Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତାମିଲନାଡୁରେ ଦୁର୍ଘଟଣା ଯୋଗୁଁ ଓଡିଶା କନଷ୍ଟେବଳଙ୍କ ମୃତ୍ୟୁ: ଶୋକ ବ୍ୟକ୍ତ କଲେ ଆରକ୍ଷୀ ମହାନିର୍ଦ୍ଦେଶକ

କଟକ: ତାମିଲନାଡୁ ରାଜ୍ୟର ତ୍ରିଚୀ ଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କନଷ୍ଟେବଳ ପ୍ରମୋଦ କୁମାର ମାଝୀ ( C/222)ଙ୍କ ଅକାଳ ବିୟୋଗ ଘଟିଛି। ତ୍ରିଚୀଠାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇ ତାଙ୍କର ମୃତ୍ୟୁ ଘଟିଛି। ସେ 5ମ IRBN ବାଟାଲିୟନ, ବୌଦ୍ଧଠାରେ କାର୍ଯ୍ୟରତ ଥିଲେ। ତାଙ୍କର ନିଜ ଘର ନୂଆପଡା ଜିଲ୍ଲା ଧର୍ମବନ୍ଧା ଗାଁରେ। ସେ 2009 ମସିହାରେ ରାଜ୍ୟ ପୋଲିସ ବିଭାଗରେ ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଆଗକୁ ତାମିଲନାଡୁରେ ସାଧାରଣ ନିର୍ବାଚନ ରହିଛି। ଏହାର ସୁପରିଚାଳନା ନିମନ୍ତେ ରାଜ୍ୟ ପୋଲିସର 30ଟି କମ୍ପାନୀ ତାମିଲନାଡୁ ଗସ୍ତରେ ଯାଇଛନ୍ତି। ଗତ 4 ତାରିଖରେ ଶ୍ରୀ ମାଝୀ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଏକ ଗାଡି ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସେଠାରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ କାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

ତାଙ୍କର ମୃତ୍ୟୁ ଖବର ଶୁଣି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଗଣ ଶୋକ ବ୍ୟକ୍ତ କରିଛନ୍ତି। ଏହା ସହ ଶ୍ରୀ ମାଝୀଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

