Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ: SIR ବାତିଲ ଦାବି
ଆଜିର ଖବର

ରଣପୁରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ: SIR ବାତିଲ ଦାବି

October 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରଣପୁରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ: SIR ବାତିଲ ଦାବି
ରଣପୁରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ: SIR ବାତିଲ ଦାବି

ରଣପୁର: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ବାତିଲ ଏବଂ ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ଦାବିରେ ଶନିବାର ରଣପୁରରେ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ସି.ଆଇ.ଟି.ୟୁ, ଏ.ଆଇ.କେ.ଏସ ଓ କ୍ଷେତ ମଜଦୁର ୟୁନିୟନର ମିଳିତ ଆହ୍ୱାନରେ ସ୍ଥାନୀୟ ପଞ୍ଚୁଦୋଳା ପଡ଼ିଆଠାରେ ଆୟୋଜିତ ଏହି ସଭାରେ ସାଥୀ ନିତ୍ୟାନନ୍ଦ ପରିଡ଼ା ଅଧ୍ୟକ୍ଷତା କରିଥିଲେ।

ସଭାରେ ବକ୍ତାମାନେ କେନ୍ଦ୍ରର ବିଜେପି ସରକାରଙ୍କ ନୀତିକୁ ସମାଲୋଚନା କରିବା ସହ ସମ୍ବିଧାନର ମୂଲ୍ୟବୋଧ ଓ ଭୋଟଦାନର ଅଧିକାରର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଜନସାଧାରଣଙ୍କ ଦାବିକୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ବକ୍ତାମାନେ ନିର୍ବାଚନ କମିଶନଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲେ।

ଏହାସହ ଦିଲ୍ଲୀର ଯନ୍ତରମନ୍ତର ସମେତ ବିଭିନ୍ନ ସ୍ଥାନରେ ଚାଲିଥିବା ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ଓ ଆନ୍ଦୋଳନକାରୀଙ୍କ ଗିରଫଦାରୀକୁ ବକ୍ତାମାନେ ତୀବ୍ର ନିନ୍ଦା କରିଥିଲେ। ନିର୍ବାଚନର ସ୍ୱଚ୍ଛତା, ନିରପେକ୍ଷତା ଓ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ବ୍ୟାପକ ସଂସ୍କାର ଆବଶ୍ୟକ ବୋଲି ସେମାନେ ମତ ରଖିଥିଲେ।

ପ୍ରତିବାଦ ସଭା ପରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି ଆନ୍ଦୋଳନ ମାଧ୍ୟମରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବାତିଲ ଓ ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ସଂଗଠନଗୁଡ଼ିକ ଦାବି ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ କ୍ଷେତ ମଜଦୁର ୟୁନିୟନ ନେତା ନିତ୍ୟାନନ୍ଦ ପରିଡ଼ା, ଦୁଃଶାସନ ଜେନା, ଶ୍ରମିକ ନେତା ସୁରେଶ ସ୍ୱାଇଁ, ସୁଶୀଲ ମହାନ୍ତି, ଗଦାଧର ପ୍ରଧାନ, କୁଳମଣି ପଲେଇ, ସବ୍ୟସାଚୀ ସେନାପତି, ସଂଯୁକ୍ତା ସେଠୀ ଓ ମଞ୍ଜୁଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ।

SIR ବାତିଲ ଦାବି କୁଶପୁତ୍ତଳିକା ଦାହ ଜ୍ଞାନେଶ କୁମାର ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି

October 10, 2026

CJP ପ୍ରତିବାଦ: ଦିଲ୍ଲୀ ପୋଲିସକୁ ସମର୍ଥନ କଲେ ପାକିସ୍ତାନୀ କ୍ରିକେଟର

October 10, 2026

“ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନେତୃତ୍ଵରେ ଏକଛତ୍ରବାଦ ଚାଲିଛି”: ପ୍ରିୟଙ୍କା ଗାନ୍ଧୀ

October 10, 2026

କଲେଜ ନିର୍ବାଚନୀ ହିଂସା: ଅଣଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ଓ ଛୁରାମାଡ଼

October 10, 2026
Latest News

ରଣପୁରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ: SIR ବାତିଲ ଦାବି

October 10, 2026

ପୂର୍ବତଟ ରେଳପଥ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି

October 10, 2026

CJP ପ୍ରତିବାଦ: ଦିଲ୍ଲୀ ପୋଲିସକୁ ସମର୍ଥନ କଲେ ପାକିସ୍ତାନୀ କ୍ରିକେଟର

October 10, 2026

“ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନେତୃତ୍ଵରେ ଏକଛତ୍ରବାଦ ଚାଲିଛି”: ପ୍ରିୟଙ୍କା ଗାନ୍ଧୀ

October 10, 2026

କଲେଜ ନିର୍ବାଚନୀ ହିଂସା: ଅଣଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ଓ ଛୁରାମାଡ଼

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.