ଓଡିଶାରୁ ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ: ସଂକ୍ରମିତ ସଂଖ୍ୟା ୮ କୁ ବୃଦ୍ଧି

Published: Dec 26, 2021, 10:26 am IST

ଭୁବନେଶ୍ଵର: ଓଡିଶାରେ ଓମିକ୍ରନ ଭାରିଆଣ୍ଟ ଚିନ୍ତା ବଢାଉଛି। ଆଜି ରାଜ୍ୟରୁ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁଇ ଦିନ ତଳେ ଏହି ୪ ଜଣ ଆକ୍ରାନ୍ତଙ୍କ ନମୁନା ଜିନମସିକ୍ଵେସିଂ ପାଇଁ ପଠାଯାଇଥିଲା। ଯାହାର ରିପୋର୍ଟ ପଜିଟିଭ ଆସିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ୨୧ ତାରିଖରେ ଓଡିଶାରେ ପ୍ରଥମେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିଲେ। ସେହିଭଳି ୨୩ ତାରିଖରେ ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ଆଜିର ୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ କୁ ବୃଦ୍ଧି ହୋଇଛି।

Related posts