ଚର୍ଚ୍ଚର ଛାତ ଭୁଷୁଡି ୧୩ ମୃତ

Published: Apr 19, 2019, 5:50 pm IST
church collapsed in durban.

ଦକ୍ଷିଣ ଆଫ୍ରିକାରେ ଏକ ଚର୍ଚ୍ଚର ଛାତ ଭୁଷୁଡି ୧୩ ଜଣ ଲୋକଙ୍କର ପ୍ରାଣହାନି ଘଟିଛି। ପୂର୍ବ ଦକ୍ଷିଣ ଆଫ୍ରିକାର ଡର୍ବାନରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ୧୩ ଜଣ ଲୋକଙ୍କ ପ୍ରାଣହାନୀି ଘଟିଥିବା ବେଳେ ୧୬ ଜଣ ଲୋକ ଆହତ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଡର୍ବାନର ଡ୍ଲାଙ୍ଗୁବୋର ଏକ ଚର୍ଚ୍ଚରେ ଏହି ଘଟଣା ଘଟିଥିଲା। ଝଡ ତୋଫାନ ଯୋଗୁଁ ଛାତ ଭୁଷୁଡି ଏହି ଅଭାବନୀୟ କାଣ୍ଡ ଘଟିଥିବା କୁହାଯାଉଛି। ଡ୍ଲାଙ୍ଗୁବୋର ବର୍ହିବ୍ୟାପାର ମନ୍ତ୍ରାଳୟ ମୁଖ୍ୟ ଲେନୋକ୍ସ ମାବାସୋ ଟ୍ବିଟ୍ଟର ଜରିଆରେ ଦୁଃଖ ପ୍ରକାଶ କରି ଏହି ଘଟଣା ସେୟାର କରିଛନ୍ତି।

Related posts