ନୂଆଦିଲ୍ଲୀ: କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ, ଦେଶୀୟ ଗୋ-ବଂଶର ସଂରକ୍ଷଣ ଏବଂ ବିକାଶକୁ ବୈଜ୍ଞାନିକ ପଦ୍ଧତିରେ ପ୍ରୋତ୍ସାହିତ କରୁଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ, ଉକ୍ତ ବିଭାଗ ଦ୍ୱାରା ୨୦୧୪ ମସିହା ଡିସେମ୍ବର ମାସରେ “ରାଷ୍ଟ୍ରୀୟ ଗୋକୁଳ ମିଶନ (ଆରଜିଏମ)” ଆରମ୍ଭ କରାଯାଇଥିଲା।
ଏହି ପଦକ୍ଷେପର ଏକ ଅଂଶ ଭାବରେ, ବିଭାଗ ପକ୍ଷରୁ ‘ଜାତୀୟ ଗୋପାଳ ରତ୍ନ ପୁରସ୍କାର’ (ଏନଜିଆରଏ) ପ୍ରଚଳନ କରାଯାଇଛି। ଦେଶୀୟ ଗୋ-ବଂଶର ସଂରକ୍ଷଣ, ବିକାଶ ଓ ପ୍ରଚାର-ପ୍ରସାର କାର୍ଯ୍ୟରେ ନିୟୋଜିତ ଥିବା ବିଭିନ୍ନ ଅଂଶୀଦାରମାନଙ୍କ ଯୋଗଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ପୁରସ୍କାର ଦିଆଯାଏ। ଏହି ଅଂଶୀଦାରମାନଙ୍କ ମଧ୍ୟରେ ଦୁଗ୍ଧ ଉତ୍ପାଦନକାରୀ ଚାଷୀ, ଦୁଗ୍ଧ ସମବାୟ ସମିତି (ଡିସିଏସ)/ଏମପିସି/ଏଫପିଓ ଏବଂ କୃତ୍ରିମ ପ୍ରଜନନ ବୈଷୟିକ କର୍ମୀ ଅନ୍ତର୍ଭୁକ୍ତ। ଚଳିତ ବର୍ଷ ମଧ୍ୟ ନିମ୍ନଲିଖିତ ବର୍ଗଗୁଡ଼ିକ ପାଇଁ ‘ଜାତୀୟ ଗୋପାଳ ରତ୍ନ ପୁରସ୍କାର’ ପ୍ରଦାନ କରାଯାଉଛି:
ଦେଶୀ ଜାତୀୟ ଗାଈ/ମଇଁଷି ପାଳନ କରୁଥିବା ସର୍ବୋତ୍ତମ ଦୁଗ୍ଧ ଚାଷୀ।
ସର୍ବୋତ୍ତମ ଦୁଗ୍ଧ ସମବାୟ ସମିତି / ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ / ଦୁଗ୍ଧ ଚାଷୀ ଉତ୍ପାଦକ ସଂଗଠନ।
ସର୍ବୋତ୍ତମ କୃତ୍ରିମ ପ୍ରଜନନ ବୈଷୟିକ କର୍ମୀ।
ଉତ୍ତର-ପୂର୍ବାଞ୍ଚଳ ଏବଂ ହିମାଳୟ ଅଞ୍ଚଳର ରାଜ୍ୟଗୁଡ଼ିକରେ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମକୁ ଉତ୍ସାହିତ ତଥା ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସେଠାକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ପୁରସ୍କାରର ବ୍ୟବସ୍ଥା ରହିଛି । ଉପରୋକ୍ତ ପ୍ରତ୍ୟେକ ବର୍ଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜେତାମାନଙ୍କୁ ଏବଂ ଉତ୍ତର-ପୂର୍ବାଞ୍ଚଳ /ହିମାଳୟ ଅଞ୍ଚଳର ରାଜ୍ୟଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ପୁରସ୍କାର ସ୍ୱରୂପ ‘ଏନଜିଆରଏ ୨୦୨୬’ ପ୍ରଦାନ କରାଯିବ। ଏନଜିଆରଏ ୨୦୨୬ ଅନ୍ତର୍ଗତ ପ୍ରଥମ ଦୁଇଟି ବର୍ଗ, ଅର୍ଥାତ୍ ‘ସର୍ବୋତ୍ତମ ଦୁଗ୍ଧ ଚାଷୀ’ ଏବଂ ‘ସର୍ବୋତ୍ତମ ଡିସିଏସ/ଏମପିସି/ଏଫପିଓ ପାଇଁ ଏକ ପ୍ରଶଂସା ପତ୍ର, ସ୍ମାରକୀ ଏବଂ ନଗଦ ଅର୍ଥରାଶି ପ୍ରଦାନ କରାଯିବ। ପ୍ରଥମ ସ୍ଥାନ ପୁରସ୍କାର ପାଇଁ ୫ ଲକ୍ଷ, ଦ୍ୱିତୀୟ ସ୍ଥାନ ପାଇଁ ୩ ଲକ୍ଷ, ତୃତୀୟ ସ୍ଥାନ ପାଇଁ ୨ ଲକ୍ଷ ଏବଂ ଉତ୍ତର ପୂର୍ବାଞ୍ଚଳ/ହିମାଳୟ ଅଞ୍ଚଳର ଗୁଡ଼ିକର ରାଜ୍ୟ ପାଇଁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ । ‘ସର୍ବୋତ୍ତମ କୃତ୍ରିମ ପ୍ରଜନନ ବୈଷୟିକ କର୍ମୀ’ ବର୍ଗ ପାଇଁ ଏକ ପ୍ରଶଂସାପତ୍ର ଓ ସ୍ମାରକ ପ୍ରଦାନ କରାଯିବ।
ଆସନ୍ତା ୨୬ ନଭେମ୍ବର ୨୦୨୬ ରେ ବିହାରର ପାଟନା (ମୁରାଦପୁର) ସ୍ଥିତ ‘ବାପୁ ସଭାଗାର’ ଠାରେ ଆୟୋଜିତ ‘ଜାତୀୟ ଦୁଗ୍ଧ ଦିବସ ୨୦୨୬’ ପାଳନ ଅବସରରେ କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ (ଲଲ୍ଲନ ସିଂହ) ଏହି ପୁରସ୍କାରଗୁଡ଼ିକ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବଘେଲ ମଧ୍ୟ ଉପସ୍ଥିତ ରହିବେ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ଅନଲାଇନ୍ ଆବେଦନ ପୋର୍ଟାଲ୍ https://awards.gov.in ମାଧ୍ୟମରେ ୧୦.୦୮.୨୦୨୬ ରୁ ୩୦.୦୯.୨୦୨୬ ପର୍ଯ୍ୟନ୍ତ ଆବେଦନ ଆମନ୍ତ୍ରଣ କରାଯାଇଥିଲା। ମୋଟ ୧୫୮୩ଟି ଆବେଦନ ଗ୍ରହଣ କରାଯାଇଥିଲା। ବିଧିବଦ୍ଧ ପ୍ରକ୍ରିୟା ଅନୁସରଣ କରିବା ପରେ ପ୍ରାଣୀସମ୍ପଦ ବିଭାଗ ‘ଜାତୀୟ ଗୋପାଳ ରତ୍ନ ପୁରସ୍କାର ୨୦୨୬’ ପାଇଁ ବିଭିନ୍ନ ବର୍ଗରେ ବିଜେତାମାନଙ୍କ ନାମ ଘୋଷଣା କରିଛି:
