ। ଆୟୂଷ ଡାକ୍ତର ମାନେ ମଧ୍ୟ କିପରି ଭାବେ ରୋଗ ନୀରୂପଣ ନକରି ଚିକିତ୍ସା କଲେ ବୋଲି ପ୍ରଶ୍ନ ଉଠୁଛି। ଏହି ଘଟଣାରେ ଅଭିଯୁକ୍ତ ଡାକ୍ତର ମହାକୁଡ ସେ ସଠିକ ସମୟରେ ରୋଗୀକୁ ପରୀକ୍ଷା କରିବା ସହିତ ରୋଗୀକୁ କଟକ ରେଫର କରିଥିଲେ। ମାତ୍ର ରୋଗୀକୁ କଟକ ନେବାକୁ ବିଳମ୍ବ କରିବାରୁ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ।

ସେହିପରିଭାବେ ଆୟୂଷ ଡାକ୍ତର ମଧ୍ୟ ଏହି ରୋଗୀର ଚିକତ୍ସା କରିବାରେ କୌଣସି ଅସୁବିଧା ନାହିଁ ଓ ଏହି ଘଟଣାର ତଦ୍ଦନ୍ତ କରାଯିବାପରେ ଓ ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଚିକତ୍ସାଧିକାରୀ ଡାକ୍ତର ପ୍ରସନ୍ନ କୁମାର ପଣ୍ଡା ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର

ଲୋକସଭା ଅନୁପ୍ରବେଶ ମାମଲାରେ ଏପର୍ଯ୍ୟନ୍ତ ୫ ଗିରଫ, ଜଣେ ଫେରାର ଦେଢ଼ବର୍ଷ ତଳେ ଯୋଜନା କରିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ: ଡିସେମ୍ବର ୧୩ରେ ସଂସଦର ସୁରକ୍ଷାରେ ଉଲ୍ଲଂଘନ ମାମଲାରେ ଏବେ ନୂଆ ତଥ୍ୟ ମିଳିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ସଂସଦ ବାହାରେ ପୂର୍ବରୁ ରେକି କରିସାରିଥିଲେ। ସମସ୍ତ ଅଭିଯୁକ୍ତ ସୋସିଆଲ ମିଡିଆ ପେଜ୍ ‘ଭଗତ ସିଂହ ଫ୍ୟାନ୍ କ୍ଲବ୍’ ସହ ଜଡ଼ିତ ଥିଲେ।

ପ୍ରାୟ ଦେଢ଼ବର୍ଷ ତଳେ ସମସ୍ତ ଅଭିଯୁକ୍ତଙ୍କୁ ମହୀଶୂରରେ ଠାବ କରାଯାଇଥିଲା। ଅଭିଯୁକ୍ତ ସାଗର ଜୁଲାଇରେ ଲକ୍ଷ୍ନୌରୁ ଦିଲ୍ଲୀ ଆସିଥିଲେ ମଧ୍ୟ ସଂସଦ ଭବନ ଭିତରକୁ ପ୍ରବେଶ କରିପାରିନଥିଲେ। ଡିସେମ୍ବର ୧୦ତାରିଖରେ ଗୋଟିଏ ପରେ ଗୋଟିଏ ସମସ୍ତେ ନିଜ ନିଜ ରାଜ୍ୟରୁ ଦିଲ୍ଲୀରେ ପହଞ୍ଚିଥିଲେ।

ଘଟଣା ଦିନ ସମସ୍ତ ଅଭିଯୁକ୍ତ ଇଣ୍ଡିଆ ଗେଟ୍ ନିକଟରେ ଏକାଠି ହୋଇ ସମସ୍ତଙ୍କୁ ରଙ୍ଗ ସ୍ପ୍ରେ ବଣ୍ଟନ କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସଂସଦ ସୁରକ୍ଷା ଉଲ୍ଲଂଘନର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅନ୍ୟ କେହି ଜଣେ ଅଛନ୍ତି।

ୟୁଏପିଏ ଅଧୀନରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ ଆତଙ୍କବାଦ ନିରୋଧୀ ଓ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ମାମଲା ରୁଜୁ କରିଛି। ଲୋକସଭା ସଚିବାଳୟର ଅନୁରୋଧକ୍ରମେ ଗୃହ ମନ୍ତ୍ରାଳୟ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ସିଆରପିଏଫ ମହାନିର୍ଦ୍ଦେଶକ ଅନୀଶ ଦୟାଲ ସିଂଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ଗଠନ କରାଯାଇଛି। ଏଥିରେ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ଓ ବିଶେଷଜ୍ଞ ସାମିଲ ଅଛନ୍ତି।

ଏଥିରେ ମୋଟ ୬ ଜଣ ଅଭିଯୁକ୍ତ ଥିବା ପୁଲିସ କହିଛି। ଦୁଇଜଣ ଭିତରକୁ ପଶିଥିବାବେଳେ ଦୁଇଜଣ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ପଚରାଉଚରାବେଳେ ଆଉ ୨ ଜଣଙ୍କ ନାଁ ସାମ୍ନାକୁ ଆସିଛି। ବର୍ତ୍ତମାନ ୫ ଜଣ ହାଜତରେ ଥିବାବେଳେ ଜଣେ ଫେରାର ଅଛି।

ସଂସଦରେ ଅନୁପ୍ରବେଶ ସମ୍ପର୍କିତ ଅପଡେଟ୍…

ସଂସଦ ଅନୁପ୍ରବେଶକୁ ନେଇ ତେଲେଙ୍ଗାନା ବିଧାନସଭାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରୋଟେମ୍ ବାଚସ୍ପତି ଆକବରୁଦ୍ଦିନ ଓୱେସି ନିର୍ଦ୍ଦେଶ ଦେଇଛନ୍ତି ଯେ ବିଧାନସଭାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ। ଏଥିସହ ବିଧାନସଭାରେ ପ୍ରବେଶ ପାଇଁ କୌଣସି ନୂଆ ପାସ୍ ଜାରି କରାଯିବ ନାହିଁ।

ମହାରାଷ୍ଟ୍ର ବିଧାନ ପରିଷଦ ଉପାଧ୍ୟକ୍ଷ ନୀଲମ ଗୋରେ ବୁଧବାର ଲୋକସଭାରେ ସୁରକ୍ଷା ଉଲ୍ଲଂଘନ ପରେ ଦର୍ଶକଙ୍କୁ ଗ୍ୟାଲେରି ପାସ୍ ପ୍ରଦାନ ନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଏବେ ନାଗପୁରରେ ଚାଲିଛି।
ଅଭିଯୁକ୍ତଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲେ ଆତଙ୍କବାଦୀ ପନ୍ନୁ ଖାଲିସ୍ତାନୀ ଆତଙ୍କବାଦୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ ଏଫ୍ ଜେ)ର ଗୁରପତୱନ୍ତ ସିଂହ ପନ୍ନୁ ସଂସଦ ଅନୁପ୍ରବେଶ ମାମଲାରେ ୪ ଅଭିଯୁକ୍ତଙ୍କୁ ଆଇନଗତ ସହାୟତା ପ୍ରଦାନ କରିଛନ୍ତି।

ସେ ଏହି ମାମଲାରେ ଏକ ବାର୍ତ୍ତା ଜାରି କରି ଅଭିଯୁକ୍ତଙ୍କୁ ୧୦ ଲକ୍ଷ ଟଙ୍କାର ଆଇନଗତ ସହାୟତା ଦେବେ ବୋଲି କହିଛନ୍ତି। କିନ୍ତୁ ଏହି ପୂରା ଘଟଣାରେ ତାଙ୍କର ସମ୍ପୃକ୍ତି ନେଇ ପନ୍ନୁ କୌଣସି ମନ୍ତବ୍ୟ ଦେଇନାହାନ୍ତି।

