Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?
ବିଶେଷ ଖବର

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ପୋଲିସର ଅପାରଗତା ବନାମ ଲୋକଙ୍କ ସରକାରର ବାସ୍ତବତା
ଓଡ଼ିଶା ପୋଲିସର ଅପାରଗତା ବନାମ ଲୋକଙ୍କ ସରକାରର ବାସ୍ତବତା

ରାଜ୍ୟରେ ଆଇନ-ଶୃଙ୍ଖଳା ବ୍ୟବସ୍ଥାର ମୂଳ ଆଧାର ହେଉଛି ପୋଲିସ। ସାଧାରଣ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା, ଅପରାଧ ନିୟନ୍ତ୍ରଣ ଏବଂ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ସହଯୋଗ କରିବା ପୋଲିସର ପ୍ରମୁଖ ଦାୟିତ୍ୱ ରହିଛି । କିନ୍ତୁ ଗତ କିଛି ଦିନ ଧରି ଓଡ଼ିଶାରେ ଘଟିଥିବା କେତେକ ବିବାଦୀୟ ଘଟଣାରେ  ପୋଲିସର ଭୂମିକା ଓ କାର୍ଯ୍ୟଶୈଳୀକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି । 

ବାରଙ୍ଗ ଥାର୍ଡ ଡିଗ୍ରୀ ମାମଲା ହେଉ କି କବି ସୂର୍ଯ୍ୟନଗର ଥାର୍ଡ ଡିଗ୍ରୀ ମାମଲା ଏବଂ କେନ୍ଦ୍ରାପଡ଼ାରେ ମା’-ପୁଅଙ୍କୁ କଥିତ ଭାବେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ମାମଲାଗୁଡ଼ିକ ପୋଲିସର ଛବିକୁ ମଳିନ କରିଛି । ଏସବୁ ଘଟଣାକୁ ଦେଖିଲେ ଓଡିଶା ପୋଲିସ ଜନତାର ରକ୍ଷକ ନା ଭକ୍ଷକ ବୋଲି ପ୍ରଶ୍ନ ଉଠୁଛି ?

ପୋଲିସ ଲୋକଙ୍କ ରକ୍ଷକ, ମାତ୍ର ପୋଲିସ ଯଦି ସାଧାରଣ ଜନତାକୁ ନ୍ୟାୟ ବଦଳରେ ଅତ୍ୟାଚାର କିମ୍ବା  ଅମାନବୀୟ ବ୍ୟବହାରର କରେ, ତେବେ ଲୋକମାନଙ୍କ ମନରେ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ। ପୋଲିସର ଏପରି କାର୍ଯ୍ୟ ଯେ କେବଳ ବିଭାଗକୁ ବଦନାମ କରୁଛି ତାହା ନୁହେଁ, ବରଂ ସରକାରଙ୍କ ଅପାରଗତାକୁ ମଧ୍ୟ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ସାରା ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଜ୍ୟସ୍ତ ହୋଇପଡିଥିବାବେଳେ ସରକାର ଏ ଦିଗରେ ଆଖି ଦୃଶିଆ ପଦକ୍ଷେପ ନ ନେବା ପରିତାପର ବିଷୟ । 

ଅନ୍ୟପକ୍ଷରେ, ରାଜ୍ୟରେ ଅପରାଧ ଘଟଣା କମିବା ପରିବର୍ତ୍ତେ ବିଭିନ୍ନ ସ୍ଥାନରେ ଅପହରଣ, ହତ୍ୟା, ଡକାୟତି,  ନିର୍ଯାତନା ପରି ଘଟଣା ସାମ୍ନାକୁ ଆସୁଛି । ପୋଲିସ ପକ୍ଷରୁ ସମୟ ସମୟରେ ଏନକାଉଣ୍ଟର ହେଉଥିଲେ ମଧ୍ୟ ଏହା ଅପରାଧ ତଥା ଅପରାଧୀଙ୍କ ଉପରେ ବିଶେଷ ପ୍ରଭାବ ପକାଉ ନାହି । 

