Categories
ଆଜିର ଖବର ରାଜ୍ୟ ଖବର

ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ଜିଲ୍ଲା ମହିଳା କଂଗ୍ରେସ 

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ନେତୃତ୍ୱରେ ୫୦ ରୁ ଅଧିକ ମହିଳା ଭୁବନେଶ୍ୱର ମହିଳା ଥାନାକୁ ଯାଇ କଂଗ୍ରେସ ଭବନରେ ହୋଲି ଦିନ କଂଗ୍ରେସ ଭବନରେ ନିଶା ମହାରଣା ଯେଉଁ ଅସଭ୍ୟ ଓ ଅଭଦ୍ର ଭାଷ କଂଗ୍ରେସ ନେତୃବର୍ଗଙ୍କ ପ୍ରତି ପ୍ରୟୋଗ କରିବା ଏବଂ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ, ତାଙ୍କ ବିରୁଦ୍ଧରେ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ଏକ କେସ ଦାୟର କରିଛନ୍ତି।

ମହିଳା ଥାନାର ଇନସ୍‌ପେକ୍ଟର ଏହି ଏଫଆଇରକୁ ରେଜିଷ୍ଟ୍ରିଭୁକ୍ତ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ନେତୃମଣ୍ଡଳୀ ଥାନା ଇନସ୍‌ପେକ୍ଟରଙ୍କୁ ନିଶା ମହାରଣାଙ୍କୁ ତୁରନ୍ତ ଗିରଫ କରିବାପାଇଁ ଦୃଢ଼ ଦାବି ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଯେଉଁଭଳି ଅଶାଳୀନ ବିବୃତ୍ତି ଦେଉଛନ୍ତି ତାହା ଆମ ସମାଜକୁ ପଥଭ୍ରଷ୍ଟ କରିବା ସହିତ ଆମ ସାମାଜିକ ଓ ପାରିବାରିକ ଜୀବନରେ ଅତ୍ୟନ୍ତ ଅରୁଚିକର ହୋଇପଡ଼ୁଛି ବୋଲି କହିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସରକାରୀ ଯୋଜନା ବିଷୟରେ ଭୁଲ ତଥ୍ୟ ଦେଇଥିବାରୁ ସାମ୍ବାଦିକ ସୁଧୀର ଚୌଧୁରୀଙ୍କ ବିରୋଧରେ FIR

ବେଙ୍ଗାଲୁରୁ: କର୍ଣ୍ଣାଟକ ପୋଲିସ ଜଣାଶୁଣା ସାମ୍ବାଦିକ ତଥା ସମ୍ବାଦ ଚ୍ୟାନେଲ ‘ଆଜ ତକ’ର ସମ୍ପାଦକ ସୁଧୀର ଚୌଧୁରୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି। ଶ୍ରୀ ଚୌଧୁରୀ ନ୍ୟୁଜ୍ ଚ୍ୟାନେଲରେ ତାଙ୍କ ସୋ ସମୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବିରୁଦ୍ଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ସମ୍ପ୍ରଦାୟ ବିରୋଧରେ ଘୃଣାକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ବେଙ୍ଗାଲୁରୁର ସେଶାଦ୍ରିପୁରମ୍ ପୋଲିସ୍ ଷ୍ଟେସନରେ ଆଇପିସିର ବିଭିନ୍ନ ଧାରା ଅନ୍ତର୍ଗତ ସୁଧୀର ଚୌଧୁରୀଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ସେପଟେ ସୁଧୀର ଚୌଧୁରୀଙ୍କ ବିରୋଧରେ ଏଫଆଇଆର ସମ୍ପର୍କରେ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି।

ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ ଅଧିକାରୀମାନେ କହିଛନ୍ତି ଯେ, କର୍ଣ୍ଣାଟକ ସଂଖ୍ୟାଲଘୁ ବିକାଶ ନିଗମ (କେଏମଡିସି) ସହକାରୀ ପ୍ରଶାସକ ଶିବକୁମାରଙ୍କ ଅଭିଯୋଗ ଅନୁଯାୟୀ ଚ୍ୟାନେଲ ଆଜ ତକ ଏବଂ ଏହାର ସମ୍ପାଦକଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୫୦୫ (ଭୁଲ ବିବୃତ୍ତି), ୧୫୩ ଏ (ଧର୍ମ, ଜାତି, ଜନ୍ମ ସ୍ଥାନ, ବାସସ୍ଥାନ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା) ରେ ମାମଲା ରୁଜୁ ହୋଇଛି।

ଆଇନଗତ ଯୁଦ୍ଧ ଲଢିବାକୁ ପ୍ରସ୍ତୁତ- ସୁଧୀର ଚୌଧୁରୀ

ସୁଧୀର ଚୌଧୁରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି ଯେ, କର୍ଣ୍ଣାଟକରେ କଂଗ୍ରେସ ସରକାର ମୋ ବିରୋଧରେ ଏଫଆଇଆର ବିଷୟରେ ସୂଚନା ପାଇଛି। ପ୍ରଶ୍ନର ଉତ୍ତର FIR? ତାହା ମଧ୍ୟ ଜାମିନବିହୀନ ଧାରାଗୁଡିକ ସହିତ। ଏହାର ଅର୍ଥ ଗିରଫ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି। ମୋର ପ୍ରଶ୍ନ ଥିଲା ଯେ ସ୍ବାବଲମ୍ବୀ ସାରଥୀ ଯୋଜନାରେ ହିନ୍ଦୁ ସମ୍ପ୍ରଦାୟ କାହିଁକି ଅନ୍ତର୍ଭୁକ୍ତ ନୁହେଁ? ମୁଁ ମଧ୍ୟ ଏହି ଯୁଦ୍ଧ ପାଇଁ ପ୍ରସ୍ତୁତ। ବର୍ତ୍ତମାନ କୋର୍ଟରେ ସାକ୍ଷାତ ହେବ। ”

ସୁଧୀର ଚୌଧୁରୀଙ୍କ ବିରୋଧରେ କ’ଣ ଅଭିଯୋଗ ରହିଛି?:

ଏଫଆଇଆର ଅନୁଯାୟୀ, ସେପ୍ଟେମ୍ବର ୧୧ ତାରିଖରେ ତାଙ୍କ ‘ସୋ ବ୍ଲାକ୍ ଆଣ୍ଡ ହ୍ୱାଇଟ୍’ରେ ସୁଧୀର ଚୌଧୁରୀ ଦାବି କରିଛନ୍ତି ଯେ କର୍ଣ୍ଣାଟକ ସରକାର ଏଭଳି ଯୋଜନା କରୁଛନ୍ତି, ଯାହାର ଲାଭ କେବଳ ସଂଖ୍ୟାଲଘୁମାନଙ୍କ ପାଇଁ ଉପଲବ୍ଧ। ଅଣ-ଅଳ୍ପସଂଖ୍ୟକ ହିନ୍ଦୁମାନେ ଏହି ଲାଭ ପାଇନାହାଁନ୍ତି। ସରକାର ରାଜ୍ୟରେ ଅଳ୍ପସଂଖ୍ୟକ ତୃଷ୍ଟିକରଣ କରୁଛନ୍ତି। ଏହା ସହିତ ଚୌଧୁରୀ ଏହା ମଧ୍ୟ ଦାବି କରିଛନ୍ତି ଯେ, ଏହା ହିନ୍ଦୁମାନଙ୍କ ପ୍ରତି ଅନ୍ୟାୟ କରୁଛି।

