Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବରିଷ୍ଠ ଆଇପିଏସ୍ ଅଧିକାରୀ ସେଫିନ ଅହମ୍ମଦ କେ.ଙ୍କ ବିୟୋଗରେ ଓଡ଼ିଶା ପୋଲିସର ଶୋକ
ଆଜିର ଖବର

ବରିଷ୍ଠ ଆଇପିଏସ୍ ଅଧିକାରୀ ସେଫିନ ଅହମ୍ମଦ କେ.ଙ୍କ ବିୟୋଗରେ ଓଡ଼ିଶା ପୋଲିସର ଶୋକ

August 31, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବରିଷ୍ଠ ଆଇପିଏସ୍ ଅଧିକାରୀ ସେଫିନ ଅହମ୍ମଦ କେ.ଙ୍କ ବିୟୋଗରେ ଓଡ଼ିଶା ପୋଲିସର ଶୋକ
ବରିଷ୍ଠ ଆଇପିଏସ୍ ଅଧିକାରୀ ସେଫିନ ଅହମ୍ମଦ କେ.ଙ୍କ ବିୟୋଗରେ ଓଡ଼ିଶା ପୋଲିସର ଶୋକ

ଭୁବନେଶ୍ଵର: ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଆଇଜିପି (କ୍ରାଇମବ୍ରାଞ୍ଚ) ସେଫିନ ଅହମ୍ମଦ କେ.ଙ୍କ ଅକାଳ ବିୟୋଗରେ ଓଡ଼ିଶା ପୋଲିସ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ଆଇପିଏସ ସଂଘର ସଭ୍ୟ/ ସଭ୍ୟାମାନେ ଗଭୀର ମର୍ମାହତ ହୋଇଛନ୍ତି।

ଏହି ଅବସରରେ ଆଜି ଅପରାହ୍ନରେ ଭୁବନେଶ୍ଵରସ୍ଥିତ ପୋଲିସ ଭବନଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଆୟୋଜନ କରାଯାଇ ସ୍ୱର୍ଗତଃ ସେଫିନ ଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହି ଅବସରରେ ସ୍ୱର୍ଗତଃ ସେଫିନଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ଏଥିସହ ସଂଘ ପକ୍ଷରୁ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା।

ଶୋକ ସଭାକୁ ସମ୍ବୋଧନ କରି ଡିଜିପି ଶ୍ରୀ ମିଶ୍ର କହିଥିଲେ ଯେ, ସ୍ଵର୍ଗତ ସେଫିନ ଅହମ୍ମଦ ଜଣେ ଦକ୍ଷ, କର୍ମଠ ଏବଂ ସମର୍ପିତ ଆଇ.ପି.ଏସ୍ ଅଧିକାରୀ ଭାବେ ସୁନାମ ଅର୍ଜନ କରିଥିଲେ। ନିଜ ଦୀର୍ଘ ଚାକିରି ଜୀବନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସେ ଦକ୍ଷତାର ସହିତ କାର୍ଯ୍ୟ ନିର୍ବାହ କରି ଓଡିଶା ପୋଲିସର ମର୍ଯ୍ୟାଦା ତଥା ସୁନାମ ବଢ଼ାଇଥିଲେ। ତାଙ୍କ ବିୟୋଗ ସମାଜ ଏବଂ ପୋଲିସ ବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଥିଲେ। ସ୍ଵର୍ଗତ ସଫିନ ଅହମ୍ମଦଙ୍କ ସହ ଜଡିତ କିଛି ଅଭୁଲା ସ୍ମୃତିକୁ ମଧ୍ୟ ସେ ସ୍ମରଣ କରିବା ସହ ତାଙ୍କର ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ ।