ଏବେ ୫ଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ…

ନୂଆ ସଂସଦରେ ଅନୁପ୍ରବେଶ ପରେ ଏବେ ସୁରକ୍ଷା ପ୍ରୋଟୋକଲରେ ଅନେକ ପରିବର୍ତ୍ତନ କରାଯାଉଛି।

ସାଂସଦ, କର୍ମଚାରୀ ଓ ସାମ୍ବାଦିକଙ୍କ ପାଇଁ ଅଲଗା ଅଲଗା ପ୍ରବେଶ ଦ୍ୱାର ରହିବ। ଚତୁର୍ଥ ଗେଟ୍ ଦେଇ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ।

ଭିଜିଟର ପାସ୍ ପ୍ରଦାନକୁ ବର୍ତ୍ତମାନ ପାଇଁ ବନ୍ଦ କରି ଦିଆଯାଇଛି।

ଦର୍ଶକ ଗ୍ୟାଲେରୀ ଚାରିପଟେ କାଚ ଶିଲ୍ଡ ଲଗାଯିବ, ଯାହାଦ୍ୱାରା ଗୃହ ଭିତରକୁ କେହି ଡେଇଁ ପାରିବେ ନାହିଁ।

ବିମାନବନ୍ଦର ଭଳି ବଡ଼ି ସ୍କାନ୍ ମେସିନ୍ ଲଗାଯିବ।

ସୁରକ୍ଷା କର୍ମୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ।

୧୯ ବର୍ଷ ପୁରୁଣା ସଂସଦର ସୁରକ୍ଷା ବ୍ୟବସ୍ଥା, ନୂଆ ନିଯୁକ୍ତି ନାହିଁ

ସଂସଦୀୟ ସୁରକ୍ଷା ସହ ଜଡ଼ିତ ଜଣେ ଶୀର୍ଷ ଅଧିକାରୀ କହିଛନ୍ତି ଯେ ଧୂଆଁ କିପରି ଭିତରକୁ ପ୍ରବେଶ କରିପାରେ ତାହା ସବୁଠାରୁ ଆଶ୍ଚର୍ଯ୍ୟଜନକ। ଯଦି ଏହା ଜୋତା କିମ୍ବା ମୋଜାରେ ଲୁଚି ରହିଥିଲା, ତେବେ ଏହା ନିଶ୍ଚୟ ଡିଏଫଏମଡି (ଡୋର୍ଫ୍ରେମ୍ ମେଟାଲ ଡିଟେକ୍ଟର)ରେ ଧରାପଡ଼ିଥିବ। ତେବେ ଏହାର ଗୋଟିଏ କାରଣ ଏହା ମଧ୍ୟ ସମ୍ଭବ ଯେ ସଂସଦର ସୁରକ୍ଷା ଉପକରଣ ୨୦୦୪ ପରଠାରୁ କିଣାଯାଇନାହିଁ, ଅର୍ଥାତ୍ ସେଗୁଡ଼ିକ ୧୯ ବର୍ଷ ପୁରୁଣା।

ଅନ୍ୟଜଣେ ସଂସଦୀୟ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ୧୦ ବର୍ଷ ମଧ୍ୟରେ କୌଣସି ନୂତନ କର୍ମଚାରୀ ନାହାନ୍ତି। ପାଖାପାଖି ୧୫୦ ଜଣ ସୁରକ୍ଷାକର୍ମୀ ପଦବୀ ଖାଲି ପଡ଼ିଛି। ନୂଆ ସଂସଦରେ ମୁହଁ ପଢ଼ିବା ଉପକରଣ ନୂଆ। ବାକି ମାନୁଆଲ୍ ଚେକିଂ ବହୁତ ହ୍ରାସ ପାଇଛି। ପୁରୁଣା ସଂସଦରେ ଏହା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା।

ମନୋରଞ୍ଜନର ବାପା କହିଲେ – ଯଦି ତୁମେ ଭୁଲ କରୁଛ, ପୁଅକୁ ଫାଶୀ ଦିଅ

ଡି ମନୋରଞ୍ଜନ କର୍ଣ୍ଣାଟକର ମହୀଶୂରର ବାସିନ୍ଦା। ସେ ୨୦୧୬ରେ ଇଞ୍ଜିନିୟରିଂରେ ସ୍ନାତକ (ବିଇ) ଶେଷ କରିଥିଲେ। ସେ ଦିଲ୍ଲୀ ଏବଂ ବାଙ୍ଗାଲୋରର କିଛି କମ୍ପାନୀରେ ମଧ୍ୟ କାମ କରିଥିଲେ। ଏବେ ସେ ପରିବାର ସହ ଚାଷ ଜମିରେ କାମ କରୁଥିଲେ। ମନୋରଞ୍ଜନ ବିଜେପି ସାଂସଦ ପ୍ରତାପ ସିଂହଙ୍କ କାର୍ଯ୍ୟାଳୟରୁ ପାସ୍ ନେଇ ଲୋକସଭାରେ ପ୍ରବେଶ କରିଥିଲେ। ସେ ସାଗର ଶର୍ମାଙ୍କୁ ନିଜର ବନ୍ଧୁ ବୋଲି ବର୍ଣ୍ଣନା କରିଥିଲେ।

ମନୋରଞ୍ଜନ ଗୌଡାଙ୍କ ବାପା ଦେବରାଜେ ଗୌଡ଼ା କହିଛନ୍ତି, ଯଦି ମୋ ପୁଅ ଭୁଲ୍ କରିଛି, ତେବେ ତାଙ୍କୁ ଫାଶୀ ଦିଅନ୍ତୁ। ସେହି ସଂସଦ ଆମର। ମହାତ୍ମା ଗାନ୍ଧୀ ଏବଂ ନେହେରୁଙ୍କ ଭଳି ନେତା ଏହାକୁ ତିଆରି କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ତେବେ ତାଙ୍କ ପୁଅ ସଚ୍ଚୋଟ ଓ ସତ୍ୟବାଦୀ ବୋଲି ସେ ଦାବି କରିଛନ୍ତି। ତାଙ୍କର ଏକମାତ୍ର ଇଚ୍ଛା ହେଉଛି ସମାଜ ପାଇଁ ଭଲ କରିବା ଏବଂ ସମାଜ ପାଇଁ ବଳିଦାନ ଦେବା।

ସେନାରେ ନିଯୁକ୍ତି ପାଇଁ ଯିବାକୁ କହି ଘରୁ ବାହାରିଲେ ଅମୋଲ

ଅମୋଲ ସିନ୍ଦେ (୨୫) ମହାରାଷ୍ଟ୍ରର ଲାଟୁର ଜିଲ୍ଲାର ଜରି ଗାଁର ବାସିନ୍ଦା। ସେ ଗ୍ରାଜୁଏସନ୍ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ପୁଲିସ ଓ ସେନା ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତି କରି ସେ ଦିନ ମଜୁରିଆଭାବେ କାମ କରୁଥିଲେ। ଅମୋଲଙ୍କ ପିତାମାତା ଏବଂ ଦୁଇ ଭାଇ ମଧ୍ୟ ଶ୍ରମିକ ଭାବରେ କାମ କରନ୍ତି। ଅମୋଲଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ସେ ଡିସେମ୍ବର ୯ ତାରିଖରେ ସେନା ନିଯୁକ୍ତି ପାଇଁ ଦିଲ୍ଲୀ ଯାଉଥିବା କହି ଘରୁ ବାହାରିଥିଲେ। ଅତୀତରେ ସେ ଏଭଳି ଅନେକ ନିଯୁକ୍ତି ପରୀକ୍ଷାରେ ଭାଗ ନେଇଥିବାରୁ ତାଙ୍କ ପିତାମାତାଙ୍କର କୌଣସି ସନ୍ଦେହ ନ ଥିଲା।

ଲଳିତଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ପୋଲିସ

ଏହି ପାଞ୍ଚଟି ଚରିତ୍ର ବ୍ୟତୀତ ଆଉ ଏକ ନାଁ ସାମ୍ନାକୁ ଆସିଛି। ସେ ହେଉଛନ୍ତି ହରିୟାଣାର ଲଳିତ। ଏ ନେଇ ଅଧିକ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଏହା ଫେରାର ରହିଛି। ତାଙ୍କୁ ଖୋଜିବା ପାଇଁ ଚଢ଼ଉ ଜାରି ରହିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଗିରଫ ବ୍ୟକ୍ତିମାନଙ୍କୁ କେନ୍ଦ୍ରୀୟ ଏଜେନ୍ସିମାନେ ପଚରାଉଚରା କରୁଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ଧାନ ବେଙ୍ଗଳା ମେସିନ ତଳେ ଚାପି ହୋଇ ଯୁବ ଚାଷୀ ମୃତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ଶିଖରପଦର ଗ୍ରାମରେ ଏକ ଅଘଟଣ ଘଟିଯାଇଛି। ଖବର ମୁତାବକ ଆଜି ସକାଳେ ଶିଖରପଦର ଗ୍ରାମର ରଘୁନାଥ ପଲେଇ (୪୩) ବେଙ୍ଗଳା ପକାଇବା ପାଇଁ ନିଜ ଧାନ କ୍ଷେତକୁ ଯାଇଥିଲେ। ଧାନ ବେଙ୍ଗଳା ମେସିନରେ ଗୋଟିଏ କ୍ଷେତରୁ ଧାନ ଅମଳ ସାରି ସେହି ଗାଡ଼ିରେ ଅନ୍ୟ କ୍ଷେତକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ବିଲ ମଧ୍ୟରେ ଗାଡିଟି ଓଲଟି ପଡିଥିଲା। ଯାହାଫଳରେ ଉକ୍ତ ମେସିନ ତଳେ ରଘୁନାଥ ଚାପି ହୋଇଯାଇଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ବାଲୁଗାଁ ପୋଲିସ ଡାକ୍ତରଖାନାରେ ପହଞ୍ଚି ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ ଥାନା ଅଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।

Categories
ଅପରାଧ ଆଞ୍ଚଳିକ

ମହିଳାଙ୍କ ନାମରେ ଠକେଇ ଅଭିଯୋଗ: ୪୨୦ ରେ ମାମଲା ରୁଜୁ କଲା ବାଣପୁର ପୋଲିସ

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଅଞ୍ଚଳର ଅନୁସୂୟା ନାମ୍ନୀ ଜଣେ ମହିଳାଙ୍କ ନାମରେ ଟଙ୍କା ଠକେଇ ଅଭିଯୋଗରେ ବାଣପୁର ପୋଲିସ ୪୨୦ ଦଫାରେ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ ବାଣପୁର ତଳ କେନାଲ ରୋଡ଼ରେ ଘର କରି ରହୁଥିବା ଅନୁସୂୟା ନାମକ ଜଣେ ମହିଳା ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଧାର ନେଇ ଦେଉନଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଶରତ ଚନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଅନୁସୁୟା ୧ ଲକ୍ଷଟଙ୍କା ଧାର ନେଇ ଦେଉ ନଥିବା ଶରତ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ମୁତାବକ ଶରତ ଅନୁସୂୟାଙ୍କ ଘରେ କାଠ କାମ କରୁଥିବା ବେଳେ ଟଙ୍କା ଦରକାର ଅଛି କହି ଶରତଙ୍କ ନିକଟରୁ ୧ ଲକ୍ଷ ଟଙ୍କା ଧାର ସୂତ୍ରରେ ନେଇଥିଲେ। ଶରତଙ୍କ ଝିଅ ଡେ଼ଲିଭେରୀ ଥିବାରୁ ଅନୁସୟାଙ୍କୁ ଧାର ଟଙ୍କା ମାଗିବାରେ ଅନୁସୟା ଏବଂ ତାଙ୍କ ପୁଅ ରାଜା ଆମେ କି ଟଙ୍କା ଜାଣିନାହୁଁ କହି ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ପ୍ରକାଶ ଥାଉକି ଶରତ ବାରମ୍ବାର ଟଙ୍କା ମାଗିବାରେ ସ୍ଥାନୀୟ କିଛି ଲୋକଙ୍କ ଉପସ୍ଥିତରେ ଅନୁସୟା ୫୦୦୦୦ଟଙ୍କା ପରିଶୋଧ କରିଥିବା ବେଳେ ଅବଶିଷ୍ଟ ଟଙ୍କା ଦେବାକୁ ମନା କରିଥିଲେ।

ଉକ୍ତ ଘଟଣାକୁ ଅନୁସନ୍ଧାନ କରି ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା ଅନୁସୂୟା ଏବଂ ପୁଅ ରାଜାଙ୍କ ନାମରେ ୩୯୬/୨୩ ନମ୍ବରରେ ମୋକଦ୍ଦମା ୠଜୁକରି ୪୨୦, ୫୦୬, ୩୪୧, ୨୯୪ ଦଫା ଲଗାଇ ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କେରଳ ବିସ୍ଫୋରଣକୁ ନେଇ ବିବାଦୀୟ ମନ୍ତବ୍ୟ ଅଭିଯୋଗ: କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବୃଦ୍ଧି କରୁଥିବା ବିବୃତ୍ତି ପାଇଁ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହି ପଦକ୍ଷେପକୁ ବିଜେପି ସମାଲୋଚନା କରିଛି। ବିଜେପି କେରଳ ପ୍ରଦେଶ ସଭାପତି କେ ସୁରେନ୍ଦ୍ରନ ଅଭିଯୋଗ କରିଛନ୍ତି ଯେ, ପିନରାଇ ବିଜୟନ ସରକାରଙ୍କ ଏହି କାର୍ଯ୍ୟର ଉଦ୍ଦେଶ୍ୟ ହେଉଛି ବିଭାଜନକାରୀ ଶକ୍ତି ତଥା ଉଗ୍ରବାଦୀ ଚିନ୍ତାଧାରା ଥିବା ଲୋକଙ୍କୁ ସାହାଯ୍ୟ କରିବା ତଥା ପ୍ରୋତ୍ସାହିତ କରିବା। ସେ ଥିରୁବନନ୍ତପୁରମରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଏହା ପିନାରାଇ ବିଜୟନ ସରକାରଙ୍କ ଦୋମୁହାଁ ନୀତିକୁ ଦର୍ଶାଉଛି। ଉଭୟ ରାଜନୈତିକ ଏବଂ ଆଇନଗତ ଭାବେ କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ହୋଇଥିବା ମାମଲାର ସାମ୍ନା କରିବ ବୋଲି ବିଜେପି କହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗଣେଶ ମେଢ଼ ବିସର୍ଜନ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ: ୱ।ର୍ଡ୍ ସଭ୍ୟ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତ୍ତଳ ଗ୍ରାମରେ ଗଣେଶ ମେଢ଼ ବିସର୍ଜନ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ପୁରୁଣା ଗଣ୍ଡଗୋଳ ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିବା ଜଣାପଡିଛି। ଯାହାଫଳରେ ଉକ୍ତ ଗ୍ରାମର ପିଣ୍ଟୁ ଗୌଡ଼ ନାମକ ଜାଣେ ୱ।ର୍ଡ୍ ସଭ୍ୟ ଗୁରୁତର ଆହତ ହୋଇ ହିଞ୍ଜିଳି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ଆୟତ୍ତ କରିବା ସହ ଉଭୟ ପକ୍ଷରୁ ଅଭିଯୋଗ ଗ୍ରହଣ କରି ଏତଲା ନଂ ୭୦୩/୨୩ ଓ ୭୦୪/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ତ୍ରୀକୁ ହତ୍ୟା ଉଦ୍ୟମ, ସ୍ବାମୀ ବିରୋଧରେ ମାମଲା ରୁଜୁ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଲାଞ୍ଜିପଲୀ ଢିପ ସାହିର ନରସିଂହ ଶବର ନାମରେ ଜଣେ ଯୁବକ ନିଜ ସ୍ତ୍ରୀ ପାର୍ବତୀ ବାଙ୍ଗାରୀଙ୍କୁ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ପାର୍ବତୀ ମହିଳା ଥାନାରେ ଏକ ଏତଲା ଦାଏର କରିଛନ୍ତି। ମହିଳା ଥାନା ପୋଲିସ ଏତଲା ଗ୍ରହଣ କରି ନରସିଂହ ବିରୋଧରେ ୯୪/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ପ୍ରକାଶ ଥାଉକି ଗତ ଦୁଇ ବର୍ଷ ତଳେ ନରସିଂହ ସହ ପାର୍ବତୀର ବାହା ହୋଇଥିଲା ଓ ଉଭୟଙ୍କର ୭ ମାସର ଏକ ପୁତ୍ର ସନ୍ତାନ ରହିଛି। କିନ୍ତୁ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ହେବା ସହ ନରସିଂହ ପାର୍ବତୀଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ତଣ୍ଟିଚିପି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ। ପାର୍ବତୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆସିଲା ପରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଖାଲିସ୍ତାନୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ!, UAPA ଅଧୀନରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ବାହାରେ ବିରୋଧ କରୁଥିବା ତଥା ଦେଶର ପତାକାକୁ ଅପମାନିତ କରୁଥିବା ଲୋକଙ୍କ ବିରୋଧରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଖାଲିସ୍ତାନ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ କରିଛି, ଯେଉଁମାନେ ଲଣ୍ଡନ ଦୂତାବାସରେ ପ୍ରଦର୍ଶନ କରିଥିଲେ। UAPA ଏବଂ PDPP ଅଧିନିୟମ ଅନୁଯାୟୀ ଏହି ଖାଲିସ୍ତାନ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି।