କଟକ: ଓଡିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅରୁଣ କୁମାର ଷଡଙ୍ଗୀ, ଆଇ.ପି.ଏସ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ଡି.ଜି.ପି ସୁନୀଲ କୁମାର ବଂସଲଙ୍କ ଠାରୁ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଅରୁଣ କୁମାର ଷଡଙ୍ଗୀ ଆଇ.ପି.ଏସ ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଉପସ୍ଥିତ ବରିଷ୍ଠ ଅଧିକାରୀ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ ଜଣାଇଥିଲେ। ଏହାପରେ ଡିଜିପି ଶ୍ରୀ ଷଡଙ୍ଗୀ ଶହିଦ ସ୍ମୃତି ସ୍ତମ୍ଭ ଠାରେ ମାଲ୍ୟାର୍ପଣ କରିଥିଲେ। ପରେ ସେ ଦାୟିତ୍ଵ ଗ୍ରହଣ କରିଥିଲେ।
ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଡିଜିପି ଶ୍ରୀ ଷଡଙ୍ଗୀ କହିଥିଲେ ଯେ, ଓଡିଶା ପୋଲିସର ସ୍ଵତନ୍ତ୍ର ଗରିମା ଏବଂ ଗୌରବ ରହିଛି। ଗତ କିଛି ବର୍ଷ ଧରି ରାଜ୍ୟ ପୋଲିସକୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି ବୋଲି କହିଥିଲେ। ପୋଲିସକୁ ସଶକ୍ତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହଯୋଗ ରହିଛି ବୋଲି ସେ କହିବା ସହ  ରାଜ୍ୟ ସରକାରଙ୍କ ସହଯୋଗରେ ଆଗାମୀ ଦିନରେ ପୋଲିସ ଅଧିକ ଶକ୍ତିଶାଳୀ ହେବ। ଏହି ଅତିରିକ୍ତ ଦାୟିତ୍ଵର ସମୟ ସୀମା ମଧ୍ୟରେ ସମସ୍ତଙ୍କ  ସହଯୋଗରେ ନିଜର ଦାୟିତ୍ଵ ନିର୍ବାହ କରିବେ ବୋଲି ମତବ୍ୟକ୍ତ କରିଥିଲେ। ଅପରାଧ ନିରାକରଣ, ଅପରାଧ ଅନୁସନ୍ଧାନ ଏବଂ ଆଇନ ଶୃଙ୍ଖଳା କ୍ଷେତ୍ରରେ ଯେମିତି କୌଣସି ଉଦାସୀନତା ଦେଖାନଯିବ ସେଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବି ବୋଲି ପ୍ରତିକ୍ରିୟା ରଖିଥିଲେ। ସାଧାରଣ ଲୋକଙ୍କୁ ଗୁଣାତ୍ମକ ପୋଲିସ ସେବା ଯୋଗାଇଦେବା ସହ ସମାଜକୁ ଅପରାଧ ମୁକ୍ତ, ଅପରାଧ ଦମନ ଏବଂ ସଶକ୍ତ ସମାଜ ଗଠନ ଉପରେ ଗୁରୁତ୍ଵାରୋପ କରିଥିଲେ।
ସୂଚନାଯୋଗ୍ୟ ଯେ, ୧୯୯୦ ବ୍ୟାଚର ଆଇ.ପି.ଏସ୍ ଅଧିକାରୀ ଶ୍ରୀ ଷଡଙ୍ଗୀ ବଲାଙ୍ଗୀର ଜିଲ୍ଲାର ମୂଳବାସିନ୍ଦା ଅଟନ୍ତି। ତାଙ୍କ ଚାକିରି କାଳ ମଧ୍ୟରେ ସେ ରାୟଗଡ଼ା, ଜଗତସିଂହପୁର, ବ୍ରହ୍ମପୁର, କଟକ (ରେଲୱେ), ଏଟିସି (ଏନଫୋର୍ସମେଣ୍ଟ), କୋରାପୁଟ, ଖୋର୍ଦ୍ଧା, ରାଉରକେଲା, କ୍ରାଇମବ୍ରାଞ୍ଚର ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ପରେ ଡିଆଇଜି ଭାବେ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ (ତାଳଚେର), ଅପରେସନ (ଭୁବନେଶ୍ବର), ଆଇନ ଓ ଶୃଙ୍ଖଳା, କଟକ ଠାରେ କାର୍ଯ୍ୟ କରିଥିଲେ। ସେହିପରି ଆଇଜିପି (ଆଇନ ଓ ଶୃଙ୍ଖଳା), କଟକ ସମେତ ବିପିଏସପିଏ, ଭୁବନେଶ୍ବରର  ଅତିରିକ୍ତ ଦାୟିତ୍ଵ ତୁଲାଇ ଥିଲେ। ବିପିଏସପିଏ ର ଆଇଜିପି (ଟ୍ରେନିଂ), ଆଇଜିପି (ଅପରେସନ), (ଗୁଇନ୍ଦା), ଭିଜିଲାନ୍ସ  ଭାବେ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହି ସଫଳତାର ସହ କାର୍ଯ୍ୟ କରିଥିଲେ। ଏହାପରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଗୁଇନ୍ଦା) ଏବଂ ନିର୍ଦ୍ଦେଶକ (ବିପିଏସପିଏ), ଭୁବନେଶ୍ବରରେ କାର୍ଯ୍ୟ କରୁଥିଲେ। ଏହାପରେ ତାଙ୍କର ସ୍ଵତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ହୋଇଥିଲା। ଏବେମଧ୍ୟ ସେଠାରେ ସେ ନିର୍ଦ୍ଦେଶକ (ବିପିଏସପିଏ) ଭାବେ କାର୍ଯ୍ୟରତ ଅଛନ୍ତି।
ଦାୟିତ୍ୱ ଗ୍ରହଣ ସମୟରେ ରାଜ୍ୟ ପୋଲିସ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ପୋଲିସ ମୁଖ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ।
Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ପୋଲିସ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଭୁବନେଶ୍ଵର: ଓଡିଶା ପୋଲିସ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ୭ମ ଓଏସଏପି ବାଟାଲିୟନ, ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଛି। ସ୍ଵାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସକୁ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଇଛି। ଏହି ଅବସରରେ ଓଏସଏପି ପଡିଆରେ ବିଧିବଦ୍ଧ ଭାବେ ପ୍ୟାରେଡ ଆୟୋଜନ କରାଯାଇ ସର୍ଦ୍ଦାର ପଟେଲଙ୍କ ସ୍ମୁତିଚାରଣ କରାଯାଇଥିଲା।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ। ଶ୍ରୀ ବଂସଲ ସର୍ଦ୍ଦାର ପଟେଲଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିବା ସହ ତାଙ୍କ କାର‌୍ୟ୍ୟକ୍ଷବଳୀ, କାର‌୍ୟ୍ୟଦକ୍ଷତା, ଦେଶପ୍ରେମ ଓ ସ୍ଵାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।  ସ୍ଵାଧୀନତା ପରେ ୫୫୦ ରୁ ଉର୍ଦ୍ଧ୍ଵ ଛୋଟ ଛୋଟ ଦେଶୀୟ ରାଜ୍ୟଗୁଡିକୁ ଭାରତରେ ମିଶାଇବା ପାଇଁ ସର୍ଦ୍ଦାର ପଟେଲ ଯେଉଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ, ତାହା ଅତୁଳନୀୟ ଥିଲା। ଯାହା ଫଳରେ ବିଶ୍ଵ ଦରବାରରେ ଭାରତ ଆଜି ଏକ ସ୍ଵତନ୍ତ୍ର ରାଷ୍ଟ୍ର ଭାବେ ପରିଚୟ ଲାଭ କରିଛି। ଦେଶର ପ୍ରତ୍ୟେକ ନାଗରିକ ଭାଇଚାରା, ବନ୍ଧୁତା ଏବଂ ଏକତା  ହୋଇ ଚାଲିବା ସହ ସମସ୍ତଙ୍କ ମନରେ ଦେଶପ୍ରେମ ରହିବା ଉଚିତ ବୋଲି ଶ୍ରୀ ବଂସଲ କହିଥିଲେ। ଏହା ସହ ଆଗାମୀ ଦିନରେ ସମସ୍ତେ ମିଳିମିଶି ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଅପରାଧ ଦମନ କରିବାକୁ ଶ୍ରୀ ବଂସଲ ଆହ୍ଵାନ ଦେଇଥିଲେ।