Categories
ଅପରାଧ ଆଜିର ଖବର ଖେଳ ଜାତୀୟ ଖବର ବ୍ୟବସାୟ

ବିଜ୍ଞାପନରେ ବେଆଇନ ଭାବେ ନାମ, ଫଟୋ ଏବଂ ସ୍ଵର ବ୍ୟବହାର ମାମଲା: FIR କଲେ ସଚିନ ତେନ୍ଦୁଲକର

ମୁମ୍ବାଇ: ଅଜ୍ଞାତ ବ୍ୟକ୍ତିଙ୍କ ଦ୍ଵାରା ନାମ, ସ୍ୱର ଏବଂ ଫଟୋ ବେଆଇନ ବ୍ୟବହାର କରିଥିବାରୁ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ମୁମ୍ବାଇରେ ଏଫଆଇଆର ଦାଖଲ କରିଛନ୍ତି। ସଚିନ ତେନ୍ଦୁଲକର ଶୁକ୍ରବାର ମୁମ୍ବାଇ ସାଇବର ସେଲରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ମାଷ୍ଟର ବ୍ଲାଷ୍ଟର କହିଛନ୍ତି ଯେ, ତାଙ୍କ ଅନୁମତି ବିନା ଡାକ୍ତରୀ ଉତ୍ପାଦକ ପ୍ରୋତ୍ସାହିତ କରିବା ପାଇଁ ବିଜ୍ଞାପନରେ ତାଙ୍କ ଫଟୋ, ତାଙ୍କ ନାମ ଏବଂ ସ୍ୱର ଜାଲିଆତି କରାଯାଇଛି। ଅନଲାଇଇନ୍ ରେ ଉତ୍ପାଦ ଏବଂ ସେବା କିଣିବା ପାଇଁ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି ବିଜ୍ଞାପନଗୁଡିକ ଠକାମିରେ ବ୍ୟବହୃତ ହୋଇଛି ବୋଲି ସଚିନ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉ କି ସଚିନ୍ ତେନ୍ଦୁଲକରଙ୍କ ଛବିର ଅପବ୍ୟବହାରର ଅନେକ ମାମଲା ସାମ୍ନାକୁ ଆସିଛି।

SRT ସ୍ପୋର୍ଟସ୍ ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛି। ସଚିନ ନିଜେ ମଧ୍ୟ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ଟ୍ୱିଟକୁ ରିଟ୍ୱିଟ କରିଛନ୍ତି।

ମୁମ୍ବାଇ ସାଇବର ସେଲରେ ରଖାଯାଇଥିବା ଏଫ୍ଆଇଆର୍ ଅନୁଯାୟୀ, ତେନ୍ଦୁଲକର ଏଭଳି କୌଣସି ଉତ୍ପାଦକୁ ସମର୍ଥନ କରୁନାହାଁନ୍ତି। କିନ୍ତୁ ଲୋକଙ୍କୁ ଛଳନା କରିବା ପାଇଁ ତାଙ୍କର ଚିତ୍ର ଏବଂ ସ୍ୱରର ଅପବ୍ୟବହାର କରାଯାଉଛି। ମୁମ୍ବାଇ ପୋଲିସର ସାଇବର ସେଲ୍ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ୪୨୦, ୪୬୫ ଏବଂ ୫୦୦ ଆଇପିସି ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର ସିନେମା

ପଠାନ ଫିଲ୍ମର ଗୀତକୁ ନେଇ ବିବାଦ: ବିହାରରେ ଶାହାରୁଖ-ଦୀପିକାଙ୍କ ସମେତ ୫ ଟି ମାମଲା ରୁଜୁ

ମୁଜାଫରପୁର: ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଅନ୍ୟମାନଙ୍କ ବିରୋଧରେ ବିହାରର ମୁଜାଫରପୁର ଜିଲ୍ଲାର ଏକ କୋର୍ଟରେ ପଠାନ ଫିଲ୍ମର “ବେଶର୍ମ ରଙ୍ଗ” ଗୀତରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି।

