Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ୮୯ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ

ଖୋର୍ଦ୍ଧା: ଜିଲ୍ଲା ପୋଲିସ ପକ୍ଷରୁ ଆଜି ୮୯ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଯୁଗଳ କିଶୋର କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ଏସପି ଶ୍ରୀ କିଶୋର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ। ନିଜ ଅଭିଭାଷଣରେ ଏସପି କହିଥିଲେ କି, ପୋଲିସ କେବଳ ଜନତାର ବନ୍ଧୁ କହିଲେ ହେବନି, ବାସ୍ତବରେ ଏହାକୁ ପ୍ରତିପାଦନ କର। ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ସୂଚାରୁ ରୁପେ ପାଳନ କର। ସେବା ଓ ସମର୍ପଣ ଭାବ ନେଇ କାର୍ଯ୍ୟ କର। ନାଗରିକଙ୍କ ସହ ଉତ୍ତମ ବ୍ୟବହାର ଏବଂ ବନ୍ଧୁତ୍ଵପୂର୍ଣ୍ଣ ବାତାବରଣ ରହିଲେ ହୃଦୟ ଜିଣିପାରିବ ବୋଲି ଏସପି କହିଥିଲେ।

ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ସିକୋ ଫାଣ୍ଡି ଅଧିକାରୀ ଏସଆଈ ପ୍ରସନ୍ନ ଜେନା, ସଦର ଥାନା ଏଏସଆଈ ସୁବାସ ନାୟକ, ଆରଓ ହାବିଲଦାର ସଞ୍ଜୟ କୁମାର ଦାସ, କନଷ୍ଟେବଳ କବିତାଞ୍ଜଳି ବେହେରା, ବାବୁଲି ବେହେରା ଓ ଅର୍ଜୁନ ସେଠି ଆଦି ୬ ଜଣ ପୋଲିସ କର୍ମଚାରୀଙ୍କୁ ଏସପି ପୁରସ୍କୃତ କରିଥିଲେ।

ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ ଓ ଶ୍ରୀନିବାସ ମହାନ୍ତିଙ୍କ ସମେତ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ , ସମସ୍ତ ଡ଼ିଏସପି, ଥାନାଧିକାରୀ, ଅବସର ପ୍ରାପ୍ତ ବରିଷ୍ଠ ପୋଲିସ ଓ ସେନାଧିକାରୀମାନେ ମଧ୍ୟ ଉକ୍ତ ସମାରୋହରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଦୁଇ କ୍ବଣ୍ଟାଲ ଗଂଜେଇ ଜବତ କଲା ମାଲକାନାଗିରି ପୋଲିସ, ଆଠ ଗିରଫ

ମାଲାକାନାଗିରି, ଗତକାଲି ମାଲକାନାଗିରି ରାତିରେ ପୋଲିସ ଏକ ବଡ ଗଂଜେଇ ବେପାରୀଙ୍କ ଧରିବାରେ ସକ୍ଷମ ହୋଇଛି। ସେମାନଙ୍କଠାରୁ ଦୁଇ କ୍ବଣ୍ଟା 76 କେଜି ଗଂଜେଇ ଜବତ କରାଯାଇଛି। ରାତିରେ 8 ଜଣ ଦୁଇଟି କାର ଏବଂ ଗୋଟିଏ ମୋଟର ସାଇକେଲରେ ଗଂଜେଇ ନେଇ ଯାଉଥିଲେ। ପୋଲିସ ପାଖରେ ଖବର ପହଁଚିବା ପରେ ସେମାନଙ୍କୁ ଧରିବା ପାଇଁ ଯୋଜନା କରାଯାଇଥିଲା।
ଫଳରେ ମୋଟୁ ପୋଲିସ ଷ୍ଟେସନର ଇନସ୍ପେକ୍ଟର ଏସ କ ସାହୁଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଗଲା। ଏଥିରେ ମୋଟୁ ପୋଲିସ ଷ୍ଟେସନର ଏସଆଇ ଏନ ପି ବାତ୍ରା ଏବଂ ଆର କେ ସେଠୀ ସାମିଲ ହେଲେ। ଯୋଜନା ମୁତାବକ ସେମାନଙ୍କୁ ଧରାଯିବା ସହିତ ସମସ୍ତ ଗଂଜେଇ ଜବତ କରାଯାଇଛି। ଏଥିସହିତ ଏହି ମାମଲାରେ ଆଠ ଜଣଙ୍କୁ ପୋଲିସ ଗିରଫ କରିବା ସହ ଗାଡି ମଧ୍ୟ ଜବତ କରିଛି।
 

Categories
ଅପରାଧ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଖଣ୍ଡଗିରି ପୋଲିସ ଷ୍ଟେସନ ହେବ ଦୁଇଖଣ୍ଡ, ରାଜ୍ୟର 6ଟି ଥାନାକୁ କରାଯିବ ଦୁଇ ଭାଗ

ଭୁବନେଶ୍ବର, ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିକେନ୍ଦ୍ରୀକରଣ କରିବା ପାଇଁ ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତି ନେଇଛନ୍ତି। ତାହା ହେଲା ରାଜ୍ୟର ଛଅଟି ଥାନାକୁ ଦୁଇ ଭାଗ କରାଯିବ। ଆଜି ଏ ସଂକ୍ରାନ୍ତ ଫାଇଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି।

ସେହି ଅନୁସାରେ ଯେଉଁ ଥାନାଗୁଡିକ ଦୁଇ ଭାଗ କରିବା ପାଇଁ ନିଷ୍ପତି ହୋଇଛି ସେଗୁଡିକ ହେଲା

ଖଣ୍ଡଗିରି ଥାନା- ଭୁବନେଶ୍ବର

ଅନୁଗୁଳ ଟାଉନ ଥାନା-ଅନୁଗୁଳ

ଝାରସୁଗୁଡା ଟାଉନ ଥାନା- ଝାରସୁଗୁଡା

ଭଂଜନଗର ଥାନା- ଗଂଜାମ

ଭଦ୍ରକ ଗ୍ରାମାଞ୍ଚଳ ଥାନା-ଭଦ୍ରକ

ତିହିଡି ଥାନା-ଭଦ୍ରକ