ଏହି ପ୍ୟାରେଡରେ ଏନଡିଆରଏଫ (ମୁଣ୍ଡଳୀ), ୭ମ ଓଏସଏପି ବାଟାଲିୟନ (ଭୁବନେଶ୍ବର), ଓ.ଏସ.ଏ.ପି  ଷଷ୍ଠ ବାଟାଲିୟନ (କଟକ), ଷଷ୍ଠ ଆଇ.ଆର ବାଟାଲିୟନ (ଖୋର୍ଦ୍ଧା), ଓଡ୍ରାଫ, ଫାୟାର ସର୍ଭିସ (କଟକ), ପୋଲିସ କଲର ପାର୍ଟି (କଟକ), ବ୍ୟାଣ୍ଡ ପାର୍ଟି (କଟକ) ଅଂଶଗ୍ରହଣ କରିଥିଲେ କ୍ଷ  ତାପସ ରଞ୍ଜନ ଦାସ (ଉକ୍ଟଜ୍ଞଜ୍ଞୟଗ୍ଧ.)ପ୍ୟାରେଡର ନେତୃତ୍ଵ ନେଇଥିଲେ।

ଏହି କାର‌୍ୟ୍ୟକ୍ରମରେ ସ୍ଵତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି) ଏ. ଏମ.  ପ୍ରସାଦ, ନିର୍ଦ୍ଦେଶକ (ଏସସିଆରବି) ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସ.ଏ.ପି) ଆର.ପି. କୋଚେ, ନିର୍ଦ୍ଦେଶକ (ଭିଜିଲାନ୍ସ) ୟଶୱନ୍ତ ଜେଠୱା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଆର. କେ. ଶର୍ମା, ପୋଲିସ କମିଶନର (ଭୁବନେଶ୍ବର-କଟକ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ) ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ) ରାଜେଶ କୁମାରଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ସେହିପରି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟ କଟକଠାରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ କାରାଯାଇଥିଲା କ୍ଷ ଆଇ.ଜି. (କାର୍ମିକ) ପ୍ରବୀଣ କୁମାର ଉପସ୍ଥିତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବାକୁ ଏବଂ ଏହି ବାର୍ତ୍ତା ଦେଶବାସୀଙ୍କ ମଧ୍ୟରେ ପ୍ରଚାର କରିବା ପାଇଁ ପ୍ରୟାସ କରିବାକୁ ଶପଥ ପାଠ କରାଇଥିଲେ।

Categories
ଆଞ୍ଚଳିକ

ବାଣପୁରରେ ସାଇବର ସଚେତନତା ରଥକୁ ବିପୁଳ ସ୍ୱାଗତ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବାଣପୁର ଥାନା ଅଞ୍ଚଳରେ ଆଜି ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସକାଳେ ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ପୂର୍ବାହ୍ନରେ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତାଙ୍କ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଗୋଦାବରୀଶ ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ଼ିଏସପି ସୁଜିତ ପଣ୍ଡା, ଡ଼ିଏସପି ଅନିଲ କୁମାର ମହାନ୍ତି, ଡ଼ିଏସପି ମିନାକ୍ଷୀ ଠାକୁର, ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆଇଆଇସି ରମେଶ ଚନ୍ଦ୍ର ଦେବତା, ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା, ପ୍ରଶାସନିକ ଅଧିକାରୀ ଡା ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା ଓ ସହ ପ୍ରଶାସନିକ ଅଧିକାରିଣୀ ଡା ସୁଜାତା ମିଶ୍ର ଯୋଗଦେଇଥିଲେ।

ଏହି ଅବସରରେ ସାଇବର ଠକେଇ ସମ୍ପ୍ରତି ସମାଜରେ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ବେଳେ ଏହାକୁ ପ୍ରତିହିତ କରିବା ପାଇଁ ସଚେତନତା ଏକମାତ୍ର ଉପାୟ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ସାଇବର ଲୁଟେରାଙ୍କ ଶିକାର ବିଶେଷ କରି ଯୁବ ପିଢ଼ି ଓ ବରିଷ୍ଠ ନାଗରିକ ମାନେ ହେଉଥିବା ବେଳେ ଏଥିରୁ ରକ୍ଷା ପାଇବାକୁ ହେଲେ ତୁରନ୍ତ ସ୍ଥାନୀୟ ପୋଲିସର ସହାୟତା ନେବାକୁ ଅତିଥି ମାନେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଅଜଣା ଫୋନ କଲ ଆସିଲେ ଓଟିପି ନଦେବା,  ୟୁପିଆଇରେ ପେମେଣ୍ଟ କରିବା ବେଳେ ସତର୍କ ରହିବା, ସାଇବର ଠକେଇର ଶିକାର ହେଲେ ୧୯୩୦ ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିବା ଭଳି ଏକାଧିକ ଉପାୟ ଅବଲମ୍ବନ କରିବା ପାଇଁ ଅତିଥିମାନେ କହିଥିଲେ।

ସଭା ଶେଷରେ ସାଇବର ସୁରକ୍ଷା ସମ୍ବନ୍ଧୀୟ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଟକ ଏବଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ପରିଶେଷରେ ସାଇବର ସଚେତନତା ରଥକୁ ବାଣପୁର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପରିକ୍ରମା କରାଯାଇ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥଲା।

ସୂଚନା ଥାଉକି ଓଡିଶା ପୋଲିସ ଆଇସିଆଇସିଆଇ ଫାଉଣ୍ଡେସନର ସହାୟତାରେ ସାରା ଓଡ଼ିଶାରେ ଉକ୍ତ ସାଇବର ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୁଣି ଚର୍ଚ୍ଚାରେ ଡିଏସପି: ସଠିକ ତଦନ୍ତ ଯୋଗୁଁ ଗୋଟିଏ ବର୍ଷରେ ୧୨ ଟି ମାମଲାର ରାୟ ଶୁଣାଇଲେ କୋର୍ଟ

