Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ପିନାକ’ର ପରିବର୍ଦ୍ଧିତ ଲକ୍ଷ୍ୟଭେଦ ବ୍ୟବସ୍ଥା ଏବଂ ନୂଆ ସ୍ୱଦେଶୀ ଫ୍ୟୁଜ ପ୍ରଣାଳୀର ସଫଳ ପରୀକ୍ଷା
ଆଜିର ଖବର

‘ପିନାକ’ର ପରିବର୍ଦ୍ଧିତ ଲକ୍ଷ୍ୟଭେଦ ବ୍ୟବସ୍ଥା ଏବଂ ନୂଆ ସ୍ୱଦେଶୀ ଫ୍ୟୁଜ ପ୍ରଣାଳୀର ସଫଳ ପରୀକ୍ଷା

December 11, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସ୍ୱଦେଶୀ କାରିଗରୀ ଓ ଜ୍ଞାନକୌଶଳରେ ନିର୍ମିତ ଭାରତର ମଲ୍ଟିପୁଲ ରକେଟ ଲଞ୍ଚର ‘ପିନାକ’ର ପରିବର୍ଦ୍ଧିତ ଲକ୍ଷ୍ୟଭେଦ ବ୍ୟବସ୍ଥା (ଏକ୍ସଟେଣ୍ଡେଡ ରେଞ୍ଜ ସିଷ୍ଟମ), ନିଜର ପ୍ରଭାବ ଅନ୍ତର୍ଭୁକ୍ତ କ୍ଷେତ୍ରରେ ବାହ୍ୟ ଅସ୍ତ୍ରଶସ୍ତ୍ର କ୍ଷେପଣାସ୍ତ୍ରକୁ ପ୍ରବେଶ କରାଇ ନ ଦେବାର ଦକ୍ଷତା (ଏରିଆ ଡିନାଏଲ ମ୍ୟୁନିସନ୍ସ) ତଥା ନୂଆ ସ୍ୱଦେଶୀ ସଂଯୋଜନ(ନ୍ୟୁ ଇଣ୍ଡିଜେନ୍‌ସ ଫ୍ୟୁଜେସ୍‌) ପ୍ରଣାଳୀର ସଫଳ ପରୀକ୍ଷା ବିଭିନ୍ନ ପରୀକ୍ଷଣ କେନ୍ଦ୍ରରେ ସମ୍ପନ୍ନ ହୋଇଛି। ପିନାକ-ଇଆର ମଲ୍ଟି ବ୍ୟାରେଲ ରକେଟ ଲଞ୍ଚର ସିଷ୍ଟମର ଏହି ସଫଳ ପରୀକ୍ଷା ପୋଖରାନ୍ ରେଞ୍ଜରେ କରାଯାଇଛି।

ଏହି  କ୍ଷେପଣାସ୍ତ୍ର ଲଂଚର ବ୍ୟବସ୍ଥାଟିର ଡିଜାଇନ ମିଳିତଭାବେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ)ର ବିଭିନ୍ନ ପରୀକ୍ଷାଗାର, ପୁଣେର ଅସ୍ତ୍ରଶସ୍ତ୍ର ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଏଆରଡିଇ) ଏବଂ ପୁଣେର ଉଚ୍ଚ ଊର୍ଜ୍ଜା ସାମଗ୍ରୀ ଗବେଷଣା ପରୀକ୍ଷାଗାର (ଏଚଇଏମ୍‌ଆରଏଲ୍‌) ଦ୍ୱାରା ପ୍ରସ୍ତୁତ ହୋଇଛି।

