Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଅନୁସୂଚୀତ ଜାତି/ଅନୁସୂଚୀତ ଜନଜାତିଙ୍କ ଉପରେ ଅତ୍ୟାଚାର ବିରୋଧରେ ଜାତୀୟ ହେଲ୍ପଲାଇନର ଶୁଭାରମ୍ଭ
ଅପରାଧ

ଅନୁସୂଚୀତ ଜାତି/ଅନୁସୂଚୀତ ଜନଜାତିଙ୍କ ଉପରେ ଅତ୍ୟାଚାର ବିରୋଧରେ ଜାତୀୟ ହେଲ୍ପଲାଇନର ଶୁଭାରମ୍ଭ

December 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡା. ବିରେନ୍ଦ୍ର କୁମାର ଆଜି  ଅତ୍ୟାଚାର ବିରୋଧରେ ଜାତୀୟ ହେଲ୍ପଲାଇନ (ଏନଏଚଏଏ) ର ଶୁଭାରମ୍ଭ କରିଛନ୍ତି। ଏହି ହେଲ୍‌ପଲାଇନଟି ଶୁଳ୍କମୁକ୍ତ ନମ୍ବର ‘‘14566’’ ରେ ସାରା ଦେଶରେ ସର୍ବଦା ହିନ୍ଦୀ, ଇଂରାଜୀ ଓ ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳର ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ।

ଏହି ହେଲ୍‌ପ ଲାଇନ ନମ୍ବର ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି (ଅତ୍ୟାଚାରର ପ୍ରତିକାର) (ପିଓଏ) ଅଧିନିୟମ, 1989 ର ଉପଯୁକ୍ତ କାର୍ଯ୍ୟାନ୍ବୟନକୁ ସୁନିଶ୍ଚିତ କରିବ। ଏହି ସେବାକୁ ସାରା ଦେଶରେ ଯେକୌଣସି ଟେଲିକମ ଅପରେଟରରେ ମୋବାଇଲ୍ ବା ଲ୍ୟାଣ୍ଡ ଲାଇନ୍ ନମ୍ବରରୁ ଭଏସ କଲ୍/ ଭିଓଆଇପି  ମାଧ୍ୟମରେ ଉପଲବ୍ଧ କରାଯାଇପାରିବ। ଏହି ପିଓଏ ଅଧିନିୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନୁସୂଚୀତ ଜାତି (ଏସସି) ଓ ଅନୁସୂଚୀତ ଜନଜାତି (ଏସଟି) ଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିକାର କରିବା।

ଏହା ମଧ୍ୟ ଏକ ୱେବଭିତ୍ତିକ ସେଲ୍‌ଫ ସର୍ଭିସ୍ ପୋର୍ଟାଲ୍ ଭାବରେ କାର୍ଯ୍ୟ କରିବ। ଏନଏଚଏଏ  ଅତ୍ୟାଚାରର ପ୍ରତିକାର (ପିଓଏ) ଅଧିନିୟମ 1989 ଓ ନାଗରିକ ଅଧିକାରର ସୁରକ୍ଷା (ପିସିଆର) ଅଧିନିୟମ, 1955 ର ବିଭିନ୍ନ ବ୍ୟବସ୍ଥା ସମ୍ବନ୍ଧରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ। ଏହାର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଭେଦଭାବର ସମାପ୍ତି କରିବା। ଏହା  ନିଶ୍ଚିତ କରିବ ଯେ ପ୍ରତ୍ୟେକ ଅଭିଯୋଗ ଏଫ୍ଆଇଆର୍ ଭାବରେ ପଞ୍ଜୀକୃତ ହୋଇଛି, ରିଲିଫ୍ ପ୍ରଦାନ କରାଯାଇଛି, ସମସ୍ତ ପଞ୍ଜୀକୃତ ଅଭିଯୋଗର ଯାଞ୍ଚ କରାଯାଇଛି ଏବଂ ଦାଖଲ ହୋଇଥିବା ସମସ୍ତ ଚାର୍ଜସିଟ୍ ନିଷ୍ପତ୍ତି ପାଇଁ କୋର୍ଟରେ ଦାଖଲ କରାଯାଇଛି ଏବଂ ଏହାକୁ ଆଇନରେ ଦିଆଯାଇଥିବା ସମୟସୀମା ମଧ୍ୟରେ କରାଯିବ।

(କ) ହେଲ୍‌ପଲାଇନ ସମ୍ବନ୍ଧରେ ମୌଳିକ ସବିଶେଷ:

– ଶୁଳ୍କମୁକ୍ତ ସେବା

– ଏହି ସେବାକୁ ସାରା ଦେଶରେ ଯେକୌଣସି ଟେଲିକମ ଅପରେଟରରେ ମୋବାଇଲ୍ ବା ଲ୍ୟାଣ୍ଡ ଲାଇନ୍ ନମ୍ବରରୁ ଭଏସ କଲ୍/ ଭିଓଆଇପି  ମାଧ୍ୟମରେ ଉପଲବ୍ଧ କରାଯାଇପାରିବ।

– ସେବାର ଉପଲବ୍ଧ: ଦିନ ରାତି

– ଏହି ସେବା ହିନ୍ଦୀ, ଇଂରାଜୀ ଓ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଆଞ୍ଚଳିକ ଭାଷାରେ ଉପଲବ୍ଧ ହୋଇପାରିବ।