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ପୁଣି ଚର୍ଚ୍ଚାରେ ତତ୍କାଳୀନ ଆସିକା ଥାନା ଅଧିକାରୀ ତଥା ବର୍ତ୍ତମାନର ପୁରୀ ସଦର ଡିଏସପି ପ୍ରଶାନ୍ତ କୁମାର ସାହୁ। ଶ୍ରୀ ସାହୁଙ୍କ ସଠିକ ତଦନ୍ତ ଓ ଉଚିତ କାର୍ଯ୍ୟାନୁଷ୍ଠାନ ହେତୁ ଅପରାଧିକଙ୍କ ବିରୋଧରେ କୋର୍ଟ ଶୀଘ୍ର ରାୟ ଶୁଣାଇପାରିଛନ୍ତି। ଗୋଟିଏ ବର୍ଷ ମଧ୍ୟରେ ୧୨ ଟି ଅପରାଧିକ ମାମଲାର ଦଣ୍ଡବିଧାନ ହୋଇ ପାରିଛି।

୨୦୨୨ ମସିହାରେ ଆସିକା ବଜାର ସାହି ସ୍ଥିତ ମହାଲକ୍ଷ୍ମୀ ସୁନା ଦୋକାନରୁ ସୁନା ଅଳଙ୍କାର ଲୁଟ ଘଟଣାରେ ମଧ୍ୟ ଆଜି ରାୟ ପ୍ରକାଶ ପାଇଛି। ୫ ଜଣ ଅଭିଯୁକ୍ତଙ୍କୁ ଦଶ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଆସିକା ଜିଲ୍ଲା ଦୌରାଜଜ।

ଓଡ଼ିଶା ପୋଲିସ ପାଇଁ ପୁଣି ଗର୍ବ ଆଣିଲେ ତତ୍କାଳୀନ ଥାନା ଅଧିକାରୀ ତଥା ବର୍ତ୍ତମାନର ପୁରୀ ସଦର ଡିଏସପି ପ୍ରଶାନ୍ତ କୁମାର ସାହୁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଡ଼ ହିଂସାରେ ସାମିଲ ବ୍ୟକ୍ତିଙ୍କୁ କଠୋର ଦଣ୍ଡବିଧାନ ପାଇଁ ଓଡିଶା ପୋଲିସର ପଦକ୍ଷେପ

ଭୁବନେଶ୍ୱର: ଭିଡ଼ ହିଂସାରୁ ନିବୃତ୍ତ ରହିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ପ୍ରେସ୍‌ ବିବୃତ୍ତି ମାଧ୍ୟମରେ ଏକ ସଚେତନତା ବାର୍ତ୍ତା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟ ତେହେସିନ୍‌ ଏସ୍‌ ପୁନାୱାଲା ବନାମ ଭାରତ ସରକାର ମୋକଦ୍ଦମାର ବିଚାର ସମୟରେ ସମସ୍ତ ପକ୍ଷମାନଙ୍କ ଶୁଣାଣି କରି ୨୦୧୮ ସେପେଫମ୍ବର ୨୪ ତାରିଖ ଦିନ ରାୟରେ ପ୍ରକାଶ କରିଛନ୍ତି ଯେ ଭିଡ଼ ହିଂସା ଏକ ଅପରାଧ ଓ ସେଥିରେ ଭାଗ ନେଉଥିବା ଯେକୌଣସି ବ୍ୟକ୍ତିଙ୍କୁ କଠୋରରୁ କଠୋରତମ ଦଣ୍ଡ ବିଧାନ କରାଯିବ।

ଜଣଙ୍କର ଅପରାଧ ପାଇଁ ଦଳ ଓ ଷଡ଼ଯନ୍ତ୍ରରେ ଭାଗ ନେଉଥିବା ସମସ୍ତ ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସ ତରଫରୁ ରାଜ୍ୟ ତଥା ଦେଶର ଜନସାଧାରଣଙ୍କୁ କୌଣସି ପ୍ରକାଶ ଭିଡ଼ ହିଂସାରେ ଭାଗ ନ ନେବା ପାଇଁ କୁହାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ପୋଲିସକୁ ମିଳିଲା ୧୯୦ଟି ଗାଡି, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସେବାରେ ୧୯୦ ଟି ନୂତନ ପୋଲିସ ଗାଡିକୁ ଉତ୍ସର୍ଗ କରିଛନ୍ତି। ସବୁଜ ପତାକା ଦେଖାଇ ଏହି ଗାଡିର ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହା ରାଜ୍ୟ ପାଇଁ ଏକ ମହତ୍ ପୂର୍ଣ୍ଣ ସଫଳତା। ଏହା ଦ୍ବାରା ପୋଲିସ ଅଧିକାରୀଙ୍କର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବ ପାଇଁ ବେଶ ସହାୟକ ହୋଇପାରିବ।

ରାଜ୍ୟ ପୋଲିସରେ ବର୍ତ୍ତମାନ ବିଭିନ୍ନ ବର୍ଗର ମୋଟ ୨୨୪ ଟି ଯାନ ୨୦୨୩-୨୪ ମସିହାରେ ହାସଲ ହୋଇପାରିଛି। ଏଥିରେ ମୋଟ ₹ ୩୩ କୋଟି ବ୍ୟୟ ବରାଦ କରାଯାଇଛି ଅବଶିଷ୍ଟ ଆଉ ୩୪ ଟି ଯାନ ଖୁବ ଶୀଘ୍ର ପୋଲିସ ବିଭାଗକୁ ହସ୍ତାନ୍ତର କରାଯିବ।

