Categories
ଜାତୀୟ ଖବର ବିଶେଷ ଖବର

ରାଜନୈତିକ କାରଣରୁ ପୁରସ୍କାର ଫେରସ୍ତକୁ ରୋକିବା ପାଇଁ ସଂସଦୀୟ କମିଟିର ପରାମର୍ଶ

ନୂଆଦିଲ୍ଲୀ: ବିଗତ ବର୍ଷମାନଙ୍କରେ ୩୯ ଜଣ ଲେଖକ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ଅସନ୍ତୁଷ୍ଟ ହୋଇ ସେମାନଙ୍କ ପୁରସ୍କାର ସରକାରଙ୍କୁ ଫେରାଇ ଦେଇଛନ୍ତି । ଭବିଷ୍ୟତରେ ‘ପୁରସ୍କାର ଫେରସ୍ତ’ ଲଜ୍ଜାକୁ ରୋକିବା ପାଇଁ ସଂସଦୀୟ କମିଟି ସୁପାରିସ କରିଛି ।

କୌଣସି ରାଜନୈତିକ ଘଟଣାର ପ୍ରତିବାଦ କରିବା ପାଇଁ ସରକାରଙ୍କଠାରୁ ପୁରସ୍କାର ପାଉଥିବା ବ୍ୟକ୍ତ କୌଣସି ସମୟରେ ପୁରସ୍କାର ଫେରସ୍ତ କରିବେ ନାହିଁ ବୋଲି ପୁରସ୍କାର  ନେବା ପୂର୍ବରୁ ସେମାନଙ୍କଠାରୁ ସମ୍ମତି ଆଣିବାକୁ ପ୍ରସ୍ତବରେ କୁହାଯାଇଛି। ସେହି ସମୟରେ କର୍ଣ୍ଣାଟକର ବିଶିଷ୍ଟ ଲେଖକ କଲବୁର୍ଗିଙ୍କ ହତ୍ୟାକୁ ବିରୋଧ କରି ପୁରସ୍କାର ଫେରାଇବାର କାରଣ ବୋଲି ଲେଖକମାନେ ସାହିତ୍ୟ ଏକାଡେମୀକୁ ଜଣାଇଥିଲେ।

ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟି ସୋମବାର ସଂସଦର ଉଭୟ ଗୃହରେ ଏକ ରିପୋର୍ଟ ଉପସ୍ଥାପନ କରି କହିଛି ଯେ ପୁରସ୍କାର ଫେରସ୍ତ ସହିତ ଜଡ଼ିତ ଏଭଳି ଅନୁପଯୁକ୍ତ ଘଟଣା ଅନ୍ୟ ପୁରସ୍କାର ବିଜେତାଙ୍କ ସଫଳତାକୁ କ୍ଷୁର୍ଣ୍ଣ କରିବା ସହ ପୁରସ୍କାରର ସାମଗ୍ରିକ ପ୍ରତିଷ୍ଠାକୁ ମଧ୍ୟ ପ୍ରଭାବିତ କରିଥାଏ ।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ରାଜନୈତିକ ପ୍ରସଙ୍ଗଗୁଡ଼ିକ ସାଂସ୍କୃତିକ କ୍ଷେତ୍ର ଏବଂ ସମ୍ପୃକ୍ତ ଏକାଡେମୀର ସ୍ୱୟଂଶାସିତ କାର୍ଯ୍ୟକଳାପ ପରିସର ବାହାରେ ରହିଛି । ତେଣୁ ଏଥିରେ ପରାମର୍ଶ ଦିଆଯାଇଛି ଯେ ଯେତେବେଳେ ବି ପୁରସ୍କାର ଦିଆଯିବ, ସେତେବେଳେ ଗ୍ରହଣକାରୀଙ୍କ ସମ୍ମତି ନିଆଯିବା ଦରକାର, ଯାହାଫଳରେ ସେ ରାଜନୈତିକ କାରଣରୁ ଏହାକୁ ଫେରସ୍ତ କରିବେ ନାହିଁ । କାରଣ ଏହା ଦେଶ ପାଇଁ ଲଜ୍ଜାଜନକ ।

ପୁରସ୍କାର ଚୂଡ଼ାନ୍ତ କରିବା ପୂର୍ବରୁ ପୁରସ୍କାର ପାଇଁ ଚୟନ ହୋଇଥିବା ପ୍ରାର୍ଥୀଙ୍କ ପୂର୍ବ ସହମତି ନେବାକୁ ରିପୋର୍ଟରେ ସୁପାରିସ କରାଯାଇଛି । ପ୍ୟାନେଲ କହିଛି ଯେ ପ୍ରସ୍ତାବିତ ପୁରସ୍କାର ଗ୍ରହଣକାରୀଙ୍କଠାରୁ ପ୍ରତିଶ୍ରୁତି ନେବା ପାଇଁ ଏକ ବ୍ୟବସ୍ଥା କରାଯାଇପାରେ ଏବଂ ପୁରସ୍କାର ବିଜେତାମାନେ ଭବିଷ୍ୟତରେ କୌଣସି ସମୟରେ ପୁରସ୍କାରକୁ ଅସମ୍ମାନ କରିପାରିବେ ନାହିଁ ।

ବିନା ପ୍ରତିଶ୍ରୁତିରେ ପୁରସ୍କାର ଦିଆଯାଇପାରିବ ନାହିଁ । ଯଦି ପୁରସ୍କାର ଫେରସ୍ତ ହୁଏ, ତେବେ ଭବିଷ୍ୟତରେ ପୁରସ୍କାର ବିଜେତାଙ୍କୁ ଏଭଳି ପୁରସ୍କାର ପାଇଁ ବିବେଚନା କରାଯିବ ନାହିଁ ବୋଲି କମିଟି ମତବ୍ୟକ୍ତ କରିଛି। ୱାଇଏସଆର କଂଗ୍ରେସର ଭି ବିଜୟସାଇ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ୧୦ ଜଣ ରାଜ୍ୟସଭା ସାଂସଦ ଓ ୩୧ ଜଣ ଲୋକସଭା ସାଂସଦ ରହିଛନ୍ତି।

ଏହି ରିପୋର୍ଟରେ କମିଟିର ଜଣେ ସଦସ୍ୟଙ୍କ ଅସନ୍ତୋଷକୁ ମଧ୍ୟ ରେକର୍ଡ କରାଯାଇଛି, ଯିଏ କି ଏଭଳି ପ୍ରତିଶ୍ରୁତିକୁ ବିରୋଧ କରି କହିଛନ୍ତି, ‘ଭାରତ ଏକ ଗଣତାନ୍ତ୍ରିକ ଦେଶ ଏବଂ ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ବାକ୍ ଓ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଯେକୌଣସି ରୂପରେ ପ୍ରତିବାଦ କରିବାର ସ୍ୱାଧୀନତା ପ୍ରଦାନ କରିଛି । ପୁରସ୍କାର ଫେରାଇବା କେବଳ ପ୍ରତିବାଦର ଏକ ରୂପ।

ବାସ୍ତବରେ ଯେଉଁ ପ୍ରକୃତ ପ୍ରସଙ୍ଗକୁ ବିରୋଧ କରି ଏଭଳି ପୁରସ୍କାର ଫେରସ୍ତ କରାଯାଇଛି, ତାହା ଉପରେ ଦୃଷ୍ଟି ଦେବାର ଦାୟିତ୍ୱ ସରକାରଙ୍କ ଉପରେ ରହିଛି ବୋଲି ଉକ୍ତ ସଦସ୍ୟ କହିଛନ୍ତି। ତାଙ୍କୁ ଅନ୍ୟଜଣେ ସଦସ୍ୟ ସମର୍ଥନ କରିଥିଲେ।

