ଦରବାର୍‌ରେ ଖଳନାୟକ ଭୂମିକାରେ ପ୍ରତୀକ

Published: Apr 18, 2019, 6:10 pm IST

ଏ ଆର ମୁରୁଗାଦୋସ ନିର୍ଦ୍ଦେଶିତ ତଥା ରଜନୀକାନ୍ତ ଅଭିନୀତ ଦରବାରରେ ଖଳନାୟକ ଭୂମିକାରେ ଆସିବେ ପ୍ରତୀକ ବବ୍ବର। ପ୍ରଥମ ଥର ପାଇଁ ମୁରୁଗାଦୋସ ରଜନୀକାନ୍ତଙ୍କୁ ନିର୍ଦ୍ଦେଶନା ଦେଉଥିବା ବେଳେ ଏହି ପ୍ରକଳ୍ପ ପାଇଁ ବହୁତ ଖୁସି ଅଛି ବୋଲି କହିଛନ୍ତି ପ୍ରତୀକ ବବ୍ବର। ଚଳିତ ସପ୍ତାହରୁ ଏହି ଚଳଚିତ୍ର ପାଇଁ ସୁଟିଂ ଆରମ୍ଭ କରୁଥିବା ସୂଚନା ଦେଇଛନ୍ତି ପ୍ରତୀକ। ଏହି ଫିଲ୍ମରେ ନାୟିକା ଭୂମିକାରେ ନୟନତାରା ନଜର ଆସୁଥିବା ବେଳେ ରଜନୀଙ୍କ ସହିତ ଏହା ତାଙ୍କର ଚତୁର୍ଥ ଫିଲ୍ମ। ଅନିରୁଦ୍ଧ ରବିଚନ୍ଦର ଏହି ଫିଲ୍ମର ମ୍ୟୁଜିକ୍‌ ଦେଇଛନ୍ତି। ଫିଲ୍ମଟିର ସୁଟିଂ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଥିବା ବେଳେ ୨୦୨୦ ପୋଙ୍ଗଲରେ ଫିଲ୍ମଟି ରିଲିଜ୍‌ ହେବ। ଏହି ଚଳଚିତ୍ର ବ୍ୟତିତ ପ୍ରତୀକ ନୀତାଶ ତିଓ୍ବାରୀଙ୍କ ‘ଛିଛୋରେ’, ମହେଶ ମଞ୍ଜ୍ରେକରଙ୍କ ‘ପାଓ୍ବାର’ ଏବଂ ଅନୁଭବ ସିହ୍ନାଙ୍କ ‘ଅଭି ତୋ ପାର୍ଟି ସୁରୁ ହୁଇ ହେଁ’ ରେ ନଜର ଆସିବେ। ଏହା ବ୍ୟତିତ ଚଳିତ ବର୍ଷ ଏକ ଓ୍ବେବ୍‌ ସିରିଜ୍‌ରେ ମଧ୍ୟ ନଜର ଆସିବେ ପ୍ରତୀକ।

Related posts