ପାଟ୍ରୋଲିଂକୁ ତ୍ୱରାନ୍ୱିତ କରିବା ଏବଂ ସାରା ରାଜ୍ୟରେ ଖଣିଜ ପଦାର୍ଥର ବେଆଇନ ଖଣି ସମସ୍ୟାକୁ ଦୂର କରିବା ପାଇଁ ଖଣି ଅଞ୍ଚଳରେ ପୋଲିସ୍ ଷ୍ଟେସନକୁ ମଜବୁତ କରିବା ପାଇଁ ଓଡିଶା ମାଇନିଂ କର୍ପୋରେସନ୍ ଲିମିଟେଡ୍ ୪୪ ଟି ଯାନ ଯୋଗାଇ ଦେଇଛି।

ପୋଲିସର ଏହି ଗାଡି ବୃଦ୍ଧି ଜନସାଧାରଣଙ୍କ ସୁରକ୍ଷାକୁ ସୁଦୃଢ କରିବ। ସେହିପରି ଜରୁରୀକାଳୀନ ସମୟରେ ଶୀଘ୍ର ପଦକ୍ଷେପ ଗ୍ରହଣ କରିବା, ନ୍ୟାୟ ଦେବା, ଅପରାଧର ସମାଧାନ ଏବଂ ଓଡ଼ିଶା ନାଗରିକଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ ମାର୍ଗଦର୍ଶନରେ ରାଜ୍ୟ ପୋଲିସ ଏହାର ସମସ୍ତ ଅଧିକାରୀଙ୍କ ପାଇଁ ଏକ ନିରାପଦ ତଥା ଅଧିକ ସୁରକ୍ଷିତ ସୃଷ୍ଟି ଦିଗରେ ଯଥେଷ୍ଟ ପଦକ୍ଷେପ ନେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ। ଏଥସହିତ ରାଜ୍ୟ ଗୃହମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା, ଡିଜିପି ଶ୍ରୀ ସୁନୀଲ କୁମାର ବନସଲ ଏବଂ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ପୋଲିସ ମୁଖ୍ୟାଳୟର ଏଡିଜି  ଶ୍ରୀ ଆର ଶର୍ମା, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସିପାହୀ ନିଯୁକ୍ତି ପରୀକ୍ଷା ବେଳେ ପ୍ରତିଯୋଗିଙ୍କ ଚାଲିଗଲା ଜୀବନ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ ସିପାହୀ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଚାଲିଥିବା ବେଳେ ଜଣେ ଯୁବକଙ୍କ ବିୟୋଗ ଘଟିଛି।

ଘଟଣାରୁ ପ୍ରକାଶ ଯେ, ଖଲିକୋଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ପୁର ଗ୍ରାମର ଗୌରହରି ଦାସଙ୍କ ପୁତ୍ର ଦୀପ୍ତି ରଂଜନ ଦାସ ସିପାହୀ ଚାକିରି ପାଇଁ ଦରଖାସ୍ତ କରିଥିଲେ ଓ ପୋଲିସ ବିଭାଗର ଆୟୋଜନ କ୍ରମେ ଛତ୍ରପୁର ପୋଲିସ ପଡ଼ିଆରେ ଆୟୋଜିତ ଶାରୀରିକ ପରୀକ୍ଷା ରେ ସେ ଯୋଗ ଦେଇ ୧୬୦୦ ମିଟର ଦୌଡରେ ଭାଗ ନେଇଥିଲେ। ଏହା ମଧ୍ୟରେ ସେ ଦୌଡ଼ୁଥିବା ବେଳେ ଗୁରୁତର ଅସୁସ୍ଥ ହୋଇ ପଡିଲେ। ସଙ୍ଗେ ସଙ୍ଗେ ଉପସ୍ଥିତ ବିଭାଗୀୟ କର୍ମଚାରୀ ମାନେ ତାଙ୍କୁ ଛତ୍ରପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଓଡିଶା ପୋଲିସର ସ୍ୱତନ୍ତ୍ର ଡ୍ରାଇଭ: ୫୯ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଖୋର୍ଦ୍ଧା ଜିଲ୍ଲା ପୋଲିସ

ଖୋର୍ଦ୍ଧା: ଓଡିଶା ପୋଲିସର ସ୍ୱତନ୍ତ୍ର ଡ୍ରାଇଭ। ୧୦ ଦିନରେ ୨୨୩୧ ନିଖୋଜ ବ୍ୟକ୍ତି/ଶିଶୁ ଙ୍କୁ ଖୋଜି ସେମାନଙ୍କ ପରିବାର ସହ ମିଶାଇଛି ଓଡିଶା ପୋଲିସ। ଡ଼ିଜିପିଙ୍କ ନିର୍ଦ୍ଦେଶକ୍ରମେ ନିଖୋଜ ଲୋକଙ୍କୁ ଠାବ କରିବା ପାଇଁ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଡ୍ରାଇଭ ପ୍ରତି ଜିଲ୍ଲାରେ ଜାରି ରହିଥିଲା। ସେପ୍ଟେମ୍ବର ୧ ରୁ ୧୦ ତାରିଖ ପର୍ଯ୍ୟନ୍ତ ଉକ୍ତ ଡ୍ରାଇଭ ଜାରି ରହିଥିଲା।

