Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓମିକ୍ରନ ପ୍ରଜାତି ସଂକ୍ରମଣ ପରିପ୍ରେକ୍ଷୀରେ କେନ୍ଦ୍ରର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହ ପ୍ରସ୍ତୁତି ସମୀକ୍ଷା
ବିଶେଷ ଖବର

ଓମିକ୍ରନ ପ୍ରଜାତି ସଂକ୍ରମଣ ପରିପ୍ରେକ୍ଷୀରେ କେନ୍ଦ୍ରର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହ ପ୍ରସ୍ତୁତି ସମୀକ୍ଷା

December 23, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ କୌଣସି କୋହଳତା ଅବଲମ୍ବନ ନ କରି କୋଭିଡ-୧୯ ଓ ଏହାର ଅନ୍ୟାନ୍ୟ ପ୍ରଜାତି (ଓମିକ୍ରନ ସମେତ)ର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛି। ଏଠାରେ ସୂଚନାଯୋଗ୍ୟ ଯେ ନଭେମ୍ବର ୨୬, ୨୦୨୧ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓମିକ୍ରନକୁ ଉଦ୍ବେଗଜନକ ପ୍ରଜାତିର ଆଖ୍ୟା ଦେଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି (୨୩.୧୨.୨୧) ବିଭିନ୍ନ ରାଜ୍ୟର କୋଭିଡ-୧୯ ସହ ଓମିକ୍ରନ ପ୍ରଜାତିର ମୁକାବିଲା, ଟିକାକରଣ ଅଗ୍ରଗତି ନେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଓ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର NHM ପରିଚାଳନା ନିର୍ଦ୍ଦେଶକମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମୀକ୍ଷା କରିଥିଲେ। ସେ କୋଭିଡର ବ୍ୟାପକତା ସହ କୋଭିଡ-୧୯ ଓମିକ୍ରନ ପ୍ରଜାତିର ବିଶ୍ୱ ବ୍ୟାପୀ କ୍ରମବର୍ଦ୍ଧିଷ୍ଣୁ ମାମଲାଗୁଡିକ ଉପରେ ମଧ୍ୟ ଆଲୋପାତ କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଥିଲେ ଯେ, ସ୍ଥାନୀୟ ସଙ୍ଗରୋଧ ପଦକ୍ଷେପ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନିକ କ୍ଷେତ୍ରରେ ଯେଉଁଠି ପଜିଟିଭି ସଂଖ୍ୟା ଶତକଡା ୧୦ଭାଗ ଓ ଅମ୍ଳଜାନଯୁକ୍ତ ଶଯ୍ୟାର ଚାହିଦା ଶତକଡା ୪୦ରୁ ଅଧିକ ହେବ ନିଆଯିବ। ତେବେ ସ୍ଥାନୀୟ ପରିସ୍ଥିତି ଓ ଜନସଂଖ୍ୟ। ଘନତ୍ୱ ଇତ୍ୟାଦି ବିଚାରକୁ ନେଇ ବା ଓମିକ୍ରନ ସଂକ୍ରମଣର ଅଧିକ ସମ୍ଭାବନାକୁ ନେଇ ରାଜ୍ୟର କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସେମାନଙ୍କ ସଂଗରୋଧ ଓ ଆବଦ୍ଧାଞ୍ଚଳ ସଂଖ୍ୟା ବୃଦ୍ଧି କରିପାରିବେ। ଯେକୌଣସି କଟକଣା ଅନୂନ୍ୟ ୧୪ଦିନ ପାଇଁ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି। ଓମିକ୍ରନ ସଂକ୍ରମଣ ଲକ୍ଷଣ ମାମୁଲି ଥଣ୍ଡା କାଶ ସତ୍ତ୍ୱେ ଦୁଇ ବା ତିନିଗୁଣ ଅଧିକ ସଂକ୍ରମଣ କ୍ଷମତା ଯୋଗୁଁ କୋଭିଡ ଆବଦ୍ଧାଞ୍ଚଳ ନିୟମ ମଧ୍ୟ ଏ କ୍ଷେତ୍ରରେ ଲାଗୁ ହେବ।
ନିକଟରେ ଦେଖାଯାଇଥିବା ଓମିକ୍ରନର ମୁକାବିଲା ନିମନ୍ତେ ନିମ୍ନୋକ୍ତ
ସୂତ୍ରୀ ରଣନୀତ ଉପରେ ଗୁରୁତ୍ୱ ଆରୋପ କରାଯାଇଛି।

ଆବଦ୍ଧାଞ୍ଚଳ ନିମନ୍ତେ ରାଜ୍ୟଗୁଡିକୁ ପରାମର୍ଶ ହେଲା

ରାତ୍ରୀ କର୍ଫ୍ୟୁ ଲାଗୁ ଓ ବିରାଟ ସମାବେଶ ଉପରେ କଡା କଟକଣା ବିଶେଷ କରି ଆସୁଥିବା ପର୍ବପର୍ବାଣୀ ଦୃଷ୍ଟିରୁ।

