ସ୍ତ୍ରୀକୁ ହତ୍ୟା ଉଦ୍ୟମ, ସ୍ବାମୀ ବିରୋଧରେ ମାମଲା ରୁଜୁ

Published: Jun 11, 2023, 11:01 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଲାଞ୍ଜିପଲୀ ଢିପ ସାହିର ନରସିଂହ ଶବର ନାମରେ ଜଣେ ଯୁବକ ନିଜ ସ୍ତ୍ରୀ ପାର୍ବତୀ ବାଙ୍ଗାରୀଙ୍କୁ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ପାର୍ବତୀ ମହିଳା ଥାନାରେ ଏକ ଏତଲା ଦାଏର କରିଛନ୍ତି। ମହିଳା ଥାନା ପୋଲିସ ଏତଲା ଗ୍ରହଣ କରି ନରସିଂହ ବିରୋଧରେ ୯୪/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ପ୍ରକାଶ ଥାଉକି ଗତ ଦୁଇ ବର୍ଷ ତଳେ ନରସିଂହ ସହ ପାର୍ବତୀର ବାହା ହୋଇଥିଲା ଓ ଉଭୟଙ୍କର ୭ ମାସର ଏକ ପୁତ୍ର ସନ୍ତାନ ରହିଛି। କିନ୍ତୁ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ହେବା ସହ ନରସିଂହ ପାର୍ବତୀଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ତଣ୍ଟିଚିପି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ। ପାର୍ବତୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆସିଲା ପରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି।

Related posts