Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଏସ୍ଏସ୍ଏଫ୍ ଯବାନଙ୍କ ପାଇଁ ଏସବିଆଇ ସହ ଓଡ଼ିଶା ପୋଲିସର ଏମ୍ଓୟୁ ସ୍ୱାକ୍ଷର
ଆଜିର ଖବର

ଓଏସ୍ଏସ୍ଏଫ୍ ଯବାନଙ୍କ ପାଇଁ ଏସବିଆଇ ସହ ଓଡ଼ିଶା ପୋଲିସର ଏମ୍ଓୟୁ ସ୍ୱାକ୍ଷର

September 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odisha Police, SBI Sign MoU for OSSF Personnel Benefits
Odisha Police, SBI Sign MoU for OSSF Personnel Benefits

ଭୁବନେଶ୍ୱର: ଓଡ଼ିଶା ସ୍ପେଶାଲ୍ ଷ୍ଟ୍ରାଇକିଂ ଫୋର୍ସ (ଓଏସ୍ଏସ୍ଏଫ୍) ଯବାନମାନଙ୍କୁ ଅତିରିକ୍ତ ସୁବିଧା ଓ ସୁରକ୍ଷା ଯୋଗାଇଦେବା ପାଇଁ ଓଡ଼ିଶା ପୋଲିସର ଅପରେସନ୍ସ ୱିଙ୍ଗ୍ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଛି। ଭୁବନେଶ୍ୱରସ୍ଥିତ ଅପରେସନ୍ସ ମୁଖ୍ୟାଳୟରେ ଏହି ଏମ୍ଓୟୁ ସ୍ୱାକ୍ଷର କରାଯାଇଥିଲା।

କାର୍ଯ୍ୟକ୍ରମରେ ନକ୍ସଲ ବିରୋଧୀ ଅଭିଯାନର ଡିଜିପି ସଞ୍ଜୀବ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏସ୍ବିଆଇକୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ, ଦୁର୍ଗମ ଅଞ୍ଚଳରେ କଠିନ ପରିସ୍ଥିତିରେ ଦାୟିତ୍ୱ ତୁଲାଉଥିବା ଓଏସ୍ଏସ୍ଏଫ୍ ଯବାନମାନଙ୍କ ପାଇଁ ଏହି ସୁବିଧାଗୁଡ଼ିକ ଉପଯୋଗୀ ହେବ। ଏହା ଯବାନମାନଙ୍କ ମନୋବଳ ବଢ଼ାଇବ। ସରକାରଙ୍କ ପକ୍ଷରୁ ମିଳୁଥିବା ସୁବିଧା ବ୍ୟତୀତ ଏଗୁଡ଼ିକ ଅତିରିକ୍ତ ସୁବିଧା ଭାବେ ମିଳିବ।

ଓଡ଼ିଶା ପୋଲିସ ପକ୍ଷରୁ ଆଇଜିପି (ଅପରେସନ)ଡ. ଦୀପକ କୁମାର ଏବଂ ଏସ୍ବିଆଇ ପକ୍ଷରୁ ଡିଜିଏମ୍ ଆଶିଷ କୁମାର ମିଶ୍ର ଏମ୍ଓୟୁରେ ସ୍ୱାକ୍ଷର କରିଥିଲେ।

ବର୍ତ୍ତମାନ ରାଜ୍ୟର ୪ଟି ଓଏସ୍ଏସ୍ଏଫ୍ ବାଟାଲିୟନ୍ରେ ପ୍ରାୟ ୪,୦୦୦ ପୂର୍ବତନ ସେନା ଓ ସିଏପିଏଫ୍ ଯବାନ କାର୍ଯ୍ୟରତ ଅଛନ୍ତି। ସେମାନେ ବିଭିନ୍ନ ଅଞ୍ଚଳରେ, ବିଶେଷକରି ନକ୍ସଲ ବିରୋଧୀ ଅଭିଯାନରେ ନିୟୋଜିତ ଅଛନ୍ତି।

ଏହି ଏମ୍ଓୟୁ ଅନୁଯାୟୀ, ଓଏସ୍ଏସ୍ଏଫ୍ ଯବାନମାନେ ଏସ୍ବିଆଇର କର୍ପୋରେଟ୍ ସାଲାରୀ ପ୍ୟାକେଜ୍ରେ ବିଭିନ୍ନ ସୁବିଧା ପାଇବେ। ଏଥିରେ ୫୦ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା, ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏୟାର୍ ଆମ୍ବୁଲାନ୍ସ ଖର୍ଚ୍ଚ, ସନ୍ତାନଙ୍କ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଏବଂ ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ରହିଛି।

ଏହାସହ ପରିବାର ସଦସ୍ୟଙ୍କ ପାଇଁ ‘ରିଷ୍ଟେ ଆକାଉଣ୍ଟ’, ବ୍ୟକ୍ତିଗତ ଋଣ ଏବଂ ବାର୍ଷିକ ୧,୯୯୯ ଟଙ୍କା ପ୍ରିମିୟମ୍ରେ ୫ ଲକ୍ଷ ଟଙ୍କାର ଇଚ୍ଛାଧୀନ ସ୍ୱାସ୍ଥ୍ୟ ବୀମା ଭଳି ସୁବିଧା ମଧ୍ୟ ମିଳିବ।

କାର୍ଯ୍ୟକ୍ରମରେ ଏସ୍ଓଜି କମାଣ୍ଡାଣ୍ଟ ଲୋଚନ ପଶାୟତ, ଓଏସ୍ଏସ୍ଏଫ୍ର ଭାରପ୍ରାପ୍ତ କମାଣ୍ଡାଣ୍ଟ ରାମଚନ୍ଦ୍ର ପ୍ରଧାନଙ୍କ ସମେତ ଓଏସ୍ଏସ୍ଏଫ୍ ଓ ଏସ୍ବିଆଇର ଅଧିକାରୀମାନେ ଉପସ୍ଥିତ ଥିଲେ।

Odisha Police OSSF Personnel SBI Sign MoU
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026
Latest News

ଓଏସ୍ଏସ୍ଏଫ୍ ଯବାନଙ୍କ ପାଇଁ ଏସବିଆଇ ସହ ଓଡ଼ିଶା ପୋଲିସର ଏମ୍ଓୟୁ ସ୍ୱାକ୍ଷର

September 12, 2026

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.