ତେବେ ଉକ୍ତ ୧୦ ଦିନରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ସମୁଦାୟ ୫୯ ଜଣ ନିଖୋଜ ବ୍ୟକ୍ତି/ଶିଶୁଙ୍କୁ ଠାବ କରିବାରେ ସଫଳ ହୋଇଥିବାର ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି। ଏସପି ଙ୍କ ତତ୍ୱାବଧାନର ଜିଲ୍ଲାର ସମସ୍ତ ଥାନାରେ ଉକ୍ତ ଡ୍ରାଇଭ ଜାରି ରହିଥିବାବେଳେ ୧୦ ଦିନରେ ୫୯ ଜଣ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ଖୋର୍ଦ୍ଧା ଜିଲ୍ଲା ପୋଲିସ। ତନ୍ମଧ୍ୟରୁ ସଦର ଥାନାର ସର୍ବାଧିକ ୩୨ ବ୍ୟକ୍ତି ଥିବା ବେଳେ, ଟାଉନ ଥାନାର ୧୩, ବୋଲଗଡ଼ ଥାନାର ୧୧, ଟାଙ୍ଗୀ ଥାନାର ୨ ଏବଂ ବାଲୁଗାଁ ଥାନାର ଜଣେ ନିଖୋଜ ବ୍ୟକ୍ତି ଉଦ୍ଧାର ହୋଇଥିବାର ଏସପି ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡିକୁ ନୂତନ ଥାନା ମାନ୍ୟତା: ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡିକୁ ନୂତନ ଥାନା ମାନ୍ୟତା ମିଳିଛି। ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି, ଯେଉଁଥିରେ ନାଚୁଣୀ ଫାଣ୍ଡି ଅନ୍ୟତମ।

ତେବେ ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ନୂଆ ୩୬ ଟି ଥାନା ପ୍ରତିଷ୍ଠା ହେଵା ଦ୍ୱାରା ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ଦିଗରେ ଓଡିଶା ପୋଲିସର ଉଦ୍ୟମ ଆହୁରି ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ସୂଚନା ଥାଉକି ନାଚୁଣୀ ଫାଣ୍ଡି ୧୬ ନମ୍ବର ଜାତୀୟ ରାଜପଥରେ ଅବସ୍ଥିତ ହୋଇଥିବା ବେଳେ ବର୍ତ୍ତମାନ ଏହା ବାଣପୁର ଥାନା ଅଧୀନରେ କାମ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ପ୍ରତିଷ୍ଠା ଦିବସରେ ପୋଲିସ ସେବା ପାଇଁ ପାଞ୍ଚ କର୍ମଚାରୀଙ୍କୁ ସମ୍ମାନିତ କଲେ ଏସପି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଆଜି ୮୭ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ଏସପି ପହି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ। ନିଜ ଅଭିଭାଷଣରେ ଏସପି କହିଥିଲେ କି, ପୋଲିସ କେବଳ ଜନତାର ବନ୍ଧୁ କହିଲେ ହେବନି, ବାସ୍ତବରେ ଏହାକୁ ପ୍ରତିପାଦନ କର। ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ସୂଚାରୁ ରୁପେ ପାଳନ କର। ସେବା ଓ ସମର୍ପଣ ଭାବ ନେଇ କାର୍ଯ୍ୟ କର। ନାଗରିକଙ୍କ ସହ ଉତ୍ତମ ବ୍ୟବହାର ଏବଂ ବନ୍ଧୁତ୍ଵପୂର୍ଣ୍ଣ ବାତାବରଣ ରହିଲେ ହୃଦୟ ଜିଣିପାରିବ ବୋଲି ଏସପି କହିଥିଲେ।

ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ, ସଦର ଥାନା ଏଏସଆଇ ଦିଲ୍ଲୀପ କୁମାର ବିଶ୍ୱାଳ, ଜଙ୍କିଆ ଥାନା କନଷ୍ଟେବଳ ପ୍ରିତୀମୟୀ ବଡ଼ଜେନା, କନଷ୍ଟେବଳ ସୁଦାମ ବଳିୟାରସିଂହ ଏବଂ ଟ୍ରାଫିକ କନଷ୍ଟେବଳ ପ୍ରବୋଧ କୁମାର ସାହୁ ଆଦି ୫ଜଣ ପୋଲିସ କର୍ମଚାରୀଙ୍କୁ ଏସପି ପୁରସ୍କୃତ କରିଥିଲେ।

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅତିରିକ୍ତ ଏସପି ସୁରେଶ କୁମାର ଦାଶ, ସୁରେନ୍ଦ୍ର ନାଥ ମୁର୍ମୁଙ୍କ ସମେତ ଖୋର୍ଦ୍ଧା ଏସଡିପିଓ ସୁଶିଲ କୁମାର ମିଶ୍ର, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ସମସ୍ତ ଥାନାଧିକାରୀ, ଅବସର ପ୍ରାପ୍ତ ବରିଷ୍ଠ ପୋଲିସ ଓ ସେନାଧିକାରୀମାନେ ମଧ୍ୟ ଉକ୍ତ ସମାରୋହରେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ନୟାଗଡ: ଓଡିଶା ପୋଲିସର ୮୭ ତମ ପ୍ରତିଷ୍ଠା ଦିବସରେ ସମ୍ମାନିତ ହେଲେ ଚାନ୍ଦପୁର ଏସଆଇ ଅଞ୍ଜଳି ସା

