Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର
ଆଜିର ଖବର

ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର

August 4, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର
ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ସାଇବର ଅପରାଧର ସଠିକ ମୁକାବିଲା, ଡିଜିଟାଲ ଫରେନ୍ସିକ୍ସରେ ଦକ୍ଷତା ବୃଦ୍ଧି ଏବଂ ବୈଜ୍ଞାନିକ ତଦନ୍ତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ସିଆଇଡି–କ୍ରାଇମବ୍ରାଞ୍ଚ ଏବଂ ରାଷ୍ଟ୍ରୀୟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ (NFSU), ଭୁବନେଶ୍ୱର ମଧ୍ୟରେ ଆଜି ଏକ ୫ ବର୍ଷିଆ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଉପସ୍ଥିତିରେ ଡିଜିପି, କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ର ଓ NFSU କ୍ୟାମ୍ପସ ନିର୍ଦ୍ଦେଶିକା, ଡ଼ଃ ପୁରବୀ ପୋଖରିୟାଲ MoU ସ୍ଵାକ୍ଷର କରିଥିଲେ। ପରେ ଡିଜିପି ଶ୍ରୀ ଖୁରାନିଆ “ସାଇବର ଅପରାଧ ତଦନ୍ତ ଏବଂ ଡିଜିଟାଲ ଫରେନ୍ସିକ ଶୀର୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଡିଜିପି କହିଥିଲେ ଯେ, ଆଜିର ଦିନଟି ଓଡ଼ିଶା ପୋଲିସର ଆଧୁନିକୀକରଣ ଓ ବିକାଶ ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟ। ଏହି ପାଞ୍ଚବର୍ଷିଆ ବୁଝାମଣାପତ୍ର ଉଭୟ ଅନୁଷ୍ଠାନ ମଧ୍ୟରେ ଏକ ସୁଦୃଢ଼ ଭିତ୍ତିଭୂମି ସୃଷ୍ଟି କରିବ। ପ୍ରଥମ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ଯୋଗୁଁ ରାଜ୍ୟର ସାଇବର ପୋଲିସିଂ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ ବୋଲି ସେ କହିଥିଲେ।

ସେ କହିଥିଲେ ଯେ, ବର୍ତ୍ତମାନ ଅପରାଧର ସ୍ୱରୂପ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି ଏବଂ ପ୍ରାୟ ପ୍ରତ୍ୟେକ ଅପରାଧରେ ଡିଜିଟାଲ ପ୍ରମାଣର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ମ୍ୟୁଲ୍ ଆକାଉଣ୍ଟ, ଅନଲାଇନ୍ ନିବେଶ ଠକେଇ ଏବଂ “ଡିଜିଟାଲ ଗିରଫ” ଭଳି ସାଇବର ଅପରାଧ କ୍ରମାଗତ ଭାବେ ବଢ଼ୁଥିବାବେଳେ ନୂତନ ଫୌଜଦାରୀ ଆଇନରେ ଫରେନ୍ସିକ ବିଜ୍ଞାନକୁ ତଦନ୍ତର କେନ୍ଦ୍ରବିନ୍ଦୁ କରାଯାଇଛି। ତେଣୁ ଇଲେକ୍ଟ୍ରୋନିକ୍ ପ୍ରମାଣର ସଠିକ୍ ଜବତ, ସଂରକ୍ଷଣ ଓ ପରିଚାଳନା ପ୍ରତ୍ୟେକ ପୋଲିସ ଅଧିକାରୀଙ୍କର ମୌଳିକ ଦକ୍ଷତା ହେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।

ସାଇବର ଅପରାଧ ଚ୍ୟାଲେଞ୍ଜର ମୁକାବିଲା ପାଇଁ ରାଜ୍ୟରେ ୨୦ଟି ନୂତନ ସାଇବର ଅପରାଧ ଓ ଅର୍ଥନୈତିକ ଥାନା ସ୍ଥାପନ କରାଯାଇଥିବାବେଳେ ସମସ୍ତ ଥାନାକୁ ପ୍ରାୟ ୧୫ କୋଟି ଟଙ୍କା ମୂଲ୍ୟର ଆଧୁନିକ ହାର୍ଡୱେର ଓ ସଫ୍ଟୱେର ଯୋଗାଇ ଦିଆଯାଇଛି। ଏହି ଉପକରଣଗୁଡ଼ିକର ବ୍ୟବହାର ପାଇଁ ଉନ୍ନତମାନର ପ୍ରଶିକ୍ଷଣ ଅପରିହାର୍ଯ୍ୟ ବୋଲି ସେ କହିଥିଲେ।

NFSU ସହ ବୁଝାମଣାପତ୍ର କେବଳ ପ୍ରଶିକ୍ଷଣରେ ସୀମିତ ନରହି ଅପରାଧସ୍ଥଳ ପରିଚାଳନା, ଉଚ୍ଚଶିକ୍ଷା, ମିଳିତ ଗବେଷଣା, ଫରେନ୍ସିକ୍ ଭିତ୍ତିଭୂମିର ବିକାଶ ଓ ବୈଷୟିକ ପରାମର୍ଶ ଭଳି ବହୁ କ୍ଷେତ୍ରକୁ ସାମିଲ କରିବା ଦିଗରେ ଡିଜିପି ଗୁରୁତ୍ଵାରୋପ କରିଥିଲେ।
କାର୍ଯ୍ୟକ୍ରମରେ ଡିଜିପି, କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ର କହିଥିଲେ ଯେ, NFSU ସହ ସହଭାଗିତା ଯୋଗୁଁ ପୋଲିସ ବିଭାଗର ସମସ୍ତ ସ୍ତରର କର୍ମଚାରୀ ଓ ଅଧିକାରୀଙ୍କୁ ଉଚ୍ଚମାନର ବୈଷୟିକ ପ୍ରଶିକ୍ଷଣ ଦେବା ସମ୍ଭବ ହୋଇପାରିବ।

