ମହିଳାଙ୍କ ନାମରେ ଠକେଇ ଅଭିଯୋଗ: ୪୨୦ ରେ ମାମଲା ରୁଜୁ କଲା ବାଣପୁର ପୋଲିସ

Published: Nov 16, 2023, 6:09 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଅଞ୍ଚଳର ଅନୁସୂୟା ନାମ୍ନୀ ଜଣେ ମହିଳାଙ୍କ ନାମରେ ଟଙ୍କା ଠକେଇ ଅଭିଯୋଗରେ ବାଣପୁର ପୋଲିସ ୪୨୦ ଦଫାରେ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ ବାଣପୁର ତଳ କେନାଲ ରୋଡ଼ରେ ଘର କରି ରହୁଥିବା ଅନୁସୂୟା ନାମକ ଜଣେ ମହିଳା ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଧାର ନେଇ ଦେଉନଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଶରତ ଚନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଅନୁସୁୟା ୧ ଲକ୍ଷଟଙ୍କା ଧାର ନେଇ ଦେଉ ନଥିବା ଶରତ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ମୁତାବକ ଶରତ ଅନୁସୂୟାଙ୍କ ଘରେ କାଠ କାମ କରୁଥିବା ବେଳେ ଟଙ୍କା ଦରକାର ଅଛି କହି ଶରତଙ୍କ ନିକଟରୁ ୧ ଲକ୍ଷ ଟଙ୍କା ଧାର ସୂତ୍ରରେ ନେଇଥିଲେ। ଶରତଙ୍କ ଝିଅ ଡେ଼ଲିଭେରୀ ଥିବାରୁ ଅନୁସୟାଙ୍କୁ ଧାର ଟଙ୍କା ମାଗିବାରେ ଅନୁସୟା ଏବଂ ତାଙ୍କ ପୁଅ ରାଜା ଆମେ କି ଟଙ୍କା ଜାଣିନାହୁଁ କହି ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ପ୍ରକାଶ ଥାଉକି ଶରତ ବାରମ୍ବାର ଟଙ୍କା ମାଗିବାରେ ସ୍ଥାନୀୟ କିଛି ଲୋକଙ୍କ ଉପସ୍ଥିତରେ ଅନୁସୟା ୫୦୦୦୦ଟଙ୍କା ପରିଶୋଧ କରିଥିବା ବେଳେ ଅବଶିଷ୍ଟ ଟଙ୍କା ଦେବାକୁ ମନା କରିଥିଲେ।

ଉକ୍ତ ଘଟଣାକୁ ଅନୁସନ୍ଧାନ କରି ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା ଅନୁସୂୟା ଏବଂ ପୁଅ ରାଜାଙ୍କ ନାମରେ ୩୯୬/୨୩ ନମ୍ବରରେ ମୋକଦ୍ଦମା ୠଜୁକରି ୪୨୦, ୫୦୬, ୩୪୧, ୨୯୪ ଦଫା ଲଗାଇ ତଦନ୍ତ ଜାରି ରଖିଛି।

Related posts