ଏପରି ଲୋକଙ୍କୁ ଚିହ୍ନଟ କରିବାରେ ପୋଲିସ ନିୟୋଜିତ ଅଛି, ଯେଉଁମାନେ ଭାରତର ନାଗରିକ ହୋଇ ବାହାରେ ରହୁଛନ୍ତି ଏବଂ ରାଷ୍ଟ୍ର ବିରୋଧୀ ପ୍ରଦର୍ଶନରେ ଅଂଶବିଶେଷ। କୁହାଯାଉଛି ଯେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛି। ସୂଚନାନୁସାରେ, ଲଣ୍ଡନରେ ଥିବା ଭାରତୀୟ ଦୂତାବାସରେ ପ୍ରଦର୍ଶନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛି।

କାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ?:

ଯେଉଁଥିରେ ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ପୋଲିସକୁ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ଏହି ଘଟଣାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ UAPA ଏବଂ PDPP ର ସମ୍ପୃକ୍ତ ବିଭାଗ ଅଧୀନରେ ଏକ ମାମଲା ରୁଜୁ କରିଛି। ଏହା ସହ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ତଦନ୍ତ ଆରମ୍ଭ କରିଛି। ଦିଲ୍ଲୀ ପୋଲିସର ରାଡାରରେ ଭାରତୀୟ ଦୂତାବାସ ବାହାରେ ବିରୋଧ କରୁଥିବା ବ୍ୟକ୍ତିମାନେ ହେଉଛନ୍ତି ସେହି ବ୍ୟକ୍ତି, ଯେଉଁମାନେ ଭାରତର ନାଗରିକ ଏବଂ ବିଦେଶରେ ରହୁଥିବା ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପରେ ଜଡିତ ଅଛନ୍ତି।

ଘଟଣା କଣ?:

ମାର୍ଚ୍ଚ ୧୯ ତାରିଖରେ ଖାଲିସ୍ତାନ ସମର୍ଥକଙ୍କ ଭିଡ ଲଣ୍ଡନରେ ଭାରତୀୟ ହାଇ କମିଶନ ବାହାରେ ପ୍ରଦର୍ଶନ କରିଥିଲା। ଏହି ସମୟରେ ଖାଲିସ୍ତାନ ସମର୍ଥକମାନେ ଭାରତୀୟ ହାଇ କମିଶନଙ୍କ ଉପରେ ତ୍ରିରଙ୍ଗା ପତାକା କାଢିବାକୁ ଚେଷ୍ଟା କରିଥିଲେ। ତ୍ରିରଙ୍ଗାର ଅପମାନକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ଦେଇଥିଲା। ଏହା ପରେ ବ୍ରିଟିଶ କୂଟନୀତିଜ୍ଞଙ୍କୁ ଦିଲ୍ଲୀରେ ଡକାଇ ଭାରତୀୟ ଉଚ୍ଚ ଆୟୋଗର ସୁରକ୍ଷା ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଥିଲା।

ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ବ୍ରିଟେନର ଭାରତୀୟ କୂଟନୈତିକ ପରିସର ଏବଂ କର୍ମଚାରୀଙ୍କ ସୁରକ୍ଷା କ୍ଷେତ୍ରରେ ବ୍ରିଟେନ ସରକାରଙ୍କ ଉଦାସୀନତା ଦେଖିବାକୁ ମିଳିଥିଲା। ଯାହାକୁ କୌଣସି ପ୍ରକାରେ ଗ୍ରହଣ କରାଯାଇପାରିବ ନାହିଁ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ବ୍ରିଟିଶ ସରକାରଙ୍କୁ ଭିଏନା ସମ୍ମିଳନୀ ଅନୁଯାୟୀ ସେମାନଙ୍କର ମୌଳିକ ଦାୟିତ୍ଵଗୁଡିକ ସ୍ମରଣ କରାଯାଇଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗୁପ୍ତଚର ମାମଲାରେ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ, ଏତଲାରେ ଆଉ ୫ ନାମ

ନୂଆଦିଲ୍ଲୀ: ଗୁପ୍ତଚର ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଛି। ଏଫ୍ଆଇଆର୍ ଅନୁଯାୟୀ, ଫିଡବ୍ୟାକ୍ ୟୁନିଟ୍ ମାମଲାରେ ସିସୋଦିଆଙ୍କ ସମେତ ୬ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଫେବୃଆରୀ ୨୬ ତାରିଖରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା।

ଫେବୃଆରୀ ୮ ତାରିଖରେ ସିବିଆଇ ଫିଡବ୍ୟାକ୍ ୟୁନିଟ୍ ର ଗୁପ୍ତଚର ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ AAP ନେତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଥିଲା। ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ସିସୋଦିଆଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିକୁ ଅନୁମୋଦନ ଦେଇଛି। ସେବେଠାରୁ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବାର ସମ୍ଭାବନା ରହିଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଭାଇଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ମୁହଁ ଖୋଲିଲେ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ: ଜାଣନ୍ତୁ କ’ଣ କହିଲେ?

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛତରପୁର ଅନ୍ତର୍ଗତ ବାଗେଶ୍ୱର ଧାମର ମହାରାଜ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସାନଭାଇ ସଲିଗରାମ ଗର୍ଗଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଭାଇରାଲ ଭିଡିଓ ଆଧାରରେ ବମିଠା ପୋଲିସ ଷ୍ଟେସନରେ ଏହି ମାମଲା ପଞ୍ଜିକୃତ ହୋଇଛି। ପ୍ରକାଶ ଯେ ଫେବୃଆରୀ ୧୧ ତାରିଖରେ ବାଗେଶ୍ୱର ଧାମ ଗଢା ଠାରେ ଏକ ବିବାହ ସମାରୋହରେ ଜଣେ ଯୁବକ ଝଗଡା ବେଳେ ହଙ୍ଗମା ସୃଷ୍ଟି କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ଏହା ଦେଖାଯାଇଛି ଯେ, ଜଣେ ବ୍ୟକ୍ତି ହେଉଛନ୍ତି ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ ସଲିଗରାମ ଗର୍ଗ, ଯାହାର ହାତରେ ପିସ୍ତଲ କିମ୍ବା କଟା ଅଛି ଏବଂ ସେ ଲୋକଙ୍କୁ ଧମକ ଦେଉଥିବାର ଦେଖାଯାଉଛି। ଭିଡିଓର ସତ୍ୟତା ଯାଞ୍ଚ କରାଯାଇଥିଲା, ଯାହା ପରେ ପୋଲିସ ଅଭିଯୋଗକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗର ଅବଗତ ହୋଇଥିଲା। ଏହା ପରେ, ଆଇପିସି ଏବଂ ଏସଟି-ଏସ ଆକ୍ଟର ଧାରା ୨୯୪, ୩୨୩, ୫୦୬, ୪୨୭ ଅନୁଯାୟୀ ମହାରାଜ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ସଲିଗରାମ ଗର୍ଗଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତରେ ନିୟୋଜିତ ଅଛି।