ନୂତନ ଗୋଷ୍ଠୀ ସଂକ୍ରମଣ ବ୍ୟାପିଲେ ଆଶୁ ଆବଦ୍ଧାଞ୍ଚଳ ଓ ବଫର ଜୋନର ବିଜ୍ଞପ୍ତି

ମାର୍ଗଦର୍ଶିକା ଅନୁସାରେ ଆବଦ୍ଧାଞ୍ଚଳକୁ ସୁନିଶ୍ଚିତ ଭାବେ ନିୟନ୍ତ୍ରଣ କରିବା।

ସମସ୍ତ ଗୋଷ୍ଠୀ ସଂକ୍ରମଣ ନମୁନା ଆଇଏନଏସ୍ଏଆଇଓଜି ପରୀକ୍ଷାଗାରକୁ ଅବିଳମ୍ବେ ଜିନୋମ ସିକ୍ୟୁଏନ୍ସିଂ ପାଇଁ ପଠାଇବା।

୨. ପରୀକ୍ଷା ଓ ସତର୍କ ନଜର: ରାଜ୍ୟଗୁଡିକୁ ପ୍ରତ୍ୟେକ ଜିଲ୍ଲାର ଡେଲଟା ଓ ଓମିକ୍ରନ ମାମଲାଗୁଡିକ ପ୍ରତି ତୀକ୍ଷ୍ମ ନଜର ରଖିବାକୁ କୁହାଯାଇଛି। ପଜିଟିଭ ମାମଲାଗୁଡିକୁ ଦିନିକିଆ ଓ ସପ୍ତାହିକୀ ଭିତ୍ତିରେ ଦେଖିବା ସହ ଓ ନୂତନ ଗୋଷ୍ଠୀ ସଂକ୍ରମଣର ଅଞ୍ଚଳରେ ସଂଗରୋଧ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି।

ଏଥିସହ ନିମ୍ନ ଲିଖିତ ବିଷୟ ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି:-

ଆଇସିଏମଆର ଓ MoHFW ମାର୍ଗଦର୍ଶିକା ଅନୁସାରେ ନମୁନା ପରୀକ୍ଷଣ

ଆବଦ୍ଧାଞ୍ଚଳରେ ଘରକୁ ଘର ବୁଲି ମାମଲା ଖୋଜା।

ସମସ୍ତ SARI/ILI ଓ ସାଂଘାତିକ ଲକ୍ଷଣ ଯୁକ୍ତ ରୋଗୀଙ୍କ ପରୀକ୍ଷା।

RT-PCR: RAT ୬୦:୪୦ ଅନୁପାତ ପରିବର୍ତ୍ତେ ପ୍ରତିଦିନ ନମୁନା ପରୀକ୍ଷଣକୁ ୭୦:୩୦ରେ କରିବାକୁ ପରାମର୍ଶ।

ସମସ୍ତ କୋଭିଡ ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଚିହ୍ନଟ ଓ ସେମାନଙ୍କ ସମୟାନୁଯାୟୀ ପରୀକ୍ଷଣ। ଏଗୁଡିକକୁ ବିଶେଷକରି ଗୋଷ୍ଠୀ ସଂକ୍ରମଣ ସ୍ଥାନରେ ଅଧିକ ସତର୍କତା ସହ କରାଯିବା ଦରକାର।

ଆନ୍ତର୍ଜାତିକ ଯାତ୍ରୀମାନଙ୍କ ଗତିବିଧି ଲକ୍ଷ୍ୟ ପାଇଁ ଏୟାର ସୁବିଧା ପୋର୍ଟାଲ ଅନୁସରଣ।

୩. କ୍ଲିନିକାଲ ପରିଚାଳନା- ଓମିକ୍ରନ ପାଇଁ ବର୍ତ୍ତମାନର ଜାତୀୟ କ୍ଲିନିକାଲ ପରିଚାଳନା ମାର୍ଗଦର୍ଶିକା ଅପରିବର୍ତ୍ତିତ ରହିଛି ବୋଲି ରାଜ୍ୟମାନଙ୍କୁ ଜଣାଇ ଦିଆଯାଇଛି।

ସେମାନଙ୍କୁ ନିମ୍ନଲିଖିତ ପରାମର୍ଶମାନ ଦିଆଯାଇଛି।

ଶଯ୍ୟା ସଂଖ୍ୟା ବୃଦ୍ଧି, ଆମ୍ବୁଲାନ୍ସ ଓ ରୋଗୀଙ୍କୁ ସ୍ଥାନାନ୍ତର ପାଇର୍ଁ ବ୍ୟବସ୍ଥା।

ଅମ୍ଳଜାନ ଉପକରଣଗୁଡିକୁ ଚଳନ୍ତି ଅବସ୍ଥାରେ ରଖିବା।

ଅନୂନ୍ୟ ୩୦ଦିନ ପାଇଁ ଅଧିକ ଅତ୍ୟାବଶ୍ୟକ ଔଷଧପତ୍ର ମହଜୁଦ୍ ରଖିବା।

ଯେକୌଣସି ଆପତ୍କାଳୀନ ସ୍ଥିତିର ସମ୍ମୁଖୀନ ହେବା ନିମନ୍ତେ (ECRP-II)ପ୍ୟାକେଜ ଅଧୀନରେ ରୋଗପ୍ରବଣ ଅଞ୍ଚଳରେ ସମସ୍ତ ସୁବିଧା ରଖିବା। ରାଜ୍ୟ ସ୍ୱାସ୍ଥ୍ୟ ସଚିବମାନେ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ନଜର ରଖିବେ।

