ପୀତାମ୍ବର ଆଚାର୍ଯ୍ୟଙ୍କ ନାମରେ ମାମଲା ରୁଜୁ : ପୋଲିସ୍‌ କର୍ମୀ ଓ ମାଜିଷ୍ଟ୍ରେଟ୍‌ଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ

Published: Mar 30, 2019, 12:14 pm IST
fir against pitambar acharya

ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାମରେ ମାମଲା। ପୀତାମ୍ବର ଆଚାର୍ଯ୍ୟ କାର୍ଯ୍ୟରତ ପୁଲିସ ଅଧିକାରୀ ଏବଂ ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟଙ୍କୁ ଦୁର୍ବ୍ୟବହାର ସହ ଗାଳି ଗୁଲଜ କରିଥିବା ଅଭିଯୋଗ କରାଯାଇ ଏତଲା ଦିଆଯାଇଛି। ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟଙ୍କ ଅଭିଯୋଗ ପରେ ଆସିକା ଥାନାରେ ଏହି ମାମଲା ଦାଏର ହୋଇଛି। ଶୁକ୍ରବାର ଦିନ ବିଜେପି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ହିଞ୍ଜିଳି ଯାଉଥିବା ବେଳେ ଯାଞ୍ଚ ପାଇଁ ରାସ୍ତାରେ ତାଙ୍କ ଗାଡିକୁ ପୁଲିସ ଅଟକାଇଥିଲା। ସେ ଯାଞ୍ଚରେ ସାହାଯ୍ୟ କରିବା ପରିବର୍ତ୍ତେ ସେଠାରେ ଉପସ୍ଥିତ ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟଙ୍କ ସମେତ ପୁଲିସଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ତେବେ ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହୋଇଛି।

Related posts