ଭାଇର ଭାଇରାଲ ଭିଡିଓ ଭାଇରାଲ ହେବା ପରେ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିବୃତ୍ତି ଆସିଛି। ସେ କହିଛନ୍ତି ଯେ, ନିକଟରେ ସୋସିଆଲ ମିଡିଆ ଜରିଆରେ ସଲିଗରାମ ଜିଙ୍କ ବିଷୟ ଆମ ନଜରକୁ ଆସିଛି। ଦେଖନ୍ତୁ ଆମେ ଭୁଲ୍ ସହିତ ନାହୁଁ। ଆଇନ ଏହାକୁ ନିରପେକ୍ଷତା ଏବଂ ସ୍ୱଚ୍ଛତା ସହିତ ଅନୁସନ୍ଧାନ କରିବା ଉଚିତ ଏବଂ ପ୍ରତ୍ୟେକ ବିଷୟ ଆମ ସହିତ ସଂଯୁକ୍ତ ହେବା ଉଚିତ ନୁହେଁ। ଆମେ ଆମ ପଥରେ ସନାତନ, ହିନ୍ଦୁତ୍ୱ ଏବଂ ବାଲାଜୀଙ୍କ ସେବାରେ ନିୟୋଜିତ ଅଛୁ। ତେଣୁ ଦୟାକରି ପ୍ରତ୍ୟେକ ବିଷୟକୁ ଆମ ସହିତ ଲିଙ୍କ୍ କରନ୍ତୁ ନାହିଁ। ଏହି ଦେଶରେ ଏସମ୍ବିଧାନ ଅଛି। ଯିଏ କରିବ ସେ ଭୋଗିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆସାମରେ ବାଲ୍ୟ ବିବାହ ମାମଲା: ଏପର୍ଯ୍ୟନ୍ତ ୨୨୭୮ ଗିରଫ, ୪୦୭୪ ମାମଲା ରୁଜୁ

ନୂଆଦିଲ୍ଲୀ: ବାଲ୍ୟ ବିବାହକୁ ନେଇ ରାଜ୍ୟବ୍ୟାପୀ ଚାଲିଥିବା କଟକଣା ଅନୁଯାୟୀ ଆସାମ ପୋଲିସ ଗତ ଦୁଇ ଦିନ ମଧ୍ୟରେ ୨୨୦୦ ରୁ ଅଧିକ ଲୋକଙ୍କୁ ଗିରଫ କରିଛି। ବାଲ୍ୟ ବିବାହ ମାମଲାରେ ବିଶ୍ୱନାଥରେ ୧୩୯ ଜଣ, ବାରପେଟାରେ ୧୩୦, ଧୁବ୍ରିରେ ୧୨୬, ବକ୍ସାରେ ୧୨୩, ବୋଙ୍ଗଇଗାଓଁରେ ୧୧୭, ନାଗାଓଁରେ ୧୦୧, କୋକରାଝରେ ୯୪, କାମରୁପରେ ୮୫, ଗୋଲପାରା ଏବଂ ଉଦଲଗୁରି ଜିଲ୍ଲାରେ ୮୪ ଜଣ ଲେଖାଏଁ ଗିରଫ ହୋଇଛନ୍ତି।

ଆସାମ ପୋଲିସ ଆଜି ପର୍ଯ୍ୟନ୍ତ ସାରା ରାଜ୍ୟରେ ବାଲ୍ୟ ବିବାହ ସମ୍ପର୍କିତ ମାମଲାରେ ୨୨୭୮ ଜଣଙ୍କୁ ଗିରଫ କରିଛି ଏବଂ ୪୦୭୪ ମାମଲା ରୁଜୁ କରିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଶନିବାର ଦିନ ଘୋଷଣା କରିଛନ୍ତି ଯେ ରାଜ୍ୟ ପୋଲିସର ଶିଶୁ ବିରୋଧୀ ଅଭିଯାନ ୨୦୨୬ ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିବ। ସର୍ମାଙ୍କ ଅନୁଯାୟୀ, ଅଳ୍ପ ବୟସରେ ବିବାହ କରୁଥିବା ପିତାମାତାଙ୍କୁ ଗିରଫ କରିବା ପରିବର୍ତ୍ତେ ସେମାନଙ୍କୁ ଚେତାବନୀ ଦିଆଯାଉଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ହାତରେ ଔରଙ୍ଗଜେବ ଏବଂ ଟିପୁ ସୁଲତାନଙ୍କ ଫଟୋ ଧରି କରୁଥିଲେ ନାଚ, ୮ ଜଣଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ମହାରାଷ୍ଟ୍ରର ୱାଶିମ୍ ଜିଲ୍ଲାରେ ରବିବାର ରାତିରେ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ କିଛି ଲୋକ ମୋଗଲ ଶାସକ ଔରଙ୍ଗଜେବଙ୍କ ଫଟୋ ଧରି ନାଚୁଥିଲେ। ଭାଇରାଲ ଭିଡିଓକୁ ନେଇ ହିନ୍ଦୁ ସଂଗଠନ ବିରୋଧ କରିଥିଲେ। ବର୍ତ୍ତମାନ ପୋଲିସ ନାଚୁଥିବା ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୂଚନାନୁସାରେ, ଜାନୁଆରୀ ୧୪ ତାରିଖ ରାତିରେ ଦାଦା ହୟାତ୍ କଲନ୍ଦର ସାହେବଙ୍କ ସନ୍ଦଲ ଶୋଭାଯାତ୍ରା ଜିଲ୍ଲାର ମଙ୍ଗ୍ରୁଲପିରରେ ନିଆଯାଇଥିଲା।

ଶୋଭାଯାତ୍ରାରେ ନୃତ୍ୟଶିଳ୍ପୀଙ୍କ ଭିଡରେ ଦୁଇଟି ବିରାଟ ଫଟୋଗ୍ରାଫ୍ ପ୍ରଦର୍ଶିତ କରାଯାଇଥିଲା, ଗୋଟିଏ ଟିପୁ ସୁଲତାନ ଏବଂ ଅନ୍ୟଟି ଔରଙ୍ଗଜେବ। ଭିଡିଓ ଭାଇରାଲ ହେବା ପରେ ପୋଲିସ ମୋଟ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ପ୍ରତିବାଦରେ ସହରର ସ୍ଥାନୀୟ ହିନ୍ଦୁ ସଂଗଠନ ଔରଙ୍ଗଜେବଙ୍କ ଚିତ୍ର ପୋଡି ଦେଇଥିଲେ। କୌଣସି ଅଘଟଣକୁ ଏଡାଇବା ପାଇଁ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଏହାପୂର୍ବରୁ କିଛି ଦିନ ତଳେ ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କୁ ନେଇ ଏକ ବିବାଦ ଦେଖାଦେଇଥିଲା। ଏନସିପି ବିଧାୟକ ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ଆହ୍ଵାଡ କହିଛନ୍ତି ଯେ, ଔରଙ୍ଗଜେବ ନିଷ୍ଠୁର କିନ୍ତୁ ହିନ୍ଦୁ ବିରୋଧୀ ନୁହଁନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର ସିନେମା