ପ୍ରାରମ୍ଭରେ ରାଜ୍ୟ ଆଇ.ପି.ଏସ୍ ସଂଘର ସମ୍ପାଦକ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ସ୍ଵର୍ଗତ ସେଫିନଙ୍କ ଚାକିରି ଜୀବନ ଉପରେ ଆଲୋକପାତ କରିଥିଲେ। ୧୯୭୬ ମସିହାରେ କେରଳମରେ ଜନ୍ମଗ୍ରହଣ କରିଥିବା ସେଫିନ ଅହମ୍ମଦ କେ. ଆର୍.ଆର୍.-୨୦୦୩ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଭାବେ ପୋଲିସ ସେବାରେ ଯୋଗଦେଇଥିଲେ। ୨୦୦୫ରେ ସୁନ୍ଦରଗଡ ଜିଲ୍ଲାରେ ଟ୍ରେନିଂ ଗ୍ରହଣ କରି ପ୍ରଥମେ ଗୁଣୁପୁର ଏସଡିପିଓ , ପରେ ପରେ ଦେବଗଡ଼, ଝାରସୁଗୁଡ଼ା, ଗଜପତି, ଭିଜିଲାନ୍ସ ନିର୍ଦ୍ଦେଶାଳୟ, ବ୍ରହ୍ମପୁର ଓ କଳାହାଣ୍ଡି ଜିଲ୍ଲାରେ ଏସ୍‌ପି ଭାବେ ନିଜର ଦାୟିତ୍ଵ ସୂଚାରୁରୁପେ ସମ୍ପାଦନ କରିଥିଲେ। ନକ୍ସଲ ଦମନ କ୍ଷେତ୍ରରେ ତାଙ୍କର ଅବଦାନ ଗୁରୁତ୍ଵପୂର୍ଣ୍ଣ ଥିଲା। ୫ ବର୍ଷ ନିମନ୍ତେ ନିଜ ରାଜ୍ୟ କେରଳମକୁ ଡେପୁଟେସନରେ ଯାଇ ଏସ୍‌ପି (କମ୍ପ୍ୟୁଟର) ଥିରୁଅନନ୍ତପୁରମ ,ଏଆଇଜି ମୁଖ୍ୟାଳୟ ଏବଂ ଡିଆଇଜି (ଆଡମିନ), ଡିଆଇଜି (ଆର୍ମଡ୍ ପୋଲିସ ବାଟାଲିୟନ) ଭଳି ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ।ନକ୍ସଲ ଦମନ ନିମନ୍ତେ କେରଳମ ରାଜ୍ୟରେ ମୁଳଦୁଆ ପକାଇବାରେ ତାଙ୍କର ଭୂମିକା ଅତୁଳନୀୟ ଥିଲା। ୨୦୧୯ ମସିହାରେ ସେ ଓଡ଼ିଶାକୁ ଫେରି ଡିଆଇଜି (ମୁଖ୍ୟାଳୟ) କଟକ, ଡିଆଇଜି (ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ), କୋରାପୁଟ ଏବଂ ଡିଆଇଜି (ଟେକ୍ନିକାଲ୍‌), କଟକ ଭଳି ପଦବୀରେ କାର୍ଯ୍ୟ କରିଥିଲେ।

ପରବର୍ତ୍ତୀ ସମୟରେ ସେ ଆଇଜିପି (ଟେକ୍ନିକାଲ୍‌), କଟକ, ଆଇଜିପି (ଫାୟାର ସର୍ଭିସେସ୍ ଓ ହୋମଗାର୍ଡସ୍‌) ଏବଂ ଆଇଜିପି (ଏଚ୍‌ଆର୍‌ପିସି), ଓଡ଼ିଶା ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ଦାୟିତ୍ୱ ତୁଲାଇଛନ୍ତି। ୧୦ ଜୁଲାଇ ୨୦୨୩ରୁ ସେ ଆଇଜିପି (କ୍ରାଇମବ୍ରାଞ୍ଚ) ଭାବେ କାର୍ଯ୍ୟରତ ଥିଲେ।

ଆଜିର ଏହି ଶୋକ ସଭାରେ ନିର୍ଦ୍ଦେଶକ (ଗୁଇନ୍ଦା ବିଭାଗ) ତଥା ଆରକ୍ଷୀ ମହାନିର୍ଦ୍ଦେଶକ ଆର. ପି. କୋଚେ, ମହାନିର୍ଦ୍ଦେଶକ (କାରାଗାର ଏବଂ ସଂଶୋଧନ ସେବା) ସୁଶାନ୍ତ ନାଥ, ଆରକ୍ଷୀ ମହାନିର୍ଦ୍ଦେଶକ (ନକ୍ସଲ ବିରୋଧୀ ଅଭିଯାନ ଏବଂ ସ୍ଵତନ୍ତ୍ର ଗୁଇନ୍ଦା ବିଭାଗ ) ସଂଜୀବ ପଣ୍ଡା, ନିର୍ଦ୍ଦେଶକ (ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ) ୟଶବନ୍ତ ଜେଠୱା, ସ୍ଵତନ୍ତ୍ର ସଚିବ (ଗୃହ ବିଭାଗ) ଆର. କେ. ଶର୍ମା, ନିର୍ଦ୍ଦେଶକ (ଏସ ଏଫଏସଏଲ) ଡ଼ ସନ୍ତୋଷ ବଲା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପରିବହନ କମିଶନର, ଓଡ଼ିଶା ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କାରାଗାର ବିଭାଗ) ଅମିତାଭ ଠାକୁର, ପୋଲିସ କମିଶନର (ଭୁବନେଶ୍ଵର-କଟକ) ଡ଼ ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି) ଯତୀନ୍ଦ୍ର କୋୟଲ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ।

ଶୋକ ସଭାକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ ପରିଚାଳନା କରିଥିଲେ।

ଓଡିଶା ପୋଲିସ କ୍ରାଇମବ୍ରାଞ୍ଚ ବରିଷ୍ଠ ଆଇପିଏସ୍ ଅଧିକାରୀ ସେଫିନ ଅହମ୍ମଦ କେ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Latest News

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.