ଜାତୀୟ ଏକାଡେମୀ ଓ ଅନ୍ୟାନ୍ୟ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକାରିତା ସଂକ୍ରାନ୍ତ କମିଟିର ଶୁଣାଣି ସମୟରେ ସଂସ୍କୃତି ମନ୍ତ୍ରଣାୟ ପ୍ୟାନେଲକୁ ଜଣାଇଥିଲା ଯେ କୌଣସି ପୁରସ୍କାର ବିଜେତା ପୁରସ୍କାର ଗ୍ରହଣ କରିବା ସମୟରେ ପୁରସ୍କାର ଫେରସ୍ତ କରିନଥିଲେ କିମ୍ବା ଏହା ପାଇବା ପରେ କୌଣସି ପ୍ରତିବାଦ କରିନଥିଲେ । ୩୯ ଜଣ ଲେଖକଙ୍କ ମଧ୍ୟରୁ ଅଧିକାଂଶ ପରେ ପୁରସ୍କାର ଫେରାଇ ଦେଇଥିଲେ।

ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ସେହି ସମୟରେ ଏକାଡେମୀ ଲେଖକମାନଙ୍କୁ ସେମାନଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲା ଏବଂ ପୁରସ୍କାର ଫେରସ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ରାଜସ୍ଥାନୀ ଲେଖକ ନନ୍ଦ ଭରଦ୍ୱାଜଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲା । ୨୦୧୫ ପରେ ପୁରସ୍କାର ଫେରିବାର କୌଣସି ଉଦାହରଣ ନାହିଁ ଏବଂ ପୁରସ୍କାର ଘୋଷଣା ପୂର୍ବରୁ ସଂଗଠନଗୁଡ଼ିକ ଉପଯୁକ୍ତ ସତର୍କତାମୂଳକ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।

ସେପ୍ଟେମ୍ବରରୁ ଅକ୍ଟୋବର ୨୦୧୫ ମଧ୍ୟରେ ପ୍ରାୟ ୩୯ ଜଣ ଏହି ପୁରସ୍କାର ଫେରସ୍ତ କରିଥିଲେ, ଯେଉଁଥିରେ ଏକ ରାଶି (୧୯୭୦ ଦଶକରେ ୫୦୦୦ ଟଙ୍କା) ଏବଂ ଏକ ପ୍ରଶଂସାପତ୍ର ଥିଲା । କିଛି ଲୋକ ଫଳକ ପଠାଇଥିବାବେଳେ କିଛି ଲୋକ ଏପର୍ଯ୍ୟନ୍ତ ଫଳକ ପଠାଇ ନାହାନ୍ତି । କେତେକ ଏକାଡେମୀ ଅନୁଯାୟୀ ଚେକ୍ ମଧ୍ୟ ପଠାଇଥିଲେ । ତେବେ ପୁରସ୍କାର ପ୍ରତ୍ୟାହାର ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଚେକ୍ ଜମା କରାଯାଇନାହିଁ ବୋଲି ସେମାନଙ୍କୁ ଅବଗତ କରାଯାଇଥିଲା ।

ଏମାନଙ୍କ ମଧ୍ୟରୁ ଅନେକ ଲୋକ ପୁଣି ଥରେ ଏକାଡେମୀ ସହ ଜଡ଼ିତ ଅଛନ୍ତି ଏବଂ ସେମାନେ ବେଳେବେଳେ ଜୁରୀରେ କାର୍ଯ୍ୟ କରୁଛନ୍ତି ଏବଂ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି ବୋଲି ଏକାଡେମୀ ସୂଚନା ଦେଇଛି। ଏକାଡେମୀକୁ ଅପମାନିତ କରିଥିବା ଏଭଳି ପୁରସ୍କାର ବିଜେତାଙ୍କୁ ପୁନର୍ବାର ନିଯୁକ୍ତି ଦେବା ନେଇ କମିଟି ପ୍ରଶ୍ନ ଉଠାଇଛି ।

Categories
ଆଜିର ଖବର

ଦାଦାସାହେବ ଫାଲ୍‌କେ ଆଓ୍ବାର୍ଡ : ସମ୍ମାନିତ ହେଲେ ଉଭୟ ବଡ଼ ପରଦା ଓ ଛୋଟପରଦାର ଅଭିନେତା ଅଭିନେତ୍ରୀ