ନୟାଗଡ: ଆଜି ଓଡିଶା ପୋଲିସର ୮୭ ତମ ପ୍ରତିଷ୍ଠା ଦିବସ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ନୟାଗଡ଼ ସ୍ଥିତ ପୋଲିସ ଟ୍ରେନିଂ ପଡିଆରେ ଉକ୍ତ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ନୟାଗଡ଼ ଜିଲ୍ଲାର ଶ୍ରେଷ୍ଠ ସବ ଇନ୍ସପେକ୍ଟର ଭାବେ ସମ୍ମାନିତ ହୋଇଛନ୍ତି ଚାନ୍ଦପୁର ଥାନା ମହିଳା ଏସଆଇ ଅଞ୍ଜଳି ସା। ନୟାଗଡ଼ ଏସପି ଆଇପିଏସ ସିଦ୍ଧାର୍ଥ କାଟାରିଆ ଅଞ୍ଜଳିଙ୍କୁ ଏଥି ନିମନ୍ତେ ପୁରସ୍କୃତ କରିଛନ୍ତି। ଅଞ୍ଜଳି ଜଣେ ଦକ୍ଷ ପୋଲିସ ଅଧିକାରିଣୀ ଭାବେ ସମଗ୍ର ଜିଲ୍ଲାରେ ବେଶ ଜଣାଶୁଣା। ୨୦୧୭ ବ୍ୟାଚର ଉକ୍ତ ଏସଆଇ ପ୍ରଥମ ପୋଷ୍ଟିଙ୍ଗ ଇଟାମାଟି ଥାନାରେ ପାଇଥିବା ବେଳେ ସେଠାରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟକରି ପ୍ରଶଂସିତ ହୋଇଥିଲେ।

୨୦୨୧ ରେ ଚାନ୍ଦପୁର ଥାନାରେ ପୋଷ୍ଟିଙ୍ଗ ହେବା ପରଠାରୁ ମାତ୍ର ଏକ ବର୍ଷ ମଧ୍ୟରେ ଚାନ୍ଦପୁର ଥାନା ଅଞ୍ଚଳରେ ଏକାଧିକ ଅପରାଧିକ ଗତିବିଧିଙ୍କୁ ରୋକ ଲଗାଇବାରେ ଅଞ୍ଜଳି ସଫଳ ହୋଇପାରିଛନ୍ତି। ବିଶେଷ କରି ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ରୋକିବା, ଏକାଧିକ ନାବାଳିକାଙ୍କୁ ଉଦ୍ଧାର କରିବା, ଅବକାରୀ ଚଢ଼ାଉ ଏବଂ ୱାରେଣ୍ଟ ଗିରଫ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରି ଅଞ୍ଜଳି ଅନେକ ପ୍ରଶଂସା ସାଉଁଟିପାରିଛନ୍ତି।

ଚାନ୍ଦପୁର ଥାନା ଆଇଆଇସି ରଶ୍ମିରଂଜନ ଦାସ କୁହନ୍ତି ଏସଆଇ ଅଞ୍ଜଳି ଜଣେ ଦକ୍ଷ ଓ କର୍ତ୍ତବ୍ୟନିଷ୍ଠା ପୋଲିସ ଅଧିକାରିଣୀ ଏବଂ ତାଙ୍କ କାର୍ଯ୍ୟାଳୟ ମଧ୍ୟରେ ବହୁ ଅପରାଧିକ ମାମଲାକୁ ସମାଧାନ କରିପାରିଛନ୍ତି। ଚାନ୍ଦପୁର ଥାନା ପ୍ରତିଷ୍ଠା ସମୟରୁ ଆଜି ପର୍ଯ୍ୟନ୍ତ କୌଣସି ଏସଆଇ ଏହି ପୁରସ୍କାର ପାଇନଥିବା ବେଳେ ଅଞ୍ଜଳିଙ୍କ ଏହି କୃତିତ୍ୱ ନିମନ୍ତେ ଚାନ୍ଦପୁର ଥାନାର ସମସ୍ତ ପୋଲିସ କର୍ମଚାରୀଙ୍କ ସମେତ ସାରା ଚାନ୍ଦପୁରବାସି ଅଞ୍ଜଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ପୋଲିସର ୪୪୭ଟି ପଦବୀ ପାଇଁ ୧ ଲକ୍ଷ ୩୨ ହଜାର ଆବେଦନକାରୀ, ୨୬ ଜଣ କିନ୍ନର

କଟକ, ଓଡିଶା ପୋଲିସର ବାହାରିଥିବା ୪୪୭ଟି ସବ ଇନସ୍ପେକ୍ଟର ପଦବୀ ପାଇଁ ଆବେଦନ ତାରିଖ ଶେଷ ହୋଇଛି। ଜୁଲାଇ ୧୫ ତାରିଖ ଥିଲା ଆବେଦନର ଶେଷ ଦିନ। ସମସ୍ତ ଆବେଦନକୁ ପ୍ରାରମ୍ଭିକ ଯାଞ୍ଚ ପରେ ଜଣାପଡିଛି ଯେ ମୋଟ ୧ ଲକ୍ଷ ୩୨ ହଜାର ୪୯୫ ଜଣ ଆବେଦନ କରିଛନ୍ତି।