ପଠାନ ଫିଲ୍ମର ଗୀତକୁ ନେଇ ବିବାଦ: ବିହାରରେ ଶାହାରୁଖ-ଦୀପିକାଙ୍କ ସମେତ ୫ ଟି ମାମଲା ରୁଜୁ

ମୁଜାଫରପୁର: ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଅନ୍ୟମାନଙ୍କ ବିରୋଧରେ ବିହାରର ମୁଜାଫରପୁର ଜିଲ୍ଲାର ଏକ କୋର୍ଟରେ ପଠାନ ଫିଲ୍ମର “ବେଶର୍ମ ରଙ୍ଗ” ଗୀତରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି।

ମୁଜାଫରପୁରର ଜଣେ ଆଇନଜୀବୀ ସୁଧୀର ଓଝା ଅଭିନେତା ଶାହରୁଖ ଖାନ, ଅଭିନେତ୍ରୀ ଦୀପିକା ପାଦୁକୋନ, ଆଦିତ୍ୟ ଚୋପ୍ରା, ଜନ୍ ଇବ୍ରାହିମ ଏବଂ ସିଦ୍ଧାର୍ଥ ଆନନ୍ଦଙ୍କ ବିରୋଧରେ ସ୍ଥାନୀୟ କୋର୍ଟରେ ଏହି ଅଭିଯୋଗ ଦାଖଲ କରିଛନ୍ତି।

ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଓଝା ଏକ FIR ପଞ୍ଜିକରଣ କରିବାକୁ ଅନୁରୋଧ କରିଛନ୍ତି। ମୁଜାଫରପୁରର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଉକ୍ତ ଅଭିଯୋଗ ଦାଖଲ କରିବା ପରେ ଗଣମାଧ୍ୟମକୁ ଓଝା କହିଛନ୍ତି ଯେ, ପଠାନ ଫିଲ୍ମର ‘ବେଶର୍ମ ରଙ୍ଗ’ ଗୀତ ଆପତ୍ତିଜନକ ଏବଂ ଏହା ହିନ୍ଦୁ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୋଟାଏ ଦିନରେ ୨୧ ଅମାନିଆଙ୍କ ବାଇକ ଜବତ କଲା ଟାଙ୍ଗୀ ପୋଲିସ, ୨୧ ମାମଲା ରୁଜୁ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପୋଲିସ ବର୍ତ୍ତମାନ ଅମାନିଆ ବାଇକ ଚାଳକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ଏବଂ ସେମାନଙ୍କ ନାମରେ ମାମଲା ମଧ୍ୟ ରୁଜୁ କରି ଖୁବ କମ ସମୟରେ ଅଦାଲତରେ ଚାର୍ଜସିଟ ଦାଖଲ କରୁଛି। ତେବେ ବାଲୁଗାଁ ପୋଲିସ ସବଡିଭିଜନ ଅଞ୍ଚଳରେ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ସମସ୍ତ ଥାନାଧିକାରୀମାନେ ପ୍ରାୟତଃ ଚବିଶ ଘଣ୍ଟା ମଧ୍ୟରେ ଚାର୍ଜସିଟ ଅଦାଲତରେ ଦାଖଲ କରୁଛନ୍ତି, ଫଳରେ ଗାଡ଼ି ମାଲିକଙ୍କୁ ଜବତ ବାଇକ ମୁକୁଳାଇବାରେ ଅସୁବିଧା ହେଉନାହିଁ।

ପୁର୍ବରୁ ବାଣପୁର ଓ ବାଲୁଗାଁ ପୋଲିସ ଦିନକରେ ଏକାଧିକ ଅମାନିଆଙ୍କ ବାଇକ ଜବତ କରି ମାମଲା ରୁଜୁ କରିଥିବା ବେଳେ ଟାଙ୍ଗୀ ପୋଲିସ ଗତକାଲି ଗୋଟାଏ ଦିନରେ ୨୧ ଜଣ ଅମାନିଆଙ୍କ ବାଇକ ଜବତ କରିବା ସହ ୨୧ ଗୋଟି ମାମଲା ରୁଜୁ କରିଛି, ଯାହା ଜିଲ୍ଲା ପାଇଁ ରେକର୍ଡ଼। ଏ ନେଇ ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କୁ ପଚାରିବାରୁ, ପୋଲିସର ଉଦ୍ଦେଶ୍ୟ ଜନସାଧାରଣଙ୍କୁ ହଇରାଣ କରିବା ନୁହଁ ବରଂ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା।

ଅମାନିଆ ବାଇକ ଚାଳକଙ୍କ ଦ୍ୱାରା ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ନାଗରିକ ମାନେ ଭୟଭୀତ ଅବସ୍ଥାରେ ରହୁଥିଲେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓଙ୍କ ତତ୍ୱାବଧାନରେ ଉକ୍ତ ଅଭିଯାନ ଜାରି ରହିଛି।

Categories
ଆଞ୍ଚଳିକ

ବାଲୁଗାଁ ଗାନ୍ଧୀଛକରୁ ୫ ଅମାନିଆଙ୍କ ବାଇକ ଜବତ କଲା ପୋଲିସ, ୫ ମାମଲା ରୁଜୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାରମ୍ବାର ପୋଲିସର ତାଗିଦ ସତ୍ତ୍ୱେ ସୁଧୁରୁନାହାନ୍ତି ଅମାନିଆ ଗାଡ଼ିଚାଳକ। ଅମାନିଆମାନେ ଟ୍ରାଫିକ ନିୟମକୁ ଫୁ କରି ଉଡାଇଦେଉଛନ୍ତି। ଯାହା ଫଳରେ ସାଧାରଣ ଜନତା ହଇରାଣ ହରକତ ହେଉଛନ୍ତି।

ତେବେ ଅମାନିଆ ଗାଡ଼ିଚାଳକଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ। ବର୍ତ୍ତମାନ ଅମାନିଆ ଗାଡ଼ିଚାଳକଙ୍କୁ ଚି଼ହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ ତୁରନ୍ତ ମାମଲା ରୁଜୁ କରି ଚବିଶ ଘଣ୍ଟା ମଧ୍ୟରେ ଅଦାଲତରେ ପୋଲିସ ଚାର୍ଜସିଟ ଦାଖଲ କରୁଥିବା ବେଳେ ଆଜି ଏକା ସଙ୍ଗରେ ବାଲୁଗାଁ ଗାନ୍ଧୀଛକରୁ ୫ ଜଣ ଅମାନିଆ ଗାଡ଼ିଚାଳକ ଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ। ସେମାନେ ଜନଗହଳିପୂର୍ଣ୍ଣ ଗାନ୍ଧୀଛକରେ ବେପରୁଆ ବାଇକ ଚଲାଉଥିବା ବେଳେ ପୋଲିସ ପଞ୍ଝାରେ ପଡ଼ିଥିଲେ। ଏହି ପରିପ୍ରେକ୍ଷୀରେ ବାଲୁଗାଁ ପୋଲିସ ୫ ଗୋଟି ବାଇକ ଜବତ କରିବା ସହ ୫ ଗୋଟି ମାମଲା ରୁଜୁ କରି ତଦନ୍ତ ଜାରିରଖିଥିବାର ବାଲୁଗାଁ ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅମାନିଆ ଗାଡ଼ିଚାଳକଙ୍କ ଉପରେ ବାଲୁଗାଁ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ, ଦଶ ଗୋଟି ମାମଲା ରୁଜୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପୋଲିସ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଏକ ମାନଦଣ୍ଡ ହାସଲ କରିଛି। ଦ୍ରୁତ ଗତିରେ ଯାଉଥିବା ବାଇକ୍ ଆରୋହୀ ଯେଉଁମାନେ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରନ୍ତି, ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏହି ଯୋଜନା ପୋଲିସ ଉଚ୍ଚାଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବଂ ବାଲୁଗାଁ ଏସଡିପିଓଙ୍କ ସକ୍ରିୟ ତତ୍ୱାବଧାନରେ ବାଲୁଗାଁ ଥାନା ବିଭିନ୍ନ ବ୍ୟକ୍ତିଙ୍କ ବିରୋଧରେ ୧୦ ଗୋଟି ମାମଲା ରୁଜୁ କରିଥିବାର ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଅନୁରୂପ ଭାବେ ଉକ୍ତ ମାମଲାଗୁଡିକର ତଦନ୍ତ ଶେଷ କରି ୨୪ ଘଣ୍ଟା ମଧ୍ୟରେ ଚିଲିକା କୋର୍ଟରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଛି ପୋଲିସ। ଏବଂ ଚିଲିକା କୋର୍ଟରେ ଶୁଣାଣି ଆରମ୍ଭ ହେବାସହ ବିଚାରପତି ଆଇନ ଖିଲାପକାରୀଙ୍କ ବିରୋଧରେ ମୋଟା ଅଙ୍କର ଜରିମାନା ଲଗାଇଛନ୍ତି।