ଭାରତୀୟ ସିନେମାର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଶନିବାର ମୁମ୍ବଇରେ ଏହି ଆୱାର୍ଡ଼ ସମାରୋହର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଉଭୟ ବଡ଼ ପରଦା ଓ ଛୋଟ ପରଦାର ଅଭିନେତା ଅଭିନେତ୍ରୀଙ୍କୁ ସମ୍ମାନିତ କରାଯାଇଛି। ‘ଧଡ଼କ’ ଚଳଚ୍ଚିତ୍ର ଜରିଆରେ ନିଜ କ୍ୟାରିୟର୍‍ ଆରମ୍ଭ କରିଥିବା ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟରଙ୍କୁ ଦାଦା ସାହେବ ଫାଲକେ ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି। ସେହିପରି ସାକିବ୍‌ ସଲମି୍‌ ଓ କୁବ୍ରା ସେଟ୍‌ଙ୍କୁ ଡିଜିଟାଲ୍‌ ସେନସସନ୍‌ର ଆଓ୍ବାର୍ଡ ମିଳିଛି। ଉଭୟ ଯଥାକ୍ରମେ ‘ରଙ୍ଗବାଜ୍‌’ ଓ ସାକ୍ରେଡ୍‌ ଗେମସ୍‌’ ପାଇଁ ଏହି ସମ୍ମାନ ଲାଭ କରିଛନ୍ତି। ସେହିପରି ’ବଧାଇ ହୋ’ ଫିଲ୍ମ ପାଇଁ ଅଭିନେତ୍ରୀ ସୁରେଖା ସିକ୍ରି ଓ ଏହାର ନିର୍ଦ୍ଦେଶକ ଅମିତ୍‌ ଶର୍ମାଙ୍କୁ ମଧ୍ୟ ସମ୍ମାନ ମିଳିଛି। ଗାୟକ ଗୁରୁ ରନ୍ଧଓ୍ବାଙ୍କୁ ମଧ୍ୟ ଏହି ସମ୍ମାନିତ କରାଯାଇଛି। ଏହି ଆୱାର୍ଡ଼ ସମାରୋହରେ ଚଳଚ୍ଚିତ୍ର ଜଗତର ଅନେକ ବଡ଼ ବଡ଼ ତାରକା ନଜର ଆସିଥିଲେ। ଅପାରଶକ୍ତି ଖୁରାନା, ଅମୃତା ରାଓ, ସୁରେଖା ସିକରୀ, କାଜୋଲ, ଉଦିତ୍‍ ନାରାୟଣ ପ୍ରମୁଖ ଏହି ସମାରୋହରେ ଉପସ୍ଥିତ ଥିଲେ। ସେହିପରି ଭାରତୀୟ ଟେଲିଭିଜନ ଜଗତର ଅଭିନେତା ଅଭିନେତ୍ରୀଙ୍କୁ ମଧ୍ୟ ସମ୍ମାନ ମିଳିଛି। ସୋନି ଟିଭିରେ ପ୍ରସାରିତ ହେଉଥିବା ବହୁ ଲୋକପ୍ରିୟ ଶୋ’ ‘ବେହଦ୍‌’ର ନାୟିକା ଜେନିଫର୍‌ ୱିଙ୍ଗେଟ୍‌ଙ୍କୁ ଅଭିନୟ ପାଇଁ ଚଳିତ ବର୍ଷର ଶ୍ରେଷ୍ଠ ଟେଲି ଅଭିନେତ୍ରୀ ଭାବେ ‘ଦାଦା ସାହେବ୍‌ ପୁରସ୍କାର’ ପ୍ରଦାନ କରାଯାଇଛି।  ଲୋକପ୍ରିୟ ସିରିଏଲ୍‌ ‘ୟେ ହୈ ମହୋବତେଁ’ର ମୁଖ୍ୟ ଅଭିନେତା ଭାବେ ଅଭିନୟ କରୁଥିବା କରନ୍‌ ପଟେଲ୍‌ ଶ୍ରେଷ୍ଠ ଅଭିନେତା ଭାବେ ଏହି ପୁରସ୍କାର ପାଇଛନ୍ତି। ଟେଲିଭିଜନ ଅଭିନେତ୍ରୀ ହିନା ଖାନ୍‌ଙ୍କୁ ‘ବିଗ୍‌ ବସ୍‌’ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏହି ପୁରସ୍କାର ଦିଆଯାଇଛି। ସେହିପରି ସୁମୋନା ଚକ୍ରବର୍ତ୍ତୀଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତ୍ରୀ ଭାବେ ଏହି ପୁରସ୍କାର ଦିଆଯାଇଛି। ବିକାଶ ଗୁପ୍ତାଙ୍କୁ ମଧ୍ୟ ବ୍ରେକ୍‌ଥ୍ରୂ ଆଟିଷ୍ଟ ଅଫ୍‌ ଦି ଇୟର୍‌ ଭାବେ ସମ୍ମାନିତ ହୋଇଛନ୍ତି। ‘ବେଷ୍ଟ ଅଫ୍‌ ସ୍କ୍ରିନ୍‌ କପୁଲ୍‌ ଅଫ୍‌ ଦି ଇୟର୍‌’ ଭାବେ ମଧ୍ୟ ପ୍ରିନ୍ସ ନରୁଲା ଏବଂ ୟୁବିକା ଚୌଧୁରୀ ପୁରସ୍କାର ପାଇଛନ୍ତି। ସେହିପରି ରୋହନ ମେହେରାଙ୍କୁ ପିପୁଲ୍ସ ଚଏସ୍‌ ଆୱାର୍ଡ (ପୁରୁଷ) ଭାବେ ସମ୍ମାନିତ କରାଯାଇଛି। ଏବଂ ଲୋପାମୁଦ୍ରା ରାଉତଙ୍କୁ ପିପୁଲ୍ସ ଚଏସ୍‌ ଆୱାର୍ଡ (ମହିଳା)ଭାବେ ପୁରସ୍କାର ଦିଆଯାଇଥିଲା।

