Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦାଦାସାହେବ ଫାଲ୍‌କେ ଆଓ୍ବାର୍ଡ : ସମ୍ମାନିତ ହେଲେ ଉଭୟ ବଡ଼ ପରଦା ଓ ଛୋଟପରଦାର ଅଭିନେତା ଅଭିନେତ୍ରୀ
ଆଜିର ଖବର

ଦାଦାସାହେବ ଫାଲ୍‌କେ ଆଓ୍ବାର୍ଡ : ସମ୍ମାନିତ ହେଲେ ଉଭୟ ବଡ଼ ପରଦା ଓ ଛୋଟପରଦାର ଅଭିନେତା ଅଭିନେତ୍ରୀ

April 21, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ସିନେମାର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଶନିବାର ମୁମ୍ବଇରେ ଏହି ଆୱାର୍ଡ଼ ସମାରୋହର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଉଭୟ ବଡ଼ ପରଦା ଓ ଛୋଟ ପରଦାର ଅଭିନେତା ଅଭିନେତ୍ରୀଙ୍କୁ ସମ୍ମାନିତ କରାଯାଇଛି। ‘ଧଡ଼କ’ ଚଳଚ୍ଚିତ୍ର ଜରିଆରେ ନିଜ କ୍ୟାରିୟର୍‍ ଆରମ୍ଭ କରିଥିବା ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟରଙ୍କୁ ଦାଦା ସାହେବ ଫାଲକେ ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି। ସେହିପରି ସାକିବ୍‌ ସଲମି୍‌ ଓ କୁବ୍ରା ସେଟ୍‌ଙ୍କୁ ଡିଜିଟାଲ୍‌ ସେନସସନ୍‌ର ଆଓ୍ବାର୍ଡ ମିଳିଛି। ଉଭୟ ଯଥାକ୍ରମେ ‘ରଙ୍ଗବାଜ୍‌’ ଓ ସାକ୍ରେଡ୍‌ ଗେମସ୍‌’ ପାଇଁ ଏହି ସମ୍ମାନ ଲାଭ କରିଛନ୍ତି। ସେହିପରି ’ବଧାଇ ହୋ’ ଫିଲ୍ମ ପାଇଁ ଅଭିନେତ୍ରୀ ସୁରେଖା ସିକ୍ରି ଓ ଏହାର ନିର୍ଦ୍ଦେଶକ ଅମିତ୍‌ ଶର୍ମାଙ୍କୁ ମଧ୍ୟ ସମ୍ମାନ ମିଳିଛି। ଗାୟକ ଗୁରୁ ରନ୍ଧଓ୍ବାଙ୍କୁ ମଧ୍ୟ ଏହି ସମ୍ମାନିତ କରାଯାଇଛି। ଏହି ଆୱାର୍ଡ଼ ସମାରୋହରେ ଚଳଚ୍ଚିତ୍ର ଜଗତର ଅନେକ ବଡ଼ ବଡ଼ ତାରକା ନଜର ଆସିଥିଲେ। ଅପାରଶକ୍ତି ଖୁରାନା, ଅମୃତା ରାଓ, ସୁରେଖା ସିକରୀ, କାଜୋଲ, ଉଦିତ୍‍ ନାରାୟଣ ପ୍ରମୁଖ ଏହି ସମାରୋହରେ ଉପସ୍ଥିତ ଥିଲେ। ସେହିପରି ଭାରତୀୟ ଟେଲିଭିଜନ ଜଗତର ଅଭିନେତା ଅଭିନେତ୍ରୀଙ୍କୁ ମଧ୍ୟ ସମ୍ମାନ ମିଳିଛି। ସୋନି ଟିଭିରେ ପ୍ରସାରିତ ହେଉଥିବା ବହୁ ଲୋକପ୍ରିୟ ଶୋ’ ‘ବେହଦ୍‌’ର ନାୟିକା ଜେନିଫର୍‌ ୱିଙ୍ଗେଟ୍‌ଙ୍କୁ ଅଭିନୟ ପାଇଁ ଚଳିତ ବର୍ଷର ଶ୍ରେଷ୍ଠ ଟେଲି ଅଭିନେତ୍ରୀ ଭାବେ ‘ଦାଦା ସାହେବ୍‌ ପୁରସ୍କାର’ ପ୍ରଦାନ କରାଯାଇଛି।  ଲୋକପ୍ରିୟ ସିରିଏଲ୍‌ ‘ୟେ ହୈ ମହୋବତେଁ’ର ମୁଖ୍ୟ ଅଭିନେତା ଭାବେ ଅଭିନୟ କରୁଥିବା କରନ୍‌ ପଟେଲ୍‌ ଶ୍ରେଷ୍ଠ ଅଭିନେତା ଭାବେ ଏହି ପୁରସ୍କାର ପାଇଛନ୍ତି। ଟେଲିଭିଜନ ଅଭିନେତ୍ରୀ ହିନା ଖାନ୍‌ଙ୍କୁ ‘ବିଗ୍‌ ବସ୍‌’ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏହି ପୁରସ୍କାର ଦିଆଯାଇଛି। ସେହିପରି ସୁମୋନା ଚକ୍ରବର୍ତ୍ତୀଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତ୍ରୀ ଭାବେ ଏହି ପୁରସ୍କାର ଦିଆଯାଇଛି। ବିକାଶ ଗୁପ୍ତାଙ୍କୁ ମଧ୍ୟ ବ୍ରେକ୍‌ଥ୍ରୂ ଆଟିଷ୍ଟ ଅଫ୍‌ ଦି ଇୟର୍‌ ଭାବେ ସମ୍ମାନିତ ହୋଇଛନ୍ତି। ‘ବେଷ୍ଟ ଅଫ୍‌ ସ୍କ୍ରିନ୍‌ କପୁଲ୍‌ ଅଫ୍‌ ଦି ଇୟର୍‌’ ଭାବେ ମଧ୍ୟ ପ୍ରିନ୍ସ ନରୁଲା ଏବଂ ୟୁବିକା ଚୌଧୁରୀ ପୁରସ୍କାର ପାଇଛନ୍ତି। ସେହିପରି ରୋହନ ମେହେରାଙ୍କୁ ପିପୁଲ୍ସ ଚଏସ୍‌ ଆୱାର୍ଡ (ପୁରୁଷ) ଭାବେ ସମ୍ମାନିତ କରାଯାଇଛି। ଏବଂ ଲୋପାମୁଦ୍ରା ରାଉତଙ୍କୁ ପିପୁଲ୍ସ ଚଏସ୍‌ ଆୱାର୍ଡ (ମହିଳା)ଭାବେ ପୁରସ୍କାର ଦିଆଯାଇଥିଲା।

award dadasahebphalke thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ରବିବାର ଏପ୍ରିଲ ୧୯ ତାରିଖରେ ତିନୋଟି ରାଶି ଉପରେ ରହିଛି ଖରାପ ଖବର

April 19, 2026

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026

ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ

April 18, 2026

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026
Latest News

ଆଜି ରବିବାର ଏପ୍ରିଲ ୧୯ ତାରିଖରେ ତିନୋଟି ରାଶି ଉପରେ ରହିଛି ଖରାପ ଖବର

April 19, 2026

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026

ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ

April 18, 2026

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.