୨୦୨୭ ଜାନୁଆରୀ ସୁଦ୍ଧା ରାଜ୍ୟର ୩୪ଟି ପୋଲିସ ଜିଲ୍ଲା ଏବଂ କ୍ରାଇମବ୍ରାଞ୍ଚର ମୋଟ ୪୮୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ୧୬ଟି ବ୍ୟାଚରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଡିଜିପି ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ପ୍ରତ୍ୟେକ ବ୍ୟାଚରେ ୩୦ ଜଣ ଅଂଶଗ୍ରହଣ କରିବେ ଏବଂ କନଷ୍ଟେବଲ୍ ଠାରୁ ଡିଏସପି ପର୍ଯ୍ୟନ୍ତ ଅଧିକାରୀମାନେ ଏହି ପ୍ରଶିକ୍ଷଣରେ ସାମିଲ ହେବେ। ୬ ଦିନିଆ ଏହି ପ୍ରଶିକ୍ଷଣରେ ୫ ଦିନ NFSUରେ ଶ୍ରେଣୀଗୃହ ଓ ପରୀକ୍ଷାଗାର ଭିତ୍ତିକ ପ୍ରଶିକ୍ଷଣ ଏବଂ ୧ ଦିନ ସାଇବର କମ୍ପ୍ଲେକ୍ସରେ ପ୍ରଶିକ୍ଷଣ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ।

ପ୍ରଥମ ବ୍ୟାଚକୁ ସମ୍ବୋଧନ କରି ଡିଜିପି କହିଥିଲେ ଯେ, ଏହି ପ୍ରଶିକ୍ଷଣର ପ୍ରକୃତ ସଫଳତା କେବଳ ପ୍ରମାଣପତ୍ର ହାସଲରେ ନୁହେଁ, ବରଂ ସଠିକ୍ ଡିଜିଟାଲ ପ୍ରମାଣ ସଂଗ୍ରହ, ବୈଜ୍ଞାନିକ ତଦନ୍ତ ଏବଂ ଅଦାଲତରେ ଗ୍ରହଣଯୋଗ୍ୟ ପ୍ରମାଣ ଉପସ୍ଥାପନ କରିବାର ଦକ୍ଷତା ହାସଲ କରିବାର ଆବଶ୍ୟକତା ରହିଛି। ପ୍ରଶିକ୍ଷଣ ଶେଷ ପରେ ନିଜ ନିଜ ଜିଲ୍ଲାକୁ ଫେରି ଅନ୍ୟ ସହକର୍ମୀମାନଙ୍କୁ ମଧ୍ୟ ଏହି ଜ୍ଞାନ ବାଣ୍ଟିବାକୁ ସେ ଆହ୍ୱାନ ଜଣାଇଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶିକା ଏସଫଏଲ, ଡ଼. ସନ୍ତୋଷ ବାଲା, NFSU କ୍ୟାମ୍ପସ ନିର୍ଦ୍ଦେଶିକା, ଡ଼ଃ ପୁରବୀ ପୋଖରିୟାଲ, ଆଇଜି (କ୍ରାଇମବ୍ରାଞ୍ଚ) ଡ଼ଃ ସାର୍ଥକ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। NFSU ଆସୋସିଏଟ ପ୍ରଫେସର, ଡ଼ଃ ବିଶ୍ୱକଲ୍ୟାଣ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

mou NFSU ଏନଏଫଏସୟୁ ଓଡିଶା ଓଡିଶା ପୋଲିସ ଡିଜିଟାଲ ଫରେନ୍ସିକ୍ସ କ୍ଷେତ୍ର ଡିଜିପି ବୁଝାମଣାପତ୍ର ସ୍ୱାକ୍ଷର ଯୋଗେଶ ବାହାଦୁର ଖୁରାନିଆ ସାଇବର ଅପରାଧ
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲିଠାରୁ ଶୁଦ୍ଧ ପେଟ୍ରୋଲ?: ସ୍ପଷ୍ଟ କଲେ ସରକାର

August 4, 2026

ସାଇବର ଠକେଇ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

August 4, 2026

ନୂଆ ରୂପରେ ଓଡ୍ରାଫ୍‌

August 4, 2026

ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ପାଇଁ ଉଚ୍ଚ ସ୍ତରୀୟ ବୈଠକ

August 4, 2026
Latest News

ଆସନ୍ତାକାଲିଠାରୁ ଶୁଦ୍ଧ ପେଟ୍ରୋଲ?: ସ୍ପଷ୍ଟ କଲେ ସରକାର

August 4, 2026

ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର

August 4, 2026

ସାଇବର ଠକେଇ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

August 4, 2026

ନୂଆ ରୂପରେ ଓଡ୍ରାଫ୍‌

August 4, 2026

ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ପାଇଁ ଉଚ୍ଚ ସ୍ତରୀୟ ବୈଠକ

August 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.