Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁନା ଦରରେ ୫ ହଜାର ଟଙ୍କାରୁ ଅଧିକ ହ୍ରାସ, ବର୍ଷକ ତଳକୁ ଫେରିଲା ମୂଲ୍ୟ!
ଆଜିର ଖବର

ସୁନା ଦରରେ ୫ ହଜାର ଟଙ୍କାରୁ ଅଧିକ ହ୍ରାସ, ବର୍ଷକ ତଳକୁ ଫେରିଲା ମୂଲ୍ୟ!

November 21, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସୁନା ଓ ରୁପା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର। ବଜାରରେ ଲଗାତାର ଖସୁଛି ମୂଲ୍ୟବାନ ଧାତୁର ଦର। ଶୁକ୍ରବାର ସୁନା ଦରରେ ୫ ହଜାର ଟଙ୍କାରୁ ଅଧିକ ହ୍ରାସ ଘଟିଥିବା ବେଳେ ରୁପା ଦର ମଧ୍ୟ କିଲୋଗ୍ରାମ ପିଛା ପ୍ରାୟ ୯,୭୮୯ ଟଙ୍କା ଖସିଛି। ଏହି ହ୍ରାସ ପରେ ସୁନା ଦର ପ୍ରାୟ ବର୍ଷକ ତଳର ସ୍ତରକୁ ଫେରିଆସିଛି।

ଇଣ୍ଡିଆନ ବୁଲିୟନ ଜୁଏଲର୍ସ ଆସୋସିଏସନ (IBJA) ଅନୁଯାୟୀ, ୧୦ ଗ୍ରାମ ୨୪ କ୍ୟାରେଟ୍‌ ସୁନା ଦର ହ୍ରାସ ପାଇ ୧.୨୩ ଲକ୍ଷ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୧.୧୫ ଲକ୍ଷ ଟଙ୍କା ରହିଛି। ଅନ୍ୟପଟେ ରୁପା ଦର କିଲୋଗ୍ରାମ ପିଛା ୧.୫୦ ଲକ୍ଷ ଟଙ୍କାକୁ ଖସିଆସିଛି।

ସବୁଠାରୁ ବଡ଼ କଥା ହେଉଛି, ୨୦୨୫ ନଭେମ୍ବର ୨୪ରେ ୧୦ ଗ୍ରାମ ୨୪ କ୍ୟାରେଟ୍‌ ସୁନା ଦର ୧,୨୩,୩୦୮ ଟଙ୍କା ଥିଲା। ଏବେ ପୁଣି ସୁନା ଦର ସେହି ସ୍ତରକୁ ଫେରିଛି। ଚଳିତ ବର୍ଷ ଜାନୁଆରୀ ୨୯ରେ ସୁନା ଦର ସର୍ବୋଚ୍ଚ ସ୍ତର ୧.୭୬ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ସେହି ତୁଳନାରେ ଏବେ ଦରରେ ବଡ଼ ଧରଣର ପତନ ଦେଖିବାକୁ ମିଳିଛି।

ଅନ୍ତର୍ଜାତୀୟ ବଜାରରେ ଆମେରିକୀୟ ଡଲାର ମଜଭୁତ ହେବା ଏବଂ ନିବେଶକଙ୍କ ଲାଭ ବୁକିଂ ଯୋଗୁଁ ସୁନା ଓ ରୁପା ଦର ଉପରେ ଚାପ ପଡ଼ିଛି। ତେବେ ଆଗକୁ ଏହି ଦର ଆହୁରି ଖସିବ ନା ବଜାରରେ ପୁଣି ଉପରମୁହାଁ ହେବ, ତାହା ଉପରେ ଗ୍ରାହକ ଓ ନିବେଶକଙ୍କ ନଜର ରହିଛି।

Gold Price Today Silver Price Today ସୁନା ଦର ହ୍ରାସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲିଯାତ୍ରାରେ ରାତି ୧୧ଟା ଯାଏଁ ବାଜିବ ମାଇକ୍! ୫ କିମି ଯାଏଁ ନୋ ଡ୍ରୋନ୍ ଜୋନ୍ ଘୋଷଣା

November 21, 2026

ପଶ୍ଚିମବଙ୍ଗରୁ ବିହାର, ପରେ ୟୁପି: ମୋଦୀଙ୍କ ଶନିବାର କାର୍ଯ୍ୟସୂଚୀ ଜାଣନ୍ତୁ

November 21, 2026

ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ ଶାହ

November 21, 2026

ଭଙ୍ଗା ଗୋଡ଼ ନେଇ ଜନ୍ମ ହୋଇଥିବା ହାତୀ ଛୁଆ ‘ରାଜା’କୁ ନୂଆ ଆଶା ଦେଲା ‘ଭନ୍ତାରା’

November 21, 2026
Latest News

ବାଲିଯାତ୍ରାରେ ରାତି ୧୧ଟା ଯାଏଁ ବାଜିବ ମାଇକ୍! ୫ କିମି ଯାଏଁ ନୋ ଡ୍ରୋନ୍ ଜୋନ୍ ଘୋଷଣା

November 21, 2026

ପଶ୍ଚିମବଙ୍ଗରୁ ବିହାର, ପରେ ୟୁପି: ମୋଦୀଙ୍କ ଶନିବାର କାର୍ଯ୍ୟସୂଚୀ ଜାଣନ୍ତୁ

November 21, 2026

ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ ଶାହ

November 21, 2026

ସୁନା ଦରରେ ୫ ହଜାର ଟଙ୍କାରୁ ଅଧିକ ହ୍ରାସ, ବର୍ଷକ ତଳକୁ ଫେରିଲା ମୂଲ୍ୟ!

November 21, 2026

ଭଙ୍ଗା ଗୋଡ଼ ନେଇ ଜନ୍ମ ହୋଇଥିବା ହାତୀ ଛୁଆ ‘ରାଜା’କୁ ନୂଆ ଆଶା ଦେଲା ‘ଭନ୍ତାରା’

November 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.