Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆପଣ ଦନ୍ତ ସମସ୍ୟାରେ ପୀଡ଼ିତ କି?, ଚୁଇଁଗମ୍‌ କରିବ ଏହାର ସମାଧାନ
ଆଜିର ଖବର

ଆପଣ ଦନ୍ତ ସମସ୍ୟାରେ ପୀଡ଼ିତ କି?, ଚୁଇଁଗମ୍‌ କରିବ ଏହାର ସମାଧାନ

December 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସ୍ୱାସ୍ଥ୍ୟ ଟିପ୍ସ: ଆପଣଙ୍କ ଦାନ୍ତ ପୋକ ଖାଉଛି କି !! ଯଦି ହଁ ତେବେ ଚୁଇଁଗମ ଖାଇଲେ ଦାନ୍ତ ପୋକ ଖାଇବାରୁ ରକ୍ଷା ମିଳିଥାଏ। ଏହିପରି କିଛି ତଥ୍ୟ ଆବିଷ୍କାର କରିଛନ୍ତି ବୈଜ୍ଞାନିକମାନେ। ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ମଧ୍ୟ ରହିଛନ୍ତି। ସେମାନେ ପରୀକ୍ଷା ନିରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ ମିଠାମୁକ୍ତ ବା ସୁଗାର ଫ୍ରି  ଚୁଇଁଗମ ଖାଇଲେ ବଡ ଲୋକ ଏବଂ ଛୁଆମାନଙ୍କଠାରେ ଦାନ୍ତ ମୂଳରେ ମାଂସ ବଢିବା ତଥା ଅନ୍ୟାନ୍ୟ ଦନ୍ତ କ୍ଷୟ ଭଳି ରୋଗ ଦେଖାଯାଏ ନାହିଁ।

କିଙ୍ଗସ୍‌ କଲେଜ ଲଣ୍ଡନରୁ ପ୍ରକାଶିତ ହେଉଥିବା ଜର୍ନାଲ ଅଫ ଡେନ୍ଟାଲ ରିସର୍ଚ୍ଚରେ କୁହାଯାଇଛି ଯେ ଚୁଇଁଗମ ଚୋବାଇଲେ ଦାନ୍ତ ମୂଳରେ ମାଂସ ବୃଦ୍ଧି ହୁଏ ନାହିଁ ଏବଂ ତା’ସହିତ ଅନ୍ୟାନ୍ୟ ମୁଖରୋଗରୁ ମଧ୍ୟ ରକ୍ଷା କରିଥାଏ। ବେଳେବେଳେ ନିୟମିତ ବ୍ରସ କରିବାଠାରୁ ମଧ୍ୟ ଉପକାରୀ ହୋଇଥାଏ ଚୁଇଁଗମ।

 

ଲଣ୍ଡନ କିଙ୍ଗସ୍‌ କଲେଜର ପ୍ରାଧ୍ୟାପକ ତଥା ଏହି ବିଷୟ ଉପରେ ଗବେଷଣା କରୁଥିବା ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଅଭିଜିତ ବାନାର୍ଜୀଙ୍କ କହିବା ଅନୁସାରେ ଚୁଇଁଗମ ଚୋବାଇବା ଦ୍ଵାରା ମୁହଁରେ ଥିବା  ଲାଳର ଚଳପ୍ରଚଳ ପ୍ରାକୃତିକ ଭାବେ ଦାନ୍ତକୁ କ୍ଷୟ ହେବାରୁ ରୋକିଥାଏ ଏବଂ ଦାନ୍ତ ମୂଳରେ ବଢୁଥିବା ମାଂସକୁ ମଧ୍ୟ ରୋକିଥାଏ। ଜିଲିଟୋଲ ଏବଂ ସର୍ବିଟୋଲ ସହ ମିଠା ମୁକ୍ତ ଚୁଇଁଗମ ଦାନ୍ତ ପାଇଁ ଆଣ୍ଟି ବ୍ୟକ୍ଟେରିଆଲ ଭଳି କାର୍ଯ୍ୟ କରିଥାଏ।

ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ ଏହା ପୂର୍ବରୁ କୌଣସି ସନ୍ଦର୍ଭରେ ମିଠା ମୁକ୍ତ ବା ସୁଗାର ଫ୍ରି ଚୁଇଁଗମ ଚୋବାଇବା ଦ୍ବାରା ଦାନ୍ତ ମୂଳରେ ମାଂସ ବଢିବା ଭଳି ସମସ୍ୟା ଦେଖାଯାଇଥିବାର ସୂଚନା ନାହିଁ। ଏହି ଗବେଷଣାରେ ଗତ ୫୦ ବର୍ଷ ଧରି ପ୍ରକାଶିତ ହୋଇଥିବା ବିଭିନ୍ନ ସନ୍ଦର୍ଭ ଗୁଡିକୁ ବିଶ୍ଳେଷଣ କରା ଯାଇଥିଲା। ସେଥିମଧ୍ୟରୁ ୧୨ ଟି ସନ୍ଦର୍ଭରେ ଛୋଟ ଓ ବଡ଼ ପିଲାଙ୍କ ଚୁଇଁଗମ୍‌ ଚୋବାଇବାର ପ୍ରଭାବକୁ ନିରୀକ୍ଷଣ କରାଯାଇଥିଲା।