ଘରୋଇ ଏକାନ୍ତବାସ /ଆବଦ୍ଧାଞ୍ଚଳ ଉପରେ ମାର୍ଗଦର୍ଶିକା ଅନୁସାରେ ନିୟମ କଡାକଡି ଲାଗୁ କରିବା।

ଅନେକ ରାଜ୍ୟ କୋଭିଡ ସୁବିଧା ବନ୍ଦ କରିଦେଇଥିବାବେଳେ ସେମାନେ ସେସବୁ ସୁବିଧାକୁ ପୁନଃ ଠିକ୍ କରିବା ପାଇଁ ଆବଶ୍ୟକ ଡାକ୍ତର ଓ ଆମ୍ବୁଲାନ୍ସ ଇତ୍ୟାଦି କୋଭିଡ ମାମଲା ବଢିବା ମାତ୍ରେ କରିବାକୁ କୁହାଯାଇଛି।

୪. କୋଭିଡ ନିରାପଦ ବ୍ୟବହାର ନିମନ୍ତେ ରାଜ୍ୟଗୁଡିକୁ ନିମ୍ନୋକ୍ତ ପରାମର୍ଶ

ଆଗୁଆ ମୁତୟନ ଓ ସୂଚନା ରଖିଲେ କୌଣସି ଆତଙ୍କ ବା ଗୁଜବ ପ୍ରଚାରିତ ହେବନାହିଁ।

ହସ୍ପିଟାଲ ଓ ପରୀକ୍ଷା ଭିତ୍ତିଭୂମି ଉପରେ ସଠିକ ତଥ୍ୟ ପ୍ରଦାନ।

ନିୟମିତ ସାମ୍ବାଦିକ ସମ୍ମିଳନୀ।

ଗୋଷ୍ଠୀଗତ ଯୋଗାଯୋଗ ଓ କୋଭିଡ ମାର୍ଗଦର୍ଶିକା ପାଳନ।

୫. ଟିକାକରଣ ସମ୍ପର୍କରେ ରାଜ୍ୟଗୁଡିକୁ ପରାମର୍ଶ-

ପ୍ରଥମ ଓ ଦ୍ୱିତୀୟ ମାତ୍ରା ନେଇ ନ ଥିବା ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ।

ଜାତୀୟ ହାରାହାରୀ ଟିକାକରଣଠାରୁ କମ୍ ଜିଲ୍ଲାଗୁଡିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ।

ଜାତୀୟ ଟିକାକରଣ ହାରଠାରୁ କମ୍ ଥିବା ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରେ ଘରକୁ ଘର ବୁଲି ଟିକାକରଣ।

ନିକଟ ଭବିଷ୍ୟତରେ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟରେ ଟିକାକରଣକୁ ବ୍ୟାପକ କରି ଜିଲ୍ଲାଗୁଡିକୁ ପର୍ଯ୍ୟାୟଭୁକ୍ତ କରିବା।

ଟିକାକରଣ କମ୍ ବା କୋଭିଡ କମ୍ ଥିବା ଅଞ୍ଚଳରେ ନୂତନ ଓମିକ୍ରନ ପ୍ରଜାତି ବ୍ୟାପିବା ସମ୍ଭାବନା ଅଧିକ ଦୃଷ୍ଟିରୁ ରାଜ୍ୟଗୁଡିକୁ ସେ ଅଞ୍ଚଳକୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରିବାକୁ ପରାମର୍ଶ ।

ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ ଶ୍ରୀମତୀ ଆରତୀ ଆହୁଜା, ଅତିରିକ୍ତ ସଚିବ ଓ ଅଭିଯାନ ନିର୍ଦ୍ଦେଶକ (ଏନଏଚଏମ୍) ବିକାଶ ଶୀଲ,ସ୍ୱାସ୍ଥ୍ୟ ଯୁଗ୍ମସଚିବ ଡକ୍ଟର ମନଦୀପ ଭଣ୍ଡାରୀ, ଏମ୍ସ ନୂଆଦିଲ୍ଳୀ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ,ଏନସିଡିସି ନିର୍ଦ୍ଦେଶକ ଡକ୍ଟର ସୁଜିତ ସିଂ, ଆଇସିଏମଆର ଏଡିଜି ଡକ୍ଟର ସମୀରଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

କୋଭିଡ଼-୧୯ ପ୍ରସ୍ତୁତି ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Latest News

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.