ମୁଜାଫରପୁରର ଜଣେ ଆଇନଜୀବୀ ସୁଧୀର ଓଝା ଅଭିନେତା ଶାହରୁଖ ଖାନ, ଅଭିନେତ୍ରୀ ଦୀପିକା ପାଦୁକୋନ, ଆଦିତ୍ୟ ଚୋପ୍ରା, ଜନ୍ ଇବ୍ରାହିମ ଏବଂ ସିଦ୍ଧାର୍ଥ ଆନନ୍ଦଙ୍କ ବିରୋଧରେ ସ୍ଥାନୀୟ କୋର୍ଟରେ ଏହି ଅଭିଯୋଗ ଦାଖଲ କରିଛନ୍ତି।

ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଓଝା ଏକ FIR ପଞ୍ଜିକରଣ କରିବାକୁ ଅନୁରୋଧ କରିଛନ୍ତି। ମୁଜାଫରପୁରର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଉକ୍ତ ଅଭିଯୋଗ ଦାଖଲ କରିବା ପରେ ଗଣମାଧ୍ୟମକୁ ଓଝା କହିଛନ୍ତି ଯେ, ପଠାନ ଫିଲ୍ମର ‘ବେଶର୍ମ ରଙ୍ଗ’ ଗୀତ ଆପତ୍ତିଜନକ ଏବଂ ଏହା ହିନ୍ଦୁ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଛି।

Categories
ଆଜିର ଖବର ଜାତୀୟ ଖବର

ପିଏମ୍‌ କେୟାର ବିରୋଧୀ ଟ୍ବିଟ୍‌ ପାଇଁ ସୋନିଆଙ୍କ ବିରୋଧରେ ଏଫ୍‌ଆଇଆର

ନୂଆଦିଲ୍ଲୀ : ପିଏମ୍‌ କେୟାର ଫଣ୍ଡକୁ ନେଇ କଂଗ୍ରେସ ଦଳର ଟ୍ବିଟ୍‌ ବିରୋଧରେ କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । କର୍ଣ୍ଣାଟକର ଶିବାମୋଗ୍ଗାରେ ଏହି ଅଭିଯୋଗ ଦାଖଲ କରାଯାଇଛି । ପ୍ରବୀଣ କେଭି ନାମକ ଜନୈକ ଆଇନଜୀବୀ ସୋନିଆଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କ ନାମରେ ଏହି ମାମଲାର ଦାୟର କରିଛନ୍ତି । ଅଭିଯୋଗ ଅନୁଯାୟୀ କଂଗ୍ରେସର ଏହି ଟ୍ବିଟ୍‌ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ଥିଲା । ଆଇପିସିର ଧାରା 153 ଏବଂ 505 ଅନୁଯାୟୀ ଏହି ମାମଲା ଦାୟର କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

କନିକା କପୁରଙ୍କ ବିରୋଧରେ ମାମଲା ରୁଜୁ କଲେ ଯୋଗୀ ସରକାର

ଲକ୍ଷ୍ନୌ : ବଲିଉଡ ସିଙ୍ଗର କନିକା କପୁରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ପରେ ଯୋଗୀ ଏହି ନିର୍ଦ୍ଦେଶ ଦେଇଛନ୍ତି । କନିକା ଲଣ୍ଡନ ଯାଇଥିଲେ ମଧ୍ୟ ନିଜର ଯାତ୍ରା ସମ୍ପର୍କରେ ଲୁଚାଇଥିଲେ । ଏପରିକି ଶତାଧିକ ବ୍ୟକ୍ତିଙ୍କ ସହିତ ପାର୍ଟିରେ ଯୋଗ ଦେବା ସହିତ ତାଜ ହୋଟେଲର 602 ନମ୍ବର ରୁମ୍‌ରେ ଅବସ୍ଥାନ କରିଥିଲେ । କନିକାଙ୍କ ସହିତ ଏହି ପାର୍ଟିରେ ଏକାଧିକ ବଲକିଉଡ୍‌ ସେଲିବ୍ରିଟି ଏବଂ ରାଜନେତା ଯୋଗ ଦେଇଥିଲେ । ଯୋଗୀଙ୍କ ଅନୁମତି ପରେ କନିକାଙ୍କ ବିରୋଧରେ ଆଇପିସିର ଧାରା 188, 269 ଏବଂ 270 ଅନୁଯାୟୀ ମାମଲା ରୁଜୁ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ବିବାହ ପରେ ବର ପହଞ୍ଚିଲେ ଥାନାରେ, କନ୍ୟା ବଦଳକୁ ନେଇ ଦେଲେ ଏତଲା

