ମହିମା ସେଠୀଙ୍କୁ କବିତା ପୁସ୍ତକ ପାଇଁ ମିଳିଲା ସାରଳା ଯୁବ ପୁରସ୍କାର

Published: Dec 11, 2021, 9:06 pm IST

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରସ୍ୱତ ପୀଠ ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଏକ ଭବ୍ୟ ସମାରୋହରେ ବିଶିଷ୍ଟ ଯୁବ କବୀ ଇଂ ମହିମା ସେଠୀଙ୍କ “Ink From Night Skies” କବିତା ଗ୍ରନ୍ଥ ପାଇଁ ମିଳିଲା ସାରଳା ଯୁବ ପୁରସ୍କାର। ପୁରସ୍କାର ସ୍ୱରୂପ ୨୫ ହଜାର ଟଙ୍କା ଅର୍ଥରାଶି, ମାନପତ୍ର ଓ ଉପଢୌକନ ଦିଆଯାଇଥିଲା ।

ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଡ. ଇଂ ପ୍ରଭାକର ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେଭେନ୍ସା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଇଂରାଜୀ ସାହିତି୍ୟକ ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ମହାନ୍ତି, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଫେସର ଡ. ପ୍ରଭାକର ପାଲ୍‌କା, ମାଡ୍ରାସ୍‌ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ୟ ପ୍ରଫେସର ଡ. ଏସ୍‌. ଅର୍ମଷ୍ଟ୍ରଙ୍ଗ ଏବଂ ବିଶିଷ୍ଟ ଇଂରାଜୀ କବି ଡ. ରବୀନ୍ଦ୍ର କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗ୍ରନ୍ଥ ଉପରେ ବିଶଦ ଆଲୋଚନା କରିଥିଲେ ।

Related posts