– ମୋବାଇଲ ଆପ୍ଲିକେସନ ମଧ୍ୟ ଉପଲବ୍ଧ ରହିଛି

(ଖ) ହେଲ୍‌ପଲାଇନର ବୈଶିଷ୍ଟ୍ୟ:-

– ଅଭିଯୋଗ ନିବାରଣ: ପୀଡ଼ିତ/ ଅଭିଯୋଗକାରୀ/ଏନଜିଓ ମାନଙ୍କ ଠାରୁ ପିସିଆର ଅଧିନିୟମ 1955 ଓ ପିଓଏ ଅଧିନିୟମ 1989 ର ଅଣ-ଅନୁପାଳନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପ୍ରତ୍ୟେକ ଅଭିଯୋଗ ପାଇଁ ଡକେଟ୍ ନମ୍ବର ପ୍ରଦାନ କରାଯିବ।

– ଟ୍ରାକିଂ ସିଷ୍ଟମ: ଅଭିଯୋଗର ସ୍ଥିତିକୁ ଅଭିଯୋଗକାରୀ/ଏନଜିଓ ମାନଙ୍କ ଦ୍ବାରା ଅନଲାଇନ ମାଧ୍ୟମରେ ଯାଞ୍ଚ କରାଯାଇପାରିବ।

– ଅଧିନିୟମର ଅଟୋ ଅନୁପାଳନ: ପୀଡିତାଙ୍କ ସହ ଜଡିତ କାର୍ଯ୍ୟଗୁଡ଼ିକର ପ୍ରତ୍ୟେକ ବ୍ୟବସ୍ଥାକୁ ଅନୁଧ୍ୟାନ କରାଯିବ ଏବଂ ବାର୍ତ୍ତା/ଇ-ମେଲ ପଠାଇବା ସହିତ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର କାର୍ଯ୍ୟକାରୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ/ରିମାଇଣ୍ଡର ଜରିଆରେ ଏହି ଅଧିନିୟମର ଅନୁପାଳନ ସୁନିଶ୍ଚିତ କରାଯିବ।

– ସଚେତନତା ସୃଷ୍ଟି: ଯେକୌଣସି ଅନୁସନ୍ଧାନକୁ ଆଇଭିଆର ବା ହିନ୍ଦୀ, ଇଂରାଜୀ ଓ ଆଞ୍ଚଳିକ ଭାଷାରେ ଉତ୍ତର ପ୍ରଦାନ କରାଯିବ।

– ରାଜ୍ୟ/ୟୁଟି ପାଇଁ ଡାସବୋର୍ଡ଼: କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର ଭିଜନ  (ଅତ୍ୟାଚାର ମାମଲା ମଧ୍ୟ ହ୍ରାସ କରିବାର ବ୍ୟବସ୍ଥା) ର ଡ୍ୟାସବୋର୍ଡରେ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର କେପିଆଇ ଗୁଡିକ ଉପଲବ୍ଧ ହେବ ଯାହା ପିସିଆର ଅଧିନିୟମ, 1955 ଏବଂ ପିଓଏ ଅଧିନିୟମ, 1989 କାର୍ଯ୍ୟକାରୀ କରିବା ପାଇଁ ଉଦ୍ଦିଷ୍ଟ।

– ମତାମତ ପ୍ରଣାଳୀ ଉପଲବ୍ଧ ରହିଛି

– ଗୋଟିଏ ପଏଣ୍ଟରେ ଯୋଗାଯୋଗ ବିଷୟକୁ ମଧ୍ୟ ଗ୍ରହଣ କରାଯାଇଛି।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ସିପିଗ୍ରାମ୍ସ ପୋର୍ଟାଲରେ ଅଭିଯୋଗର ମିଳିଲା ସୁଫଳ: ନଳକୂପ ସମସ୍ୟାର ହେଲା ସମାଧାନ

November 6, 2025

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟ

November 6, 2025

ସେବାରେ ନିୟୋଜିତ ହେଲା ଭାରତୀୟ ନୌସେନାର ନୂତନ ସର୍ଭେକ୍ଷଣ ଜାହାଜ “ଇକ୍ଷକ”

November 6, 2025

JNU ଛାତ୍ର ସଂଘ ନିର୍ବାଚନ: ସମସ୍ତ ଚାରୋଟି ଆସନରେ ବିଜୟୀ ହେଲା ​​ବାମପନ୍ଥୀ ଦଳ

November 6, 2025
Jindal Ads
BJP Ads
Latest News

CM in Nuapada: ନୂଆପଡା ଉପନିର୍ବାଚନ ପ୍ରଚାରରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ , ନବୀନଙ୍କୁ ସିଧା ଟାର୍ଗେଟ

November 6, 2025

ସିପିଗ୍ରାମ୍ସ ପୋର୍ଟାଲରେ ଅଭିଯୋଗର ମିଳିଲା ସୁଫଳ: ନଳକୂପ ସମସ୍ୟାର ହେଲା ସମାଧାନ

November 6, 2025

ନୂଆପଡାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ବିଜେଡି ଓ କଂଗ୍ରେସକୁ କଲେ ଟାର୍ଗେଟ

November 6, 2025

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟ

November 6, 2025

ସେବାରେ ନିୟୋଜିତ ହେଲା ଭାରତୀୟ ନୌସେନାର ନୂତନ ସର୍ଭେକ୍ଷଣ ଜାହାଜ “ଇକ୍ଷକ”

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.