ତେବେ ଏହି ଆବେଦନ ପକ୍ରିୟାରେ ପ୍ରଥମ ଥର ପାଇଁ ୨୬ ଜଣ କିନ୍ନର ଆବେଦନ କରିଛନ୍ତି। ଏଥର ପୋଲିସର ଏହି ପଦବୀ ପାଇଁ ପୁରୁଷ ମହିଳା ସହିତ ଅନ୍ୟାନ୍ୟ ବର୍ଗ ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା। ସେହି ହିସାବରେ ଏଥର ପ୍ରଥମ ଥର ପାଇଁ କିନ୍ନରମାନେ ଆବେଦନ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଓଡିଶା ପୋଲିସ ମୁଖ୍ୟାଳୟରୁ ସୂଚନା ପତ୍ର ଜାରି: ଡ଼ିଜିପିଙ୍କ ଠାରୁ ପ୍ରଶଂସାପତ୍ର ପାଇବେ ଟାଙ୍ଗୀ ଥାନାଧିକାରୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ ପାଇବେ ଓଡିଶା ଡ଼ିଜିପିଙ୍କ ଠାରୁ ପ୍ରଶଂସାପତ୍ର। ଗତ ଦୁଇ ଦିନ ତଳେ ଏ ନେଇ ଓଡିଶା ପୋଲିସ ମୁଖ୍ୟାଳୟରୁ ଏକ ସୂଚନା ପତ୍ର ଜାରି କରାଯାଇଛି।

ସୂଚନା ଥାଉକି ଶ୍ରୀ ମଲ୍ଲିକ ମାତ୍ର ଏକ ମାସ ପୂର୍ବେ ଟାଙ୍ଗୀ ଥାନାରେ ଆଇଆଇସି ଭାବେ ଯୋଗଦେବା ପରଠାରୁ ଅଞ୍ଚଳରେ ଅପରାଧିକ ଗତିବିଧି ଉପରେ ଧୀରେ ଧୀରେ ଅଙ୍କୁଶ ଲାଗୁଥିବାର ଦେଖାଯାଇଛି। ଶ୍ରୀ ମଲ୍ଲିକ ଜଣେ ଦକ୍ଷ ଏବଂ କର୍ତ୍ତବ୍ୟନିଷ୍ଠ ଅଧିକାରୀ ହୋଇଥିବା ବେଳେ ବିଗତ ଦିନରେ ଏକାଧିକ ଭଲ କାମ କରି ଡ଼ିଜିପିଙ୍କ ଠାରୁ ଉକ୍ତ ପ୍ରଶଂସାପତ୍ର ପାଇବାପାଇଁ ଯୋଗ୍ୟ ହୋଇଛନ୍ତି। ନିକଟରେ ଜଣେ କୋଭିଡ ଆକ୍ରାନ୍ତଙ୍କ ଶବ ସତ୍କାର କରି ଚର୍ଚ୍ଚାକୁ ଆସିଥିଲେ ଏହି ପୋଲିସ ଅଧିକାରୀ।

ଅନୁରୂପ ଭାବେ ଗତ ଏକ ମାସ ମଧ୍ୟରେ ଟାଙ୍ଗୀ ଥାନାର ବହୁ ଜଟିଳ ମାମଲାଗୁଡିକ ଯଥା ଅଣ୍ଡାଗାଡି ଲୁଟ ଘଟଣା, ଭାଇରଲ ଭିଡ଼ିଓ ଘଟଣା ଆଦିର ପର୍ଦ୍ଦାଫାଶ କରିବା ସହ, ଏକାଧିକ ଜୁଆ ଆଡ୍ଡାରେ ଚଢ଼ାଉ, ଚୋରା ଗୋରୁଙ୍କୁ ଉଦ୍ଧାର, ଅବକାରୀ ଚଢ଼ାଉ, ବାଇକ ଚୋରି ଗ୍ୟାଙ୍ଗକୁ ଗିରଫ କରି ଟାଙ୍ଗୀ ଥାନା ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଟାଙ୍ଗୀ ଆଇଆଇସି।

ତେବେ ଡ଼ିଜିପିଙ୍କ ଠାରୁ ଉକ୍ତ ପ୍ରଶଂସାପତ୍ର ପାଇ ବେଶ ଗର୍ବ ଅନୁଭବ କରୁଛନ୍ତି ବୋଲି ଆଇଆଇସି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ୪୭୭ ଏସ ଆଇ ପଦବୀ ପାଇଁ ଆରମ୍ଭ ହେବ ଅନଲାଇନ ଆବେଦନ

ଭୁବନେଶ୍ବର: ଆଜିଠାରୁ ଓଡିଶା ପୋଲିସର ୪୭୭ ସବ-ଇନିସପେକ୍ଟର ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ଇଚ୍ଛୁକ ପରୀକ୍ଷାର୍ଥୀ ଅନଲାଇନ ମାଧ୍ୟମରେ ଏହି ପଦବୀ ପାଇଁ ଆବେଦନ କରି ପାରିବେ। ଜୁଲାଇ ୧୫ ତାରିଖ ସୁଦ୍ଧା ଓଡିଶା ପୋଲିସର odishapolice.gov.in ୱେବସାଇଟକୁ ଯାଇ ଆବେଦନକାରୀ ପଞ୍ଜୀକୃତ କରିପାରିବେ। ଇଚ୍ଛୁକ ପରୀକ୍ଷାର୍ଥୀ https://odipolsi21.onlineapplicationform.org/ODIPOL/ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ।

ତେବେ ଏହି ପରୀକ୍ଷା ଅଗଷ୍ଟ ୬ ରୁ ୧୬ ତାରିଖ ମଧ୍ୟରେ କମ୍ପ୍ୟୁଟର ବେସଡ ଲିଖିତ ପରୀକ୍ଷା ହେବ। ଏସଆଇ ପରୀକ୍ଷାରେ ଭିଭାଭୋସ କରାଯିବ ନାହିଁ। ଏନେଇ ପୋଲିସ ଏଡିଜେ ଜେଠୱା ସୂଚନା ଦେଇଛନ୍ତି।