ମଧ୍ୟପ୍ରଦେଶ : ବିବାହ ପରେ ବର କନ୍ୟାକୁ ନେଇ ନିଜ ଘରକୁ ଯାଇଥାଏ । କିନ୍ତୁ ବିବାହ ପରେ ବର ଥାନାରେ ପହଞ୍ଚିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭିଣ୍ଡ୍‌ ଅଞ୍ଚଳରେ । କନ୍ୟା ବଦଳ ନେଇ ବର ଜଣକ ବିବାହ ପରେ ଥାନାରେ ଯାଇ ଅଭିଯୋଗ କରିଛନ୍ତି ।ମଧ୍ୟପ୍ରଦେଶ ଭିଣ୍ଡ୍‌ ଜିଲ୍ଲାରେ ବିବାହରେ କନ୍ୟା ବଦଳ କରାଯାଇଥିବା ନେଇ ଏକ ମାମଲା ସାମ୍ନାକୁ ଆସିଛି । ବିବାହ ପରେ ବର ଓ ତାଙ୍କ ପରିବାର ପୋଲିସ୍‌ରେ ଏନେଇ ଅଭିଯୋଗ କରିଛନ୍ତି । ପୋଲିସ୍‌ ଏହି ମାମଲାର ତଦନ୍ତ ଜାରି ରଖିଛି । ଭିଣ୍ଡ୍‌ ଜିଲ୍ଲାର ଗୋହଦ୍‌ ବିକାଶଖଣ୍ଡ କ୍ଷେତ୍ରରେ ଜାନୁଆରୀ 16ତାରିଖରେ ଏକ ବିବାହ ହୋଇଥିଲା । ଏହି ବିବାହରେ ବର ତଥା ବରଘରର ପରିବାର କନ୍ୟା ବଦଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ବିବାହ ପୂର୍ବରୁ ଯେଉଁ ଝିଅକୁ ସେମାନେ ପସନ୍ଦ କରିଥିଲେ, ସେହି ଝିଅ ବା କନ୍ୟା ସହିତ ବିବାହ ହୋଇନଥିବାର କହିଛନ୍ତି ବର ଓ ତାଙ୍କ ପରିବାର ।  ତେବେ  ମେକ୍‌ଅପ୍‌ କାରଣରୁ କନ୍ୟାର ଚେହେରା ବଦଳିଥାଇପାରେ ବୋଲି  କନ୍ୟା ଘର ତରଫରୁ କହିଛନ୍ତି । ଝିଅ ପସନ୍ଦ କରିବା ପରେ ପସନ୍ଦ ହୋଇଥିବା ଝିଅଟି ସହିତ ତାଙ୍କର ଟିକା ରସମ୍‌ ହୋଇଥିଲା ବୋଲି କହିଛନ୍ତି ବର କିନ୍ତୁ ବିବାହ ସମୟରେ କନ୍ୟା ବଦଳ ହୋଇ ଅନ୍ୟ ଏକ କନ୍ୟା ସହ ତାଙ୍କର ବିବାହ କରାଯାଇଛି ବୋଲି ଯୁକ୍ତି କରିଛନ୍ତି ବର । ତେବେ ପୋଲିସ୍‌ ଏହି ଘଟଣାର ଯାଞ୍ଚ କରିବା ସହିତ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଚେଷ୍ଟା ଚଳାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜାମିଆ ଗୁଳିକାଣ୍ଡ : ଅନୁରାଗଙ୍କ ବିରୋଧରେ ମାମଲା ଦାୟର କଲା ଛାତ୍ର କଂଗ୍ରେସ

