Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ବାସୀଙ୍କ ଭାବାବେଗକୁ ଧୋକା ଦେଲା ସେଲଭାମ ଚେରିଟେବୁଲ ଟ୍ରଷ୍ଟ
ଆଜିର ଖବର

କଳାହାଣ୍ଡି ବାସୀଙ୍କ ଭାବାବେଗକୁ ଧୋକା ଦେଲା ସେଲଭାମ ଚେରିଟେବୁଲ ଟ୍ରଷ୍ଟ

December 12, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜାରିଙ୍ଗଠାରେ ମେଡିକାଲ କଲେଜ ସ୍ଥାପନ ହେବା ପରେ ଅତ୍ୟାଧୁନିକ ଚିକିତ୍ସା ସେବା ମିଳିପାରିବ ବୋଲି ସମଗ୍ର ଜିଲ୍ଲାବାସୀଙ୍କ ବହୁ ଆଶା ଆକାଂକ୍ଷା ଥିଲା। ହେଲେ କଳାହାଣ୍ଡିବାସୀଙ୍କ ଭାବେବେଗ ସହ ଖେଳ ଖେଳି ମେଡିକାଲ କଲେଜ ସ୍ଥାପନ ଦାୟୀତ୍ୱ ନେଇଥିବା ସେଲଭାମ ଏଡୁକେସନାଲ ଚାରିଟେବୁଲ ଟ୍ରଷ୍ଟ ସମଗ୍ର ଜିଲ୍ଲାବାସୀଙ୍କୁ ଧୋକା ଦେଇଥିବା ପ୍ରମାଣିତ ହୋଇଯାଇଛି। ଫଳରେ ଜିଲ୍ଲାବାସୀଙ୍କ ଭାବାବେଗରେ ଜଡିତ ଆଶା ଆକାଂକ୍ଷା ଧୂଳିସାତ ହୋଇଯାଇଛି।

ଅବହେଲିତ କଳାହାଣ୍ଡି ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ଜନସାଧାରଣଙ୍କୁ ଚିକିତ୍ସା ସେବା ଯୋଗାଇଦେବା ନିମନ୍ତେ ତତ୍କାଳୀନ ଧର୍ମଗଡ ଉପଜିଲ୍ଲାପାଳଙ୍କ ଉଦ୍ୟମ କ୍ରମେ ଭବାନୀପାଟଣା-ଜୁନାଗଡ ଏନଏଚ-୨୬ ( ପ୍ରାକ୍ତନ ଏନଏଚ-୨୦୧) ରାସ୍ତା ପାର୍ଶ୍ଵରେ ଜାରିଙ୍ଗ ଠାରେ ୨୫ ଏକର ସରକାରୀ ଜମି ଲିଜ କେଶ ନଂ.୦୧/୨୦୦୬ ଅନୁସାରେ ପ୍ଲଟ ନଂ.୮୦୭/୯୧୯ ରେ ୨୨ ଏକର ଓ ପ୍ଲଟ ନଂ. ୨୩୫/୯୧୮ ରେ ୩ ଏକର ଜମି ଚେୟାରମେନ, ସେଲଭାମ ଏଡୁକେସନାଲ ଚେରିଟେବୁଲ ଟ୍ରଷ୍ଟ ଙ୍କ ନାମରେ ଖାତା ନଂ.୨୨୭/୫୧ ଅନୁସାରେ ହସ୍ତାନ୍ତର କରାଯାଇ ଥିଲା।

ସେହିପରି ପ୍ରସ୍ତାବିତ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ପର୍ଯ୍ୟାପ୍ତ ସରକାରୀ ସହାୟତା ପାଣ୍ଠି ଯୋଗାଇ ଦିଆ ଯାଇଥିଲା। ତଦନୁସାରେ ସେଲଭାମ ଏଡୁକେସନାଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ବିଲଡିଂ ସବୁ ନିର୍ମାଣ କରାଯାଇ ଛାତ୍ରଛାତ୍ରୀ ମାନଙ୍କ ଜଏନିଂ କରାଯାଇଥିଲା। ହେଲେ ମେଡିକାଲ କାଉନସିଲ ର ସମସ୍ତ ନିୟମାବଳୀ ପୂରଣ କରିପାରିନଥିବା ହେତୁ ସେହି କଲେଜ ବନ୍ଦ ହୋଇଯାଇଥିବା ଜଣାପଡିଛି। ବର୍ତ୍ତମାନ ସେସଂକ୍ରାନ୍ତରେ କେଶ ଚାଲିଥିବା ମଧ୍ୟ ଜଣାପଡିଛି।

