ପଠାନ ଫିଲ୍ମର ଗୀତକୁ ନେଇ ବିବାଦ: ବିହାରରେ ଶାହାରୁଖ-ଦୀପିକାଙ୍କ ସମେତ ୫ ଟି ମାମଲା ରୁଜୁ

Published: Dec 17, 2022, 11:58 am IST

ମୁଜାଫରପୁର: ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଅନ୍ୟମାନଙ୍କ ବିରୋଧରେ ବିହାରର ମୁଜାଫରପୁର ଜିଲ୍ଲାର ଏକ କୋର୍ଟରେ ପଠାନ ଫିଲ୍ମର “ବେଶର୍ମ ରଙ୍ଗ” ଗୀତରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି।

ମୁଜାଫରପୁରର ଜଣେ ଆଇନଜୀବୀ ସୁଧୀର ଓଝା ଅଭିନେତା ଶାହରୁଖ ଖାନ, ଅଭିନେତ୍ରୀ ଦୀପିକା ପାଦୁକୋନ, ଆଦିତ୍ୟ ଚୋପ୍ରା, ଜନ୍ ଇବ୍ରାହିମ ଏବଂ ସିଦ୍ଧାର୍ଥ ଆନନ୍ଦଙ୍କ ବିରୋଧରେ ସ୍ଥାନୀୟ କୋର୍ଟରେ ଏହି ଅଭିଯୋଗ ଦାଖଲ କରିଛନ୍ତି।

ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଓଝା ଏକ FIR ପଞ୍ଜିକରଣ କରିବାକୁ ଅନୁରୋଧ କରିଛନ୍ତି। ମୁଜାଫରପୁରର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଉକ୍ତ ଅଭିଯୋଗ ଦାଖଲ କରିବା ପରେ ଗଣମାଧ୍ୟମକୁ ଓଝା କହିଛନ୍ତି ଯେ, ପଠାନ ଫିଲ୍ମର ‘ବେଶର୍ମ ରଙ୍ଗ’ ଗୀତ ଆପତ୍ତିଜନକ ଏବଂ ଏହା ହିନ୍ଦୁ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଛି।

Related posts