ତେବେ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ସାଧାରଣ ଲୋକଙ୍କ ମନରେ ପୋଲିସ ପ୍ରତି ବଢ଼ୁଥିବା ଭୟ। ଏବେ ଲୋକେ ପୋଲିସ ପାଖକୁ ଯାଇ ଏତଲା ଦେବାକୁ ଡରୁଛନ୍ତି । ପୋଲିସ କେସ ସମାଧାନ କରିବାକୁ ଯାଇ ନିର୍ଦୋଶୀକୁ ଧରି ପକାଉଚି ।  ସାଧାରଣ ଜନତା ଅଭିଯୋଗ କରିବା ପରେ ନ୍ୟାୟ ମିଳିବା ବଦଳରେ ହଇରାଣ ହେଉଛି, ଯାହା ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଶୁଭ ସଙ୍କେତ ନୁହେଁ। ଏହି ଅବସ୍ଥା ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ଦୁର୍ବଳ କରୁଛି ।

ଏପରି ଘଟଣାରେ କେବଳ ସମ୍ପୃକ୍ତ ଅଧିକାରୀଙ୍କ ବଦଳି କିମ୍ବା ନିଲମ୍ବନ ପର୍ଯ୍ୟାପ୍ତ ନୁହେଁ। ଯଦି ପ୍ରକୃତରେ ପୋଲିସ ଅନିୟମିତତା କିମ୍ବା କ୍ଷମତାର ଦୁରୁପଯୋଗ କରିଥାଏ, ତେବେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ସ୍ୱଚ୍ଛ ତଦନ୍ତ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ସେହିପରି ଏଫଆଇଆର ଗ୍ରହଣ ପ୍ରକ୍ରିୟା, ତଦନ୍ତର ଗୁଣବତ୍ତା ଏବଂ ପୋଲିସର ଆଚରଣ ସମ୍ପର୍କରେ ନିୟମିତ ସମୀକ୍ଷା କରିବା ମଧ୍ୟ ଜରୁରୀ।

ଶେଷରେ, ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ପରସ୍ପର ବିଶ୍ୱାସ ଓ ସମନ୍ୱୟ ହିଁ ଏକ ସୁସ୍ଥ ଆଇନ-ଶୃଙ୍ଖଳା ବ୍ୟବସ୍ଥାର ମୂଳ ଆଧାର। ଯଦି ଏହି ବିଶ୍ୱାସ ଦୁର୍ବଳ ହୁଏ, ତେବେ ତାହାର ପ୍ରଭାବ ସମଗ୍ର ଶାସନ ବ୍ୟବସ୍ଥା ଉପରେ ପଡ଼ିବ। ତେଣୁ ସମୟ ଥାଉ ଥାଉ ସମସ୍ୟାର ସମାଧାନ କରିବା ଏବଂ ଲୋକଙ୍କ ମନରେ ନ୍ୟାୟ ଓ ସୁରକ୍ଷା ପ୍ରତି ଆସ୍ଥା ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଅପରାଧ ନିୟନ୍ତ୍ରଣ, ପୋଲିସ ସଂସ୍କାର, ଜବାବଦେହିତା ବୃଦ୍ଧି ଏବଂ ଲୋକଙ୍କ ଆସ୍ଥା ଫେରାଇ ଆଣିବା ଦିଗରେ ସରକାରଙ୍କୁ ଦୃଢ଼ ଓ ଫଳପ୍ରସୂ ପଦକ୍ଷେପ ନେବାକୁ ହେବ।  ନିଜ ଉଚ୍ଚାରଣ ଓ ଆଚରଣରେ ପୋଲିସ ସାଧାରଣ ଜନତାର ରକ୍ଷକ ବୋଲି ପ୍ରମାଣ କରିବାକୁ ପଡିବ, ତେବେ ଯାଇ ପୋଲିସ ପ୍ରତି ସାଧାରଣ ଜନତାର ବିଶ୍ବାସ ଫେରିବ । 

Odisha Police police ଆଇନ ଶୃଙ୍ଗଳା ଓଡିଶା ପୋଲିସ ଲୋକଙ୍କ ସରକାର ସୌମ୍ୟ ହତ୍ୟାକାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026

ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା

June 2, 2026
Latest News

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026

ବୋମା ବିସ୍ଫୋରଣରେ ଯୁବକ ମୃତ

June 2, 2026

ଭାଇର ଟାଙ୍ଗିଆ ଚୋଟରେ ଗଲା ଭାଇର ଜୀବନ

June 2, 2026

ଶିକ୍ଷକ କର୍ମଚାରୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ ସରକାର: ସମନ୍ୱୟ ସମିତି

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.