Categories
ଆଜିର ଖବର

୬୪ତମ ଫିଲ୍ମଫେୟାର୍‌ ପୁରସ୍କାର ଉତ୍ସବ : ଆଲିଆ ଓ ରଣବୀର୍‌ ପାଇଲେ ଶ୍ରେଷ୍ଠ ଅଭିନେତ୍ରୀ ଓ ଅଭିନେତାର ପୁରସ୍କାର

୬୪ତମ ଫିଲ୍ମଫେୟାର୍‌ ଆଓ୍ବାର୍ଡରେ ରାଜି, ଅନ୍ଧାଧୁନ୍‌, ପଦ୍ମାବତ୍‌ ବାଜି ମାରିନେଇଛନ୍ତି। ପଦ୍ମାବତ୍‌ ୧୭ଟି ଶ୍ରେଣୀରେ ମନୋନୀତ ହୋଇଥିବାବେଳେ ୪ଟି ଆଓ୍ବାର୍ଡ ଜିତିଛି। ସେହିପରି ଆଲିଆ ଭଟ୍ଟଙ୍କ ଅଭିନୀତ ‘ରାଜି’ ଫିଲ୍ମଟି ସର୍ବାଧିକ  ୫ଟି ବିଭାଗରେ ପୁରସ୍କାର ହାତେଇଛି। ମୁମ୍ବାଇଠାରେ ଆୟୋଜିତ ଏହି ଭବ୍ୟ ସମାରୋହରେ ବଲିଉଡ୍‌ ଷ୍ଟାରମାନଙ୍କର ଜଲ୍‌ଓ୍ବା ଦେଖିବାକୁ ମିଳିଥିଲା।

