Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରିବାରର ସ୍ୱୀକୃତି ମିଳିଲାନି, ଶେଷରେ ୧୦ ମାସର ଶିଶୁକୁ କୂଅରେ ଫିଙ୍ଗିଦେଲା ମା’!
ଆଜିର ଖବର

ପରିବାରର ସ୍ୱୀକୃତି ମିଳିଲାନି, ଶେଷରେ ୧୦ ମାସର ଶିଶୁକୁ କୂଅରେ ଫିଙ୍ଗିଦେଲା ମା’!

November 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମ୍ବଲପୁର: ପ୍ରେମରୁ ବିବାହ, ବିବାହରୁ ମାତୃତ୍ୱ। ହେଲେ ଏହି ସମ୍ପର୍କକୁ ମିଳିଲାନି ପରିବାରର ସ୍ୱୀକୃତି। ସ୍ୱାମୀଙ୍କଠାରୁ ଦୂରେଇ ରହିବା ସହ ଉଭୟ ପରିବାରର ଅବହେଳା ଓ ସାମାଜିକ ଚାପ ଭିତରେ ଜୀବନ କାଟୁଥିଲେ ମହିଳା। କିନ୍ତୁ ଏହାର ପରିଣତି ଯେ ଏତେ ଭୟଙ୍କର ହେବ, ତାହା କେହି କଳ୍ପନା କରିନଥିଲେ। ନିଜର ୧୦ ମାସର ନିଷ୍ପାପ ଶିଶୁପୁତ୍ରକୁ କୂଅରେ ଫିଙ୍ଗି ହତ୍ୟା କରିବା ଅଭିଯୋଗରେ ଶେଷରେ ଗିରଫ ହୋଇଛନ୍ତି ଜନ୍ମକଲା ମା’। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଦଳିତପଡ଼ାର ଏହି ହୃଦୟବିଦାରକ ଘଟଣା ଏବେ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।

ପୁଲିସ ସୂଚନା ଅନୁସାରେ, ରମିତା ବାଗ (ଛଦ୍ମନାମ) ସମ୍ବଲପୁରର ଏକ ହୋଟେଲରେ କାମ କରୁଥିବା ସମୟରେ ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା ଗାଁର ଲୋକେଶ୍ୱର ପ୍ରଧାନ (୨୫)ଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପରେ ଉଭୟ ବିବାହ କରିଥିଲେ। ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା। ହେଲେ ଏହି ବିବାହକୁ ଉଭୟ ପରିବାର ସ୍ୱୀକାର କରିନଥିଲେ। ଫଳରେ ସ୍ୱାମୀଙ୍କଠାରୁ ଦୂରେଇ ରହି ରମିତା ନିଜ ଶିଶୁପୁତ୍ର ସହ ଅଜାଙ୍କ ଘରେ ରହୁଥିଲେ।

ପରିବାରର ସ୍ୱୀକୃତି ନମିଳିବା ଏବଂ ସାମାଜିକ ଚାପ ତାଙ୍କୁ ମାନସିକ ଭାବେ ଅସ୍ଥିର କରିଦେଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ତେବେ ସ୍ୱାମୀଙ୍କ ସହ ତାଙ୍କର ଯୋଗାଯୋଗ ରହିଥିଲା। ଘଟଣାର ପୂର୍ବ ରାତିରେ ମଧ୍ୟ ଉଭୟ ଫୋନ୍‌ରେ କଥା ହୋଇଥିଲେ।

ଅଭିଯୋଗ ଅନୁସାରେ, ଗୁରୁବାର ରମିତା ୧୧୨ ନମ୍ବରକୁ ଫୋନ୍‌ କରି ନିଜ ଶିଶୁପୁତ୍ର ନିଖୋଜ ଥିବା ଜଣାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ସମୟରେ କୂଅ ଭିତରୁ ଶିଶୁର ମୃତଦେହ ଉଦ୍ଧାର କରିଥିଲା। ଘଟଣାରେ ସନ୍ଦେହ ହେବାରୁ ପୁଲିସ ମା’, ବାପା, ଅଜା, ଆଈ, ମାମୁଙ୍କ ସମେତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ତଦନ୍ତ ପରେ ଶିଶୁର ମା’ଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବାରୁ ତାଙ୍କୁ ଗିରଫ କରାଯାଇଛି।

ଅନ୍ୟ ଜଣେ ଯୁବକଙ୍କ ସହ ମହିଳାଙ୍କ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ପୁଲିସ ଏହାକୁ ଖଣ୍ଡନ କରିଛି। ଏହି ଘଟଣା ପଛରେ ପାରିବାରିକ ଅବହେଳା, ସାମାଜିକ ଚାପ ଓ ମାନସିକ ଅବସ୍ଥା କେତେଦୂର ଦାୟୀ, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗିରଫ ମହିଳାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅତିରିକ୍ତ ଏସ୍‌ପି ଅଜୟ ମିଶ୍ର ସୂଚନା ଦେଇଛନ୍ତି।

#Sambalpur #OdishaCrime ୧୦ ମାସର ଶିଶୁ ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ଦରରେ ୫ ହଜାର ଟଙ୍କାରୁ ଅଧିକ ହ୍ରାସ, ବର୍ଷକ ତଳକୁ ଫେରିଲା ମୂଲ୍ୟ!

November 21, 2026

ଟଙ୍କା କାରବାରରୁ ଶତ୍ରୁତା, ଶେଷରେ ରକ୍ତାକ୍ତ ପରିଣତି

November 21, 2026

ଜାତୀୟ ଗୋପାଳ ରତ୍ନ ପୁରସ୍କାର ୨୦୨୬ ବିଜେତାମାନଙ୍କ ଘୋଷଣା

November 21, 2026

ଦେଶର ପ୍ରଥମ ସ୍ୱଦେଶୀ ଏଚ୍୫ଏନ୍୧ ବାର୍ଡ ଫ୍ଲୁ ଟିକା ରାଷ୍ଟ୍ରକୁ ସମର୍ପିତ

November 21, 2026
Latest News

ସୁନା ଦରରେ ୫ ହଜାର ଟଙ୍କାରୁ ଅଧିକ ହ୍ରାସ, ବର୍ଷକ ତଳକୁ ଫେରିଲା ମୂଲ୍ୟ!

November 21, 2026

ଭଙ୍ଗା ଗୋଡ଼ ନେଇ ଜନ୍ମ ହୋଇଥିବା ହାତୀ ଛୁଆ ‘ରାଜା’କୁ ନୂଆ ଆଶା ଦେଲା ‘ଭନ୍ତାରା’

November 21, 2026

ପରିବାରର ସ୍ୱୀକୃତି ମିଳିଲାନି, ଶେଷରେ ୧୦ ମାସର ଶିଶୁକୁ କୂଅରେ ଫିଙ୍ଗିଦେଲା ମା’!

November 21, 2026

ଟଙ୍କା କାରବାରରୁ ଶତ୍ରୁତା, ଶେଷରେ ରକ୍ତାକ୍ତ ପରିଣତି

November 21, 2026

କାବେରୀ ଜଳ ବିବାଦ : ଅଧିକ ପାଣି ଦାବି ଆବେଦନ ସୁପ୍ରିମକୋର୍ଟରେ ଖାରଜ

November 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.