Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦୁଇ ଲଶ୍କର ଆତଙ୍କବାଦୀଙ୍କୁ ଧରିଲେ ଗ୍ରାମବାସୀ, ୨ ଲକ୍ଷ ପୁରସ୍କାର ପ୍ରଦାନ କଲେ ଡିଜିପି

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ କ୍ରମାଗତ ଭାବରେ ଆତଙ୍କବାଦୀଙ୍କୁ ହଟାଇବାରେ ନିୟୋଜିତ ଅଛନ୍ତି। ଆତଙ୍କବାଦୀଙ୍କ ସହ ପ୍ରତିଦିନ ଏନକାଉଣ୍ଟର ଖବର ସାମ୍ନାକୁ ଆସୁଛି। ଯେଉଁଥିରେ ଆତଙ୍କବାଦୀମାନେ ମୃତ୍ୟୁବରଣ କରୁଛନ୍ତି କିମ୍ବା କିଛି ଆତ୍ମସମର୍ପଣ କରୁଛନ୍ତି। କିନ୍ତୁ ବର୍ତ୍ତମାନ କାଶ୍ମୀରରୁ ଏଭଳି ଖବର ବାହାରିଛି, ଯାହା ସେନା ଏବଂ ସୁରକ୍ଷା ବାହିନୀ ପାଇଁ ବହୁତ ସହାୟକ ହୋଇପାରେ। କାଶ୍ମୀରର ରେସି ଜିଲ୍ଲାରେ ସୁରକ୍ଷା ବାହିନୀ ନୁହେଁ ବରଂ ଗାଁର ଲୋକମାନେ ଦୁଇ ଆତଙ୍କବାଦୀଙ୍କୁ ଧରିଛନ୍ତି। ଉଭୟ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।

ସୂଚନାନୁସାରେ, ଉଭୟ ଆତଙ୍କବାଦୀ ଲଶ୍କର-ଏ-ତୋଇବା ସହିତ ଜଡିତ ଥିଲେ। ଉଭୟ ତୁକସାନ ଗ୍ରାମରେ ଲୁଚି ରହିଥିବାଆ ବେଳେ ଗାଁର କିଛି ଲୋକ ସେମାନଙ୍କୁ ଧରିଥିଲେ। ଆତଙ୍କବାଦୀଙ୍କୁ ଧରିବା ପରେ ପୋଲିସକୁ ସୂଚନା ଦିଆଯାଇଥିଲା ଏବଂ ଉଭୟଙ୍କୁ ଗିରଫ କରାଯାଇଥିଲା। ଗ୍ରାମବାସୀଙ୍କ ଏହି ସାହସିକତା ପାଇଁ ଡିଜିପି ସେମାନଙ୍କୁ ଦୁଇ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

ପ୍ରକାଶ ଥାଉ କି ଜମ୍ମୁ କାଶ୍ମୀରରେ ଭାରତୀୟ ସେନାର ଅପରେସନ୍ ଅଲ୍ ଆଉଟ୍ ଜାରି ରହିଛି। ଯେଉଁଥିରେ ଏପର୍ଯ୍ୟନ୍ତ ଶହ ଶହ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅପରେସନ୍ ପରେ ସୀମାରେ ଅନୁପ୍ରବେଶ ମଧ୍ୟ ପ୍ରାୟ ସମାପ୍ତ ହୋଇଛି। କିନ୍ତୁ ଟାର୍ଗେଟ କିଲିଂ ଯୋଗୁଁ ସୁରକ୍ଷା ବାହିନୀ ସତର୍କ ଅଛନ୍ତି। ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି। ଏଭଳି ପରିସ୍ଥିତିରେ ଆତଙ୍କବାଦୀଙ୍କ ଉପରେ କାଶ୍ମୀରବାସୀ କ୍ରୋଧ ଭରି ରହିଛି। ସେଥିପାଇଁ ଆତଙ୍କବାଦୀଙ୍କୁ ଧରିବାରେ ବର୍ତ୍ତମାନ ସେନାକୁ ସାହାଯ୍ୟ କରାଯାଉଛି। ଲୋକଙ୍କ ଏହି ସାହସକୁ ପୋଲିସ ଏବଂ ସେନା ପ୍ରଶଂସା କରିଛନ୍ତି। ବର୍ତ୍ତମାନ ଅମରନାଥ ଯାତ୍ରାକୁ ଦୃଷ୍ଟିରେ ରଖି ସମଗ୍ର ଉପତ୍ୟକାର ସୁରକ୍ଷା କଡାକଡି ହୋଇଛି, ପ୍ରତ୍ୟେକ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

BREAKING NEWS: ଓଡିଶାର ନୂଆ ଡିଜିପିଙ୍କ ନାମ ହେଲା ଘୋଷଣା, ଜାଣନ୍ତୁ କିଏ

ଭୁବନେଶ୍ବର: ଓଡିଶାର ନୂଆ ଡିଜିପି ଭାବେ ମୁଖ୍ୟମନ୍ତ୍ରୀ ଜଣଙ୍କୁ ନିଯୁକ୍ତ କରିଛନ୍ତି। ସେ ହେଉଛନ୍ତି 1987 ବ୍ୟାଚର ଆଇପିଏସ ଅଫିସର ସୁନୀଲ ବଂଶଲ। ସେ ବର୍ତ୍ତମାନ ଆଇବିର ନିର୍ଦ୍ଦେଶକ ଅଛନ୍ତି। ବିଧବଧ ଭାବେ ତାଙ୍କ ନାମକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଫଳରେ ସେ ନୂଆ ବର୍ଷରେ ନୂଆ ଡିଜିପି ଦ୍ବାୟିତ୍ବ ଗ୍ରହଣ କରିବେ।

ଚଳିତ ଡିସେମ୍ବରରେ ଶେଷରେ ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଶେଷ ହେଉଛି।  ସେଥିପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ତରଫରୁ 14 ଜଣିଆ ନାମ ପଠାଯାଇଥିଲା। ଏଥିରେ କେନ୍ଦ୍ର ସରକାର ତିନିଜଣଙ୍କ ନାମ ମନୋନିତ କରି ପଠାଇଥିଲେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ସୁନୀଲ ବଂଶଲ ନାମକୁ ନୂଆ ଡିଜିପି ଭାବେ ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଡିଜିପିଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ତଦନ୍ତର ଷ୍ଟାଟସ ରିପୋର୍ଟକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି ମାନ୍ୟବର ହାଇକୋର୍ଟ । ପୋଲିସ ମହାନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟକ୍ତିଗତ ହାଜର ସହ ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି 18 ତାରିଖରେ ହାଜର ପାଇଁ ନିର୍ଦ୍ଦେଶ ରହିଛି । ଭାରତୀୟ ବିକାଶ ପରିଷଦର ଓକିଲ ଗୋପାଳ ପ୍ରସାଦ ଜେନା ଏନେଇ ଆଜି ସୂଚନା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଅକ୍ଟୋବର 14ରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦେଶ ଦେଇଥିଲେ।