Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତି ବିଦ୍ୟାଳୟରେ ଜଣେ ମନସ୍ତତ୍ଵବିତ ନିଯୁକ୍ତି ଆବଶ୍ୟକ: ସର୍ବ ଭାରତୀୟ ଅଭିଭାବକ ସଂଘ
ଆଜିର ଖବର

ପ୍ରତି ବିଦ୍ୟାଳୟରେ ଜଣେ ମନସ୍ତତ୍ଵବିତ ନିଯୁକ୍ତି ଆବଶ୍ୟକ: ସର୍ବ ଭାରତୀୟ ଅଭିଭାବକ ସଂଘ

November 20, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଆଜି ବ୍ରହ୍ମପୁରଠାରେ ସର୍ବଭାରତୀୟ ଅଭିଭାବକ ସଂଘ ଜୋନାଲସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି ଅବସରରେ ପ୍ରତି ବିଦ୍ୟାଳୟରେ ଜଣେ ମନସ୍ତତ୍ଵବିତ ନିଯୁକ୍ତି ସହ ପ୍ରତି ବେସରକାରୀ ଶିକ୍ଷାନୁଷ୍ଠାନ ଶିକ୍ଷା ଅଧିକାର ଆଇନରେ ଅନ୍ତର୍ଭୁକ୍ତକରଣ ହେବା, ଅଭିଭାବକମାନଙ୍କର ଅଭିଯୋଗ ଶୁଣିବା ପାଇଁ ଗୁରୁତ୍ଵ ଦେବା, ପ୍ରତି ବେସରକାରୀ ସ୍କୁଲର ଆର୍ଥିକ ବ୍ୟବସ୍ଥାର ତଦାରଖ, ଅଭିଭାବକ ତଥା ପରିଚାଳନା ବୋର୍ଡର ସଦସ୍ୟମାନଙ୍କ ଭିତରେ ଭାବର ଆଦାନ ପ୍ରଦାନ ଇତ୍ୟାଦି ସଂଖ୍ୟାଧିକ ସୁପାରିଶକୁ ଉକ୍ତ କର୍ମଶାଳାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଆଇ.ଏସ.ଆର.ଡି. ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ସୁଧୀର ସାବତଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କର୍ମଶାଳାରେ ସର୍ବଭାରତୀୟ ଅଭିଭାବକ ସଂଘର ରାଜ୍ୟ ସଭାପତି ତଥା ବିଶିଷ୍ଟ ମାନବ ଅଧିକାର କର୍ମୀ ପ୍ରଦୀପ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ଵର, ସମ୍ବଲପୁର ଓ ରାଉରକେଲାରେ ଅନୁଷ୍ଠିତ ଜୋନସ୍ତରୀୟ କର୍ମଶାଳା ଗୁଡିକରୁ ଆସିଥିବା ବିଭିନ୍ନ ପ୍ରସ୍ତାବିତ ନିୟାମକ ସମ୍ପର୍କରେ ଆଲୋକପାତ କରିଥିଲେ। ନିଜର ଦୀର୍ଘ ଅଭିଭାଷଣରେ ଚବିଶିଟି ବିଷୟବସ୍ତୁ ଉପରେ ଆଲୋଚନା କରି ସ୍କୁଲମାନଙ୍କରେ ବିଦ୍ୟାଳୟ ପରିଚାଳନା ବିକାଶ କମିଟି ଗଠନକୁ ପ୍ରାଥମିକତା ଦେବା, ଅଭିଯୋଗ ଶୁଣାଣି ଓ ଅଭିଯୋଗ ସମାଧାନ ପ୍ରକ୍ରିୟାକୁ ଦୃଢ ନିଶ୍ଚିତ କରିବା, ଅଭିଭାବକ ସଂଘର ସମସ୍ତ ଦାବି ଯେପରି ପୂରଣହେବ ଏବଂ କୋଠାରି କମିଶନଙ୍କ ସୁପାରିସକୁ କାର୍ଯ୍ୟକାରି କରାଇବା ତଥା ଶିକ୍ଷା ପାଇଁ ବଜେଟରେ ରଖାଯାଊଥିବା ସମସ୍ତ ଅର୍ଥର ସଦୁପଯୋଗ ଇତ୍ୟାଦି ସମ୍ପର୍କରେ ଗୁରୁତ୍ଵଆରୋପ କରିଥିଲେ।

ସର୍ବଭାରତୀୟ ଅଭିଭାବକ ସଂଘର ଗଞ୍ଜାମ ଜିଲ୍ଲା ସମ୍ପାଦକ ଲୋକନାଥ ନାୟକ ଏବଂ ବରିଷ୍ଠ ସାମ୍ବାଦିକ ବିଘ୍ଣେଶ୍ଵର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜୋନ ସ୍ତରୀୟ ଆଗତ ପ୍ରସ୍ତାବିତ ଡ୍ରାଫ୍ଟକୁ ସମର୍ଥନକରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେସରକାରୀ ସ୍କୁଲ ମାନଙ୍କରେ ଭିନ୍ନ ଭିନ୍ନ ଧରଣର ଶୋଷଣ ପ୍ରକ୍ରିୟ ଚାଲୁରହିଥିବା ଏବଂ ନାମକରା ବେସରକାରୀ ବିଦ୍ୟାଳୟ ମାନଙ୍କରେ ଚାଲିଥିବା ଶୋଷଣପ୍ରକ୍ରିୟ ଏବଂ ଅଭିଭାବକ ମାନଙ୍କୁ ସେଠାରେ ଗୁରୁତ୍ଵ ଦିଆ ଯାଉନଥିବାର ପରି  ଅନେକ ଘଟଣାର ଅବତାରଣା କରାଇଥିଲେ।

ଉପସ୍ଥିତ ଅବିଭାବକମାନଙ୍କ ମଧ୍ୟରୁ ଆଇନଜୀବୀ  ପ୍ରଣବ କୁମାର ପଣ୍ଡା, ମନୋଜ ପାଣିଗ୍ରାହି, ବାସୁଦେବ ସାହୁକାର, ମନସ୍ତତ୍ଵବିତ କେ.ଏନ. ରାଣୀ, ଶ୍ରୀମତୀ ଆରୁଣୀ ନାୟକ, ସମାଜସେବୀ ମହେଶ୍ଵର ବରାଡ, ସନ୍ତୋଷ ପାଣିଗ୍ରାହୀ, ସବିତା ସାହୁକାର, ରାଜନୈତିକ କର୍ମୀ ଯୁଧିଷ୍ଟିର ମହାପାତ୍ର ପ୍ରମୁଖ ବିଭିନ୍ନ ଅଭିଯୋଗ ଓ  ପ୍ରସ୍ତାବ ବାଢିଥିଲେ। ଶେଷରେ ସ୍ନେହାମୟୀ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ସମାଜବାଦୀ ପାର୍ଟି ମୁଖପାତ୍ର ମନୋଜ ଯାଦବ ଗିରଫ, ଜାଣନ୍ତୁ କାହିଁକି?

February 13, 2026

ନାମିବିୟାକୁ ପରାସ୍ତ କରିବା ପରେ ସୂର୍ଯ୍ୟକୁମାରଙ୍କ ପ୍ରତିକ୍ରିୟା: ପାକିସ୍ତାନ ମ୍ୟାଚ ଉପରେ ଦେଲେ ସଂକେତ

February 13, 2026

ଓଡ଼ିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ: ୨.୫ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ, ୬ ଫେରାର୍

February 13, 2026

“ମୋର ଓଜନ ହ୍ରାସ ପାଇଛି…”: IND vs PAK ମ୍ୟାଚ୍ ପୂର୍ବରୁ ନିଜ ସ୍ୱାସ୍ଥ୍ୟ ସୂଚନା ଦେଲେ ଅଭିଷେକ ଶର୍ମା

February 13, 2026
Latest News

ସମାଜବାଦୀ ପାର୍ଟି ମୁଖପାତ୍ର ମନୋଜ ଯାଦବ ଗିରଫ, ଜାଣନ୍ତୁ କାହିଁକି?

February 13, 2026

ନାମିବିୟାକୁ ପରାସ୍ତ କରିବା ପରେ ସୂର୍ଯ୍ୟକୁମାରଙ୍କ ପ୍ରତିକ୍ରିୟା: ପାକିସ୍ତାନ ମ୍ୟାଚ ଉପରେ ଦେଲେ ସଂକେତ

February 13, 2026

ଓଡ଼ିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ: ୨.୫ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ, ୬ ଫେରାର୍

February 13, 2026

“ମୋର ଓଜନ ହ୍ରାସ ପାଇଛି…”: IND vs PAK ମ୍ୟାଚ୍ ପୂର୍ବରୁ ନିଜ ସ୍ୱାସ୍ଥ୍ୟ ସୂଚନା ଦେଲେ ଅଭିଷେକ ଶର୍ମା

February 13, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.