Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଶ୍ଚିମବଙ୍ଗରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସ୍ଥଗିତ
ଜାତୀୟ ଖବର

ପଶ୍ଚିମବଙ୍ଗରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସ୍ଥଗିତ

November 21, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Voter list revision process suspended in West Bengal

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଫଟୋ ଭୋଟର ତାଲିକା-୨୦୨୭ର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍‌ଏସ୍‌ଆର୍‌) ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ଆସନ୍ତା ନଭେମ୍ବର ୨୩ ତାରିଖରୁ ସମଗ୍ର ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଚିଠା ତାଲିକା ପ୍ରକାଶ ପାଇବା ସହ ନୂଆ ନାମ ପଞ୍ଜୀକରଣ ଓ ସଂଶୋଧନ ଆବେଦନ ଗ୍ରହଣ କରାଯିବାର ଥିଲା। ତେବେ ନିର୍ବାଚନ କମିଶନ ପକ୍ଷରୁ ଜାରି ବିଜ୍ଞପ୍ତିରେ “ବହୁବିଧ କାରଣ” ଦର୍ଶାଇ ଏହି ପ୍ରକ୍ରିୟାକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ପରିବର୍ତ୍ତିତ କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି କୁହାଯାଇଛି। ପ୍ରକାଶ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୨୩ ତାରିଖରେ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ ପାଇବାର ଥିଲା। ଏହାସହିତ ଭୋଟରମାନଙ୍କ ଦାବି, ଆପତ୍ତି, ନୂତନ ନାମ ପଞ୍ଜୀକରଣ ଏବଂ ସଂଶୋଧନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥାନ୍ତା ଏବଂ ଚୂଡ଼ାନ୍ତ ଭୋଟର ତାଲିକା ଜାନୁଆରୀ ୧୬, ୨୦୨୭ରେ ପ୍ରକାଶ ପାଇବାର କାର୍ଯ୍ୟକ୍ରମ ରହିଥିଲା। ତେବେ ପଶ୍ଚିମବଙ୍ଗ ସିଇଓ କାର୍ଯ୍ୟାଳୟ ପକ୍ଷରୁ ଏହି ସ୍ଥଗିତାଦେଶ ପଛର ନିର୍ଦ୍ଦିଷ୍ଟ କାରଣ ସ୍ପଷ୍ଟ କରାଯାଇ ନାହିଁ। କେବଳ ଏତିକି ସୂଚନା ଦିଆଯାଇଛି ଯେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନର ପରିବର୍ତ୍ତିତ କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯିବ।

suspended Voter List West Bengal
Share. Facebook Twitter LinkedIn Email WhatsApp Copy Link

Related Posts

ଆୟୁଷ୍ମାନ କାର୍ଡଧାରୀ ସାବଧାନ! ଏହି ଚିକିତ୍ସା ପାଇଁ ମିଳିବନି ଟଙ୍କା

November 21, 2026

‘ଦୀପାଥୁନ୍‌’ରେ ଥରୁଟିଏ ‘କାର୍ତ୍ତିଗାଇ ଦୀପମ୍‌’ ପ୍ରଜ୍ବଳନ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି

November 21, 2026

ମଣିପୁରରେ ବିଷାକ୍ତ ମଦ ପିଇ ୧୫ ମୃତ, ୧୫୦ରୁ ଅଧିକ ଅସୁସ୍ଥ

November 21, 2026

ବୋତ୍ସୱାନା ଚିତା ଦେଲା ୪ ଶାବକ; ଭାରତରେ ଚିତା ସଂଖ୍ୟା ୬୨କୁ ବୃଦ୍ଧି

November 21, 2026
Latest News

ପଶ୍ଚିମବଙ୍ଗରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସ୍ଥଗିତ

November 21, 2026

ଆୟୁଷ୍ମାନ କାର୍ଡଧାରୀ ସାବଧାନ! ଏହି ଚିକିତ୍ସା ପାଇଁ ମିଳିବନି ଟଙ୍କା

November 21, 2026

‘ଦୀପାଥୁନ୍‌’ରେ ଥରୁଟିଏ ‘କାର୍ତ୍ତିଗାଇ ଦୀପମ୍‌’ ପ୍ରଜ୍ବଳନ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି

November 21, 2026

ମଣିପୁରରେ ବିଷାକ୍ତ ମଦ ପିଇ ୧୫ ମୃତ, ୧୫୦ରୁ ଅଧିକ ଅସୁସ୍ଥ

November 21, 2026

ବୋତ୍ସୱାନା ଚିତା ଦେଲା ୪ ଶାବକ; ଭାରତରେ ଚିତା ସଂଖ୍ୟା ୬୨କୁ ବୃଦ୍ଧି

November 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.