ଅନ୍ୟପକ୍ଷରେ କଳାହାଣ୍ଡି ବାସୀଙ୍କ ଭାବେବେଗ ସହ ଜଡିତ ଏବଂ ସରକାରୀ ଜମି ଓ ପାଣ୍ଠି ଯୋଗାଇ ଦିଆଯାଇଥିବା ବେଳେ ଟ୍ରଷ୍ଟ ପକ୍ଷରୁ ଆବଶ୍ୟକୀୟ ଆନୁସଙ୍ଗିକ ବ୍ୟବସ୍ଥା ଏବଂ ମେଡିକାଲ ଶିକ୍ଷାଦାନ ବ୍ୟବସ୍ଥା କରିବାରେ ଅବହେଲା କରାଯାଇଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ମେଡିକାଲ ଶିକ୍ଷାଲାଭ ଏବଂ ଚିକିତ୍ସା ସେବା ପାଇବାରେ କଳାହାଣ୍ଡି ବାସୀ ବଂଚିତ ହୋଇଯାଇଛନ୍ତି।

ମେଡିକାଲ କଲେଜ ବନ୍ଦ ହେବାପରେ ବର୍ତ୍ତମାନ ଜମି ମାଫିଆ ମାନଙ୍କ ଲୋଲୁପ ଦୃଷ୍ଟି ସେହି ମୂଲ୍ୟବାନ ଜମି ସବୁ ଉପରେ ପଡିଥିବା ଦେଖାଯାଉଛି। ପ୍ରଥମ ପର୍ଯ୍ୟାୟରେ ମେଡିକାଲ କଲେଜ ପକ୍ଷରୁ ଷ୍ଟାଫ କ୍ୱାଟର ନିର୍ମାଣ କରାଯିବାକୁ ଏନଏଚ ପାଶ୍ୱର୍ସ୍ଥ ଜାରିଙ୍ଗ ସଂଲଗ୍ନିତ ଘଂଟବାହାଲି ମୌଜାର ବୃନ୍ଦାବତୀ ସ୍ୱାମୀ- ରାମଦାସ ସାହୁଙ୍କ ଠାରୁ ଖାତାନଂ.୯୦ ମଧ୍ୟରୁ ନଅ (୯) ଏକର ଜମି ସେଲଭାମ ଏଡୁକେସନାଲ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷଙ୍କ ପତ୍ନୀ ସୋଫିଆ ରାଜି ଓ ତାଙ୍କ ପୁତ୍ର ମାନଙ୍କ ନାମରେ କିଣାଯାଇ ଖାତା ନଂ. ୧୫୧/୬୩ ରେ ରଖାଯାଇଥିଲା। ସେହି ନଅ ଏକର ଜମିକୁ ଜୁନାଗଡସ୍ଥିତ ଶଙ୍କରଲାଲ ଅଗ୍ରୱାଲ କିଣିନେଇ ଗତ ୨୦୨୦ ରେ ମ୍ୟୁଟେସନ ମରି ଖାତା ନଂ.୧୫୧/୭୭ ରେ ନିଜ ନାମରେ କରାଇନେଇଥିବା ଜଣାପଡିଛି। ଏନଏଚ-୨୬ ପାଶ୍ୱର୍ରେ ଥିବା ଏହି ଜମି ରେ ବର୍ତ୍ତମାନ ପ୍ଲଟିଂ କରାଯାଇ ବିକ୍ରୀ କରିବାକୁ ଯୋଜନା କରାଯାଉଥିବା ଦେଖାଯାଉଛି।

କଳାହାଣ୍ଡି ଜିଲ୍ଲାରେ ଅତୀତରେ ଚିଟଫଣ୍ଡ ଜମି, ଦେବୋତ୍ତର ଜମିକୁ ମାଫିଆ ମାନଙ୍କ ଦ୍ୱାରା କିଣାଯାଇ ପ୍ଲଟିଂ କରାଯାଉଥିବା ଅନେକ ଅଭିଯୋଗ ହେଉଥିବା ବେଳେ ଜୁନାଗଡରେ ମଧ୍ୟ ମନ୍ଦିର ଜମିକୁ ହାତେଇ ନେଇ ପ୍ଲଟିଂ କରାଯାଇ ବିକ୍ରୀ କରାଯାଇଥିବା ଅଭିଯୋଗ ହୋଇଛି। ଏପରିସ୍ଥଳେ ଘଂଟବାହାଲିସ୍ଥ ଏହି ଜମି ଯଦିଓ ଟ୍ରଷ୍ଟ ମାଲିକ ସର୍ଦ୍ଦାର ରାଜାଙ୍କ ପରିବାର ଲୋକଙ୍କ ନାମରେଥିଲା, ତଥାପି ଏହା ମେଡିକାଲ କଲେଜର ଆନୁସଙ୍ଗିକ ବିଲଡିଂ ନିର୍ମାଣ ପାଇଁ ହିଁ ରଖାଯାଇଥିବା ବେଳେ ସେହି ଜମିକୁ ହସ୍ତାନ୍ତର କରିନେଇ ପ୍ଲଟିଂ କରାଯିବା କଳାହାଣ୍ଡି ଜିଲ୍ଲାବାସୀଙ୍କ ଭାବାବେଗ ପ୍ରତି କୁଠାରାଘାତ ନୁହେଁ କି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

ଚିକିତ୍ସା ସେବା ଜାରିଙ୍ଗ ମେଡିକାଲ କଲେଜ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.