ପିନାକର ପରିବର୍ଦ୍ଧିତ ପ୍ରୟୋଗ ରେଞ୍ଜର ପ୍ରଦର୍ଶନ ଓ ଦକ୍ଷତାକୁ ପରଖିବା ପରେ ଡିଆରଡିଓ ଏହି ଟେକ୍‌ନୋଲୋଜି ସିଷ୍ଟମକୁ ସମ୍ପୃକ୍ତ ଉଦ୍ୟୋଗକୁ ଉତ୍ପାଦନ ପାଇଁ ହସ୍ତାନ୍ତର କରିଥିଲା। ସମ୍ପୃକ୍ତ ଅଂଶୀଦାର ଉଦ୍ୟୋଗ  ଡିଆରଡିଓର ତତ୍ତ୍ୱାବଧାନରେ ପରିବର୍ଦ୍ଧିତ ପିନାକ ଏମକେ-୧ ରକେଟମାନ ଉତ୍ପାଦନ କରିଛି। ଏହି ରକେଟ ସବୁର ଗୁଣମାନକୁ ଡିଆରଡିଏ ଉତ୍ପାଦନର ପ୍ରତ୍ୟେକ ସ୍ତରରେ ଭଲଭାବେ ପରୀକ୍ଷାନିରୀକ୍ଷା କରିଥିଲା।

ଟେକ୍‌ନୋଲୋଜି ହସ୍ତାନ୍ତର ପ୍ରକ୍ରିୟା ଭିତ୍ତିରେ ସମ୍ପୃକ୍ତ ଉଦ୍ୟୋଗ ଦ୍ୱାରା ନିର୍ମିତ ରକେଟଗୁଡିକର ମାନ, ଗୁଣ ଓ ଦକ୍ଷତାକୁ ନିରୀକ୍ଷଣ କରାଯାଇ ଏହାର ପରୀକ୍ଷା ପାଇଁ ଅନୁମତି ଦିଆଯାଇଥିଲା। ଡିଆରଡିଓର ପ୍ରତ୍ୟକ୍ଷ ତଦାରଖରେ ଏହି ରକେଟ ଉତ୍ପାଦନ କରାଯାଉଛି ଏବଂ ଏହାର ଦକ୍ଷତା ଓ ମାନକୁ ଡିଜାଇନ ଅନୁସାରେ ସୁନିଶ୍ଚିତ କରାଯାଇଛି।

ବିଗତ ତିନିଦିନ ଧରି ଏହି ରକେଟଗୁଡିକର ପରୀକ୍ଷା ଡିଆରଡିଓ ପକ୍ଷରୁ ସ୍ଥଳସେନାର ସହଯୋଗରେ ଦେଶର ବିଭିନ୍ନ ଫିଲ୍ଡ ଫାଏରିଂ ରେଞ୍ଜରେ କରାଯାଇଥିଲା। ଏହି ପରୀକ୍ଷାବେଳେ ସମ୍ପୃକ୍ତ ରକେଟଗୁଡିକରେ ବିଭିନ୍ନ ପ୍ରକାରର  ଓ ଓଜନର ଯୁଦ୍ଧାସ୍ତ୍ର (ୱାରହେଡ) ଖଞ୍ଜାଯାଇ ତାହାର ପ୍ରୟୋଗ   କରାଯାଇଥିଲା। ସମସ୍ତ ପରୀକ୍ଷଣ ସଫଳ ଓ ସନ୍ତୋଷଜନକ ହୋଇଛି। ଦେଶର ବିଭିନ୍ନ ଫାଏରିଙ୍ଗ ରେଞ୍ଜରୁ ଏଭଳି ୨୪ଟି ରକେଟ ପରୀକ୍ଷା କରାଯାଇଛି। ଲକ୍ଷ୍ୟଭେଦ କରିବାରେ ଏସବୁ ରକେଟ ସଫଳ ହୋଇଛି ଏବଂ ଏହା ତ୍ରୁଟିଶୂନ୍ୟ ରହିଛି। ଏଥି ସହିତ ଉତ୍ପାଦକଙ୍କୁ ଯେଉଁ ଟେକ୍‌ନୋଲୋଜି ହସ୍ତାନ୍ତର ହୋଇ ଉପଯୁକ୍ତ ରକେଟ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା ସେ ପର୍ଯ୍ୟାୟ ସଫଳତାର ସହିତ ଶେଷ ହୋଇଛି। ଏବେ ସମ୍ପୃକ୍ତ ଅଂଶୀଦାର ଉଦ୍ୟୋଗ ଏହି ରକେଟ ସିଷ୍ଟମର ବହୁଳ ଉତ୍ପାଦନ ପାଇଁ ପ୍ରସ୍ତୁତ।