ଫିଲ୍ମଫେୟାର୍‌ ପୁରସ୍କାର ତାଲିକା

ଶ୍ରେଷ୍ଠ ଫିଲ୍ମ : ରାଜି

ଶ୍ରେଷ୍ଠ ଫିଲ୍ମ (କ୍ରିଟିକ୍) : ଅନ୍ଧାଧୁନ୍‌

ଶ୍ରେଷ୍ଠ ଅଭିନେତା : ରଣବୀର କପୁର୍‌ (ସଂଜୁ)

ଶ୍ରେଷ୍ଠ ଅଭିନେତ୍ରୀ : ଆଲିଆ ଭଟ୍ଟ (ରାଜି)

ଶ୍ରେଷ୍ଠ ଅଭିନେତା (କ୍ରିଟିକ୍‌) ରଣବୀର ସିଂହ (ପଦ୍ମାବତ), ଆୟୁଷ୍ମାନ ଖୁରାନା (ଅନ୍ଧାଧୁନ୍‌)

ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ) : ନୀନା ଗୁପ୍ତା (ବଧାଇ ହୋ)

ଶ୍ରେଷ୍ଠ ନବାଗତ : ଈଶାନ୍‌ ଖଟ୍ଟର (ବିୟଣ୍ଡ୍‌ ଦ କ୍ଲାଉଡ୍‌)

ଶ୍ରେଷ୍ଠ ନବାଗତା : ସାରା ଅଲ୍ଲୀ ଖାନ୍‌ (କେଦାରନାଥ)

ଶ୍ରେଷ୍ଠ ନିର୍ଦ୍ଦେଶକ : ମେଘନା ଗୁଲ୍‌ଜାର୍‌ (ରାଜି)

ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ  :  ଅମର କୌଶିକ୍‌ (ସ୍ତ୍ରୀ)

ଶ୍ରେଷ୍ଠ ସହଯୋଗୀ ଅଭିନେତା : ଗଜରାଜ ରାଓ (ବଧାଇ ହୋ), ବିକି କୌଶଲ୍‌ (ସଞ୍ଜୁ)

ଶ୍ରେଷ୍ଠ ସହଯୋଗୀ ଅଭିନେତ୍ରୀ : ସୁରେଖା ସିକ୍ରି (ବଧାଇ ହୋ)

ଶ୍ରେଷ୍ଠ ସଂଳାପ : ଅକ୍ଷତ୍‌ ଘିଲ୍‌ ଧିଆଲ (ବଧାଇ ହୋ)

ଶ୍ରେଷ୍ଠ ମୂଳ କାହାଣୀ : ଅନୁଭବ ସିହ୍ନା (ମୁଲ୍କ)

ଶ୍ରେଷ୍ଠ ଅଭିନେତା (ସର୍ଟ ଫିଲ୍ମ) : ହୁସୈନ୍‌ ଦଲାଲ୍‌ (ସେମ୍‌ଲେସ୍‌)

ଶ୍ରେଷ୍ଠ ଅଭିନେତ୍ରୀ (ସର୍ଟ ଫିଲ୍ମ) : କ୍ରିତି କୁଲହାରୀ (ମାୟା)

ଶ୍ରେଷ୍ଠ ଫିଲ୍ମ (ପିପୁଲସ୍‌ ଚୟସ୍‌ ଆଓ୍ବାର୍ଡ ) : ପ୍ଲସ୍‌ ମାଇନସ୍‌

ଶ୍ରେଷ୍ଠ ସର୍ଟ ଫିଲ୍ମ (ଫିକ୍ସନ୍‌) : ରୋଗାନା ଜୋଶ୍‌

ଶ୍ରେଷ୍ଠ ସର୍ଟ ଫିଲ୍ମ (ନନ୍‌ ଫିକ୍ସନ୍‌) : ଦ ସ୍କୁକର୍‌ ସିଟି

ଶ୍ରେଷ୍ଠ ମ୍ୟୁଜିକ୍‌ ଆଲବମ୍‌ : ପଦ୍ମବତ୍‌

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ : ଅରଜିତ୍‌ ସିଂ (ରାଜି ଫିଲ୍ମର ଏ ଓ୍ବତନ୍‌….)