| କ୍ରମିକ ନଂ | ବର୍ଗ | ଏନଜିଆରଏ ୨୦୨୬ ବିଜେତାମାନଙ୍କ ନାମ ଓ ସ୍ଥାନ |
| ୧. | ସ୍ୱଦେଶୀ ଗୋରୁ/ମଇଁଷି ପ୍ରଜାତି ପାଳନ କରୁଥିବା ଶ୍ରେଷ୍ଠ ଦୁଗ୍ଧ ଚାଷୀ | ଅଣ-ଉତ୍ତର ପୂର୍ବାଞ୍ଚଳ:
• ପ୍ରଥମ: ଶ୍ରୀ ମୁରଲୀଧରନ ନାୟାର, କୋଟ୍ଟାୟମ, କେରଳମ୍ • ଦ୍ୱିତୀୟ: ଶ୍ରୀ ଓଡେଦ୍ରା ରାଜଶୀଭାଇ, ପୋରବନ୍ଦର, ଗୁଜରାଟ • ତୃତୀୟ: ଶ୍ରୀ ମଦନ ମୋହନ ଯାଦବ, ଗୁରୁଗ୍ରାମ, ହରିୟାଣା
ଉତ୍ତର-ପୂର୍ବାଞ୍ଚଳ/ହିମାଳୟ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପୁରସ୍କାର: • ଶ୍ରୀ ସାଗର ସିଂହ ରାୱତ, ଉଧମ ସିଂହ ନଗର, ଉତ୍ତରାଖଣ୍ଡ
|
| ୨ | ଶ୍ରେଷ୍ଠ ଦୁଗ୍ଧ ସମବାୟ ସମିତି / ଦୁଗ୍ଧ ଉତ୍ପାଦକ କମ୍ପାନୀ / ଦୁଗ୍ଧ ଚାଷୀ ଉତ୍ପାଦକ ସଂଗଠନ | ଅଣ-ଉତ୍ତର ପୂର୍ବାଞ୍ଚଳ:
• ପ୍ରଥମ: ଟିଏନଡି ୯୩ ଥାଚୁର ଏମପିସିଏସ୍, କଲ୍ଲାକୁରିଚି, ତାମିଲନାଡୁ • ଦ୍ୱିତୀୟ: ଡିଙ୍କା ମିଲ୍କ ପ୍ରଡ୍ୟୁସର୍ସ କୋଅପରେଟିଭ୍ ସୋସାଇଟି ଲିମିଟେଡ୍, ମାଣ୍ଡ୍ୟା, କର୍ଣ୍ଣାଟକ • ତୃତୀୟ: ଏରୁଥେନପାଥି କ୍ଷୀରୋଲପାଦକା ସହକରଣ ସଙ୍ଗମ, ପଲକ୍କଡ, କେରଳମ୍ ଉତ୍ତର-ପୂର୍ବାଞ୍ଚଳ/ହିମାଳୟ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପୁରସ୍କାର: • ଦି ଚକ୍ ଦେବିୟା ଡାଏରୀ କୋଅପରେଟିଭ୍ ଲିମିଟେଡ୍, କଠୁଆ, ଜମ୍ମୁ ଓ କାଶ୍ମୀର
|
| ୩. | ଶ୍ରେଷ୍ଠ କୃତ୍ରିମ ପ୍ରଜନନ ଟେକ୍ନିସିଆନ | ଅଣ-ଉତ୍ତର ପୂର୍ବାଞ୍ଚଳ:
• ପ୍ରଥମ: ଶ୍ରୀ ଶୁଭଙ୍କର ନନ୍ଦୀ, ହୁଗୁଳି, ପଶ୍ଚିମବଙ୍ଗ • ତୃତୀୟ: ଶ୍ରୀ ଶେଖ୍ ସଫି, ଶ୍ରୀ ପୋଟ୍ଟି ଶ୍ରୀରାମୁଲୁ ନେଲୋର ଜିଲ୍ଲା, ଆନ୍ଧ୍ରପ୍ରଦେଶ ଉତ୍ତର-ପୂର୍ବାଞ୍ଚଳ/ହିମାଳୟ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପୁରସ୍କାର: • ଶ୍ରୀ ସୁଧେଶ କୁମାର, ଉଧମ ସିଂହ ନଗର, ଉତ୍ତରାଖଣ୍ଡ
|