ପିନାକ-ଇଆର, ପୂର୍ବ ପିନାକ କ୍ଷେପଣାସ୍ତ୍ର ବ୍ୟବସ୍ଥାର ପରିବର୍ଦ୍ଧିତ ଓ ଉନ୍ନତ ସଂସ୍କରଣ। ଗତ ଦଶକରେ ପିନାକ ଭାରତୀୟ ସେନା ଦ୍ୱାରା ବ୍ୟବହୃତ ହେଉଥିଲା। ନୂଆ ଟେକ୍‌ନୋଲୋଜିର ପ୍ରୟୋଗ କରାଯାଇ ପିନାକର ଦକ୍ଷତା  ଓ ଲକ୍ଷ୍ୟଭେଦ ପରିସରକୁ ଏବେ ବଢାଇବାକୁ ଭାରତ ସକ୍ଷମ ହୋଇଛି। ପରିବର୍ତ୍ତିତ ପରିସ୍ଥିତିର ଆବଶ୍ୟକତା ପୂରଣ ଏବଂ ପ୍ରତିରକ୍ଷା ବାହିନୀର ଦକ୍ଷତା ବୃଦ୍ଧିରେ ଏହା ସହାୟକ ହେବ।

ପିନାକର ନୂଆ ଏରିଆ ଡିନାଏଲ ମ୍ୟୁନିସେନ୍ (ଏଡିଏମ୍‌) ଶ୍ରେଣୀର ରକେଟକୁ ପୋଖରାନ ସ୍ଥିତି ଫିଲ୍‌ଡ ଫାଏରିଂ ରେଞ୍ଜରେ ସଫଳତାର ସହ ପରୀକ୍ଷା କରାଯାଇଛି। ନୂଆ ଟେକ୍‌ନୋଲୋଜି ପ୍ରୟୋଗ ଦ୍ୱାରା ପିନାକ ରକେଟ୍ସର ଶକ୍ତି, ସାମର୍ଥ୍ୟ ଓ ଲକ୍ଷ୍ୟଭେଦ କ୍ଷମତା କିପରି ବଢିଛି ତାହା ନିର୍ଣ୍ଣୟ କରିବା ଥିଲା ଏହି ପରୀକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।

ପିନାକ ରକେଟର ପ୍ରକ୍ସିମିଟି ଫ୍ୟୁଜ ବ୍ୟବସ୍ଥା ସ୍ୱଦେଶୀ କାରିଗରୀ  ଜ୍ଞାନ କୌଶଳରେ ବିକଶିତ ହୋଇଛି। ପୁଣେର ଏଆରଡିଇ ପିନାକ ପାଇଁ ବିଭିନ୍ନ ଫ୍ୟୁଜ ବିକଶିତ କରିଛି। ବିଭିନ୍ନ ପ୍ରକାରର ବ୍ୟବହାର ପାଇଁ ଏହି ଫ୍ୟୁଜକୁ ବ୍ୟବହାର କରାଯିବ। କ୍ରମାଗତ ଭାବେ ବିଭିନ୍ନ ପରୀକ୍ଷା କରାଯାଇ ଏହି ଫୁଜର ଦକ୍ଷତା ଓ କାରିଗରୀ ଶକ୍ତିକୁ ଆକଳନ କରାଯାଇଛି। ଏହି କାର୍ଯ୍ୟ ସନ୍ତୋଷଜନକ ରହିଛି।

ପ୍ରଥମଥର ପାଇଁ ଫ୍ୟୁଜ ଟେକ୍‌ନୋଲୋଜି ଦେଶୀୟ ଜ୍ଞାନ କୌଶଳରେ ବିକଶିତ କରାଯାଇଛି। ଏଥିପାଇଁ ନିରନ୍ତର ଚାଲିଥିବା ଗବେଷଣା ଓ ଉନ୍ନୟନ କାର୍ଯ୍ୟ ସଫଳ ପ୍ରମାଣିତ ହୋଇଛି। ଏହା ଫଳରେ ଭାରତ ଆଉ ଆମଦାନୀ ହେଉଥିବା ବିଦେଶୀ ଫ୍ୟୁଜ ଉପରେ ନିର୍ଭର କରିବ ନାହିଁ। ଏହାଫଳରେ ଦେଶର ମୂଲ୍ୟବାନ ବୈଦେଶିକ ମୁଦ୍ରା ବଂଚିବ। ଏଆରଡିଇ ମଧ୍ୟ ଏଡିଏମ୍ ପାଇଁ କ୍ଷୁଦ୍ର ଫ୍ୟୁଜର ଡିଜାଇନ କରିଛି। ସାମ୍ପ୍ରତି କ ପରୀକ୍ଷଣ ସମୟରେ ଟ୍ୟାଙ୍କ ବିଧ୍ୱଂସୀ ଏଟିଏମ୍ ଓ ଡିଏସ୍‌ଡି ଫ୍ୟୁଜର ଦ୍ୱୈତ ପରୀକ୍ଷା ମଧ୍ୟ ସଫଳ ହୋଇଛି।

ମୋଟାମୋଟି ଭାବେ ପିନାକର ପରିବର୍ଦ୍ଧିତ ସଂସ୍କରଣକୁ ଉତ୍ପାଦନ ପାଇଁ ସବୁଜ ସଙ୍କେତ ଦେବା ନିମନ୍ତେ ଯେଉଁସବୁ ଗୁ୍‌ରୁତ୍ୱପୂର୍ଣ୍ଣ ପରକ୍ଷୀ କରାଯାଇଥିଲା ତାହା ସଫଳ ଓ ସନ୍ତୋଷଜନକ ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଏୟାର ଇଣ୍ଡିଆ ବିମାନ ଅପହରଣ ଉଦ୍ୟମ?: ୯ ଯାତ୍ରୀ ଅଟକ

September 22, 2025

“ଆମ ପୋଲିସ୍” ପ୍ରକଳ୍ପ ଅନ୍ତର୍ଗତ ବୋଲଗଡ଼ ଥାନାରେ ସଂଳାପ ସଭା ଅନୁଷ୍ଠିତ

September 22, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେନି ବାଚସ୍ପତି, ଗୃହ ମଧ୍ୟରେ ହଟ୍ଟଗୋଳ

September 22, 2025

ଧୂଳିସାତ ହେବ କି ପାକିସ୍ତାନର ଏସିଆ କପ୍ ଫାଇନାଲ ଖେଳିବା ସ୍ଵପ୍ନ?: ଜାଣନ୍ତୁ ସମୀକରଣ

September 22, 2025
Latest News

ଏୟାର ଇଣ୍ଡିଆ ବିମାନ ଅପହରଣ ଉଦ୍ୟମ?: ୯ ଯାତ୍ରୀ ଅଟକ

September 22, 2025

“ଆମ ପୋଲିସ୍” ପ୍ରକଳ୍ପ ଅନ୍ତର୍ଗତ ବୋଲଗଡ଼ ଥାନାରେ ସଂଳାପ ସଭା ଅନୁଷ୍ଠିତ

September 22, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେନି ବାଚସ୍ପତି, ଗୃହ ମଧ୍ୟରେ ହଟ୍ଟଗୋଳ

September 22, 2025

ଧୂଳିସାତ ହେବ କି ପାକିସ୍ତାନର ଏସିଆ କପ୍ ଫାଇନାଲ ଖେଳିବା ସ୍ଵପ୍ନ?: ଜାଣନ୍ତୁ ସମୀକରଣ

September 22, 2025

‘ସ୍ଵସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ ଅଧୀନରେ ଆଇଆଇଟି ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.