ନୂଆଦିଲ୍ଲୀ : ଜାମିଆ ମାଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ ଗୁଳିକାଣ୍ଡ ମାମଲାରେ ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ବିରୋଧରେ ଛାତ୍ର କଂଗ୍ରେସ ପକ୍ଷରୁ ମାମଲା କରାଯାଇଛି । ଛାତ୍ର କଂଗ୍ରେସ ସଭାପତି ଶ୍ରୀନିବାସ ବି ଭିଙ୍କ ନେତୃତ୍ବରେ ଏକ କମିଟି ଅନୁରାଗ ଠାକୁରଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ପାର୍ଲିଆମେଣ୍ଟ ଷ୍ଟ୍ରିଟ୍‌ ଥାନାରେ ଯୁବ କଂଗ୍ରେସ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି । ଅନୁରାଗଙ୍କ ଘୃଣା ଭରା ଭାଷଣ କାରଣରୁ ଗୁଳିକାଣ୍ଡ ଘଟିଥିବା ନେଇ ଏହି ଅଭିଯୋଗ କରାଯାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ଜଣେ ବନ୍ଧୁକଧାରୀ ଆତତାୟୀ ଜଣକ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କୁ ଗୁଳି ମାରିଥିଲେ । ଅଭିଯୁକ୍ତ ଜଣକ ୟେ ଲୋ ଆଜାଦୀ ବୋଲି ଚିତ୍କାର କରି ଛାତ୍ରଛାତ୍ରୀଙ୍କୁ ଉପରକୁ ଗୁଳି ଚଳାଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ନାଗରିକତା କାନୁନ୍‌ ବିରୋଧରେ ପ୍ରଦର୍ଶନ : ଦଶହଜାରରୁ ଅଧିକ ଲୋକଙ୍କ ଉପରେ ମାମଲା ରୁଜୁ

ପ୍ରୟାଗରାଜ, 21/12: ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରୟାଗରାଜରେ ଗତ ଦୁଇ ଦିନ ଧରି ଚାଲିଥିବା ପ୍ରଦର୍ଶନରେ ଦଶହଜାରରୁ ଅଧିକ ପ୍ରଦର୍ଶନକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ସମସ୍ତଙ୍କ ବିରୁଦ୍ଧରେ ସହରର ଛଅଟି ପୋଲିସ୍‌ ଷ୍ଟେସନରେ ମାମଲା ରୁଜୁ କରାଯାଇଛି। ଦଶହଜାର ଅଜ୍ଞାତ ପ୍ରଦର୍ଶନକାରୀଙ୍କୁ ସହିତ ପାଖାପାଖି ଦେଢଶହ ଜଣାଶୁଣା ଲୋକଙ୍କ ନାମ ମଧ୍ୟ ସାମିଲ୍‌ ରହିଛି। ଏହି ପ୍ରଦର୍ଶନରେ ସାମିଲ୍‌ ରହିଥିବା ପ୍ରଦର୍ଶନକାରୀଙ୍କ ଚିହ୍ନଟ  ଭିଡିଓ ଫୁଟେଜ୍‌, ମିଡିଆ ରିପୋର୍ଟସ୍‌ ଓ ସିସିଟିଭି ଭିଜୁଆଲର ଆଧାରରେ କରାଯାଇ ତାଙ୍କ ବିରୋଧରେ କାର୍ଯାନୁଷ୍ଠାନ କରାଯିବ। ଏମିତିକି ନିୟମ ଭାଙ୍ଗି ସଡକ ଉପରେ କରୁଥିବା ପ୍ରଦର୍ଶନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି । ତେବେ ମାମଲା ରୁଜୁ ହେବା ପରେ ଆଜି ପ୍ରୟାଗରାଜରେ କିଛି ମାତ୍ରାରେ ଶାନ୍ତିର ପରିସ୍ଥିତି ରହିଥିବାବେଳେ କିଛି ହିଂସକ ପ୍ରଦର୍ଶନ ହୋଇନାହିଁ।