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା : ଶ୍ରେୟା ଘୋଷାଲ୍‌ (ପଦ୍ମାବତ୍‌ ଫିଲ୍ମର ଘୁମ୍‌ରୋ…)

ଶ୍ରେଷ୍ଠ ଗୀତିକାର : ଗୁଲଜାର୍‌ (ଏ ଓ୍ବତନ୍‌, ରାଜି)

ଶ୍ରେଷ୍ଠ ଗୀତିକାର : ଅନ୍ଧାଧୁନ୍‌

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ମ୍ୟୁଜିକ୍‌ : ଡାନିଏଲ୍‌ ଜର୍ଜ (ଅନ୍ଧାଧୁନ୍‌)

ଶ୍ରେଷ୍ଠ ସାଉଣ୍ଡ ଡିଜାଇନ୍‌ : କୁନାଲ୍‌ ଶର୍ମା , (ଟମ୍ବଡ୍‌)

ଶ୍ରେଷ୍ଠ କୋରିଓଗ୍ରାଫ୍‌ : କୃତି ମହେଶ ମିଧା, ଜ୍ୟୋତି ତୋମାର୍‌ (ଘୁମରୋ)

ଶ୍ରେଷ୍ଠ ଆକ୍ସନ : ବିକ୍ରମ ଦାହିଆ, ସୁନୀ୍ଲ୍‌ ରୋଦ୍ରିଗଜ୍‌ (ମୁକ୍କାବାଜ୍‌)

ଶ୍ରେଷ୍ଠ ଚିତ୍ରୋତ୍ତାଳନ : ପଙ୍କଜ କୁମାର, ଟମ୍ବଡ୍‌

ଶ୍ରେଷ୍ଠ ସମ୍ପାଦନା : ପୂଜା ଲାଧା ଶ୍ରୁତି (ଅନ୍ଧାଧୁନ୍‌)

ଶ୍ରେଷ୍ଠ କଷ୍ଟ୍ୟୁମ୍‌ : ଶୀତଲ୍‌ ଶର୍ମା (ମଣ୍ଟୋ)

ଶ୍ରେଷ୍ଠ ପ୍ରଡକ୍ସନ୍‌ ଡିଜାଇନ୍‌ : ନିତିନ୍‌ ଚୌଧୁରୀ ଏବଂ ରାଜେଶ ଯାଦବ (ଟମ୍ବଡ୍‌)

ଶ୍ରେଷ୍ଠ ଭିଏଫ୍‌ଏକ୍ସ : ରେଡ୍‌ଚିଲିଜ୍‌ ଏଫ୍‌ଏକ୍ସ, ଜିରୋ

 

Categories
ଆଜିର ଖବର

ଓଡ଼ିଆ ଯବାନଙ୍କୁ କୀର୍ତ୍ତି ଚକ୍ର

ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ଦୁଇଜଣ ଓଡ଼ିଆ ଯବାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମରଣୋତ୍ତର କୀର୍ତ୍ତି ଚକ୍ର ସମ୍ମାନ ପ୍ରଦାନ କରିଛନ୍ତି। ସିପାହୀ ବିଜୟ କୁମାର ଏବଂ ସିଆରପିଏଫ୍‌ କନଷ୍ଟେବଳ ପ୍ରଦୀପ କୁମାର ପଣ୍ଡାଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଛି। ପ୍ରଦୀପ ପଣ୍ଡାଙ୍କ ପତ୍ନୀ ରାଷ୍ଟ୍ରପତିଙ୍କଠାରୁ ସମ୍ମାନଜନକ କୀର୍ତ୍ତି ଚକ୍ର ସମ୍ମାନ ଗ୍ରହଣ କରିଛନ୍ତି। ବିଜୟ କୁମାର ଏବଂ ପ୍ରଦୀପ କୁମାର ପଣ୍ଡା ଉଭୟ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ।