Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦ୍ରୁତ ପ୍ରଗତି ହାସଲ କରୁଥିବା ରାଜ୍ୟ ପୁରସ୍କାର ପାଇଲା ଓଡ଼ିଶା
ଜାତୀୟ ଖବର

ଦ୍ରୁତ ପ୍ରଗତି ହାସଲ କରୁଥିବା ରାଜ୍ୟ ପୁରସ୍କାର ପାଇଲା ଓଡ଼ିଶା

November 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Union Minister Shri Manohar Lal confers SVANidhi Samman Awards 2026
Union Minister Shri Manohar Lal confers SVANidhi Samman Awards 2026

ନୂଆଦିଲ୍ଲୀ: କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ସହରୀ ବିକାଶ ବିଭାଗ ପକ୍ଷରୁ ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ର ଠାରେ ଆଜି ସ୍ୱନିଧି ସମ୍ମାନ ପୁରସ୍କାର ୨୦୨୬ ପ୍ରଦାନ କରାଯାଇଛି । କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଉପସ୍ଥିତ ଥିଲେ। ସମାରୋହରେ ପିଏମ୍‌ ସ୍ୱନିଧି ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ, ପୌର ପ୍ରଶାସନ, ଋଣ ପ୍ରଦାନକାରୀ ସଂସ୍ଥା ଏବଂ ସହଯୋଗୀ ସଂଗଠନଗୁଡ଼ିକୁ ପୁରସ୍କାର ଦିଆଯାଇଥିଲା। ପିଏମ ସ୍ୱନିଧି ଯୋଜନାରେ ରାସ୍ତାକଡ଼ ଉଠାଦୋକାନୀଙ୍କର ଜୀବିକାକୁ ସୁଦୃଢ଼ କରିବା, ଆର୍ଥିକ ଅନ୍ତର୍ଭୂକ୍ତୀକରଣ, ଡିଜିଟାଲ ଗ୍ରହଣୀୟତା ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ଯୋଗଦାନ ଦେଇଥିବା ସଂସ୍ଥାଗୁଡ଼ିକୁ ୫୨ଟି ପୁରସ୍କାର ଏବଂ ୫ଟି ସ୍ୱତନ୍ତ୍ର ସମ୍ମାନ ଦିଆଯାଇଥିଲା।

ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ପିଏମ୍‌ ସ୍ୱନିଧି ଯୋଜନାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଦ୍ରୁତ ପ୍ରଗତି ହାସଲ କରୁଥିବା ରାଜ୍ୟ ମଧ୍ୟରେ ଓଡ଼ିଶାକୁ ପୁରସ୍କାର ମିଳିଛି। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ, ଏହି ଯୋଜନା କାର୍ଯ୍ୟକାରୀ କରିବାରେ ନିଜର ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇଛନ୍ତି। ସେହିପରି ଉତ୍ତର-ପୂର୍ବାଞ୍ଚଳ ଏବଂ ପାର୍ବତ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଆସାମ, ସିକ୍କିମ, ମିଜୋରାମ ଓ ତ୍ରିପୁରାକୁ ସମ୍ମାନିତ କରାଯାଇଛି। ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ମଧ୍ୟରେ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, ପଞ୍ଜାବ ନେସନାଲ୍ ବ୍ୟାଙ୍କ ଏବଂ ୟୁନିଅନ୍ ବ୍ୟାଙ୍କକୁ ଋଣ ପ୍ରଦର୍ଶନ ଏବଂ ରାସ୍ତାକଡ଼ ବିକ୍ରେତାମାନଙ୍କୁ ସୁଲଭ ଆନୁଷ୍ଠାନିକ ଋଣ ପ୍ରଦାନ ଦିଗରେ ଅବଦାନ ପାଇଁ ସ୍ୱୀକୃତି ଦିଆଯାଇଥିଲା।

ଜୁନ୍ ୨୦୨୦ରେ ଆରମ୍ଭ ହେବା ପରଠାରୁ, ‘ପିଏମ୍ ସ୍ୱନିଧି’ ଯୋଜନା ମାଧ୍ୟମରେ ପ୍ରାୟ ୮୧ ଲକ୍ଷ ରାସ୍ତାକଡ଼ ବିକ୍ରେତା ମୋଟ ୧.୨୧ କୋଟିରୁ ଅଧିକ ଋଣ ପାଇପାରିଛନ୍ତି। ଏହାର ମୋଟ୍‌ ମୂଲ୍ୟ ପ୍ରାୟ ୨୦,୦୦୦ କୋଟି ଟଙ୍କା ହେବ । ଅଗଷ୍ଟ ୨୦୨୫ରେ ଏହି ଯୋଜନାର ପୁନର୍ଗଠନ ପରେ, ପ୍ରଥମ ବର୍ଷରେ ୧୦.୬ ଲକ୍ଷ ନୂତନ ହିତାଧିକାରୀଙ୍କୁ ୬,୨୯୪ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୨ ଲକ୍ଷ ଋଣ ପ୍ରଦାନ କରାଯାଇଛି। ଏହି ଯୋଜନା ୟୁପିଆଇ ସଂଯୁକ୍ତ ‘ରୁପେ କ୍ରେଡିଟ୍ କାର୍ଡ’ ମାଧ୍ୟମରେ ଔପଚାରିକ ଋଣ ସୁବିଧାକୁ ମଧ୍ୟ ସମ୍ପ୍ରସାରିତ କରିଛି। ଯେଉଁ ଯୋଗ୍ୟ ହିତାଧିକାରୀମାନେ ନିଜର ଦ୍ୱିତୀୟ ପର୍ଯ୍ୟାୟ ଋଣ ପରିଶୋଧ କରିସାରିଛନ୍ତି, ସେମାନଙ୍କୁ ଏହି କାର୍ଡ ଜରିଆରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ସୀମାର ସୁବିଧା ପ୍ରଦାନ କରାଯାଉଛି।

‘ସ୍ୱନିଧି ସେ ସମୃଦ୍ଧି’ ଅଧୀନରେ, ୫୨ ଲକ୍ଷରୁ ଅଧିକ ହିତାଧିକାରୀ ପରିବାରର ସାମାଜିକ-ଆର୍ଥିକ ସ୍ଥିତିର ଆକଳନ ସମ୍ପନ୍ନ ହୋଇଛି। ଏହାର ଫଳସ୍ୱରୂପ, କେନ୍ଦ୍ର ସରକାରଙ୍କ ଆଠଟି କଲ୍ୟାଣକାରୀ ଯୋଜନା ଅଧୀନରେ ୧.୬୨ କୋଟିରୁ ଅଧିକ ଲାଭ/ସୁବିଧା ମଞ୍ଜୁର କରାଯାଇଛି। ମନୋହର ଲାଲ୍ କହିଥିଲେ, ‘ଅନ୍ତ୍ୟୋଦୟ’ର ଲକ୍ଷ୍ୟ ‘ବିକଶିତ ଭାରତ ୨୦୪୭’ ଦିଗରେ ଆଗକୁ ବଢ଼ିବାରେ ସହାୟକ ହେବ। ଏହାକୁ ସାକାର କରିବା ପାଇଁ ‘ପିଏମ୍ ସ୍ୱନିଧି’ ଯୋଜନାର ଲାଭ ପ୍ରତ୍ୟେକ ଯୋଗ୍ୟ ରାସ୍ତାକଡ଼ ବିକ୍ରେତାଙ୍କ ନିକଟରେ ପହଞ୍ଚିବା ସୁନିଶ୍ଚିତ କରିବା ଆବଶ୍ୟକ।

ଓଡିଶା ମନୋହର ଲାଲ ରାଜ୍ୟ ପୁରସ୍କାର ସ୍ୱନିଧି ସମ୍ମାନ
Share. Facebook Twitter LinkedIn Email WhatsApp Copy Link

Related Posts

ପାୱେଲ ପାୱଲିକୋୱସ୍କିଙ୍କ ‘ଫାଦରଲ୍ୟାଣ୍ଡ’ର ଭାରତୀୟ ପ୍ରିମିୟର୍ ସହ ୫୭ତମ ଇଫିର ଶୁଭାରମ୍ଭ

November 21, 2026

୩୦୬ ରନ୍ ରେ ଜିତିଲା ଟିମ୍ ଇଣ୍ଡିଆ: ମାତ୍ର ୨୬ ରନ୍ ରେ ଅଲଆଉଟ୍ ହେଲା ନେପାଳ

November 21, 2026

ଏହି ରାଶିର ବ୍ୟକ୍ତିଙ୍କୁ ଶନିବାର ଦିନ ଧନପ୍ରାପ୍ତି ହେବାର ରହିଛି ସୁଯୋଗ: ପଢନ୍ତୁ ଦୈନିକ ରାଶିଫଳ

November 21, 2026

ରାସ୍ତା ଦେବାକୁ କହି ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ, ଗିରଫ ହେଲେ ଦୁଇ ନିର୍ଦ୍ଦେଶକ

November 20, 2026
Latest News

ଦ୍ରୁତ ପ୍ରଗତି ହାସଲ କରୁଥିବା ରାଜ୍ୟ ପୁରସ୍କାର ପାଇଲା ଓଡ଼ିଶା

November 21, 2026

ପାୱେଲ ପାୱଲିକୋୱସ୍କିଙ୍କ ‘ଫାଦରଲ୍ୟାଣ୍ଡ’ର ଭାରତୀୟ ପ୍ରିମିୟର୍ ସହ ୫୭ତମ ଇଫିର ଶୁଭାରମ୍ଭ

November 21, 2026

୩୦୬ ରନ୍ ରେ ଜିତିଲା ଟିମ୍ ଇଣ୍ଡିଆ: ମାତ୍ର ୨୬ ରନ୍ ରେ ଅଲଆଉଟ୍ ହେଲା ନେପାଳ

November 21, 2026

ଏହି ରାଶିର ବ୍ୟକ୍ତିଙ୍କୁ ଶନିବାର ଦିନ ଧନପ୍ରାପ୍ତି ହେବାର ରହିଛି ସୁଯୋଗ: ପଢନ୍ତୁ ଦୈନିକ ରାଶିଫଳ

November 21, 2026

ରାସ୍ତା ଦେବାକୁ କହି ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ, ଗିରଫ ହେଲେ ଦୁଇ ନିର୍ଦ୍ଦେଶକ

November 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.