ପୁଲିସ୍‌ ଓ ପ୍ରଶାସନର ସମସ୍ତ ବଡ଼ ବଡ଼ ଅଧିକାରୀମାନେ ଲଗାତାର ଗସ୍ତ କରି ଏହି ଘଟଣାର ସମ୍ପର୍କରେ ଅବଗତ ହେବା ସହିତ ରାସ୍ତା ଉଫରେ ବ୍ୟାରିକେଡ୍‌ ଓ କଡ଼ା ଟ୍ରାଫିକ୍‌ ବ୍ୟବସ୍ଥା ଲାଗୁ କରିଛନ୍ତି।  ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ୍‌ ଓ ପିଏସି ସହିତ ଅର୍ଦ୍ଧସାମରିକ ବଳକୁ ମଧ୍ୟ ନିୟୋଜିତ କରାଯାଇଛି। ଆଜି ବି ପ୍ରୟାଗରାଜରେ ଇଣ୍ଟରନେଟ୍‌ ସେବା ବନ୍ଦ କରହିଛି। ମାମଲା ରୁଜୁ କରାଯାଇ କିଛି ଲୋକଙ୍କୁ ଗିରଫ କରାଯାଇଥିବାବେଳେ ଆଉ କିଛିକୁ ଅଟକ ରଖାଯାଇଛି। (ଏଜେନ୍ସି)

Categories
ଆଜିର ଖବର

‘ଚୌକିଦାର ଚୋର ହେ’ ସ୍ଲୋଗାନ ପାଇଁ ରାହୁଲଙ୍କ ବିରୋଧରେ ମାମଲା

କଂଗ୍ରେସ ସଭାପତି ନିଜର ଚୌକିଦାର ଚୋର ଅଟେ ମନ୍ତବ୍ୟ ପାଇଁ ଅଦାଲତରେ କ୍ଷମା ପ୍ରାର୍ଥନା କରିଥିବା ବେଳେ ପୁନର୍ବାର ଏକ ରାଲିରେ ସମାନ ସ୍ଲୋଗାନ ଦେଇ ଅଡୁଆରେ ପଡିଛନ୍ତି। ରାହୁଲ ଉପସ୍ଥିତ ଜନତାଙ୍କୁ ଚୌକିଦାର ଚୋର ହେ ସ୍ଲୋଗାନ୍‌ ଦେବାକୁ କହିଥିଲେ। ଏନେଇ ବିହାରର ଆରା କୋର୍ଟରେ ରାହୁଲଙ୍କ ବିପକ୍ଷରେ ଏକ ମାମଲା ରୁଜୁ ହୋଇଛି। ବିହାରର ସମଷ୍ଟିପୁରରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ରାହୁଲ ଏହା କହିଥିଲେ। ଏହି ସଭାରେ ପୂର୍ବତନ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ତେଜସ୍ବୀଙ୍କ ନାମରେ ମଧ୍ୟ ମାମଲା ଦାଏର କରାଯାଇଥିବା ଜଣା ପଡିଛି। ସତ୍ୟବ୍ରତ ନାମକ ଜନୈକ ଓକିଲ ଧାରା ୧୨୪(ଏ) ଏବଂ ୫୦୫ (୧) ଅନୁଯାୟୀ ମାମଲା ଦାଏର କରାଯାଇଛି। ଆସନ୍ତା ଏପ୍ରିଲ୍‌ ୨୯ ତାରିଖରେ ମାମଲାର ଶୁଣାଣି ହେବ।