ସୂଚନା ଥାଉକି ଏହି ଯୋଜନାକୁ ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ନିଆଯାଇଛି, ଯେଉଁଥିରେ ପୋଲିସ୍ ଗାଡ଼ିଚାଳନା ସମୟରେ ଦୃତ ଗତିରେ ଗାଡ଼ି ଚଲାଉଥିବା ଚାଳକ, ମଦ୍ୟପ ଚାଳକ ଏବଂ ମୋବାଇଲ୍ ବ୍ୟବହାରକାରୀଙ୍କ ଉପରେ ନଜର ରଖିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର ମନୋରଂଜନ

ଅଭିନେତା କ୍ୟାଟ୍ରିନା କୈଫ ଏବଂ ବିକି କୌଶଳଙ୍କୁ ହତ୍ୟା ଧମକ, ମାମଲା ରୁଜୁ କଲା ପୋଲିସ

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ତାଙ୍କ ସ୍ୱାମୀ ବିକି କୌଶଳଙ୍କୁ ହତ୍ୟା ଧମକ ଦିଆଯାଇଛି। ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଏହି ଧମକ ଦିଆଯାଇଛି। ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଭିକି କୌଶଳ ଏବଂ କ୍ୟାଟ୍ରିନା ୨୦୨୧ ରେ ବିବାହ କରିଥିଲେ।

ମୁମ୍ବାଇ ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଭିନେତା ବିକି କୌଶଳଙ୍କ ଅଭିଯୋଗ ଉପରେ ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ସିଆର ନମ୍ବର ୯୧୧/୨୦୨୨ ରେ ମାମଲା ରୁଜୁ ହୋଇଛି। ଆଇପିସିର ଧାରା ୫୦୬ (୨), ୩୫୪ (ଡି) ଏବଂ ଆଇଟି ଆକ୍ଟର ଧାରା ୬୭ ଅନୁଯାୟୀ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମହିଳାଙ୍କୁ ବିଜେପି ମୁଖପାତ୍ର କହି ଅଶ୍ଳୀଳ ଭିଡିଓ କଲେ ଭାଇରାଲ, ରୁଜୁ ହେଲା ମାମଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେଉଛି ଏବଂ ସେହି ଭିଡିଓରେ ତାଙ୍କୁ ବିଜେପି ମହିଳା ମୁଖପାତ୍ର ବୋଲି କୁହାଯାଉଛି। ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ବିଜେପି ନେତା ଏ ସମ୍ପର୍କରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ତେଣୁ ଦିଲ୍ଲୀ ପୋଲିସର ସାଇବର ସେଲର ଟିମ୍ ଏହି ମାମଲାରେ ଗ୍ରହଣ କରାଯାଇଥିବା ଅଭିଯୋଗ ଆଧାରରେ ଏକ ମାମଲା ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଏହି ଅଭିଯୋଗ ଦିଲ୍ଲୀ ବିଜେପି ମୁଖପାତ୍ରଙ୍କ ନିକଟରେ ଦାଖଲ କରାଯାଇଛି। ଏହି ଅଭିଯୋଗରେ ଏକ ୱେବସାଇଟରେ ଏକ ଅଶ୍ଳୀଳ ଭିଡିଓ ଅପଲୋଡ୍ ହୋଇଥିବା ଅଭିଯୋଗ ହୋଇଛି ଯେଉଁଥିରେ ଜଣେ ମହିଳାଙ୍କୁ ବିଜେପି ମୁଖପାତ୍ର ଭାବରେ ବର୍ଣ୍ଣନା କରାଯାଇଛି। ଅଭିଯୋଗ ପରେ ଦିଲ୍ଲୀ ପୋଲିସର ସାଇବର ସେଲ୍ ଆଇପିସି ଏବଂ ଆଇଟି ଆକ୍ଟର ଧାରା ୩୫୪ଏ, ୫୦୯ ଅନୁଯାୟୀ ଏକ ମାମଲା ରୁଜୁ କରିଛି।

ଦିଲ୍ଲୀ ବିଜେପି ମୁଖପାତ୍ରଙ୍କଠାରୁ ଅଭିଯୋଗ ପାଇବା ପରେ ଦିଲ୍ଲୀ ପୋଲିସର ସାଇବର ସେଲ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ମୁଖପାତ୍ର ଅଭିଯୋଗ କରିଛନ୍ତି ଯେ ତାଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ କେହି ଏପରି କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ, ଶନିବାର ଦିନ ଯେତେବେଳେ ତାଙ୍କ ସାଙ୍ଗମାନେ ଫୋନରେ ଏହି କଥା କହିଥିଲେ, ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଧାର୍ମିକ ମନ୍ତବ୍ୟ ସହ ଜଡିତ ନୁପୁର ଶର୍ମାଙ୍କ ସମେତ ସାମ୍ବାଦିକ ସବା ନକଭିଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଘୃଣ୍ୟ ବାର୍ତ୍ତା ବିସ୍ତାର କରୁଥିବା ଏବଂ ବିଭିନ୍ନ ଗୋଷ୍ଠୀକୁ ଉତ୍ତେଜିତ କରୁଥିବା ଅଭିଯୋଗ ହେବା ପରେ ଦିଲ୍ଲୀ ପୋଲିସ ଏଫଆଇଆର ରୁଜୁ କରିଛି। ଦିଲ୍ଲୀ ପୋଲିସ ଯେ, ଏହି ଲୋକମାନେ ଏପରି ପରିସ୍ଥିତି ସୃଷ୍ଟି କରୁଛନ୍ତି, ଯାହା ମହୋଲ ଖରାପ କରିଦେବ। ସ୍ପେଶାଲ ସେଲର ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍ସ (ଆଇଏଫଏସଓ) ୟୁନିଟ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏହି ମାମଲାରେ ନାମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଦିଲ୍ଲୀ ବିଜେପି ମିଡିଆ ୱିଙ୍ଗର ମୁଖ୍ୟ ନବୀନ କୁମାର ଜିନ୍ଦଲ, ଶାନ୍ତି ପାର୍ଟିର ମୁଖପାତ୍ର ଶାଦବ ଚୌହାନ ଅଛନ୍ତି। ପୋଲିସ କହିଛି ଯେ, ସାମ୍ବାଦିକ ସବା ନକଭି, ହିନ୍ଦୁ ମହାସଭା କାର୍ଯ୍ୟାଳୟର ଅଧିକାରୀ ପୂଜା ଶକୁନ ପାଣ୍ଡେ, ରାଜସ୍ଥାନର ମୌଳନା ମୁଫତି ନଦିମ, ଅବଦୁର ରେହମାନ, ଅନିଲ କୁମାର ମୀନା ଏବଂ ଗୁଲଜାର ଅନସାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ବିଭିନ୍ନ ଧର୍ମ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଛି ବୋଲି ପୋଲିସ ଅଭିଯୋଗ କରିଛି। ଏହା ସହିତ ପରିବେଶକୁ ନଷ୍ଟ କରିବା ଏବଂ ସାମାଜିକ ସୌହାର୍ଦ୍ଧ୍ୟକୁ ନଷ୍ଟ କରିବା ପାଇଁ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ ରଖାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନିଲମ୍ବିତ ବିଜେପି ମୁଖପାତ୍ର ନୁପୁର ଶର୍ମା ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ବିରୋଧରେ ଦ୍ୱିତୀୟ ବିଭାଗ ମଧ୍ୟ ପଞ୍ଜୀକୃତ ହୋଇଛି ବୋଲି ପୋଲିସ କହିଛି। ଡେପୁଟି କମିଶନର ଅଫ୍ ପୋଲିସ୍ (ଆଇଏଫ୍ଏସ୍ଓ) କେପିଏସ୍ ମାଲହୋତ୍ରା କହିଛନ୍ତି ଯେ, ଏଫ୍ଆଇଆର୍ ଅନେକ ଧର୍ମର ଲୋକଙ୍କ ବିରୋଧରେ ହୋଇଛି।

ଏଥିସହିତ ସାମ୍ବାଦିକ ସବା ନକଭିଙ୍କ ଏହି ପ୍ରସଙ୍ଗରେ ସରକାରୀ ବିବୃତ୍ତିକୁ ଅପେକ୍ଷା କରାଯାଇଛି, ଯଦିଓ ସେ ତାଙ୍କ ଶେଷ ଟ୍ୱିଟରେ ଲେଖିଛନ୍ତି ଯେ, ସେ କିଛି ସମୟ ପାଇଁ ସୋସିଆଲ ମିଡିଆରୁ ଦୂରେଇ ଯାଉଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗିରଫ ହେଲା କାନପୁର ହିଂସାର ମାଷ୍ଟରମାଇଣ୍ଡ: ୫୦୦ ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ

ଲକ୍ଷ୍ନୌ: କାନପୁରରେ ଶୁକ୍ରବାର ନମାଜ ବେଳେ ଆରମ୍ଭ ହୋଇଥିବା ହିଂସା ସଂପର୍କରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଜାଫର ହାୟତଙ୍କୁ ପୋଲିସ ଗିରଫ କରିଛି। ହିଂସା ପୂର୍ବରୁ ଜାଫର ଉତ୍ତେଜକ ପୋଷ୍ଟର ଲଗାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୩୫ ରୁ ଅଧିକ ଲୋକଙ୍କୁ ଗିରଫ କରିବା ସହିତ ୫୦୦ ରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ କରାଯାଇଛି।

ପ୍ରକାଶ ଥାଉ କି ଜଫର ହାୟାତ୍ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି କୋବିନ୍ଦଙ୍କ ଗସ୍ତ ସମ୍ପର୍କରେ ଏକ ବନ୍ଦ ପାଇଁ ଆହ୍ଵାନ ଦେଇଥିଲେ ଏବଂ ଏହାସହ ପୋଷ୍ଟର ମଧ୍ୟ ଲଗାଯାଇଥିଲା। ଏହା ପରେ ଲୋକଙ୍କ ଭିଡ଼ ଜମିବା ସହ ହିଂସା ବ୍ୟାପିବାରେ ଲାଗିଥିଲା। ତେବେ ପରିବାର ଲୋକେ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ପରିବାର ଲୋକ କହିଛନ୍ତି ଯେ, ପୋଲିସର ଉପସ୍ଥିତିରେ ହୟାତ୍ ତାଙ୍କ ବିବୃତ୍ତି ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଆହ୍ଵାନ ଦିଆଯାଇଥିବା ବନ୍ଦ ପ୍ରତ୍ୟାହାର କରାଯାଇଥିଲା। ପରିବାର ପକ୍ଷରୁ କୁହାଯାଇଛି ଯେ, ଜାଫର ହାୟାତ୍ ଙ୍କୁ ଫସା ଯାଉଛି। ପୋଲିସ ସେମାନଙ୍କ ଦାୟିତ୍ଵକୁ ସଠିକ୍ ଭାବରେ ପାଳନ କରି ନାହିଁ।

Categories
ଆଜିର ଖବର ମନୋରଂଜନ

ଠକେଇ ଅଭିଯୋଗରେ ଅଭିନେତ୍ରୀ ଅମିଶା ପଟେଲଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ବିରୋଧରେ ଅଭିଯୋଗ ଆସିଛି। ଅଭିଯୋଗ ମୁତାବକ, ଅମିଶା ଗୋଟିଏ କାର୍ଯ୍ୟକ୍ରମ ପାଇଁ ପୂର୍ଣ୍ଣ ଟଙ୍କା ନେଇଥିଲେ, କିନ୍ତୁ ଅସମ୍ପୂର୍ଣ୍ଣ ପ୍ରଦର୍ଶନ କରିବା ପରେ ସେଠାରୁ ଚାଲିଯାଇଥିଲେ। ଏହି ଅଭିଯୋଗରେ ସାମାଜିକ କର୍ମୀ ସୁନୀଲ ଜୈନ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏଥି ସହିତ ଅଭିନେତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ନିଜର ପକ୍ଷ ରଖିଛନ୍ତି ଏବଂ ଆୟୋଜକଙ୍କୁ ଖରାପ ବ୍ୟବସ୍ଥା କରିଥିବା ଅଭିଯୋଗ କରିଛନ୍ତି। ଅମୀଶ କହିଛନ୍ତି ଯେ, ସେହି କାର୍ଯ୍ୟକ୍ରମରେ ନିଜ ଜୀବନ ପ୍ରତି ବିପଦ ଥିବା ଅନୁଭବ କରିଥିଲେ।

ସୂଚନା ଅନୁଯାୟୀ, ଏପ୍ରିଲ୍ ୨୩ ତାରିଖ ଶନିବାର ଦିନ ଅମିଶାଙ୍କୁ ଏକ ଇଭେଣ୍ଟରେ ଅଭିନୟ କରିବାକୁ ଥିଲା। ଖବର ଅନୁଯାୟୀ, ଆମିଷା ବିଳମ୍ବିତ ରାତିରେ ସେଠାରେ ପହଞ୍ଚିଥିଲେ ଏବଂ ମାତ୍ର ୫ ମିନିଟ୍ ନୃତ୍ୟ କରିବା ପରେ ଚାଲିଯାଇଲେ। ଅଭିନେତ୍ରୀଙ୍କ ଏହି ମନୋଭାବକୁ ନେଇ କମିଟି ମଧ୍ୟ ଅସନ୍ତୋଷ ପ୍ରକାଶ କରିଛି। ଅନ୍ୟପକ୍ଷରେ ସାମାଜିକ କର୍ମୀ ସୁନୀଲ ଜୈନ ଖଣ୍ଡୱାସ୍ଥିତ କୋତୱାଲି ପୋଲିସ ଷ୍ଟେସନରେ ଅମିଶା ପଟେଲଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛନ୍ତି।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅମିଷା ଖୁବ୍ ଶୀଘ୍ର ‘ଗଦର ୨’ରେ ନଜର ଆସିବେ। ଏହି ଫିଲ୍ମରେ ସନି ଦେଓଲ ତାଙ୍କ ସହ ରହିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅନିଲ ଶର୍ମା। ଉତ୍କଳ ଶର୍ମା ମଧ୍ୟ ସନି ଦେଓଲଙ୍କ ସହ ‘ଗଦର ୨’ରେ ଅଭିନୟ କରିବାକୁ ଯାଉଛନ୍ତି। ଗଦର ଚଳଚ୍ଚିତ୍ରରେ ଉତ୍କଳ ବହୁତ ଛୋଟ ଥିଲା। ଏହି ଚଳଚ୍ଚିତ୍ରରେ ଉତ୍କଳ ଶର୍ମା ଜଣେ ସୈନିକ ଭୂମିକାରେ ନଜର ଆସିବେ। ତାଙ୍କ ଜୀବନ ବଞ୍ଚାଇବା ପାଇଁ ସନ୍ନି ଦେଓଲ ପାକିସ୍ତାନରେ ପ୍ରବେଶ କରିବେ।