ସୁଗାର ଫ୍ରି ଚୁଇଁଗମ ପ୍ରାୟ ୨୮ ପ୍ରତିଶତ ପର୍ଯ୍ୟନ୍ତ ଦାନ୍ତ ମୂଳରେ  ମାଂସ ବଢିବା ଭଳି ସମସ୍ୟା ରୋକି  ପାରିଥିବାର  ଦେଖା ଯାଇଥିଲା।

ବିଗତ ବର୍ଷ ଗୁଡିକରେ ଦାନ୍ତ ମୂଳରେ ମାଂସ ବଢିବା  ତଥା ଅନ୍ୟାନ୍ୟ ଦନ୍ତ ସମସ୍ୟାରୁ ରକ୍ଷା ପାଇବାକୁ ସୁଗାର ଫ୍ରି ଚୁଇଁଗମର ବହୁଳ ବ୍ୟବହାର ହେଉଥିବାର ଦେଖାଦେଇଛି। ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସନ୍ଦର୍ଭରେ ପ୍ରକାଶିତ ହୋଇଥିବା ପରିଣାମ ଏବଂ ପରୀକ୍ଷା ନିରୀକ୍ଷାରୁ ଆସିଥିବା ପରିଣାମ ମଧ୍ୟମ ଧରଣର ଅଟେ।

 

ଯାହା ବି ହେଉ ସୁଗାର ଫ୍ରି ଚୁଇଁଗମ ଏବଂ ଦାନ୍ତ ଉପରେ ତାର ପ୍ରଭାବକୁ ନେଇ ରହି ଆସିଥିବା ଧାରଣାରୁ ବାହାରି ଆମକୁ ଏହା ବିଷୟରେ ଅଧିକ ବିଶ୍ଳେଷଣ କରିବାକୁ ହେବ। ପରବର୍ତ୍ତୀ ସମୟରେ ଏଇ ଉପାୟ ଜନସ୍ୱାସ୍ଥ୍ୟ ଉପରେ କେତେ ମାତ୍ରାରେ ପ୍ରୟୋଗ କରାଯାଇପାରିବ ଏବଂ ତାର ନିଷ୍କର୍ଷ କଣ ହେବ ତାକୁ ଦୃଷ୍ଟି ଦିଆଯିବ ବୋଲି ବାନାର୍ଜୀ କହିଛନ୍ତି।

ଚୁଇଁଗମ୍‌ ଦନ୍ତ ସମସ୍ୟା ଦାନ୍ତ ପୋକ ସ୍ୱାସ୍ଥ୍ୟ ଟିପ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

“ସନ୍ଦେହ ନୁହେଁ, ପ୍ରମାଣ ଦରକାର”: ନିର୍ବାଚନ କମିଶନଙ୍କୁ ସମର୍ଥନ କଲେ ୧୨୪ ଅମଲା

October 10, 2026

ରଣପୁରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ: SIR ବାତିଲ ଦାବି

October 10, 2026

ପୂର୍ବତଟ ରେଳପଥ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି

October 10, 2026

CJP ପ୍ରତିବାଦ: ଦିଲ୍ଲୀ ପୋଲିସକୁ ସମର୍ଥନ କଲେ ପାକିସ୍ତାନୀ କ୍ରିକେଟର

October 10, 2026
Latest News

“ସନ୍ଦେହ ନୁହେଁ, ପ୍ରମାଣ ଦରକାର”: ନିର୍ବାଚନ କମିଶନଙ୍କୁ ସମର୍ଥନ କଲେ ୧୨୪ ଅମଲା

October 10, 2026

ସ୍ୱତନ୍ତ୍ର ଭୋଟର ଅଭିଯାନ: ୩ ଦିନରେ ଗ୍ରହଣ ହେଲା ୩୩,୫୧୫ଟି ଫର୍ମ-୬ ଆବେଦନ

October 10, 2026

ରଣପୁରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ: SIR ବାତିଲ ଦାବି

October 10, 2026

ପୂର୍ବତଟ ରେଳପଥ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି

October 10, 2026

CJP ପ୍ରତିବାଦ: ଦିଲ୍ଲୀ ପୋଲିସକୁ ସମର୍ଥନ କଲେ ପାକିସ୍ତାନୀ କ୍ରିକେଟର

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.