Categories
ଆଜିର ଖବର

ରାହୁଲଙ୍କ ବିରୋଧରେ ମାମଲା ପାଇଁ ସୁଶୀଲ ମୋଦିଙ୍କ ଧମକ

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା ଦାୟର କରିବାକୁ ଧମକ ଦେଇଛନ୍ତି ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି। ରାହୁଲ ନିଜ ମନ୍ତବ୍ୟରେ ମୋଦି ସାଙ୍ଗିଆ ଧାରୀ ସମସ୍ତ ବ୍ୟକ୍ତି ଚୋର ଅଟନ୍ତି। ରାହୁଲଙ୍କ ଏପରି ମନ୍ତବ୍ୟରେ ମୁଁ ଗଭୀର ଭାବରେ ଦୁଃଖିତ ବୋଲି କହିଛନ୍ତି ସୁଶୀଲ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ରମଣ କରିବା ସହିତ ସେ ମୋତେ ଆକ୍ରମଣ କରିଛନ୍ତି କାରଣ ମୋର ଶେଷ ନାମ ମଧ୍ୟ ମୋଦିଙ୍କ ସହିତ ସମାନ। ବ୍ୟକ୍ତିଗତ ଭାବରେ ଆହତ ହୋଇଥିବାରୁ ମୁଁ ରାହୁଲଙ୍କ ନାମରେ ମାନହାନି ମୋକଦ୍ଦମା କରିବି ବୋଲି କହିଛନ୍ତି ସୁଶୀଲ ମୋଦି। ମୋଦିଙ୍କ ଏହି ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛନ୍ତି ତେଜସ୍ବୀ ଯାଦବ। ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି, ମୋଦି ଶ୍ରୀଜନ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଅଛନ୍ତି ତେଣୁ ମୁଁ ତାଙ୍କୁ ଚୋର ବୋଲି ସମ୍ବୋଧନ କରୁଛି। ଯଦି ଆପଣଙ୍କର ସାହସ ଅଛି ତେବେ ମୋ ବିରୋଧରେ ମାନହାନି ମୋକଦ୍ଦମା କରି ଦେଖାନ୍ତୁ ବୋଲି କହିଛନ୍ତି ତେଜସ୍ବୀ।

Categories
ଆଜିର ଖବର

ପୀତାମ୍ବର ଆଚାର୍ଯ୍ୟଙ୍କ ନାମରେ ମାମଲା ରୁଜୁ : ପୋଲିସ୍‌ କର୍ମୀ ଓ ମାଜିଷ୍ଟ୍ରେଟ୍‌ଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ

ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାମରେ ମାମଲା। ପୀତାମ୍ବର ଆଚାର୍ଯ୍ୟ କାର୍ଯ୍ୟରତ ପୁଲିସ ଅଧିକାରୀ ଏବଂ ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟଙ୍କୁ ଦୁର୍ବ୍ୟବହାର ସହ ଗାଳି ଗୁଲଜ କରିଥିବା ଅଭିଯୋଗ କରାଯାଇ ଏତଲା ଦିଆଯାଇଛି। ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟଙ୍କ ଅଭିଯୋଗ ପରେ ଆସିକା ଥାନାରେ ଏହି ମାମଲା ଦାଏର ହୋଇଛି। ଶୁକ୍ରବାର ଦିନ ବିଜେପି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ହିଞ୍ଜିଳି ଯାଉଥିବା ବେଳେ ଯାଞ୍ଚ ପାଇଁ ରାସ୍ତାରେ ତାଙ୍କ ଗାଡିକୁ ପୁଲିସ ଅଟକାଇଥିଲା। ସେ ଯାଞ୍ଚରେ ସାହାଯ୍ୟ କରିବା ପରିବର୍ତ୍ତେ ସେଠାରେ ଉପସ୍ଥିତ ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟଙ୍କ ସମେତ ପୁଲିସଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ତେବେ ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହୋଇଛି।