Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୱାଦ ବାତ୍ୟା ମୁକାବିଲା: ପୂର୍ବତଟ ଅଞ୍ଚଳରେ ପ୍ରସ୍ତୁତ ରହିଲେ ବିପର୍ଯ୍ୟୟ ଉଦ୍ଧାରକାରୀ ଏବଂ ଚିକିତ୍ସା ଦଳ
ଆଜିର ଖବର

ଜୱାଦ ବାତ୍ୟା ମୁକାବିଲା: ପୂର୍ବତଟ ଅଞ୍ଚଳରେ ପ୍ରସ୍ତୁତ ରହିଲେ ବିପର୍ଯ୍ୟୟ ଉଦ୍ଧାରକାରୀ ଏବଂ ଚିକିତ୍ସା ଦଳ

December 2, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଜୱାଦ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ତଥା ସମ୍ପୃକ୍ତ ଏଜେନ୍ସିର ଅଧିକାରୀମାନେ ଯୋଗ ଦେଇ ବାତ୍ୟାଜନିତ ପରିସ୍ଥିତିର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।

ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ନିରାପଦ ଭାବେ ଉଦ୍ଧାର କରିବା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ସମୟରେ ବିଦ୍ୟୁତ ଶକ୍ତି, ଟେଲିଯୋଗାଯୋଗ, ସ୍ୱାସ୍ଥ୍ୟ, ପାନୀୟ ଜଳ ଆଦି ଜରୁରି ସେବା ଯୋଗାଣ ସୁନିଶ୍ଚିତ କରିବା ସହିତ ଏଥିରେ ବାଧା ଉତ୍ପନ୍ନ ହେବା କ୍ଷେତ୍ରରେ ତୁରନ୍ତ ପୁନରୁଦ୍ଧାର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଆହୁରି, ଜରୁରି ଔଷଧ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ କରି ରଖିବା ସହ ଏଗୁଡ଼ିକର ବାଧାମୁକ୍ତ ପରିବହନ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟକାରୀ କରିବା ଲାଗି ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଜୱାଦ ବାତ୍ୟାରେ ପରିଣତ ହେବ। ଏହା ଡିସେମ୍ବର ୪ ତାରିଖ ୨୦୨୧ ଶନିବାର ସକାଳେ ଉତ୍ତର ଆନ୍ଧ୍ର ପ୍ରଦେଶ – ଓଡ଼ିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିବ। ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।

ପୂର୍ବରୁ କ୍ୟାବିନେଟ ସଚିବ ସମସ୍ତ ଉପକୂଳବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ/ଏଜେନ୍ସିଗୁଡ଼ିକ ସହିତ ପରିସ୍ଥିତି ଏବଂ ପ୍ରାକ ପ୍ରସ୍ତୁତି ସମୀକ୍ଷା କରିଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପରିସ୍ଥିତି ଉପରେ ୨୪ ଘଣ୍ଟା ନଜର ରଖିଛି ଏବଂ ରାଜ୍ୟ ସରକାର, କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ସହିତ ନିୟମିତ ଯୋଗାଯୋଗରେ ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟମାନଙ୍କୁ ପୂର୍ବରୁ ଏସଡିଆରଏଫର ପ୍ରଥମ କିସ୍ତି ଜାରି କରାଯାଇ ସାରିଛି। ଡଙ୍ଗା, ଗଛ କଟା ଯନ୍ତ୍ର, ଟେଲିକମ ଉପକରଣ ସହିତ ଏନଡିଆରଏଫର ୨୯ଟି ଦଳକୁ ପୂର୍ବରୁ ପ୍ରଭାବିତ ରାଜ୍ୟମାନଙ୍କରେ ମୁତୟନ କରାଯାଇ ସାରିଛି ଏବଂ ୩୩ଟି ଦଳକୁ ପ୍ରସ୍ତୁତ ରଖାଯାଇଛି।

ରିଲିଫ, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ପକ୍ଷରୁ ଜାହାଜ ଓ ହେଲିକପ୍ଟର ମୁତୟନ କରାଯାଇଛି। ବାୟୁ ସେନା ଏବଂ ସ୍ଥଳସେନାର ଇଞ୍ଜିନିୟରିଂ ଟାସ୍କ ଫୋର୍ସକୁ ଡଙ୍ଗା ଏବଂ ଉଦ୍ଧାରକାରୀ ଉପକରଣ ସହିତ ମୁତୟନ ଲାଗି ପ୍ରସ୍ତୁତ ରଖାଯାଇଛି। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ନିରୀକ୍ଷଣ ବିମାନ ଏବଂ ହେଲିକପ୍ଟର ଗୁଡ଼ିକର ନିରନ୍ତର ଆକାଶମାର୍ଗରୁ ନିରୀକ୍ଷଣ ଜାରି ରଖିଛନ୍ତି। ବିପର୍ଯ୍ୟୟ ଉଦ୍ଧାରକାରୀ ଦଳ ଏବଂ ମେଡ଼ିକାଲ ଦଳକୁ ପୂର୍ବ ଉପକୂଳରେ ବିଭିନ୍ନ ସ୍ଥାନରେ ପ୍ରସ୍ତୁତ ରଖାଯାଇଛି।

ବିଦ୍ୟୁତ ଯୋଗାଣ ସେବାକୁ ତୁରନ୍ତ ସ୍ୱାଭାବିକ କରିବା ଲାଗି ଟ୍ରାନ୍ସଫର୍ମ, ଡିଜିସେଟ ଏବଂ ଅନ୍ୟାନ୍ୟ ଉପକରଣ ସହିତ ଜରୁରିକାଳୀନ ମୁକାବିଲା ବ୍ୟବସ୍ଥାକୁ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସକ୍ରିୟ କରାଯାଇଛି। ଦୂରସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଟେଲିକମ ଟାୱାର ଏବଂ ଏକ୍ସଚେଞ୍ଜ ଉପରେ ଲଗାତାର ନଜର ରଖାଯାଇଛି ଏବଂ ଟେଲିକମ ନେଟୱର୍କକୁ  ସ୍ୱଭାବିକ କରିବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତି କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତୁତି ଏବଂ ପ୍ରଭାବିତ ଅଞ୍ଚଳରେ କୋଭିଡ ମୁକାବିଲା ପାଇଁ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଜାହାଜଗୁଡ଼ିକୁ ସୁରକ୍ଷିତ ରଖିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଜରୁରିକାଳୀନ ଜାହାଜଗୁଡ଼ିକୁ ମୁତୟନ କରାଯାଇଛି। ଉପକୂଳ ଅଞ୍ଚଳରେ ଥିବା କେମିକାଲ ଏବଂ ପେଟ୍ରୋକେମିକାଲ ୟୁନିଟ୍ ଭଳି ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ପାଇଁ ସତର୍କ ସୂଚନା ଜାରି ରଖିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।

ବିପଦସଙ୍କୁଳ କ୍ଷେତ୍ରରୁ ଲୋକମାନଙ୍କୁ ଉଦ୍ଧାର କରିବା ଲାଗି ପ୍ରସ୍ତୁତିରେ ରାଜ୍ୟ ଏଜେନ୍ସିଗୁଡ଼ିକୁ ଏନଡିଆରଏଫ ପକ୍ଷରୁ ସହାୟତା କରାଯାଉଛି। ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଲୋକମାନଙ୍କୁ ଅବଗତ କରାଇବା ଲାଗି ନିୟମିତ ଭାବେ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ଏନଡିଆରଏଫ ଡିଜି ଏବଂ ଆଇଏମଡି ଡିଜି ଅଂଶଗ୍ରହଣ କରିଥିଲେ।

ଜୱାଦ ବାତ୍ୟା ମୁକାବିଲା
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.